ଉଦ୍‌ଘାଟନ ହୋଇପାରୁନି ବସ୍‌ଷ୍ଟାଣ୍ଡ

ଅନୁଗୋଳ ଅଫିସ, ୨୬।୮:  ଅନୁଗୋଳରେ ନିର୍ମାଣାଧୀନ ଅତ୍ୟାଧୁନିକ ସରକାରୀ ବସ୍‌ଷ୍ଟାଣ୍ଡ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆଉ ଅଳ୍ପ କିଛି କାର୍ଯ୍ୟ ଶେଷ ହେଲେ ତାହାକୁ ଉଦ୍‌ଘାଟନ କରାଯିବ। ଗତ ୧୫ ତାରିଖରେ ଏହାର ଉଦ୍‌ଘାଟନ ପାଇଁ ପୂର୍ବରୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ। ନିକଟରେ ୩ଟି ଦୋକାନ ଜବରଦଖଲରେ ରହିଥିବାରୁ ଏହି କାର୍ଯ୍ୟ ବିଳମ୍ବ ହେଉଥିବା ଓଏସ୍‌ଆରଟିସିର ୟୁନିଟ୍‌ ଇନ୍‌ଚାର୍ଜ ମାଗୁଣି ମହାନ୍ତି କହିଛନ୍ତି। ୧ ଏକର ୧୪ ଡିସିମିଲ ଜାଗାରେ ନିର୍ମାଣ ହେଉଥିବା ଏହି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ପାଇଁ ରାଜ୍ୟ ସରକାର ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏଠାରେ ଗୋଟିଏ ଛାତ ତଳେ ଟିକେଟ ଘର ସହ ଓଏସ୍‌ଆର୍‌ଟିସି କାର୍ଯ୍ୟାଳୟ, ଚାଳକ/ହେଲପରଙ୍କ ବିଶ୍ରାମାଗାର, କ୍ୟାଣ୍ଟିନ, ଯାତ୍ରୀ ବିଶ୍ରାମାଗାର ରହିବ। ସେହିପରି ବସ୍‌ଷ୍ଟାଣ୍ଡ ପରିସରରେ ୧୭ କୋଠରି ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ, ୬ଟି ବସ୍‌ ଟର୍ମିନାଲ ଓ ଗୋଟିଏ ଗ୍ୟାରେଜ ରହିବ। ଯାତ୍ରୀଙ୍କୁ ୨୪ ଘଣ୍ଟିଆ ୱାଇଫାଇ ସେବା ମଧ୍ୟ ମିଳିବ। କିନ୍ତୁ ଲକ୍ଷ୍ୟଧାର୍ଯ୍ୟ ସମୟ ଗଡ଼ି ଯାଇଥିଲେ ବି କାର୍ଯ୍ୟ ଶେଷ ହୋଇପାରୁ ନାହିଁ କି ପ୍ରଶାସନ ଜବରଦଖଲ ସମ୍ପୂର୍ଣ୍ଣ ଉଚ୍ଛେଦ ମଧ୍ୟ କରିପାରୁ ନାହିଁ। ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଇତିମଧ୍ୟରେ ୩୦ ବର୍ଷ ଧରି ଜବରଦଖଲରେ ଥିବା କେତେକ ଦୋକାନୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏଥିପାଇଁ ୧୮ଟି ଦୋକାନୀଙ୍କୁ ନୋଟିସ୍‌ ଦିଆଯାଇଥିଲା। ସେଥିମଧ୍ୟରୁ ୧୫ଟି ଦୋକାନ ଉଚ୍ଛେଦ ହୋଇଥିବା ବେଳେ ବାକି ୩ଟିକୁ ପ୍ରଶାସନ ହାତ ମାରିପାରି ନାହିଁ। ପ୍ରଶାସନ କାହିଁକି ଉକ୍ତ ଦୋକାନକୁ ଉଚ୍ଛେଦ କରିନାହିଁ ତାହାକୁ ନେଇ ଏବେ ଅନ୍ୟ ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

ବଜେଟ ଉପରେ ଆଇନଜୀବୀଙ୍କ ପ୍ରତିକ୍ରିୟା, ଭାରତର କର୍ପୋରେଟ ପୁଞ୍ଜି…

ସୁନ୍ଦରଗଡ,୧।୨ (ଜୟ ନାରାୟଣ ମେଣ୍ଡୁଳି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇନଜୀବୀ…

ମଙ୍ଗଳବାର ତାରାତାରିଣୀ ଆସିବେ ମୁଖ୍ଯମନ୍ତ୍ରୀ, ସାମୁହିକ କନ୍ଯାରତ୍ନ ବିବାହରେ…

ପୁରୁଷୋତ୍ତମପୁର,୧।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ମୁଖ୍ଯମନ୍ତ୍ରୀ କନ୍ଯା ବିବାହ ଯୋଜନାରେ ସାମୁହିକ ବିବାହ କାର୍ଯ୍ଯକ୍ରମର ବ୍ଯବସ୍ଥା ରହିଛି ।…

ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri