Posted inଜାତୀୟ

ଉତ୍ତରପ୍ରଦେଶରେ ବିକ୍ରି ହେଉଛି ମୋଦି ଯୋଗୀଙ୍କ ଫଟୋ ଥିବା କାଉଡିଆ ପୋଷାକ

ବାରଣାସୀ,୧୯।୭: କାଉଡି ଯାତ୍ରା ପୂର୍ବରୁ ଉତ୍ତରପ୍ରଦେଶର ବାରଣାସୀର ଦୋକାନଗୁଡିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଥିବା ରଙ୍ଗବେରଙ୍ଗର ପୋଷାକ ମିଳୁଥିବା ଦେଖିବାକୁ ମିଳିଛି। କାଉଡି ଯାତ୍ରା ୧୭ ଜୁଲାଇକୁ ଆରମ୍ଭ ହୋଇଥିବା ବେଳେ ୧୫ ଅଗଷ୍ଟରେ ଶେଷ ହେବ। କାଉଡିଆମାନେ ପାଣି ଢ଼ାଳିବାକୁ ଯିବା ସମୟରେ ପିନ୍ଧୁଥିବା ଗେରୁଆ ରଙ୍ଗର ପୋଷାକରେ ମୋଦି ଓ ଯୋଗୀଙ୍କ ଫଟୋ ରହିଛି। ଏହାକୁ କିଣିବା ପାଇଁ ଯୁବକମାନେ ବହୁ ଉତ୍ସାହିତ ରହିଛନ୍ତି। ଅପରପକ୍ଷରେ ଦୋକାନ ମାଲିକ କହିଛନ୍ତି, ସାଧାରଣତଃ କାଉଡିଆମାନେ ଗେରୁଆ ରଙ୍ଗର ସାଦା ପୋଷାକ କିଣନ୍ତି। ହେଲେ ଚଳିତଥର ମୋଦି ଓ ଯୋଗୀଙ୍କ ଫଟୋ ଲାଗିଥିବା ପୋଷାକ ବହୁମାତ୍ରାରେ ବିକ୍ରି ହେଉଛି ବୋଲି ଦୋକାନୀ କହିଛନ୍ତି। କାରଣ ଚଳିତ ଥର ବାରଣାସୀ ସହରରେ ହୋଇଥିବା ଉନ୍ନତିକରଣ କାର୍ଯ୍ୟ ଓ କାଉଡି ଯାତ୍ରା ସମୟରେ ଡିଜେ ବଜାଇବା ପାଇଁ ମିଳିଥିବା ଅନୁମତି ପରେ ଯୁବକମାନଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି। ସେହିପରି ବାରଣାସୀରେ ବହୁ ପୁରାତନ ଗଙ୍ଗା-ଯମୁନୀ- ତେହଜୀବ ଦୋକାନ ଥିବା ବେଳେ ଏଠାରେ ହିନ୍ଦୁ ମୁସଲମାନ ଉଭୟ କାଉଡି ଯାତ୍ରା ସମୟରେ ପୋଷାକଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ବିକ୍ରି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣ ଜଣେ ଅଦ୍ଭୁତ ନେତା… ଚାଇନା ରାଷ୍ଟ୍ରପତିଙ୍କୁ କାହିଁକି ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୯।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱ ଏବଂ ଚାଇନାରେ ତାଙ୍କୁ ମିଳିଥିବା ଭବ୍ୟ ସ୍ବାଗତର ଖୋଲା ପ୍ରଶଂସା କରିଛନ୍ତି। ୱାଶିଂଟନ…

କୂଅରୁ ୮ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର: ସନ୍ଦେହ ଘେରରେ ମା’

ସମ୍ବଲପୁର,୧୯।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲି ଯୁଯୋମୁରା ଥାନା ଅନ୍ତର୍ଗତ ହରିଜନପଡ଼ାର ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ୮ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଖବର…

ଲଭ୍‌ ଲାଇଫ୍‌କୁ ନେଇ ମୁହଁ ଖୋଲିଲେ ଅନନ୍ୟା ପାଣ୍ଡେ, କହିଲେ ଖୁସି….

ନୂଆଦିଲ୍ଲୀ,୧୯।୧୧: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ନିଜ ୱେବ୍‌ ସିରିଜ୍‌ ‘କଲ୍‌ ମି ବେ’ର ଦ୍ୱିତୀୟ ସିଜନ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହାରି ମଧ୍ୟରେ…

କେମ୍ୱ୍ରିଜ ଡିକ୍ସନାରିର ୨୦୨୬ର ଶ୍ରେଷ୍ଠ ଶବ୍ଦ ‘ହୁମାନ୍‌’

ଲଣ୍ଡନ, ୧୯ା୧୧ (ପି.ଟି.): କୃତି୍ରିମ ବୃଦ୍ଧିମତ୍ତା (ଏଆଇ)ର ଅଗ୍ରଗତି ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ଭୟ ମଧ୍ୟରେ କେମ୍ୱ୍ରିଜ ଡିକ୍ସନାରି ୨୦୨୬ ପାଇଁ ‘ହୁମାନ୍‌’ ଶବ୍ଦକୁ…

ପଡ଼ିଆ ମଝିରେ ଏମିତି କାମ କଲେ ରିଷଭ ପନ୍ତ: ଚିତ୍କାର କଲେ ଗିଲ୍‌, ଦେଖନ୍ତୁ VIDEO

ୱେଲିଂଟନ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଦିନର ତୃତୀୟ ସେସନ୍ରେ…

ଧୋନୀଙ୍କ ଅବସରକୁ ନେଇ ସଚିନଙ୍କ ବଡ଼ ବୟାନ: କଲେ ଏଭଳି ଖୁଲାସା, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୧୧: ଆଇପିଏଲ ୨୦୨୭ ପାଇଁ ସମସ୍ତ ୧୦ଟି ଟିମ ନଭେମ୍ବର ୧୭ ତାରିଖରେ ନିଜ ନିଜର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ଜାରି କରିଥିଲେ। ସେହିଦିନ…

ସଡ଼କ ଦୁର୍ଘଟଣା ନେଉଛି ଜୀବନ, ଆଖି ବୁଜିଛି ପ୍ରଶାସନ

ବରଗଡ଼,୧୯।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସଡ଼କ ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି। ଜିଲାରେ ସଡ଼କ ଦୁର୍ଘଟଣା ଏବେ ସାଧାରଣରେ ପରିଣତ ହୋଇଛି। ଦିନକୁ ଦିନ ଏଠାରେ ଏହା…

ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ: ବାତ୍ୟା ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ପ୍ରସ୍ତୁତ

ଭଞ୍ଜନଗର, ୧୯।୧୧ (ବାବୁଲା ପ୍ରଧାନ)- ଆଉ କିଛି ଘଣ୍ଟା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଆଶଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?