Posted inଜାତୀୟ

ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଭାଜପା ପ୍ରାର୍ଥୀ ହେଲେ ହଂସରାଜ

ନୂଆଦିଲ୍ଲୀ,୨୪ା୪: ଭାଜପା ମଙ୍ଗଳବାର ଗାୟକ ହଂସରାଜ ହଂସଙ୍କୁ ଉତ୍ତର-ପଶ୍ଚିମ ଦିଲ୍ଲୀ ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି। ଏଥର ଏହି ଆସନ ପାଇଁ ବର୍ତ୍ତମାନର ସାଂସଦ ଉଦିତ ରାଜଙ୍କୁ ବାଦ୍‌ ଦିଆଯାଇଛି। ହଂସରାଜ ଉକ୍ତ ଆସନର କଂଗ୍ରେସ ପ୍ରାର୍ଥୀ ରାଜେଶ ଲିଲୋଥିଆ ଏବଂ ଏଏପିର ଗୁଗନ ସିଂଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ମାର୍ଗଦର୍ଶନରେ ସେ ସାଧୁତା ଓ ଶ୍ରଦ୍ଧାର ସହିତ ଦେଶବାସୀଙ୍କ ସେବା କରିବେ ବୋଲି ହଂସରାଜ ଟୁଇଟ୍‌ କରିଛନ୍ତି।
ଅନ୍ୟପକ୍ଷରେ ଭାରତୀୟ ରାଜସ୍ବ ସେବାର ପୂର୍ବତନ ଅଧିକାରୀ ଉଦିତ ରାଜ ନିଜ ପଦବୀରୁ ଇସ୍ତଫା ଦେଇ ୨୦୦୩ରେ ଇଣ୍ଡିଆନ ଜଷ୍ଟିସ ପାର୍ଟି ଗଠନ କରିଥିଲେ। ୨୦୧୪ରେ ସେ ଭାରତୀୟ ଜନତା ପାର୍ଟି ସହିତ ନିଜ ଦଳକୁ ମିଶାଇ ଦେଇଥିଲେ। ସେହିବର୍ଷ ଲୋକ ସଭା ନିର୍ବାଚନରେ ଭାଜପା ଟିକେଟରେ ପ୍ରାର୍ଥୀ ହୋଇ ସେ ବିଜୟୀ ହୋଇଥିଲେ। ତାଙ୍କୁ ଏଥର ଟିକେଟ ନ ମିଳିଲେ ସେ ଦଳ ଛାଡି ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଧମକ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

ଦିଲ୍ଲୀ ଏନ୍‌ସିଆରରେ ପ୍ରବଳ ବର୍ଷା: ବଦଳିଲା ୧୫ ବିମାନର ରୁଟ୍‌

ନୂଆଦିଲ୍ଲୀ,୨୪।୮: ଦିଲ୍ଲୀ ଏନ୍‌ସିଆରରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ବିମାନ ସେବା ପ୍ରଭାବିତ ହୋଇଛି। ବର୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦରରେ ୧୫ଟି ବିମାନର…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri