Posted inଜାତୀୟ

ଉତ୍ତରପ୍ରଦେଶରେ ବିକ୍ରି ହେଉଛି ମୋଦି ଯୋଗୀଙ୍କ ଫଟୋ ଥିବା କାଉଡିଆ ପୋଷାକ

ବାରଣାସୀ,୧୯।୭: କାଉଡି ଯାତ୍ରା ପୂର୍ବରୁ ଉତ୍ତରପ୍ରଦେଶର ବାରଣାସୀର ଦୋକାନଗୁଡିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଥିବା ରଙ୍ଗବେରଙ୍ଗର ପୋଷାକ ମିଳୁଥିବା ଦେଖିବାକୁ ମିଳିଛି। କାଉଡି ଯାତ୍ରା ୧୭ ଜୁଲାଇକୁ ଆରମ୍ଭ ହୋଇଥିବା ବେଳେ ୧୫ ଅଗଷ୍ଟରେ ଶେଷ ହେବ। କାଉଡିଆମାନେ ପାଣି ଢ଼ାଳିବାକୁ ଯିବା ସମୟରେ ପିନ୍ଧୁଥିବା ଗେରୁଆ ରଙ୍ଗର ପୋଷାକରେ ମୋଦି ଓ ଯୋଗୀଙ୍କ ଫଟୋ ରହିଛି। ଏହାକୁ କିଣିବା ପାଇଁ ଯୁବକମାନେ ବହୁ ଉତ୍ସାହିତ ରହିଛନ୍ତି। ଅପରପକ୍ଷରେ ଦୋକାନ ମାଲିକ କହିଛନ୍ତି, ସାଧାରଣତଃ କାଉଡିଆମାନେ ଗେରୁଆ ରଙ୍ଗର ସାଦା ପୋଷାକ କିଣନ୍ତି। ହେଲେ ଚଳିତଥର ମୋଦି ଓ ଯୋଗୀଙ୍କ ଫଟୋ ଲାଗିଥିବା ପୋଷାକ ବହୁମାତ୍ରାରେ ବିକ୍ରି ହେଉଛି ବୋଲି ଦୋକାନୀ କହିଛନ୍ତି। କାରଣ ଚଳିତ ଥର ବାରଣାସୀ ସହରରେ ହୋଇଥିବା ଉନ୍ନତିକରଣ କାର୍ଯ୍ୟ ଓ କାଉଡି ଯାତ୍ରା ସମୟରେ ଡିଜେ ବଜାଇବା ପାଇଁ ମିଳିଥିବା ଅନୁମତି ପରେ ଯୁବକମାନଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି। ସେହିପରି ବାରଣାସୀରେ ବହୁ ପୁରାତନ ଗଙ୍ଗା-ଯମୁନୀ- ତେହଜୀବ ଦୋକାନ ଥିବା ବେଳେ ଏଠାରେ ହିନ୍ଦୁ ମୁସଲମାନ ଉଭୟ କାଉଡି ଯାତ୍ରା ସମୟରେ ପୋଷାକଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ବିକ୍ରି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

Plane Crash: ମିଆମି ବିମାନବନ୍ଦରରେ ବଡ଼ ଦୁର୍ଘଟଣା; ୫ ମୃତ ୫ ଆହତ ଦେଖନ୍ତୁ Video

ଓ୍ବାଶିଂଟନ,୭।୯: ଆମେରିକାର ମିଆମି ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ଫଳରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri