ଲଭ୍‌ ଲାଇଫ୍‌କୁ ନେଇ ମୁହଁ ଖୋଲିଲେ ଅନନ୍ୟା ପାଣ୍ଡେ, କହିଲେ ଖୁସି….

ନୂଆଦିଲ୍ଲୀ,୧୯।୧୧: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ନିଜ ୱେବ୍‌ ସିରିଜ୍‌ ‘କଲ୍‌ ମି ବେ’ର ଦ୍ୱିତୀୟ ସିଜନ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହାରି ମଧ୍ୟରେ ସେ କରନ ଜୋହରଙ୍କ ଲୋକପ୍ରିୟ ଟକ୍‌ ଶୋ’ ‘କଫି ୱିଥ୍‌ କରନ’ ସିଜନ୍‌ ୯ରେ ନଜର ଆସିଛନ୍ତି । ଏହି ଏପିସୋଡ୍‌ରେ ଅନନ୍ୟାଙ୍କ ସହ ବିଜନେସ୍‌ୱିମେନ୍‌ ଅନନ୍ୟା ବିର୍ଲା ମଧ୍ୟ ଯୋଗ ଦେଇଥିଲେ । ନଭେମ୍ବର ୧୮ ତାରିଖ ବୁଧବାର ଦିନ ଜିଓ ହଟ୍‌ଷ୍ଟାରରେ ଏହି ଏପିସୋଡ୍‌ ଷ୍ଟ୍ରିମିଂ ହୋଇଛି । ଶୋ’ରେ ଅନନ୍ୟା ନିଜ ପେସାଦାର ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ କଥା କହିଛନ୍ତି। ବିଶେଷ କରି ତାଙ୍କ ଲଭ୍‌ ଲାଇଫ୍‌ ଓ ରିଲେସନ୍‌ସିପ୍‌ ଷ୍ଟାଟସ୍‌କୁ ନେଇ ଖୋଲାଖୋଲି ମତ ରଖିଛନ୍ତି ଅଭିନେତ୍ରୀ।

କରନ ଜୋହରଙ୍କ ସହ କଥାବାର୍ତ୍ତା ବେଳେ ଅନନ୍ୟା କହିଛନ୍ତି ଯେ, ବର୍ତ୍ତମାନ ସେ ସିଙ୍ଗଲ୍‌ ଅଛନ୍ତି ଏବଂ ଏହି ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। ନୂଆ ସମ୍ପର୍କରେ ଯୋଡ଼ି ହେବା ପୂର୍ବରୁ ସେ ନିଜ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି । ଅନନ୍ୟା କହିଥିଲେ, “ମୁଁ କେବେ ଭାବି ନଥିଲି ଯେ ଏମିତି କହିବି, କିନ୍ତୁ ସିଙ୍ଗଲ୍‌ ରହି ମୁଁ ସତରେ ବହୁତ ଖୁସି ଅଛି।” ଏହା ଶୁଣି କରନ ଜୋହର ମଜାଳିଆ ଢଙ୍ଗରେ କହିଥିଲେ, “ଏହି କ୍ଲବ୍‌କୁ ତୁମକୁ ସ୍ୱାଗତ।”

ବର୍ତ୍ତମାନ ସିଙ୍ଗଲ୍‌ ଥିଲେ ମଧ୍ୟ ବିବାହକୁ ନେଇ ଅନନ୍ୟାଙ୍କ ମନରେ ରହିଛି ଅନେକ ଆଗ୍ରହ। ତାଙ୍କୁ ବିବାହର ଧାରଣା ବେଶ୍‌ ପସନ୍ଦ ବୋଲି ସେ କହିଛନ୍ତି । ଜୀବନସାରା ଜଣେ ବ୍ୟକ୍ତିଙ୍କ ସହ ରହିବାକୁ ସେ ଉତ୍ସାହିତ ଥିବା ମଧ୍ୟ କହିଛନ୍ତି । ଅନନ୍ୟାଙ୍କ କହିବା ଅନୁଯାୟୀ, “ମୋତେ ଲାଗୁଛି ମୋର ଜନ୍ମ ବିବାହ କରିବା ପାଇଁ ହୋଇଛି। ମୋତେ ବିବାହର ବିଚାର ବହୁତ ଭଲ ଲାଗେ। ଜୀବନସାରା ଜଣେ ବ୍ୟକ୍ତିଙ୍କ ସହ ରହିବା କଥା ଭାବି ମୁଁ ଉତ୍ସାହିତ ହୋଇଯାଏ।”

ଅନନ୍ୟାଙ୍କ ଏହି ବୟାନ ପରେ ୱାକର ବ୍ଲାଙ୍କୋଙ୍କ ସହ ତାଙ୍କ କଥିତ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୨୪ରୁ ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଖବର ପ୍ରକାଶ ପାଇଥିଲା। ତେବେ ଉଭୟଙ୍କ ମଧ୍ୟରୁ କେହି ମଧ୍ୟ ସର୍ବସାଧାରଣରେ ଏହି ସମ୍ପର୍କକୁ ସ୍ୱୀକାର କରିନଥିଲେ। ଅନ୍ୟପଟେ, ଅଗଷ୍ଟ ୨୦୨୬ରେ ଅନନ୍ୟା ଓ ୱାକରଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଥିବା ନେଇ ଖବର ଆସିଥିଲା। ଏକ ରିପୋର୍ଟରେ ଉଭୟ ପାରସ୍ପରିକ ସହମତିରେ ଅଲଗା ହୋଇଥିବା ଦାବି କରାଯାଇଥିଲା। ତେବେ ଏହି ସମ୍ପର୍କ କିମ୍ବା ବ୍ରେକ୍‌ଅପ୍‌କୁ ନେଇ ଅନନ୍ୟା କିମ୍ବା ୱାକର କେହି ମଧ୍ୟ ଆଧିକାରିକ ବୟାନ ଦେଇନାହାନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆପଣ ଜଣେ ଅଦ୍ଭୁତ ନେତା… ଚାଇନା ରାଷ୍ଟ୍ରପତିଙ୍କୁ କାହିଁକି ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୯।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱ ଏବଂ ଚାଇନାରେ ତାଙ୍କୁ ମିଳିଥିବା ଭବ୍ୟ ସ୍ବାଗତର ଖୋଲା ପ୍ରଶଂସା କରିଛନ୍ତି। ୱାଶିଂଟନ…

କୂଅରୁ ୮ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର: ସନ୍ଦେହ ଘେରରେ ମା’

ସମ୍ବଲପୁର,୧୯।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲି ଯୁଯୋମୁରା ଥାନା ଅନ୍ତର୍ଗତ ହରିଜନପଡ଼ାର ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ୮ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଖବର…

କେମ୍ୱ୍ରିଜ ଡିକ୍ସନାରିର ୨୦୨୬ର ଶ୍ରେଷ୍ଠ ଶବ୍ଦ ‘ହୁମାନ୍‌’

ଲଣ୍ଡନ, ୧୯ା୧୧ (ପି.ଟି.): କୃତି୍ରିମ ବୃଦ୍ଧିମତ୍ତା (ଏଆଇ)ର ଅଗ୍ରଗତି ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ଭୟ ମଧ୍ୟରେ କେମ୍ୱ୍ରିଜ ଡିକ୍ସନାରି ୨୦୨୬ ପାଇଁ ‘ହୁମାନ୍‌’ ଶବ୍ଦକୁ…

ପଡ଼ିଆ ମଝିରେ ଏମିତି କାମ କଲେ ରିଷଭ ପନ୍ତ: ଚିତ୍କାର କଲେ ଗିଲ୍‌, ଦେଖନ୍ତୁ VIDEO

ୱେଲିଂଟନ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଦିନର ତୃତୀୟ ସେସନ୍ରେ…

ଧୋନୀଙ୍କ ଅବସରକୁ ନେଇ ସଚିନଙ୍କ ବଡ଼ ବୟାନ: କଲେ ଏଭଳି ଖୁଲାସା, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୧୧: ଆଇପିଏଲ ୨୦୨୭ ପାଇଁ ସମସ୍ତ ୧୦ଟି ଟିମ ନଭେମ୍ବର ୧୭ ତାରିଖରେ ନିଜ ନିଜର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ଜାରି କରିଥିଲେ। ସେହିଦିନ…

ସଡ଼କ ଦୁର୍ଘଟଣା ନେଉଛି ଜୀବନ, ଆଖି ବୁଜିଛି ପ୍ରଶାସନ

ବରଗଡ଼,୧୯।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସଡ଼କ ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି। ଜିଲାରେ ସଡ଼କ ଦୁର୍ଘଟଣା ଏବେ ସାଧାରଣରେ ପରିଣତ ହୋଇଛି। ଦିନକୁ ଦିନ ଏଠାରେ ଏହା…

ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ: ବାତ୍ୟା ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ପ୍ରସ୍ତୁତ

ଭଞ୍ଜନଗର, ୧୯।୧୧ (ବାବୁଲା ପ୍ରଧାନ)- ଆଉ କିଛି ଘଣ୍ଟା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଆଶଙ୍କା…

ପ୍ଲେଇଂ-୧୧ରୁ ସିରାଜ୍‌ ବିଦା: ଟିମ ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନ ଉଠାଇଲେ ଗାଭାସ୍କର

ଓ୍ବେଲିଂଟନ୍‌,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସୀମିତ ଓଭର ସିରିଜ ଶେଷ ହେବା ପରେ ଏବେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ୱେଲିଂଟନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?