Posted inଜାତୀୟ

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା: ୨୦ ଘର ଭାସିଗଲା, ୧୮ ନିଖୋଜ

ଡେରାଡୁନ,୧୯ା୮ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ବାଦଲଫଟା ବର୍ଷା ଫଳରେ ରବିବାର ଟୋନ୍ସ ନଦୀରେ ବନ୍ୟା ଆସି ୨୦ ଘର ଭାସିଯିବା ସହ ୧୮ ଜଣଙ୍କର ପତ୍ତା ମିଳୁନାହିଁ। କିଛିଦିନ ହେଲା ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଟୋନ୍ସ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଲୋକମାନଙ୍କୁ ନିରାପଦ ସ୍ଥାନକୁ ନେବା ସହ ଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ୍‌ ଉତ୍ତରକାଶୀ ଜିଲାପାଳ ଓ ବିପର୍ଯ୍ୟୟ ପରିଚାଳନା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିପନ୍ନମାନଙ୍କୁ ରିଲିଫ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ଇଣ୍ଡୋ-ତିବେତାନ୍‌ ସୀମା ପୋଲିସ (ଆଇଟିବିପି) ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍‌ଡିଆର୍‌ଏଫ୍‌) ସାମିଲ ହୋଇଛନ୍ତି। ତେବେ ତୁହାକୁ ତୁହା ବର୍ଷା ଲାଗିରହିଥିବାରୁ ଘଟଣାସ୍ଥଳରେ ପହଞ୍ଚତ୍ବା ଉଦ୍ଧାରକାରୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି।
ଭୂସ୍ଖଳନ ପରେ ରାଜ୍ୟର ପ୍ରମୁଖ ସଡକ ଗଙ୍ଗୋତ୍ରୀ ରାଜପଥକୁ ବନ୍ଦ କରିଦିଆଯାଇଛି। ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ଲୋକମାନେ ଅଟକି ରହିଛନ୍ତି। ସୋମବାର ସ୍କୁଲ ଛୁଟି କରିବାକୁ ପ୍ରଶାସନ ସବୁ ଜିଲାକୁ ନିର୍ଦ୍ଦେଶ ଦେଇଛି। ବର୍ଷା ଆଉ ୩ ଦିନ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ୨୦୧୩ରେ ଉତ୍ତରାଖଣ୍ଡରେ ପ୍ରଳୟଙ୍କରୀ ବନ୍ୟାରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ୯୦୦ ଲୋକ ପ୍ରାଣହରାଇବା ସହ ୫୭୦୦ ନିଖୋଜ ଥିବା ସରକାରୀ ଭାବେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦଳୀୟ କନ୍ଦଳ ମଝିରେ ମମତାଙ୍କୁ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନ! ବଡ଼ ପ୍ରତିଜ୍ଞା କରି କହିଲେ…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ଶତ୍ରୁଘ୍ନ ସିହ୍ନା ଦଳଠୁ ଅଲଗା ହେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଗୁରୁବାର ସେ କହିଛନ୍ତି ଯେ ମମତା…

ନାବାଳିକା ଗର୍ଭଧାରଣ ଘଟଣାରେ ପୋଲିସର ବଡ଼ ଆକ୍ସନ! ଯୁବକ ଗିରଫ

ବଞ୍ଚୋ,୧୧।୬(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲାର ସୋସୋ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି…

କଂଗ୍ରେସରେ ବିଲୟ ହେବାକୁ ଯାଉଛି କି ଟିଏମସି? ଘଣ୍ଟା ଘଣ୍ଟା ବୈଠକ ପରେ କ’ଣ ନିଆଗଲା ନିଷ୍ପତ୍ତି ଜାଣନ୍ତୁ

କୋଲକାତା,୧୧।୬: ଦିଲ୍ଲୀରେ କଂଗ୍ରେସ ଦଳର ଏକ ପ୍ରମୁଖ ବୈଠକ ଶେଷ ହୋଇଛି; ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତା ଏଥିରେ ଉପସ୍ଥିତ ଥିଲେ। ବୈଠକ ସମୟରେ…

କୁଆଡେ ଗଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ରହସ୍ୟମୟ ରିପୋର୍ଟ? ବଡ଼ ବୟାନ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ

କଟକ,୧୧।୬(ପ୍ରଭୁକଲ୍ୟାଣ ପାଲ): ବହୁ ଚର୍ଚ୍ଚିତ କନ୍ଧମାଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ କମିଶନ ରିପୋର୍ଟ ଗାଏବ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ତଦନ୍ତ…

ବଙ୍ଗ ରାଜନୀତିରେ ହଇଚଇ! ମମତାଙ୍କୁ ବଡ଼ ଝଟ୍‌କା, ପୁତୁରା ଅଭିଷେକଙ୍କ ପାଇଁ ଦଳ ଛାଡ଼ିବେ କି କଲ୍ୟାଣ?

କୋଲକାତା,୧୧।୬: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି)କୁ ଝଟକା ପରେ ଝଟକା ଲାଗୁଛି । ମମତାଙ୍କ ନିକଟତମ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ କୁହାଯାଉଥିବା କଲ୍ୟାଣ ବାନାର୍ଜୀ ଏବେ…

ପୋଲିସ ଅଧିକାରୀ ହେବେ ସାଇ ପଲ୍ଲବୀ: ବଢୁଛି କ୍ରେଜ୍‌

ଅଭିନେତ୍ରୀ ସାଇ ପଲ୍ଲବୀ ଆଗାମୀ ଫିଲ୍ମ ‘ରାମାୟଣ’ ପାଇଁ ବେଶ୍‌ ପରିଶ୍ରମ କରୁଛନ୍ତି। ନିଜର ସର୍ବାଧିକ ସମୟ ଏହି ଫିଲ୍ମ ପାଇଁ ଉତ୍ସର୍ଗ କରିଛନ୍ତି। ଫିଲ୍ମର ପ୍ରଥମ…

ଡ୍ରାଇଭରମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସରକାରଙ୍କୁ ୯୦ ଦିନର ସମୟ

ବଲାଙ୍ଗୀର,୧୧ା୬(ସୁନିଲ କୁମାର ମହାନ୍ତି): ଅଟୋ ଓ ପ୍ରାଇଭେଟ ଗାଡ଼ିର ବୃତ୍ତିଗତ ଡ୍ରାଇଭରମାନଙ୍କୁ ଡ୍ରାଇଭର କଲ୍ୟାଣ ବୋର୍ଡରେ ସାମିଲ କରିବା ଏବଂ ଡ୍ରାଇଭରମାନଙ୍କୁ ନିର୍ବାଚନରେ ତାଙ୍କର ମତଦାନ ଦେବାର…

ପଞ୍ଚଭୂତରେ ଲୀନ ହେଲେ ଛତ୍ରପୁର ପୌରପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଶେଷକୃତ୍ୟରେ ସାମିଲ ହେଲେ ହଜାର ହଜାର…

ଛତ୍ରପୁର,୧୧।୬(ଦିଲୀପ ସାମଲ): ଛତ୍ରପୁର ପୌରପରିଷଦରେ ସମସ୍ତଙ୍କ ଆଖିକୁ ଲୁହରେ ଓଦା କରି ପଞ୍ଚଭୂତରେ ଲୀନ ହେଲେ ଛତ୍ରପୁର ପୌରପରିଷଦ ଅଧ୍ୟକ୍ଷା ସ୍ଵର୍ଗତା ଶର୍ମିଷ୍ଠା ପ୍ରଧାନ। ମୃତ୍ୟୁ ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri