ଏଇ ଭାରତରେ

ଭାରତରେ ପୁଣି ତାଲିବାନୀ ନିଷ୍ପତ୍ତି- ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ପୂରା ସତ। ବିହାରର ମଧୁବନୀ ଜିଲାର ହତ୍ଥାପୁର ପରସା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ନେତୃତ୍ୱରେ ଓ ଏବକାର ସରପଞ୍ଚଙ୍କ ଅଧ୍ୟକ୍ଷତାରେ ପରସା ଗାଁରେ ଅନୁଷ୍ଠିତ ବୈଠକରେ ଅଜବ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତ ଲଗାଇଛି ତୋଗଲକୀ କଟକଣା। ଗାଁର କୌଣସି ଝିଅ ଏକୁଟିଆ ମୋବାଇଲରେ କଥା ହୋଇପାରିବେ ନାହିଁ। ଯଦି ଚାହିଁବେ ଅଭିଭାବକଙ୍କ ସମ୍ମୁଖରେ କଥା ହୋଇପାରିବେ। ଝିଅମାନେ ବାହାରକୁ ଯାଇଥିତ୍ଲେ ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବାକୁ ବାଧ୍ୟ। କଟକଣାରୁ ଶୌଚ ବି ବାଦ୍‌ ପଡିନି। ସନ୍ଧ୍ୟା ପରେ ଓ ସକାଳ ହେବା ପୂର୍ବରୁ ପରସା ଗାଁର କୌଣସି ଝିଅ ପଦାକୁ ଶୌଚ ପାଇଁ ଯାଇପାରିବେ ନାହିଁ ବୋଲି ପଞ୍ଚାୟତର ବୈଠକରେ ନିଷ୍ପତ୍ତି ନିଆଯାଇଛି। କେହି ଗାଁରେ ଅଶ୍ଳୀଳ ଭୋଜପୁରୀ ସଙ୍ଗୀତ ବଜାଇପାରିବେ ନାହିଁ। ଗାଁର କୌଣସି ବ୍ୟକ୍ତି ବି ନିଶାସେବନ କରିପାରିବେ ନାହିଁ। କେହି ରାସ୍ତାକଡରେ ଖୋଲାରେ ଶୌଚ କରିପାରିବେ ନାହିଁ। ରାତି ସାଢେ ୮ଟା ପରେ ଦଳ ଦଳ ହୋଇ ରାସ୍ତାରେ ବୁଲିବା ଉପରେ କଟକଣା ଲଗାଯାଇଛି। ଗାଁର ସବୁ ଉତ୍ସବରେ ବାଜା ବନ୍ଦ। ବିବାହ ଉତ୍ସବରେ ରାସ୍ତାରେ ଝିଅ-ପୁଅ ନାଚିବା ମନା। ଯଦି ନାଚିବେ ତେବେ ଘର ଭିତରେ ନାଚିପାରିବେ। ପରିବେଶ ଦୂଷିତ ନ ହେବା, ସାମାଜିକ ଶାନ୍ତି କେମିତି ବଜାୟ ରହିବ ସେଥିପାଇଁ ଏହି ନିଷ୍ପତ୍ତି ଗ୍ରାମବାସୀଙ୍କ ସହ ବିଚାରବିମର୍ଶ କରାଯାଇ ନିଆଯାଇଥିବା ସରପଞ୍ଚ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri