ଏଇ ଭାରତରେ

ଆସାମର ଗୋଟିଏ ଗଁାରେ ମୁସଲମାନ ସମ୍ପ୍ରଦାୟର ଲୋକେ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରି ଉଦାହରଣ ସୃଷ୍ଟି କରିଛନ୍ତି। ଏହି ରାଜ୍ୟର କାମରୂପ ଜିଲାର ମୁସଲମାନ ଅଧ୍ୟୁଷିତ ଖାନ୍ଦିକର ଗଁାରେ ୬୫ବର୍ଷ ବୟସ୍କ ରାଜକୁମାର ଗୌର ୨୫ ବର୍ଷରୁ ଊର୍ଦ୍ଧ୍ୱ କାଳ ହେଲା ରହିଆସୁଥିଲେ। ସଦ୍ଦାମ ହୁସେନ ନାମକ ଜଣେ ବ୍ୟକ୍ତି ନିଜ ବାଡ଼ିରେ ରାଜକୁମାରଙ୍କ ପାଇଁ ଘର ତୋଳାଇ ଦେଇଥିଲେ। ଶନିବାର ରାଜକୁମାର ମୃତ୍ୟୁବରଣ କରିବା ପରେ ହୁସେନ ଓ ତାଙ୍କ ସାଙ୍ଗସାଥୀ ଟଙ୍କା ଚାନ୍ଦା କରିବା ସହିତ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ସଂସ୍କାର କରିବାକୁ ଆବଶ୍ୟକ ସାମଗ୍ରୀ କିଣିଥିଲେ ଏବଂ ପୁରୋହିତଙ୍କୁ ଡାକିଥିଲେ। ମୁସଲମାନ ଭାଇମାନେ ରାଜକୁମାରଙ୍କ ମୃତଦେହକୁ ସଂସ୍କାରସ୍ଥଳକୁ ନେଇଥିଲେ। ପୁରୋହିତଙ୍କ ବୈଦିକ ମନ୍ତ୍ରୋଚ୍ଚାରଣ ସହିତ ରାଜକୁମାରଙ୍କ ଶବାଧାରରେ ଅଗ୍ନି ସଂଯୋଗ କରାଯାଇ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରାଯାଇଥିଲା। ହୁସେନଙ୍କ କହିବା ଅନୁଯାୟୀ, ଉତ୍ତରପ୍ରଦେଶର ବାସିନ୍ଦା ତଥା ରାଜକୁମାରଙ୍କ ପିତା ଆସାମରେ ରେଲଓ୍ବେ ବିଭାଗରେ ଚାକିରି କରୁଥିଲେ। ପିତାଙ୍କ ମୃତ୍ୟୁ ପରେ ରାଜକୁମାରଙ୍କୁ ରେଲଓ୍ବେ କ୍ୱାର୍ଟର ଛାଡ଼ିବାକୁ ପଡିଥିଲା। ସେ ବାସହୀନ ହୋଇପଡ଼ିବାରୁ ତାଙ୍କ ପାଇଁ ନିଜ ବାଡିରେ ସେ ବାସଘର ଖଣ୍ଡିଏ ତୋଳାଇ ଦେଇଥିଲେ। ସେହିଦିନଠାରୁ ସେ ପରିବାର ସହ ସେଠାରେ ରହିଆସୁଛନ୍ତି। ରାଜକୁମାର ହିନ୍ଦୁ ହୋଇଥିଲେ ହେଁ ମୁସଲମାନଙ୍କ ଧର୍ମୀୟ ଓ ସାମାଜିକ ଉତ୍ସବରେ ଅଂଶଗ୍ରହଣ ନିୟମିତ କରୁଥିଲେ। ରାଜକୁମାରଙ୍କ ଭଳି ଜଣେ ବେସାହାରା ହିନ୍ଦୁ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରି ମୁସଲମାନ ଭାଇମାନେ ଯେଉଁ ନିଆରା ଭାଇଚାରାର ଉଦାହରଣ ସୃଷ୍ଟି କରିଛନ୍ତି ତାହା ସମାଜରେ କେତେକ ବିରଳ ଘଟଣା ମଧ୍ୟରୁ ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri