ଉପସ୍ଥାନକୁ ନେଇ ପୌର କାର୍ଯ୍ୟାଳୟରେ ବିବାଦ

ଅନୁଗୋଳ ଅଫିସ, ୧୭।୮ – ଅନୁଗୋଳ ପୌରପାଳିକାରେ ସ୍ବାଧୀନତା ଦିବସ ପାଳନ ପୂର୍ବରୁ କର୍ମଚାରୀଙ୍କ ଉପସ୍ଥାନ ନେଇ ଏକ ବିବାଦୀୟ ସ୍ଥିତି ଉପୁଜିଥିଲା। ପୌର ନିର୍ବାହୀ ଅଧିକାରୀ ସକାଳ ୭.୩୦ ସୁଦ୍ଧା ସମସ୍ତ କର୍ମଚାରୀ ଉପସ୍ଥିତ ରହିବାକୁ ନୋଟିସ ଜାରି କରିଥିଲେ। କର୍ମଚାରୀମାନେ ମଧ୍ୟ ୭.୨୦ ମଧ୍ୟରେ ପହଞ୍ଚତ୍ ଯାଇଥିଲେ। କିନ୍ତୁ କର୍ମଚାରୀଙ୍କ ଉପସ୍ଥାନ ଖାତାରେ ପୌରନିର୍ବାହୀ ଯନ୍ତ୍ରୀ ଅନୁପସ୍ଥିତ ଦର୍ଶାଇବା ବା ଛକି ଚିହ୍ନ ମାରିଥିଲେ। ଯାହାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ପୌର କର୍ମଚାରୀମାନେ ନିର୍ବାହୀ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ସ୍ବତନ୍ତ୍ର ଦିନ ଗୁଡ଼ିକରେ ଉପସ୍ଥାପନ ଖାତାରେ ଉକ୍ତ ଦିନ ଲେଖାଯାଇଥାଏ। କିନ୍ତୁ ଛକି କାହିଁକି ମରାଗଲା ବୋଲି କର୍ମଚାରୀମାନେ ପ୍ରଶ୍ନ କରିବା ସହ ପତାକା ଉତ୍ତୋଳନ ପରେ ସମସ୍ତେ ଚାଲି ଯାଇଥିଲେ। ଏ ନେଇ ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନାଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri