ଏଇ ଭାରତରେ

ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସବୁ ସମ୍ଭବ, ଯାହା ପ୍ରମାଣ କରିଛନ୍ତି ଜଣେ ନିର୍ମାଣ ଶ୍ରମିକ। ପ୍ରସିଦ୍ଧ ତାମିଲ ଲେଖକଙ୍କ ପୁସ୍ତକ ଓ ଗଳ୍ପ ଅନୁବାଦ କରି ସେ ପୁରସ୍କୃତ ହୋଇଛନ୍ତି। ତାଙ୍କ ନାମ ଶାଫି ଚେରୁମାଭିଲାଇ। କେରଳର କନ୍ନୁର ଜିଲା ବାସିନ୍ଦା ଶାଫି ଦଶମ ଯାଏ ପଢିଛନ୍ତି। ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ତାଙ୍କୁ ପାଠରେ ଡୋରି ବାନ୍ଧିବାକୁ ପଡିଥିଲା। ପରେ ରୋଜଗାର ଲକ୍ଷ୍ୟ ନେଇ ପ୍ରଥମେ ପୁଣେ ଓ ପରେ ବେଙ୍ଗାଲୁରୁ ଯାଇଥିଲେ। ଅଶୀ ଦଶକର ଶେଷଆଡକୁ ସେ ବେଙ୍ଗାଲୁରୁର ଏକ ଚା’ଦୋକାନରେ କାମ କରୁଥିଲେ। କାମ ସରିଲା ପରେ ରାତିରେ ତାମିଲ ଫିଲ୍ମ ପୋଷ୍ଟର ସଂଗ୍ରହ କରି ତାହାକୁ ପଢନ୍ତି। ଦୋକାନକୁ ଯେଉଁମାନେ ତାମିଲ ବହି ଓ ଖବରକାଗଜ ଆଣନ୍ତି ତାହାକୁ ବି ସେ ପଢନ୍ତି। ଏହିିଠାରୁ ଆରମ୍ଭ ହୋଇଥିଲା ତାଙ୍କ ତାମିଲ ଶିକ୍ଷା। ସେଠାରୁ ୩ ବର୍ଷ ପାଇଁ ଗଲ୍ପକୁ ନିର୍ମାଣ ଶ୍ରମିକ ଭାବେ କାମ କରିବାକୁ ଯାଇ ସେଠାରୁ ପୁଣି ବେଙ୍ଗାଲୁରୁକୁ ୧୯୯୭ରେ ଫେରିଆସି ଗୋଟିଏ ଟେକ୍ସଟାଇଲ ଆଉଟଲେଟ୍‌ରେ କାମ କରିଥିଲେ। ସେହି ସମୟରେ ସେ ତାମିଲ ଭାଷା ଭଲଭାବେ ଶିଖିଯାଇଥିଲେ। ପ୍ରସିଦ୍ଧ ତାମିଲ ଲେଖକ ଥୋପିଲ ମହମ୍ମଦ ମେରାନଙ୍କ ପୁସ୍ତକ ଅନୁବାଦ କରି ପୁରସ୍କାର ଲାଭ କରିଛନ୍ତିି। ଚେରୁମାଭିଲାଇ ତାମିଲନାଡୁର ତ୍ରିଚୁରେ କେନ୍ଦ୍ର ସାହିତ୍ୟ ଏକାଡେମୀରେ ଅନୁବାଦକ ଭାବେ ବି କାର୍ଯ୍ୟ କରିଛନ୍ତି। ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଥମେ ସେ ସା. କଣ୍ଡାସାମୀଙ୍କ ଉପନ୍ୟାସ ଅନୁବାଦ କରିଥିଲେ । ସେ ମଧ୍ୟ ପେରୁମଲ ମୁରଗନଙ୍କ ‘ଅର୍ଦ୍ଧନାରୀ’ ଓ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ମେଲାନମଇ ପୋନ୍ନୁସାମୀଙ୍କ ଉପନ୍ୟାସ ଅନୁବାଦ କରିଛନ୍ତି। ତାଙ୍କୁ ଏବେ ବୟସ ୫୬ ବର୍ଷ। ସେ ତାମିଲରେ ଲିଖିତ ୯ଟି ଉପନ୍ୟାସ, ଶହ ଶହ କ୍ଷୁଦ୍ର ଗଳ୍ପକୁ ମାଲାୟାଲମରେ ଅନୁବାଦ କରିଛନ୍ତି। ଏହି ସବୁ ସୃଜନାମତ୍କ କାର୍ଯ୍ୟରେ ତାଙ୍କ ରୋଜିରୁଟି ଯୋଗାଡ କରିବା କଷ୍ଟକର ହୋଇପଡିଛି। ତେଣୁ ଏବେ ସେ ସକାଳୁ ସନ୍ଧ୍ୟା ଯାଏ ଶ୍ରମିକଭାବେ କାମ କରି ଫେରିବା ପରେ ଅନୁବାଦ କରିବାରେ ଲାଗିପଡ଼ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri