ଉପନିବେଶବାଦର କୂଟନୀତି ଓ ଆମ ଅର୍ଥନୀତି

ଡ. ଅସୀମା ସାହୁ

ଆଶ୍ଚର୍ଯ୍ୟର କଥା ଆଜି ମଧ୍ୟ ବିଶ୍ୱ ତଥା ଆମ ଦେଶର କିଛି ବୁଦ୍ଧିଜୀବୀ ୨୦୦ ବର୍ଷର ଇଂରେଜ ଶାସନକୁ ସକାରାତ୍ମକ ଦୃଷ୍ଟିରେ ଦେଖନ୍ତି। ଭାରତର ଦୃଢ଼ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବ୍ରିଟିଶରମାନଙ୍କୁ ତର୍କ ମାଧ୍ୟମରେ ପ୍ରଶଂସା କରନ୍ତି। ଇଂରେଜମାନେ ଭାରତରେ ଅନେକ ସାମାଜିକ ସଂସ୍କାର ଆଣିଥିବାର କୁହାଯାଏ। ବ୍ରିଟିଶ ରାଜୁତି ବେଳେ ସତୀଦାହ ପ୍ରଥା, ବାଲ୍ୟ ବିବାହ ଓ ଜାତିପ୍ରଥା ପରି ଘୃଣ୍ୟ ପରମ୍ପରାର ଉଚ୍ଛେଦ ହେଲା। ଗଣତାନ୍ତ୍ରିକ ଚେତନାର ବିକାଶ ହେବା ସହ ଶିକ୍ଷାର ପ୍ରସାର କରାଗଲା। ଏ ସମସ୍ତ ସଂସ୍କାରଧର୍ମୀ କାର୍ଯ୍ୟ ପାଇଁ ସେମାନେ ଗର୍ବ ଅନୁଭବ କରନ୍ତି। କିନ୍ତୁ ସେମାନଙ୍କ ଅପେକ୍ଷା ସେ ସମୟର ଜନନାୟକମାନଙ୍କର ବଳିଷ୍ଠ ଉଦ୍ୟମ ଅଧିକ ଗୁରୁତ୍ୱପୂର୍ଣ୍ଣ। ରାଜା ରାମମୋହନ ରାଏ ସତୀଦାହ ପ୍ରଥାର ଉଚ୍ଛେଦ ପାଇଁ ସମର୍ପିତ ଥିଲେ। ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ବାଲ୍ୟବିବାହ ଉଚ୍ଛେଦ ଓ ବିଧବା ବିବାହ ପ୍ରଚଳନ ପାଇଁ ପ୍ରଚେଷ୍ଟା କରିଥିଲେ। କେଶବ ଚନ୍ଦ୍ର ପର୍ଦ୍ଦା ପ୍ରଥାର ଘୋର ବିରୋଧ କରିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀ ଅସ୍ପୃଶ୍ୟତା ବିରୋଧରେ ଦୃଢ଼ ସ୍ବର ଉତ୍ତୋଳନ କରିଥିଲେ। ଦଳିତଙ୍କ ଅଧିକାର ପାଇଁ ଡ. ଭୀମରାଓ ଆମ୍ବେଦକରଙ୍କ ଭୂମିକା ଅତୁଳନୀୟ ଥିଲା। ଏହି ମହାନ୍‌ ଜନନାୟକମାନଙ୍କର ଜନସଚେତନତା କାର୍ଯ୍ୟକ୍ରମ, ଦୃଢ଼ ସଙ୍ଗଠନ ଓ ହୃଦୟସ୍ପର୍ଶୀ ଭାଷଣ ଦ୍ୱାରା ସାଧାରଣ ଜନତା ବେଶ୍‌ ପ୍ରଭାବିତ ହେଲେ। ଜନଜାଗରଣ ସୃଷ୍ଟି ହେଲା। ସାମାଜିକ ପରିବର୍ତ୍ତନ ଆସିଲା।
ଯେଉଁ ଶିଳ୍ପ ବିପ୍ଳବକୁ ବିଶ୍ୱ ଇତିହାସ ଏତେ ଗୌରବମଣ୍ଡିତ କରେ, ପ୍ରକୃତରେ ତାହା ଭାରତୀୟ ଶିଳ୍ପକୁ ଧ୍ୱଂସ କରି ସଂଘଟିତ ହୋଇଥିଲା। ପରିସଂଖ୍ୟାନ ଅନୁଯାୟୀ ବ୍ରିଟିଶରମାନେ ଭାରତରେ ପ୍ରବେଶ କରିବା ବେଳେ ବିଶ୍ୱ ଅର୍ଥନୀତିରେ ଭାରତର ଅଂଶ ୨୩ ଶତକଡ଼ା ଥିଲା। ଅଥଚ ସେମାନେ ଭାରତ ଛାଡ଼ି ଗଲାବେଳେ ତାହା ଶତକଡ଼ା ୪ରୁ କମ୍‌କୁ ଖସି ଆସିଥିଲା। ଇଂରେଜ ଶାସନ ପୂର୍ବରୁ ବିଶ୍ୱ ତଥା ୟୁରୋପ ବଜାରରେ ଭାରତୀୟ କୁଟୀରଶିଳ୍ପ ଓ ହସ୍ତତନ୍ତର ବେଶ୍‌ ଚାହିଦା ଥିଲା। ଅବିଭକ୍ତ ଭାରତର କାରିଗରି ଦ୍ରବ୍ୟ ସବୁ ବିଦେଶରେ ଭଲ ବ୍ୟବସାୟ କରୁଥିଲେ। ସେଥିରେ ଢାକାର ମୁସୋଲିନ୍‌, ଲାହୋରର ଧୋତି-ଚାଦର, ଲକ୍ଷ୍ନୌର ଟିକନ୍‌ କାମ, ନାଗପୁରର ସିଲ୍କ ବର୍ଡର କାମ, ବନାରସ ଓ ମୁର୍ସିଦାବାଦର ବ୍ରାସ୍‌, କପର୍‌, ବ୍ରୋଞ୍ଜ ପାତ୍ର, ଓଡ଼ିଶାର ତାରକସୀ, ଟସର ଓ ହାତବୁଣା ଲୁଗା, ଲାଖ ସମେତ ବିଭିନ୍ନ ବନ୍ୟଜାତ ଦ୍ରବ୍ୟ ଅନ୍ତର୍ଭୁକ୍ତ। କାଚ-ଶିଳ୍ପ ସହ ହାତୀ ଦାନ୍ତ, କାଠ ଶିଳ୍ପ, ଗହଣା, ଚମଡ଼ା, ଧାତୁ ଶିଳ୍ପ ଓ ମାର୍ବଲ ଆଦି ସାମଗ୍ରୀ ବିଶ୍ୱ ବଜାରକୁ ଅକ୍ତିଆର କରି ରଖିଥିଲେ। ମାତ୍ର ବ୍ରିଟିଶ ଶାସକ ୧୮୦୦ ମସିହାରେ ପ୍ରଥମ ନିୟମ ପ୍ରଣୟନ କରି ଶିଳ୍ପର ଭିତ୍ତିଭୂମି ଉପରେ ରୋକ୍‌ ଲଗାଇଦେଲେ। ପତଳା ସିଲ୍କ ବସ୍ତ୍ର ଉତ୍ପାଦନ କରୁଥିବା କୁଶଳୀ କାରିଗରଙ୍କ ତନ୍ତକୁ ଭାଙ୍ଗି ଦିଆଯାଇ ଆଙ୍ଗୁଠି କାଟି ଦିଆଗଲା। ଆମ ଦେଶରୁ କଞ୍ଚାମାଲ ବ୍ରିଟେନ୍‌ ଗଲା। ସେଠାରୁ ବସ୍ତ୍ର ଓ ବିଭିନ୍ନ ଦ୍ରବ୍ୟ ଉତ୍ପାଦନ କରି ବ୍ରିଟେନ ବିଶ୍ୱରେ ବୃହତ୍‌ ଯୋଗାଣକାରୀ ରାଷ୍ଟ୍ରରେ ପରିଣତ ହେଲା। ଅଥଚ ଭାରତୀୟ କାରିଗରଙ୍କ ଘରୋଇ ଉତ୍ପାଦନ ଉପରେ ବିଭିନ୍ନ ଶୁଳ୍କ ଓ ଟିକସର ଭାର ଲଦି ଦିଆଗଲା। ଫଳରେ ହଜାର ହଜାର କୁଶଳୀ କାରିଗର ଜୀବିକା ହରାଇଲେ। ବ୍ରିଟିଶରମାନେ ଭାରତରେ ପ୍ରବେଶ କରିବା ପୂର୍ବରୁ ବିଶ୍ୱ ବାଣିଜ୍ୟରେ ବସ୍ତ୍ର ରପ୍ତାନି କ୍ଷେତ୍ରରେ ଭାରତର ଅଂଶ ୨୭ ଶତକଡ଼ା ଥିଲା। ଅଥଚ ସେମାନେ ଭାରତ ଛାଡ଼ି ଚାଲିଗଲା ବେଳେ ତାହା କମି ଆସି ଶତକଡ଼ା ୨ ମଧ୍ୟ ରହିଲା ନାହିଁ।
ପ୍ରକାଶଥାଉ କି ପାଖାପାଖି ସମୟରେ ଭାରତ ସହିତ କାନାଡ଼ା ଏବଂ ଅଷ୍ଟ୍ରେଲିଆରେ ରେଳ ଲାଇନ୍‌ ବିଛାଯାଇଥିଲା। ପ୍ରତି କିଲୋମିଟର ପାଇଁ କାନାଡ଼ା ଓ ଅଷ୍ଟ୍ରେଲିଆର ରେଳପଥ ତିଆରିରେ ଯେତିକି ଖର୍ଚ୍ଚ ହୋଇଥିଲା ଭାରତରେ ହୋଇଥିଲା ତା’ର ଦୁଇଗୁଣ। ଠିକାଦାର ଥିଲେ ଇଂରେଜ। ଅନେକ ଉଚ୍ଚ ଦରରେ ସେମାନଙ୍କୁ ଠିକା କାମ ଦିଆଗଲା। ରେଳ ଚଳାଚଳର ବୈଷୟିକ ଜ୍ଞାନ ଭାରତୀୟଙ୍କୁ ହସ୍ତାନ୍ତର କରାଯାଇ ନ ଥିଲା। ଗରିବ ଭାରତୀୟଙ୍କ ଟିକସ ପଇସାରେ ଇଂରେଜୀ ଠିକାଦାରଙ୍କ ସମ୍ପତ୍ତି ବୃଦ୍ଧି କରାଗଲା। ଅର୍ଥନୀତିରେ ଯାହାକୁ କହନ୍ତି- ”ବେସରକାରୀ ଇଂରେଜଙ୍କ ମୁନାଫା, ଅଥଚ ଭାରତୀୟ ଜନତାର ଦାୟ।“ ଦୁର୍ଭିକ୍ଷର କରୁଣ ପରିସ୍ଥିତି ସ୍ବରୂପ ଭାରତରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ୧ କୋଟି ୫୦ ଲକ୍ଷରୁ ୨ କୋଟି ୯୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ସବୁଠାରୁ କଷ୍ଟକର କଥା ହେଲା ବେଙ୍ଗଲ ଦୁର୍ଭିକ୍ଷ ସମୟରେ ଓ୍ବିନ୍‌ଷ୍ଟନ ଚର୍ଚ୍ଚିଲ ବେଙ୍ଗଲକୁ ଖାଦ୍ୟଶସ୍ୟ ଯୋଗାଣ ବନ୍ଦ କରିଦେଇ ୟୁରୋପକୁ ପଠାଇଦେଲେ। ଏହାର ଆପତ୍ତି କରିବାରୁ ଗାନ୍ଧିଜୀ କାହିଁକି ମରିନାହାନ୍ତି ବୋଲି ସେ ଫାଇଲ ଉପରେ ଲିଖିତ ମନ୍ତବ୍ୟ ଦେଲେ। ଶେଷରେ ୪୦ ଲକ୍ଷ ବଙ୍ଗୀୟ ଦୁର୍ଭିକ୍ଷରେ ପ୍ରାଣ ହରାଇଲେ।
ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ସୈନ୍ୟର ଏକ ଷଷ୍ଠାଂଶ ଭାରତୀୟ ଥିଲେ, ଯାହାର ସଂଖ୍ୟା ୧୩ ଲକ୍ଷ। ୫୪ ହଜାର ଭାରତୀୟ ପ୍ରକୃତରେ ଯୁଦ୍ଧରେ ଜୀବନ ହାରିଲେ। ୬୫ ହଜାର କ୍ଷତାକ୍ତ ହେଲେ। ୪ ହଜାର ବନ୍ଦୀ କିମ୍ବା ନିରୁଦ୍ଦିଷ୍ଟ ହୋଇଗଲେ। ସେହି ସମୟରେ ଭାରତୀୟ କରଦାତାମାନଙ୍କ ୧୦ କୋଟି ପାଉଣ୍ଡ ଯୁଦ୍ଧ ପାଇଁ ଲାଗିଥିଲା। ୧ କୋଟି ୭୦ ଲକ୍ଷ ରାଉଣ୍ଡର ଗୁଳିଗୋଳା, ୬ ଲକ୍ଷ ରାଇଫଲ ଓ ମେଶିନଗନ ତଥା ୪ କୋଟି ୨୦ ଲକ୍ଷ ସିଲେଇ ବସ୍ତ୍ର ଭାରତରୁ ପଠାଯାଇଥିଲା। କେବଳ ସେତିକି ନୁହେଁ, ୧ ଲକ୍ଷ ୭୩ ହଜାର ପଶୁ ସମ୍ପଦ ଓ ୩ କୋଟି ୭୦ ଲକ୍ଷ ଟନ୍‌ର ରସଦ ମଧ୍ୟ ଯୁଦ୍ଧ ପାଇଁ ଦିଆଯାଇଥିଲା। ଭାରତ ଦାରିଦ୍ର୍ୟ ଓ ଭୋକରେ ଶଢ଼ୁଥିବା ବେଳେ ୮୦୦ କୋଟି ପାଉଣ୍ଡ ଯୁଦ୍ଧ ପାଇଁ ଖର୍ଚ୍ଚ କରିଥିଲା। ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂଲଣ୍ଡର ମିତ୍ରଶକ୍ତି ସପକ୍ଷରେ ୨୫ ଲକ୍ଷ ଭାରତୀୟ ସୈନିକ ବ୍ରିଟେନ ପାଇଁ ଯୋଗ ଦେଇଥିଲେ। ୧୯୪୫ ମସିହା ବେଳକୁ ଦେଖାଗଲା ଏହି ବିଶ୍ୱଯୁଦ୍ଧ ପାଇଁ ବ୍ରିଟେନ ୩୦୦ କୋଟି ପାଉଣ୍ଡ ଋଣ କରିଥିଲେ। ସେଥିରୁ ଭାରତରୁ ଋଣ ହୋଇଥିଲା ୧୨୫ କୋଟି ପାଉଣ୍ଡ। ପରିତାପର ବିଷୟ ଏହି ଋଣକୁ ଇଂରେଜମାନେ କେବେ ବି ପରିଶୋଧ କରି ନ ଥିଲେ। ରବର୍ଟ କ୍ଲାଇଭ୍‌ଙ୍କ ଭଳି ଜଘନ୍ୟ ଉପନିବେଶବାଦୀଙ୍କୁ ଲକ୍ଷ୍ୟ ରଖି ଭାରତୀୟ ଶବ୍ଦ ‘ଲୁଟ୍‌’ ଏକ ଇଂଲିଶ ଶବ୍ଦରେ ପରିଣତ ହେଲା ଏବଂ ଇଂଲିଶ ଭାଷା-କୋଷରେ ସ୍ଥାନିତ ହୋଇଗଲା। ତାଙ୍କୁ ନିଜ ଦେଶର ନାଗରିକ ବୋଲି ପରିଚୟ ଦେବା ପାଇଁ ଇଂରେଜମାନେ କୁଣ୍ଠିତ ହେଲେ ଏବଂ ଭାରତରେ ତାଙ୍କ କଳା କାରନାମା କାରଣରୁ ‘ଭାରତୀୟ କ୍ଲାଇଭ’ ବୋଲି କହି ତାଚ୍ଛଲ୍ୟ କରୁଥିଲେ।
ଏ ସମସ୍ତ ପରିସଂଖ୍ୟାନ ଓ ତଥ୍ୟରୁ ଏହା ସ୍ପଷ୍ଟ ଯେ, ବ୍ରିଟିଶରାଜ ଲୁଣ୍ଠନର ଭିତ୍ତିଭୂମି ଉପରେ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲା। ଉପନିବେଶବାଦର କୂଟନୈତିକ ନୀତି ନିର୍ଦ୍ଧାରଣ କରାଯାଇ ସମୃଦ୍ଧ ଭାରତର ଆର୍ଥିକ ମେରୁଦଣ୍ଡକୁ ଧରାଶାୟୀ କରିଦିଆଗଲା। ବାଣିଜି୍ୟକ ପେଣ୍ଠସ୍ଥଳ ଥିବା ସହରଗୁଡ଼ିକ ଧ୍ୱସ୍ତବିଧ୍ୱସ୍ତ ହୋଇଗଲେ। ତେଣୁ ଆଜି ସ୍ବାଧୀନ ହେବାର ୭୪ ବର୍ଷ ପରେ ଆମେ ଏ ଭ୍ରମରେ ରହିବା ଉଚିତ ନୁହେଁ ଯେ ଇଂରେଜମାନେ ଆମକୁ ସଭ୍ୟତା କ’ଣ ଶିଖାଇଥିଲେ, ଆମ ଅର୍ଥନୀତିର ଭିତ୍ତିଭୂମିକୁ ସଜାଡ଼ି ଥିଲେ କିମ୍ବା ଆମକୁ ଶିକ୍ଷିତ କରିଥିଲେ।
ଅଧ୍ୟକ୍ଷା, ଏସ୍‌ସିବି ଡିଗ୍ରୀ ମହାବିଦ୍ୟାଳୟ ରାଗଧା, ମୟୂରଭଞ୍ଜ
ମୋ: ୯୪୩୭୩୮୦୭୭୦


Enter your email to get our daily news in your inbox.

All Right Reserved By Dharitri.Com

ଚରିତ୍ର କିଣି ହୁଏନି

ଚିତ୍ର ଦିଶେ। ଦୃଶ୍ୟ ଦିଶେ। ଅନେକ ଜଡ଼ବସ୍ତୁ ସହ ଜୀବନ୍ତ ଗଛଲତା, ଜୀବଜନ୍ତୁ, ସର୍ବୋପରି ପ୍ରାଣୀ ଶ୍ରେଷ୍ଠ ମଣିଷ ବି ଦେଖାଯାନ୍ତି ନଗ୍ନ ଆଖିକୁ। ହେଲେ ମଣିଷର…

ଭଲ ପିଲାର ସଂଜ୍ଞା

ରାସ୍ତାର ଦୁଇ ପଟେ ଦୁଇଟି ଗଛ। ଆମ୍ବ ଗଛ। ଦୁଇ ଗଛରେ ପ୍ରଚୁର ଆମ୍ବ ଫଳିଛି। ପାଚିଛି ଓ ସୁନ୍ଦର ଦିଶୁଛି। ଗୋଟିଏ ଗଛ ତଳେ ପିଲାମାନେ…

ହର୍ମୁଜରୁ ତାଇଓ୍ବାନ

ଅଧିକାଂଶ ସ୍କୁଲପିଲାଙ୍କୁ ଶିକ୍ଷା ଦିଆଯାଉଛି ଯେ, ପୃଥିବୀର ପରିଧିର ଲମ୍ବ ପାଖାପାଖି ୨୫,୦୦୦ ମାଇଲ ବା ୪୦,୦୦୦ କିଲୋମିଟର। ହେଲେ ସେମାନେ ଜାଣିନାହାନ୍ତି ଯେ, ଏହା ମଧ୍ୟରୁ…

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri