ଏଇ ଭାରତରେ

ସହକର୍ମୀଙ୍କୁ କାନ୍ଧରେ ଶ୍ମଶାନ ପର୍ଯ୍ୟନ୍ତ ବୋହିନେଲେ ମହିଳା ଅଙ୍ଗନଓ୍ବାଡ଼ି କର୍ମୀ। ମଧ୍ୟପ୍ରଦେଶର କଟ୍‌ନି ଜିଲାରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଜଣେ ମହିଳା ଅଙ୍ଗନଓ୍ବାଡି କର୍ମୀଙ୍କୁ ଶେଷ ବିଦାୟ ଦେବାକୁ ଏକାଠି ହୋଇଥିଲେ ଆଖପାଖ ଅଞ୍ଚଳର ସମସ୍ତ ମହିଳା ଅଙ୍ଗନଓ୍ବାଡି କର୍ମୀ। ସମାଜର ରୁଢ଼ିବାଦୀ ଚିନ୍ତାଧାରାକୁ ଏହି ମହିଳାମାନେ ବଦଳାଇ ଦେଇଛନ୍ତି। କଟ୍‌ନି ଜିଲାର ବିଜୟରାଘବଗଡ଼ ବ୍ଲକ ଅଧୀନରେ ଅଙ୍ଗନଓ୍ବାଡି କର୍ମୀ ଭାବେ କାମ କରୁଥିଲେ ପ୍ରେମା କୋଲ। ବୁଧବାର ତାଙ୍କର ହଠାତ୍‌ ମୃତ୍ୟୁ ହୋଇଯାଇଥିଲା। ଏହି ଖବର ପାଇବା ପରେ ସେହି ବ୍ଲକ ଅଧୀନରେ ଥିବା ସମସ୍ତ ମହିଳା ଅଙ୍ଗନଓ୍ବାଡି କର୍ମୀ ଏକାଠି ହୋଇଥିଲେ। ପ୍ରେମାଙ୍କ ସ୍ବାମୀ ରୋଗଗ୍ରସ୍ତ ହୋଇଥିବା ବେଳେ ତାଙ୍କର ୧୦ ବର୍ଷର ପୁଅ ଓ ୧୫ ବର୍ଷର ଝିଅ ଅଛନ୍ତି। ତେବେ ପ୍ରେମା ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ ଥିଲେ। ତାଙ୍କର ହଠାତ୍‌ ମୃତ୍ୟୁ ହୋଇଯିବା ଯେମିତି ପରିବାର ଉପରେ ଆକାଶ ଛିଡିପଡିବା ଭଳି ପରିସ୍ଥିତି ସୃଷ୍ଟି କରିଥିଲା। ପ୍ରେମାଙ୍କର ଅନ୍ତିମ ସଂସ୍କାର ପାଇଁ ପରିବାର ସଦସ୍ୟ କିଛି ଚିନ୍ତାକରି ପାରୁ ନ ଥିବା ବେଳେ ଏମାନଙ୍କୁ ସହଯୋଗର ହାତ ବଢ଼ାଇଥିଲେ ବିଜୟରାଘବଗଡ଼ ବ୍ଲକ ଅଧୀନରେ କାମ କରୁଥିବା ସମସ୍ତ ମହିଳାକର୍ମୀ। ଏଠାରେ ସାଧାରଣତଃ ପୁରୁଷମାନଙ୍କ ଦ୍ୱାରା ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ପ୍ରେମାଙ୍କ ଅନ୍ତିମ ସଂସ୍କାରରେ ଦେଖାଦେଇଥିଲା ବ୍ୟତିକ୍ରମ। ମହିଳା ଅଙ୍ଗନଓ୍ବାଡି କର୍ମୀମାନେ ପ୍ରେମାଙ୍କ ଅନ୍ତିମ ସଂସ୍କାର ପାଇଁ କିଛି କିଛି ଅର୍ଥ ଚାନ୍ଦା କରିବା ସହ ତାଙ୍କ ମୃତଦେହକୁ ଶ୍ମଶାନ ପର୍ଯ୍ୟନ୍ତ କାନ୍ଧେଇ ନେଇଯାଇଥିଲେ। ଏହି ସମୟରେ ସମସ୍ତଙ୍କ ଆଖିର ଲୁହ ସାରା ପରିବେଶକୁ ଶୋକାକୁଳ କରି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri