ଏଇ ଭାରତରେ

ପୋଲିସ ଉପରୁ ଭରସା ତୁଟିଗଲା ପରେ ଚୋରି ରୋକିବା ପାଇଁ ଏକ ଭିନ୍ନ ଉପାୟ ଆପଣାଉଥିବା ଘଟଣା ସାମ୍‌ନାକୁ ଆସିଛି ଛତିଶଗଡ଼ରେ। ସ୍କାର୍ଫ ଲଗାଇ ଗାଁରେ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି ଓ ନ ମାନିଲେ ଦେବାକୁ ପଡୁଛି ଜରିମାନା। ଧମତରି ଜିଲାର ମୁଖ୍ୟାଳୟଠାରୁ ୬୦ କିଲୋମିଟର ଦୂର ଚିଖଲି ପଞ୍ଚାୟତର ଗାଁଗୁଡ଼ିକରେ ଲାଗୁ କରାଯାଇଛି ଏପରି ଅଜବ କଟକଣା। ଏହି ଗାଁଗୁଡିକରେ ଲଗାତର ଚୋରି ହେଉଛି। ଏହି ଘଟଣା ସମ୍ବନ୍ଧରେ ଥାନାକୁ ଅବଗତ କରାଗଲେ ବି କିଛି ସୁଫଳ ମିଳୁନାହିଁ। ଚୋର ବି ଧରାପଡୁନାହାନ୍ତିି। ଥାନା ଉପରୁ ଲୋକଙ୍କ ଭରସା ତୁଟିଯିବା ପରେ ଚୋର କବଳରୁ ରକ୍ଷା ପାଇବା ପାଇଁ କେହି ସ୍କାର୍ଫ ଲଗାଇ ଗାଁରେ ପ୍ରବେଶ କରିପାରିବେ ନାହିଁ ବୋଲି କଟକଣା ଲଗାଯାଇଛି। ଏହି କଟକଣା ଲଗାଇବା ପାଇଁ ପଞ୍ଚାୟତର ସବୁ ଗାଁର ସମ୍ମତିିକ୍ରମେ ନିଷ୍ପତ୍ତି ହୋଇଛି। ମୁହଁରେ ସ୍କାର୍ଫ ଗୁଡାଇ ହୋଇ ଆସିଲେ କିଏ ଚୋର କିଏ ଗ୍ରାମବାସୀ ତାହା ଜଣାପଡୁ ନ ଥିବାରୁ ଏଭଳି କଟକଣାର ଆବଶ୍ୟକତା ରହିଛି ବୋଲି କୁହନ୍ତି ଗ୍ରାମବାସୀ। ପଞ୍ଚାୟତର ନିଷ୍ପତ୍ତିକୁ ଅମାନ୍ୟ କରି ଯେଉଁମାନେ ସ୍କାର୍ଫ ଲଗାଇ ଗାଁରେ ପ୍ରବେଶ କରିବେ ସେମାନେ ୫୦୦ ଟଙ୍କା ଜରିମାନା ଦେବେ ବୋଲି କୁହାଯାଇଛି। ଚୋରି ବନ୍ଦ କରିବାର ଏହି ଉପାୟ ଏବେ ଧମତରି ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

ବିନା ଉପହାରରେ ସମ୍ପର୍କ

ସାମାଜିକ ସମ୍ପର୍କର ଅସ୍ତିତ୍ୱ ବ୍ୟକ୍ତିକୈନ୍ଦ୍ରିକ ଯାହା ବ୍ୟକ୍ତି ନିର୍ଦ୍ଧାରଣ କରେ। ସମାଜ ଦ୍ୱାରା ମଣିଷର ସ୍ବଭାବ ତଥା ବ୍ୟକ୍ତିତ୍ୱ ମାପ କରାଯାଏ। ବ୍ୟକ୍ତିର ପ୍ରକୃତି, ଚରିତ୍ର ତଥା…

ଏଇ ଭାରତରେ

ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବତୀଯୁବକ ଚାକିରି ପଛରେ ଦୌଡ଼ୁଥିବାବେଳେ ଉତ୍ତର ପ୍ରଦେଶର ଅନଶୁଲ ମିଶ୍ରା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିବା ପରେ ଚାଷକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।…

ଜୀବନ ଗୀତାରେ ସତ

ଗୀତା ଧର୍ମ, କର୍ମ ଓ ବାସ୍ତବତାର ପ୍ରକୃତି ଉପରେ ଗଭୀର ଶିକ୍ଷା ପ୍ରଦାନ କରି ନିଃସ୍ବାର୍ଥପର କାର୍ଯ୍ୟ ଓ ଭକ୍ତିକୁ ଗୁରୁତ୍ୱ ଦେଇଥାଏ, ଯାହା ସଙ୍କଳ୍ପକୁ ଅନୁସନ୍ଧାନ…

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri