Posted inଖେଳ

ଉତ୍କଳ କରାଟେ ସ୍କୁଲରେ ଅଭ୍ୟାସ ଜାରି ରଖିଛନ୍ତି ଅନୁପମା

ଭୁବନେଶ୍ୱର, ୨୪।୪(କ୍ରୀଡ଼ା ପ୍ରତିନିଧି)- କୋଭିଡ୍‌-୧୯ ପ୍ରଭାବରେ କ୍ରୀଡ଼ା ଜଗତ ସ୍ଥାଣୁ ଅବସ୍ଥାକୁ ଚାଲି ଆସିଥିବାରୁ ସର୍ବଦା କୋଳାହଳ ମୁଖରିତ ଖେଳାଳି ତିଆରି କାରଖାନା ଉତ୍କଳ କରାଟେ ସ୍କୁଲ ଏବେ ଶୂନ୍‌ଶାନ୍‌। ନିଜର ଦୂରଦୃଷ୍ଟି ଏବଂ ସବୁବେଳେ ନୂଆ କିଛି କରିବାର ଝୁଙ୍କ୍‌ ଯୋଗୁ ସୀମିତ ପରିସରରେ ପାଖାପାଖି ଡଜନେ କ୍ରୀଡ଼ା ଇଭେଣ୍ଟ ପରିଚାଳନା କରି ପାରୁଥିବା ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ କୋଚ୍‌ ହରି ପ୍ରସାଦ ପଟ୍ଟନାୟକ ଏବେ କ୍ରୀଡ଼ାର ଭବିଷ୍ୟତକୁ ନେଇ ଚିନ୍ତିତ। ସମଗ୍ର ବିଶ୍ୱ କରୋନା ଭାଇରସ ସଂକ୍ରମଣରେ ପ୍ରଭାବିତ ହୋଇଥିବାରୁ କେବେ ପୁଣି କ୍ରୀଡ଼ା ଜଗତ ସ୍ବାଭାବିକ ଅବସ୍ଥାକୁ ଆସିବ ତାହାକୁ ନେଇ କେହି କିଛି ପୂର୍ବାନୁମାନ ଲଗାଇପାରୁୁ ନାହାନ୍ତି। ବିଶେଷ କରି କରାଟେ ସ୍କୁଲ ପରିସରରେ ହେଉଥିବା ଫୁଲ୍‌ କଣ୍ଟାକ୍ଟ କ୍ରୀଡ଼ା ଇଭେଣ୍ଟ ଗୁଡ଼ିକୁ ନିକଟ ଅତୀତରେ ଅନୁମତି ମିଳିବା ସମ୍ଭାବନା ନାହିଁ ବୋଲି ହରିପ୍ରସାଦ ଅନୁଭବ କରୁଛନ୍ତି।
ଏହି ସ୍କୁଲର ଅନ୍ୟତମ ଶ୍ରେଷ୍ଠ ସୃଷ୍ଟି ହେଲେ ଅନୁପମା ସ୍ବାଇଁ। କରାଟେ ସ୍କୁଲରେ ସର୍ବଦା ଅଭ୍ୟାସରେ ବ୍ୟସ୍ତ ରହୁଥିବା ଅନ୍ୟ କ୍ରୀଡ଼ାବିତ୍‌ମାନେ ଘରକୁ ଫେରି ପରିବାର ସହିତ ସମୟ କଟାଉଥିବାବେଳେ ବହୁମୁଖୀ କ୍ରୀଡ଼ା ପ୍ରତିଭାର ଅଧିକାରୀ ଅନୁ ଲକ୍‌ଡାଉନ୍‌ ସ୍ଥିତିରେ ଏଠାରେ ରହିଯାଇଛନ୍ତି। ସେ ମଧ୍ୟ ଘରକୁ ଫେରିଥିଲେ ଭଲ ହୋଇଥାନ୍ତା ବୋଲି ପ୍ରାରମ୍ଭିକ ପର୍ଯ୍ୟାୟରେ ଭାବୁଥିଲେ। ମାତ୍ର ଲକ୍‌ ଡାଉନ୍‌ ଅବଧି ବଢ଼ୁଥିବାରୁ ତାଙ୍କ ମନୋଭାବରେ ପରିବର୍ତ୍ତନ ଆସିଛି। ପାର୍ଟନର ମିଳୁ ନ ଥିଲେ ହେଁ କରାଟେ ସ୍କୁଲରେ ଅଭ୍ୟାସ ଜାରି ରଖି ପାରିଥିବାରୁ ନିଜକୁ ଭାଗ୍ୟଶାଳୀ ମଣୁଛନ୍ତି। ” ଦେଶ ଏବେ ଲକ୍‌ଡାଉନ୍‌ ସ୍ଥିତିରେ ଥିବାରୁ ଅଧିକାଂଶ ଖେଳାଳି ଘରେ ସମୟ ବିତାଉଛନ୍ତି। ଏହା ଅବଶ୍ୟ ଗୋଟିଏ ଦୃଷ୍ଟିରୁ ଭଲ କଥା, ତେବେ ଘରେ କିଛିଦିନ ରହିବାପରେ ଫିଜିକାଲ ଫିଟ୍‌ନେସ ବଜାୟ ରଖିବା କଷ୍ଟକର ହୋଇପଡ଼ିବ। ଏ କ୍ଷେତ୍ରରେ ମୁଁ ସାମାନ୍ୟ ଭାଗ୍ୟଶାଳୀ ମନେ କରୁଛି। କାରଣ ମୋ ଟ୍ରେନିଂ ଏପର୍ଯ୍ୟନ୍ତ ପ୍ରଭାବିତ ହୋଇନାହିଁ। ଫାଇଟିଂ ଟ୍ରେନିଂ ଅବସରରେ ବିଭିନ୍ନ ପାର୍ଟନରଙ୍କ ସହ ଅଭ୍ୟସରୁ ଫାଇଦା ମିଳିଥାଏ। ମାତ୍ର ତାହା ଏବେ ସମ୍ଭବ ହେଉ ନ ଥିବାରୁ ହରି ସାରଙ୍କ ତତ୍ତ୍ବାବଧାନରେ ମୁଁ ଏହା ଜାରି ରଖିବାରେ ସକ୍ଷମ ହୋଇଛି“ ବୋଲି ଅନୁପମା କହିଛନ୍ତି। ମୁଁ ସକାଳେ ୱାର୍ମଅପ୍‌, ଷ୍ଟ୍ରେଚିଂ ଆଦି ଏକ୍ସରସାଇଜ୍‌ କରୁଛି। ଫିଟ୍‌ନେସ ପାଇଁ ପୁଶ୍‌ଅପ୍‌ଠାରୁ ଆରମ୍ଭ କରି ପେଟ କମିବା ପାଇଁ ବିଭିନ୍ନ ବ୍ୟାୟାମ କରୁଛି। ହାତ ଏବଂ ଆଣ୍ଠୁର ଷ୍ଟ୍ରେନ୍ଥ୍‌ ବଢ଼ାଇବା ପାଇଁ ସ୍କ୍ବାଟ୍‌ ଏକ୍ସରସାଇଜ୍‌ କରୁଛି। ଟ୍ରେନିଂ ସ୍କୁଲରେ ଥିବାରୁ ୱେଟ୍‌ ଟ୍ରେନିଂ ମଧ୍ୟ ସମ୍ଭବ ହୋଇପାରୁଛି। ଏକୁଟିଆ ଟ୍ରେନିଂ କରୁଥିବାରୁ ସମୟସୀମାର କିଛି କଟକଣା ନାହିଁ। ପୂର୍ବରୁ ଆସୁଥିବା ଟୁର୍ନାମେଣ୍ଟକୁ ଦୃଷ୍ଟିରେ ରଖି ଆମେ ଟ୍ରେନିଂ କରୁଥିଲୁ। ମାତ୍ର ଏବେ କରାଟେ ଓ ଜୁଜୁଟ୍‌ସୁ ଜାତୀୟ ପ୍ରତିଯୋଗିତା ବାତିଲ ହୋଇ ଯାଇଥିବାରୁ ମୁଁ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଅଭ୍ୟାସ କରୁନାହିଁ। ଜୁଜୁଟ୍‌ସୁ ପାଇଁ ଗ୍ରାଉଣ୍ଡ ଟେକ୍ନିକ ଆବଶ୍ୟକ ଥିବାରୁ ଅଭ୍ୟାସ ସମୟରେ ପାର୍ଟନର ନିହାତି ଦରକାର। ତାହା ସମ୍ଭବ ନ ଥିବାରୁ ନିଜର ଶକ୍ତି ବଢ଼ାଇବା ଉପରେ ବିଶେଷ ଧ୍ୟାନ ଦେଉଛି ବୋଲି ସେ କହିଛନ୍ତି।
ଫିଟ୍‌ନେସ ଟ୍ରେନିଂ ବ୍ୟତୀତ ଅନୁପମା ଉତ୍କଳ କରାଟେ ସ୍କୁଲ ପରିସରରେ ସାଇକ୍ଲିିଂ କରିବା ସହ ବ୍ୟାଡ୍‌ମିଣ୍ଟନ ଖେଳି ସମୟ ବିତାଉଛନ୍ତି। ଅନ୍ୟ ଅବସର ସମୟରେ ସ୍କୁଲର ଅନ୍ୟତମ ପ୍ରତିଷ୍ଠିତ କରାଟେକା ଗୌରୀ ମହାନ୍ତିଙ୍କ ସହିତ ମିଶି କିଛି ଅଫିସ କାମ କରିଥାନ୍ତି ବୋଲି ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟ ସମୟରେ ଆମେ ନିଜ ପ୍ରଦର୍ଶନକୁ ତୁଳନା କରିବା ସହଜ ହୋଇଥାଏ। ମାତ୍ର ଏବେ ଟୁର୍ନାମେଣ୍ଟ ହେଉ ନ ଥିବାରୁ ସେଗୁଡ଼ିକ ଜାଣିବା ସମ୍ଭବ ନୁହେଁ। ତେଣୁ ମୁଁ କିଛି ଖେଳିପାରୁ ନ ଥିବାରୁ କଷ୍ଟ ଅନୁଭବ କରୁଛି। ମୋଟାମୋଟି ମୁଁ ଗୋଟିଏ ସ୍ଥାନରେ ସ୍ଥିର ରହିଯିବାପରି ଅନୁଭବ ହେଉଛି। ପ୍ରକାଶ ଯୋଗ୍ୟ ଯେ, ଅନୁପମା ଏବେ କରାଟେ, ଶକ୍ତିଉତ୍ତୋଳନ, କୁସ୍ତି, ଜୁଜୁଟ୍ସ, ଗ୍ରାପ୍‌ଲିଂ, ସ୍ପୋଟର୍‌ସ କ୍ଲାଇମ୍ବିଂ ଆଦି କ୍ରୀଡ଼ାରେ ସକ୍ରିୟ ଅଛନ୍ତି। ସେ ସମ୍ପ୍ରତି ଓଡ଼ିଶା ପୋଲିସରେ କାର୍ଯ୍ୟରତ। ମାତ୍ର କ୍ରୀଡ଼ାରେ ସକ୍ରିୟ ଥିବାରୁ ବର୍ତ୍ତମାନର ସଙ୍କଟ ପରିସ୍ଥିତିରେ ତାଙ୍କୁ ଡ୍ୟୁଟିରୁ ବାହାରେ ରଖା ଯାଇଛି। ସେ କେବଳ କ୍ରୀଡ଼ା ଉପରେ ଫୋକସ କରି ରାଜ୍ୟ ଏବଂ ଦେଶକୁ ଗର୍ବିତ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ଅନୁପମାଙ୍କ କହିବା ଅନୁସାରେ ଅନ୍ୟ ଲୋକମାନେ କିପରି ସୁନ୍ଦର ଦେଖାଯିବେ ତାହା କରିବା(ବିୟୁଟିି ପାର୍ଲର) ଲକ୍ଷ୍ୟ ନେଇ ସେ ଭୁବନେଶ୍ୱର ଆସିଥିଲେ। ମାତ୍ର ହରିପ୍ରସାଦଙ୍କ ଦିଗ୍‌ଦର୍ଶନରେ ସେ ନିଜେ ଜଣେ ଚିହ୍ନା ମୁହଁଭାବେ ପରିଚିତ ହୋଇ ପାରିଛନ୍ତିି। ତେଣୁ ସେ ଆଜି ଯେଉଁ ସ୍ଥାନରେ ପହଞ୍ଚତ୍ଛନ୍ତି ତା’ର ସମସ୍ତ ଶ୍ରେୟ ହରିପ୍ରସାଦଙ୍କ ନିିକଟକୁ ଯିବ ବୋଲି ଅନୁପମା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

ଏସୀୟ କ୍ରୀଡ଼ାର ୧୦,୦୦୦ ମିଟର ଦୌଡ଼ରେ ସୀମାଙ୍କ ଐତିହାସିକ ବ୍ରୋଞ୍ଜ ପଦକ

ନାଗୋୟା,୨୪ା୯: ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍‌ ସୀମା ଗୁରୁବାର ମହିଳା ୧୦,୦୦୦ ମି. ବ୍ରୋଞ୍ଜ ପଦକ ଜିତିଛନ୍ତି। ସୀମା ଦୌଡ଼କୁ ୩୨:୫୦.୦୫ ସେକେଣ୍ଡରେ ଶେଷ କରି…

୧୬ ବର୍ଷ ପ୍ରତୀକ୍ଷାର ଅନ୍ତ: ଏସିଆନ୍ ଗେମ୍ସରେ ହିମାଚଳର ଝିଅ ସୀମା ରଚିଲେ ଇତିହାସ, ଭାରତ ପାଇଁ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ,୨୪।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଆଥଲେଟ୍ ସୀମା କୁମାରୀ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ମହିଳା ୧୦,୦୦୦ ମିଟର ରେସ୍ ଇଭେଣ୍ଟରେ ସୀମା ୩୨:୪୧.୫୪…

ପ୍ରତି ମ୍ୟାଚ ପିଛା ୪.୮ କୋଟି ଟଙ୍କା… ଟିମ ଇଣ୍ଡିଆ ପାଇଁ ବଡ଼ ଲାଭ; ବିସିସିଆଇ (BCCI) ପାଇଲା…

ନୂଆଦିଲ୍ଲୀ,୨୪।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ‘ଟାଇଟଲ ସ୍ପନ୍ସର’ (ମୁଖ୍ୟ ପ୍ରାୟୋଜକ) ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ସୂତ୍ରରୁ ମିଳିଥିବା ଖବର…

ଇସ୍ତଫା ଦେବେ ଅଜିତ ଅଗରକର; ଏହି ତାରିଖରେ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ ନାମ ଘୋଷଣା କରିବ BCCI

ନୂଆଦିଲ୍ଲୀ,୨୪।୯: ବର୍ତ୍ତମାନ ‘ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ’ (BCCI) ସମ୍ମୁଖରେ ଥିବା ସବୁଠାରୁ ବଡ଼ ସମସ୍ୟା ହେଉଛି ଜଣେ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ…

ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା, ସଭିଏଁ କହୁଛନ୍ତି…

ମୁମ୍ବାଇ,୨୪।୯: ଅର୍ଜୁନ ତେନ୍ଦୁଲକର ଗୁରୁବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି; ତାଙ୍କର ଜନ୍ମ ୨୪ ସେପ୍ଟେମ୍ବର ୧୯୯୯ରେ ହୋଇଥିଲା। ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ…

ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ନେଲା ପ୍ୟାଟ କମିନ୍ସଙ୍କ ସ୍ଥାନ

ନୂଆଦିଲ୍ଲୀ,୨୪।୯: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ବର୍ତ୍ତମାନ ଡର୍ବାନରେ ଖେଳାଯାଉଛି। ଏହି ମ୍ୟାଚରେ ମିଚେଲ ମାର୍ଶ ଅଷ୍ଟ୍ରେଲୀୟ ଦଳର ଅଧିନାୟକତ୍ୱ କରୁଛନ୍ତି,…

ତେନ୍ଦୁଲକର, ରୋହିତଙ୍କୁ ପଛରେ ପକାଇଲେ ବିରାଟ! ଟପ୍‌-୫ ବ୍ୟାଟରଙ୍କ ତାଲିକା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୪।୯: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ ୩ ମ୍ୟାଚର ରୋମାଞ୍ଚକର ଦିନିକିଆ ସିରିଜ। କ୍ୟାରିବିୟାନ ଦଳ ବିପକ୍ଷରେ ଭାରତ ମଇଦାନକୁ ଓହ୍ଲାଇଲେ ପ୍ରଶଂସକଙ୍କ ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?