ଏଇ ଭାରତରେ

ଆଧୁନିକ ସମାଜରେ ଅନ୍ଧବିଶ୍ୱାସର ଏକ ଛବି ସାମ୍‌ନାକୁ ଆସିଛି ଛତିଶଗଡ଼ର କାଙ୍କେର ଜିଲାରେ। କାଙ୍କେର ଜିଲାର ତୁମସନାର୍‌ ଗାଁରେ ପ୍ରଚଳିତ ରହିଛି ଏକ ଅଜବ ପରମ୍ପରା। ଏହି ଗାଁରେ ଯଦି କୌଣସି ପ୍ରସୂତିଙ୍କର ମୃତ୍ୟୁ ହୋଇଯାଏ ପୁରୁଷମାନେ ତାଙ୍କ ଶବକୁ ଛୁଅନ୍ତି ନାହିଁ କି ଅନ୍ତିମ ସଂସ୍କାର କରନ୍ତିନାହିଁ। ତୁମସନାର୍‌ର ସୁକମୋତିନ ନାମକ ମହିଳା ଜିଲା ହସ୍ପିିଟାଲ୍‌ରେ ଏକ ଶିଶୁକୁ ଜନ୍ମ ଦେବା ପରେ ଶିଶୁଟିର ମୃତ୍ୟୁ ହୋଇଥିଲା। ସୁକମୋତିନ ଏହା ଶୁଣିବା ପରେ ବି ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ମା ଓ ଶିଶୁର ଶବ ଗାଁରେ ପହଞ୍ଚିବା ପରେ ଅନ୍ତିମ ସଂସ୍କାର ପାଇଁ କୌଣସି ପୁରୁଷ ଆସିନଥିଲେ। ଭୂତ ଭୟ ଯୋଗୁ ସେମାନେ ଶବର ଅନ୍ତିମ ଯାତ୍ରାରେ ବି ଯିବାକୁ ମନା କରିଦେଇଥିଲେ। କାରଣ ପ୍ରସୂତିଙ୍କ ଶବକୁ ଯଦି ଗାଁରେ ପୋତାଯାଏ ତେବେ ସେ ଭୂତ ପାଲଟିଯାଏ ବୋଲି ସେମାନଙ୍କର ଅନ୍ଧବିଶ୍ୱାସ ରହିଛି। କେବଳ ଏତିକି ନୁହେଁ ସେମାନେ ଶବକୁ ବି କାନ୍ଧରେ ନେବା ପାଇଁ ମନା କରିଦେଇଥିଲେ। ତେବେ ଏଭଳି ଅନ୍ଧବିଶ୍ୱାସରୁ ଊର୍ଦ୍ଧ୍ୱକୁ ଯାଇ ସ୍ଥାନୀୟ ମହିଳାମାନେ ଶବକୁ କାନ୍ଧରେ ନେଇଛନ୍ତି। ସେମାନେ ଶବକୁ ଅନ୍ତିମ ସଂସ୍କାର କରିବା ପାଇଁ କାନ୍ଧରେ ଗାଁ ବାହାରକୁ ନେଇ ପୋତିଛନ୍ତି। ଅନ୍ଧବିଶ୍ୱାସରେ ବୁଡ଼ି ରହିଥିବା ଲୋକମାନଙ୍କ ପାଇଁ ଏହି ଘଟଣା ଏକ ନୂଆ ବାଟ ଦେଖାଇବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ…

ଚାପରେ ଶିକ୍ଷାନୁଷ୍ଠାନ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍ତମ ବ୍ୟବସ୍ଥା, ଯାହା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ବିଭକ୍ତ। ବର୍ତ୍ତମାନ ଏହା…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

ରାଜନୀତିର ଚତୁର ବ୍ୟବସାୟୀ

ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri