Posted inଖେଳ

ଧୋନୀଙ୍କ ଅବସରକୁ ନେଇ ସଚିନଙ୍କ ବଡ଼ ବୟାନ: କଲେ ଏଭଳି ଖୁଲାସା, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୧୧: ଆଇପିଏଲ ୨୦୨୭ ପାଇଁ ସମସ୍ତ ୧୦ଟି ଟିମ ନଭେମ୍ବର ୧୭ ତାରିଖରେ ନିଜ ନିଜର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ଜାରି କରିଥିଲେ। ସେହିଦିନ ଚେନ୍ନାଇ ସୁପର କିଙ୍ଗ୍ସ (CSK) ମହେନ୍ଦ୍ର ସିଂହ ଧୋନୀଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଥିଲା। ଧୋନୀ ନିଜ ଅବସର ସମ୍ପର୍କରେ CSKକୁ ଜଣାଇ ଦେଇଥିଲେ। ଖେଳାଳିଙ୍କ ରିଲିଜ ତାଲିକା ଘୋଷଣା ହେବାର ଠିକ ପୂର୍ବରୁ ଧୋନୀ ନିଜ ଅବସର ସମ୍ପର୍କିତ ଭିଡିଓ ପୋଷ୍ଟ କରିଥିଲେ। ଏହାପରେ କ୍ରିକେଟ ଜଗତର ବହୁ ଦିଗ୍ଗଜ ଖେଳାଳି ମହେନ୍ଦ୍ର ସିଂହ ଧୋନୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଏହି ତାଲିକାରେ ଏବେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାଁ ମଧ୍ୟ ଯୋଡ଼ି ହୋଇଛି।

କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ମହେନ୍ଦ୍ର ସିଂହ ଧୋନୀଙ୍କ ଅବସର ପାଇଁ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ମୋର ଆଜି ବି ମନେ ଅଛି, ବାଂଲାଦେଶରେ ଏମଏସ୍‌ ଧୋନୀଙ୍କୁ ବ୍ୟାଟିଂ କରୁଥିବା ଦେଖି ମୁଁ ସୌରଭ (ଗାଙ୍ଗୁଲି)ଙ୍କୁ କହିଥିଲି ଯେ ତାଙ୍କ ପାୱାର ହିଟିଂରେ କିଛି ଖାସ୍‌ ରହିଛି। ତାଙ୍କ ଭିତରେ ଏକ ବିରଳ ପ୍ରତିଭା ଥିବା ସ୍ପଷ୍ଟ ଜଣାପଡ଼ୁଥିଲା। ଆଉ ସେ କେତେ ଚମତ୍କାର ଯାତ୍ରା ଅତିକ୍ରମ କରିଛନ୍ତି! ଆପଣଙ୍କ ସହ ଡ୍ରେସିଂ ରୁମ ଶେୟାର କରିବା ଏବଂ ଭାରତୀୟ କ୍ରିକେଟର କିଛି ସ୍ମରଣୀୟ ମୁହୂର୍ତ୍ତର ଅଂଶ ହେବା ମୋ ପାଇଁ ପ୍ରକୃତରେ ଏକ ସୁଖଦ ଅନୁଭୂତି ଥିଲା।’ ଧୋନୀଙ୍କୁ ନେଇ ସଚିନ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, ‘ମୋର ସବୁବେଳେ ବିଶ୍ୱାସ ଥିଲା ଯେ ଆପଣ କିଛି ଖାସ କରି ଦେଖାଇବେ। ଆଉ ଆପଣ ମୋର ଆଶାଠାରୁ ମଧ୍ୟ ଅଧିକ ହାସଲ କରିଛନ୍ତି। ଭାରତୀୟ କ୍ରିକେଟର ଆପଣ ନିଜର ସର୍ବଶ୍ରେଷ୍ଠ ଅବଦାନ ଦେଇଛନ୍ତି। ଆପଣଙ୍କ ସହ ଏହି ଯାତ୍ରାରେ ସାମିଲ ହେବା ଅତ୍ୟନ୍ତ ଚମତ୍କାର ଥିଲା। ବହୁତ ଭଲ ଖେଳିଲେ, ଏମଏସ୍‌!’

କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଭଲ ସମ୍ପର୍କ ରହିଆସିଛି। ଧୋନୀଙ୍କୁ ଭାରତୀୟ ଦଳର ଅଧିନାୟକ କରିବାରେ ମଧ୍ୟ ସଚିନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।

ଅନ୍ୟପଟେ, ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ ଖେଳାଳି ସୂର୍ଯ୍ୟକୁମାର ଯାଦବ ମଧ୍ୟ ମହେନ୍ଦ୍ର ସିଂହ ଧୋନୀଙ୍କୁ ଅବସର ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ‘ସେହି ବ୍ୟକ୍ତି, ଯିଏ ଆମକୁ ଶିଖାଇଥିଲେ ଯେ ସବୁକିଛି ଶେଷ ନହେବା ପର୍ଯ୍ୟନ୍ତ କିଛି ବି ଶେଷ ହୁଏନାହିଁ। ମାହି ଭାଇ, ଆପଣଙ୍କ ସେହି ହେଲିକପ୍ଟର ସଟ୍‌ଠାରୁ ଆରମ୍ଭ କରି ସବୁଠାରୁ କଠିନ ପରିସ୍ଥିତିରେ ଶାନ୍ତ ରହି ମ୍ୟାଚ ଶେଷ କରିବା ପର୍ଯ୍ୟନ୍ତ, ଆପଣ ଏମିତି ଏକ ଇତିହାସ ରଚିଛନ୍ତି, ଯାହା ବିଷୟରେ ଲୋକେ ସାରା ଜୀବନ କଥା ହେବେ। ଆପଣଙ୍କୁ ଆପଣଙ୍କ ନୂଆ ଟ୍ରକ୍‌ରେ ବୁଲାଇ ନେବାକୁ ମୁଁ ଅପେକ୍ଷା କରିଛି। ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇଥିବାରୁ ଧନ୍ୟବାଦ। ଆଗାମୀ ଯାତ୍ରା ପାଇଁ ଅନେକ ଶୁଭେଚ୍ଛା, ମେଣ୍ଟର!’

ମହାନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟକୁ ବିଦାୟ କହିଥିଲେ ମଧ୍ୟ ଆଇପିଏଲ ୨୦୨୭ରେ ସେ CSKର ଜର୍ସିରେ ନଜର ଆସିବେ। ତେବେ ଏଥର ସେ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇବେ ନାହିଁ। ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ନିଜର ମେଣ୍ଟର ଭାବେ ନିଯୁକ୍ତ କରିଛି। ଏଭଳି ସ୍ଥିତିରେ ଧୋନୀ ମୁଖ୍ୟ କୋଚ ଜାହିର ଖାନ ଏବଂ ଅଧିନାୟକ ଋତୁରାଜ ଗାଏକୱାଡଙ୍କୁ ସହ ମିଶି ଚେନ୍ନାଇ ସୁପର କିଙ୍ଗ୍ସର ଦାୟିତ୍ୱ ସମ୍ଭାଳିବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣା ନେଉଛି ଜୀବନ, ଆଖି ବୁଜିଛି ପ୍ରଶାସନ

ବରଗଡ଼,୧୯।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସଡ଼କ ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି। ଜିଲାରେ ସଡ଼କ ଦୁର୍ଘଟଣା ଏବେ ସାଧାରଣରେ ପରିଣତ ହୋଇଛି। ଦିନକୁ ଦିନ ଏଠାରେ ଏହା…

ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ: ବାତ୍ୟା ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ପ୍ରସ୍ତୁତ

ଭଞ୍ଜନଗର, ୧୯।୧୧ (ବାବୁଲା ପ୍ରଧାନ)- ଆଉ କିଛି ଘଣ୍ଟା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଆଶଙ୍କା…

ପ୍ଲେଇଂ-୧୧ରୁ ସିରାଜ୍‌ ବିଦା: ଟିମ ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନ ଉଠାଇଲେ ଗାଭାସ୍କର

ଓ୍ବେଲିଂଟନ୍‌,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସୀମିତ ଓଭର ସିରିଜ ଶେଷ ହେବା ପରେ ଏବେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ୱେଲିଂଟନର…

କୋଟି କୋଟି PF ଖାତାଧାରୀଙ୍କ ପାଇଁ ବଡ଼ ଖବର! ରିଟାୟାରମେଣ୍ଟ ପରେ…

ନୂଆଦିଲ୍ଲୀ,୧୯।୧୧: ଚାକିରି କରିବା ସମୟରେ କର୍ମଚାରୀମାନେ ନିଜ ଦରମାର ଏକ ଅଂଶ କର୍ମଚାରୀ ଭବିଷ୍ୟନିଧି (EPF)ରେ ଜମା କରିଥାନ୍ତି। ଅବସର ପରେ ଆର୍ଥିକ ସୁରକ୍ଷା ଯୋଗାଇବା ଏହାର…

ବାତ୍ୟା ‘ଅକ୍ୱାନ’ ଭୟ: ଗଞ୍ଜାମ ବ୍ଲକରେ ୩୦୬୦ ଲୋକଙ୍କୁ ସ୍ଥାନାନ୍ତର

ଗଞ୍ଜାମ, ୧୯।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ଲକର ବିଭିନ୍ନ…

ICC ରାଙ୍କିଂରେ ଚମକିଲେ ୨ ଭାରତୀୟ ଖେଳାଳି: କିଏ ଖସିଲେ, କିଏ ଉପରକୁ ଉଠିଲେ… ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ,୧୯।୧୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବୁଧବାର (୧୮ ନଭେମ୍ବର) ନୂଆ ରାଙ୍କିଂ ଜାରି କରିଛି। ଏଥିରେ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି। ନିକଟରେ ଟିମ…

ବଡ଼ ରେକର୍ଡ କଲେ ବୁମ୍‌ରା: ଶ୍ରୀନାଥଙ୍କୁ ପଛରେ ପକାଇ ଟେଷ୍ଟରେ ହାସଲ କଲେ…

ନୂଆଦିଲ୍ଲୀ, ୧୯।୧୧:ଟେଷ୍ଟ କ୍ରିକେଟ୍‌ରେ ପୁଣି ନିଜ ଦମ ଦେଖାଇଛନ୍ତି ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହେବା…

ସରକାରଙ୍କ ବଡ଼ ଘୋଷଣା: ଆୟୁଷ୍ମାନ ଯୋଜନାରେ କିନ୍ନରଙ୍କ ପରିବାରଙ୍କୁ ମିଳିବ ବିଶେଷ ଚିକିତ୍ସା ସୁବିଧା

ନୂଆଦିଲ୍ଲୀ,୧୯।୧୧: ଦିଲ୍ଲୀ ସରକାର ରାଜଧାନୀରେ ରହୁଥିବା ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ (Transgender Community) ଲୋକଙ୍କ ପାଇଁ ଏକ ଅତ୍ୟନ୍ତ ଭଲ ଏବଂ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ଦିଲ୍ଲୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?