ଏଇ ଭାରତରେ

ପାର୍ବଣର କୁମାରୀ ପୂଜା ପରମ୍ପରାରେ ମାନବବାଦ ଓ ସାମ୍ପ୍ରଦାୟିକ ସଦ୍‌ଭାବନାର ଛବି ଦେଖିତ୍ବାକୁ ମିଳିଛି କୋଲକାତାରେ। ପଶ୍ଚିମବଙ୍ଗ ଉତ୍ତର-୨୪ ପ୍ରଗଣାର ଜିଲା ବାଗୁଇହାଟିରେ ମୌସୁମୀ ଓ ତମଳ ଦତ୍ତ ତାଙ୍କ ଘରେ ୨୦୧୩ରୁ ଦୁର୍ଗାପୂଜା କରିଆସୁଛନ୍ତି। ପ୍ରତିବର୍ଷ ସେମାନେ ଭିନ୍ନ ଭିନ୍ନ ଜାତି ଓ ଧର୍ମର କୁମାରୀଙ୍କୁ କୁମାରୀ ପୂଜାରେ ସାମିଲ କରୁଛନ୍ତି। କିନ୍ତୁ ଏଥର ଦତ୍ତ ପରିବାର ଜଣେ ମୁସଲମାନ ଝିଅକୁ ମହାଷ୍ଟମୀ ଦିନ କୁମାରୀ ପୂଜାରେ ମା’ ରୂପରେ ପୂଜା କରିଛନ୍ତି। ଝିଅ ନାଁ ଫତିମା। ବୟସ ୪ ବର୍ଷ। ତାଙ୍କ ବାପାଙ୍କ ନାମ ମହମ୍ମଦ ତାହିର । ଆଗ୍ରାର ଫତେପୁର ସିକ୍ରିରେ ତାଙ୍କର ଏକ ତେଜରାତି ଦୋକାନ ରହିଛି। ଦତ୍ତ ପରିବାରର ଅନୁରୋଧକ୍ରମେ ଫତିମା ତାଙ୍କ ମା’ଙ୍କ ସହ ଆଗ୍ରାରୁ ଆସି କୋଲକାତାରେ ପହଞ୍ଚିଥିଲେ। କୋଲକାତାର କୌଣସି ପରିବାରରେ ମୁସଲମାନ ଝିଅଙ୍କୁ ପୂଜା କରାଯାଉ ନ ଥିବାବେଳେ ବାଗୁଇହାଟିରେ ଦତ୍ତମାନଙ୍କ ଦ୍ୱାରା ଏପରି ପୂଜା କରାଯିବା ଦେଶରେ ପ୍ରଥମ ଘଟଣା ବୋଲି କହିଛନ୍ତି ପୂଜାମଣ୍ଡପର ପୂଜକ। କୁମାରୀ ପୂଜାରେ ଫତିମାଙ୍କୁ ପୂଜା କରାଯାଇଥିବାରୁ ଫତିମାଙ୍କ ମା’ ବୁସ୍ରା ବିବି ବହୁତ ଖୁସି ରହିଛନ୍ତି ବୋଲି ଜଣାଇଛନ୍ତିି। ଦେଶରେ ହିନ୍ଦୁ ଓ ମୁସଲମାନ ମଧ୍ୟରେ ଏହା ମାନବବାଦର ସନ୍ଦେଶ ଦେଇପାରିବ ବୋଲି ଫତିମାଙ୍କ ମାମୁ ମହମ୍ମଦ ଇବ୍ରାହିମ କହିଛନ୍ତି। ୧୨୧ ବର୍ଷ ପୂର୍ବେ ସ୍ବାମୀ ବିବେକାନନ୍ଦ ଜଣେ ମୁସଲମାନ ନାବିକଙ୍କ ଝିଅକୁ କଶ୍ମୀରରେ ମା’ ରୂପରେ ପୂଜା କରିଥିଲେ। ତା’ପରେ ଏହା ଦ୍ୱିତୀୟ ଘଟଣା।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri