Posted inଖେଳ

ଉତ୍କଳ କରାଟେ ସ୍କୁଲରେ ଅଭ୍ୟାସ ଜାରି ରଖିଛନ୍ତି ଅନୁପମା

ଭୁବନେଶ୍ୱର, ୨୪।୪(କ୍ରୀଡ଼ା ପ୍ରତିନିଧି)- କୋଭିଡ୍‌-୧୯ ପ୍ରଭାବରେ କ୍ରୀଡ଼ା ଜଗତ ସ୍ଥାଣୁ ଅବସ୍ଥାକୁ ଚାଲି ଆସିଥିବାରୁ ସର୍ବଦା କୋଳାହଳ ମୁଖରିତ ଖେଳାଳି ତିଆରି କାରଖାନା ଉତ୍କଳ କରାଟେ ସ୍କୁଲ ଏବେ ଶୂନ୍‌ଶାନ୍‌। ନିଜର ଦୂରଦୃଷ୍ଟି ଏବଂ ସବୁବେଳେ ନୂଆ କିଛି କରିବାର ଝୁଙ୍କ୍‌ ଯୋଗୁ ସୀମିତ ପରିସରରେ ପାଖାପାଖି ଡଜନେ କ୍ରୀଡ଼ା ଇଭେଣ୍ଟ ପରିଚାଳନା କରି ପାରୁଥିବା ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ କୋଚ୍‌ ହରି ପ୍ରସାଦ ପଟ୍ଟନାୟକ ଏବେ କ୍ରୀଡ଼ାର ଭବିଷ୍ୟତକୁ ନେଇ ଚିନ୍ତିତ। ସମଗ୍ର ବିଶ୍ୱ କରୋନା ଭାଇରସ ସଂକ୍ରମଣରେ ପ୍ରଭାବିତ ହୋଇଥିବାରୁ କେବେ ପୁଣି କ୍ରୀଡ଼ା ଜଗତ ସ୍ବାଭାବିକ ଅବସ୍ଥାକୁ ଆସିବ ତାହାକୁ ନେଇ କେହି କିଛି ପୂର୍ବାନୁମାନ ଲଗାଇପାରୁୁ ନାହାନ୍ତି। ବିଶେଷ କରି କରାଟେ ସ୍କୁଲ ପରିସରରେ ହେଉଥିବା ଫୁଲ୍‌ କଣ୍ଟାକ୍ଟ କ୍ରୀଡ଼ା ଇଭେଣ୍ଟ ଗୁଡ଼ିକୁ ନିକଟ ଅତୀତରେ ଅନୁମତି ମିଳିବା ସମ୍ଭାବନା ନାହିଁ ବୋଲି ହରିପ୍ରସାଦ ଅନୁଭବ କରୁଛନ୍ତି।
ଏହି ସ୍କୁଲର ଅନ୍ୟତମ ଶ୍ରେଷ୍ଠ ସୃଷ୍ଟି ହେଲେ ଅନୁପମା ସ୍ବାଇଁ। କରାଟେ ସ୍କୁଲରେ ସର୍ବଦା ଅଭ୍ୟାସରେ ବ୍ୟସ୍ତ ରହୁଥିବା ଅନ୍ୟ କ୍ରୀଡ଼ାବିତ୍‌ମାନେ ଘରକୁ ଫେରି ପରିବାର ସହିତ ସମୟ କଟାଉଥିବାବେଳେ ବହୁମୁଖୀ କ୍ରୀଡ଼ା ପ୍ରତିଭାର ଅଧିକାରୀ ଅନୁ ଲକ୍‌ଡାଉନ୍‌ ସ୍ଥିତିରେ ଏଠାରେ ରହିଯାଇଛନ୍ତି। ସେ ମଧ୍ୟ ଘରକୁ ଫେରିଥିଲେ ଭଲ ହୋଇଥାନ୍ତା ବୋଲି ପ୍ରାରମ୍ଭିକ ପର୍ଯ୍ୟାୟରେ ଭାବୁଥିଲେ। ମାତ୍ର ଲକ୍‌ ଡାଉନ୍‌ ଅବଧି ବଢ଼ୁଥିବାରୁ ତାଙ୍କ ମନୋଭାବରେ ପରିବର୍ତ୍ତନ ଆସିଛି। ପାର୍ଟନର ମିଳୁ ନ ଥିଲେ ହେଁ କରାଟେ ସ୍କୁଲରେ ଅଭ୍ୟାସ ଜାରି ରଖି ପାରିଥିବାରୁ ନିଜକୁ ଭାଗ୍ୟଶାଳୀ ମଣୁଛନ୍ତି। ” ଦେଶ ଏବେ ଲକ୍‌ଡାଉନ୍‌ ସ୍ଥିତିରେ ଥିବାରୁ ଅଧିକାଂଶ ଖେଳାଳି ଘରେ ସମୟ ବିତାଉଛନ୍ତି। ଏହା ଅବଶ୍ୟ ଗୋଟିଏ ଦୃଷ୍ଟିରୁ ଭଲ କଥା, ତେବେ ଘରେ କିଛିଦିନ ରହିବାପରେ ଫିଜିକାଲ ଫିଟ୍‌ନେସ ବଜାୟ ରଖିବା କଷ୍ଟକର ହୋଇପଡ଼ିବ। ଏ କ୍ଷେତ୍ରରେ ମୁଁ ସାମାନ୍ୟ ଭାଗ୍ୟଶାଳୀ ମନେ କରୁଛି। କାରଣ ମୋ ଟ୍ରେନିଂ ଏପର୍ଯ୍ୟନ୍ତ ପ୍ରଭାବିତ ହୋଇନାହିଁ। ଫାଇଟିଂ ଟ୍ରେନିଂ ଅବସରରେ ବିଭିନ୍ନ ପାର୍ଟନରଙ୍କ ସହ ଅଭ୍ୟସରୁ ଫାଇଦା ମିଳିଥାଏ। ମାତ୍ର ତାହା ଏବେ ସମ୍ଭବ ହେଉ ନ ଥିବାରୁ ହରି ସାରଙ୍କ ତତ୍ତ୍ବାବଧାନରେ ମୁଁ ଏହା ଜାରି ରଖିବାରେ ସକ୍ଷମ ହୋଇଛି“ ବୋଲି ଅନୁପମା କହିଛନ୍ତି। ମୁଁ ସକାଳେ ୱାର୍ମଅପ୍‌, ଷ୍ଟ୍ରେଚିଂ ଆଦି ଏକ୍ସରସାଇଜ୍‌ କରୁଛି। ଫିଟ୍‌ନେସ ପାଇଁ ପୁଶ୍‌ଅପ୍‌ଠାରୁ ଆରମ୍ଭ କରି ପେଟ କମିବା ପାଇଁ ବିଭିନ୍ନ ବ୍ୟାୟାମ କରୁଛି। ହାତ ଏବଂ ଆଣ୍ଠୁର ଷ୍ଟ୍ରେନ୍ଥ୍‌ ବଢ଼ାଇବା ପାଇଁ ସ୍କ୍ବାଟ୍‌ ଏକ୍ସରସାଇଜ୍‌ କରୁଛି। ଟ୍ରେନିଂ ସ୍କୁଲରେ ଥିବାରୁ ୱେଟ୍‌ ଟ୍ରେନିଂ ମଧ୍ୟ ସମ୍ଭବ ହୋଇପାରୁଛି। ଏକୁଟିଆ ଟ୍ରେନିଂ କରୁଥିବାରୁ ସମୟସୀମାର କିଛି କଟକଣା ନାହିଁ। ପୂର୍ବରୁ ଆସୁଥିବା ଟୁର୍ନାମେଣ୍ଟକୁ ଦୃଷ୍ଟିରେ ରଖି ଆମେ ଟ୍ରେନିଂ କରୁଥିଲୁ। ମାତ୍ର ଏବେ କରାଟେ ଓ ଜୁଜୁଟ୍‌ସୁ ଜାତୀୟ ପ୍ରତିଯୋଗିତା ବାତିଲ ହୋଇ ଯାଇଥିବାରୁ ମୁଁ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଅଭ୍ୟାସ କରୁନାହିଁ। ଜୁଜୁଟ୍‌ସୁ ପାଇଁ ଗ୍ରାଉଣ୍ଡ ଟେକ୍ନିକ ଆବଶ୍ୟକ ଥିବାରୁ ଅଭ୍ୟାସ ସମୟରେ ପାର୍ଟନର ନିହାତି ଦରକାର। ତାହା ସମ୍ଭବ ନ ଥିବାରୁ ନିଜର ଶକ୍ତି ବଢ଼ାଇବା ଉପରେ ବିଶେଷ ଧ୍ୟାନ ଦେଉଛି ବୋଲି ସେ କହିଛନ୍ତି।
ଫିଟ୍‌ନେସ ଟ୍ରେନିଂ ବ୍ୟତୀତ ଅନୁପମା ଉତ୍କଳ କରାଟେ ସ୍କୁଲ ପରିସରରେ ସାଇକ୍ଲିିଂ କରିବା ସହ ବ୍ୟାଡ୍‌ମିଣ୍ଟନ ଖେଳି ସମୟ ବିତାଉଛନ୍ତି। ଅନ୍ୟ ଅବସର ସମୟରେ ସ୍କୁଲର ଅନ୍ୟତମ ପ୍ରତିଷ୍ଠିତ କରାଟେକା ଗୌରୀ ମହାନ୍ତିଙ୍କ ସହିତ ମିଶି କିଛି ଅଫିସ କାମ କରିଥାନ୍ତି ବୋଲି ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟ ସମୟରେ ଆମେ ନିଜ ପ୍ରଦର୍ଶନକୁ ତୁଳନା କରିବା ସହଜ ହୋଇଥାଏ। ମାତ୍ର ଏବେ ଟୁର୍ନାମେଣ୍ଟ ହେଉ ନ ଥିବାରୁ ସେଗୁଡ଼ିକ ଜାଣିବା ସମ୍ଭବ ନୁହେଁ। ତେଣୁ ମୁଁ କିଛି ଖେଳିପାରୁ ନ ଥିବାରୁ କଷ୍ଟ ଅନୁଭବ କରୁଛି। ମୋଟାମୋଟି ମୁଁ ଗୋଟିଏ ସ୍ଥାନରେ ସ୍ଥିର ରହିଯିବାପରି ଅନୁଭବ ହେଉଛି। ପ୍ରକାଶ ଯୋଗ୍ୟ ଯେ, ଅନୁପମା ଏବେ କରାଟେ, ଶକ୍ତିଉତ୍ତୋଳନ, କୁସ୍ତି, ଜୁଜୁଟ୍ସ, ଗ୍ରାପ୍‌ଲିଂ, ସ୍ପୋଟର୍‌ସ କ୍ଲାଇମ୍ବିଂ ଆଦି କ୍ରୀଡ଼ାରେ ସକ୍ରିୟ ଅଛନ୍ତି। ସେ ସମ୍ପ୍ରତି ଓଡ଼ିଶା ପୋଲିସରେ କାର୍ଯ୍ୟରତ। ମାତ୍ର କ୍ରୀଡ଼ାରେ ସକ୍ରିୟ ଥିବାରୁ ବର୍ତ୍ତମାନର ସଙ୍କଟ ପରିସ୍ଥିତିରେ ତାଙ୍କୁ ଡ୍ୟୁଟିରୁ ବାହାରେ ରଖା ଯାଇଛି। ସେ କେବଳ କ୍ରୀଡ଼ା ଉପରେ ଫୋକସ କରି ରାଜ୍ୟ ଏବଂ ଦେଶକୁ ଗର୍ବିତ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ଅନୁପମାଙ୍କ କହିବା ଅନୁସାରେ ଅନ୍ୟ ଲୋକମାନେ କିପରି ସୁନ୍ଦର ଦେଖାଯିବେ ତାହା କରିବା(ବିୟୁଟିି ପାର୍ଲର) ଲକ୍ଷ୍ୟ ନେଇ ସେ ଭୁବନେଶ୍ୱର ଆସିଥିଲେ। ମାତ୍ର ହରିପ୍ରସାଦଙ୍କ ଦିଗ୍‌ଦର୍ଶନରେ ସେ ନିଜେ ଜଣେ ଚିହ୍ନା ମୁହଁଭାବେ ପରିଚିତ ହୋଇ ପାରିଛନ୍ତିି। ତେଣୁ ସେ ଆଜି ଯେଉଁ ସ୍ଥାନରେ ପହଞ୍ଚତ୍ଛନ୍ତି ତା’ର ସମସ୍ତ ଶ୍ରେୟ ହରିପ୍ରସାଦଙ୍କ ନିିକଟକୁ ଯିବ ବୋଲି ଅନୁପମା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri