ଉଜୁଡ଼ା ସଂସାର ସଜାଡ଼ିଦେଲେ ଶାଶୁ: ବିଧବା ବୋହୂଙ୍କୁ ଦେଲେ ବିବାହ

ତାଳଚେର,୧୪।୯(ନି.ପ୍ର.) – ୫ ମାସ ତଳେ ପୁଅର ବିବାହ କରି ଘରକୁ ବୋହୂଟିଏ ଆଣିଥିଲେ। ପୂଅ-ବୋହୂଙ୍କ ସୁଖର ସଂସାର ଦେଖି ଖୁସିରେ ଉଚ୍ଛୁଳି ଉଠୁଥିଲେ। ଭାବିଥିଲେ ନାତୁଣୀ କି ନାତିଟିଏ ଆସିଲେ କୁଳ ସହ କୋଳ ପୂରିଉଠିଥାନ୍ତା ତାଙ୍କର। ହେଲେ ନିୟତିର ନିର୍ଦ୍ଦେଶ ଥିଲା କିଛି ଭିନ୍ନ। ଜୁଲାଇ ୨୩ ଭରତପୁର ଖଣି ଦୁର୍ଘଟଣାରେ ପୁଅର ମୃତ୍ୟୁ ପରେ ବୋହୂର ବିଧବା ବେଶ ବେଶ୍‌ ଯନ୍ତ୍ରଣା ଦେଉଥିଲା ତାଙ୍କୁ। ପୁଅକୁ ହରାଇଥିଲେ ବି ଭାଙ୍ଗି ପଡ଼ି ନ ଥିଲେ ସେ। ବୋହୂକୁ କିପରି ପୁଣି ପୂର୍ବ ରୂପରେ ଦେଖିବେ ସେହି ଯୋଜନାରେ ଥିଲେ ସେବେଠୁ। ଯୋଗକୁ ସହଯୋଗର ହାତ ବଢ଼ାଇଲେ ଭାଇ। ଆଉ ଗତ ୧୧ ତାରିଖରେ ଭାଇର ପୁଅ ପୁତୁରା ସହ ବିଧବା ବୋହୂର ବିବାହ ଦେଇ ଏକ ନିଆରା ଉଦାହରଣ ପାଲଟିଛନ୍ତି ଅନୁଗୋଳ ଜିଲା ତାଳଚେର ବ୍ଲକ ଗୋବରା ଗ୍ରାମର ପୂର୍ବତନ ସରପଞ୍ଚ ପ୍ରତିମା ବେହେରା।
ପ୍ରତିମାଙ୍କ କହିବା ଅନୁଯାୟୀ, ଗତ ଫେବୃୟାରୀରେ ସେ ପୁଅ ରଶ୍ମିରଞ୍ଜନଙ୍କୁ ତୁରଙ୍ଗ ଗ୍ରାମର ଲିଲି ବେହେରାଙ୍କ ସହ ବିବାହ କରାଇଥିଲେ। ବୋହୂ ନୁହେଁ ଝିଅଟିଏ ଘରକୁ ଆସିଲା ବୋଲି ସେ ଭାବିନେଇଥିଲେ। ବୋହୂ ଲିଲି ମଧ୍ୟ ତାଙ୍କୁ ମା’ ପରି ମାନୁଥିଲେ। ହେଲେ ଜୁଲାଇ ୨୩ ରାତିରେ ଭରତପୁର ଖଣିରେ ପୁଅ ରଶ୍ମିରଞ୍ଜନ କାମ କରୁଥିବା ବେଳେ କୋଇଲା ଅତଡ଼ା ତଳେ ଚାପି ହୋଇଯାଇଥିଲେ। ଖଣିରୁ ପୁଅର ମୃତଦେହ ଉଦ୍ଧାର ପରେ ସେ ହତବାକ ହୋଇଯାଇଥିଲେ। ବିବାହର ମାତ୍ର ୫ ମାସ ପରେ ପୁଅର ଏପରି ମୃତ୍ୟୁ ଓ ଝିଅ ପରି ଚଳୁଥିବା ବୋହୂର ବିଧବା ମୁହଁ ତାଙ୍କୁ ଯେମିତି ଅଥୟ କରିଦେଇଥିଲା। ବୋହୂ କିପରି ପୁଣି ଘରସଂସାର କରନ୍ତା ତାହାକୁ ନେଇ ସେ ଦିନରାତି ଚିନ୍ତାରେ ପଡ଼ିଥିଲେ। ଶେଷରେ ନିଜ ମନ କଥା ଲିଲିଙ୍କୁ କହିଥିଲେ। ମାତ୍ର ଦେଢ଼ମାସ ତଳେ ସ୍ବାମୀଙ୍କୁ ହରାଇଥିବା ଲିଲି ଶାଶୁଙ୍କ ଏପରି କଥାକୁ ଗ୍ରହଣ କରିପାରି ନ ଥିଲେ। ଝିଅ ହୋଇ ତାଙ୍କ ପାଖରେ ସବୁଦିନ ରହିବାକୁ ନିଷ୍ପତ୍ତି କରିଥିବା ଜଣାଇ ଦେଇଥିଲେ। ବୋହୂଠାରୁ ନାସ୍ତିବାଣୀ ଶୁଣି ବି ସେ ଚୁପ୍‌ ହୋଇ ବସି ନ ଥିଲେ। ଅନୁଗୋଳ ହେମସୁରପଡାଠାରେ ରହୁଥିବା ଭାଇ ପ୍ରାଣବନ୍ଧୁ ବେହେରାଙ୍କ ସହ ଯୋଗାଯୋଗ କରିଥିଲେ। ପୁତୁରା ସଂଗ୍ରାମଙ୍କ ସହ ବୋହୂର ବିବାହ କଲେ କେମିତି ହୁଅନ୍ତା ବୋଲି ଭାଇଙ୍କୁ ପଚାରିଥିଲେ। ଭଉଣୀ ପ୍ରତିମାଙ୍କ ଏପରି ପ୍ରସ୍ତାବ ପ୍ରାଣବନ୍ଧୁଙ୍କୁ ମଧ୍ୟ ପ୍ରଭାବିତ କରିଥିଲା। ଶେଷରେ ବୋହୂ ଲିଲି ମୁହଁରେ ହସ ଫୁଟାଇବାକୁ ଦୁଇ ପରିବାର ଏପରି ଏକ ନିଆରା କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କ କଥାରେ ସହମତ ହେବା ପରେ ଗତ ୧୧ ତାରିଖରେ ଅନୁଗୋଳ ରାଜକିଶୋରପଡା ଜଗନ୍ନାଥ ମନ୍ଦିରରେ ସଂଗ୍ରାମ ଓ ଲିଲିଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ କାର୍ଯ୍ୟରେ ଉଭୟ ପରିବାର, ବନ୍ଧୁବାନ୍ଧବ ଓ ଲିଲିଙ୍କ ବାପଘର ଲୋକ ମଧ୍ୟ ଉପସ୍ଥିତ ଥିବା ପ୍ରତିମା କହିଛନ୍ତି। ବୋହୂ ଲିଲି ହାତରେ ପୁଣି ଶଙ୍ଖା ଓ ମଥାରେ ସିନ୍ଦୂର ଦେଖି ସେ ଅତି ଆନନ୍ଦିତ। ବାପଘର ପକ୍ଷରୁ ଯେଭଳି ଝିଅକୁ ବିଦାୟ ଦିଆଯାଏ, ଠିକ୍‌ ସେଭଳି ସେ ଲିଲିଙ୍କୁ ଭାଇ ଘରକୁ ପଠାଇବେ ବୋଲି ପ୍ରତିମା ପ୍ରକାଶ କରିଛନ୍ତି। ଶାଶୁ ହୋଇ ବି ବୋହୂ ପ୍ରତି ପ୍ରତିମାଙ୍କ ଏପରି ସ୍ନେହ, ଶ୍ରଦ୍ଧା ଓ କର୍ତ୍ତବ୍ୟପରାୟଣତା ଏବେ ଅନୁଗୋଳ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନ ରାମଙ୍କ ବିଷୟରେ ମନ୍ତବ୍ୟ ମାମଲାରେ ବଢ଼ିଲା ରାହୁଲଙ୍କ ଅଡୁଆ, FIR….

ନୂଆଦିଲ୍ଲୀ,୧୧।୬: ରାହୁଲ ଗାନ୍ଧୀଙ୍କୁ ପୁଣି ଏକ ଝଟକା । ପ୍ରଭୁ ରାମଙ୍କ ବିଷୟରେ ମନ୍ତବ୍ୟ ଦେବା ନେଇ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ହାଇ-ଏଥାନଲ ପେଟ୍ରୋଲରୁ ଏକ୍ସସାଇଜ ଡ୍ୟୁଟି ସମ୍ପୂର୍ଣ୍ଣ ଛାଡ଼

ନୂଆଦିଲ୍ଲୀ,୧୧।୬: ପଶ୍ଚିମ ଏସିଆ (West Asia)ରେ ଜାରି ରହିଥିବା ଯୁଦ୍ଧ ଏବଂ ଉତ୍ତେଜନା କାରଣରୁ ବିଶ୍ୱ ଶକ୍ତି ବଜାର (Global Energy Market)ରେ ସୃଷ୍ଟି ହୋଇଥିବା ହାହାକାର…

ଆସୁଛି ରଜ: ହେଲେ ଦରମା ପାଇବାରୁ ବଞ୍ଚିତ ଶିକ୍ଷୟିତ୍ରୀ-ଶିକ୍ଷକ

ପଟାଙ୍ଗି,୧୧ା୬(ଶରତ କୁମାର ଧଳ): ଆଉ କିଛିଦିନ ପରେ ରଜ। ଏହିପରି ସ୍ଥିତିରେ ଏସ୍‌ଏସ୍‌ଏ ଅନୁଦାନରୁ ପାଉଥିବା ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି ଶିକ୍ଷୟିତ୍ରୀ-ଶିକ୍ଷକଙ୍କଠାରୁ ଆରମ୍ଭ କରି ସମସ୍ତ…

ମାସେ ତଳେ ଫୁଲ ତୋଳିବାକୁ ଯାଉ ଆଉ ଫେରି ନ ଥିଲେ ସୁନ୍ଦରୀ: କେନାଲରୁ ମିଳିଲା…

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପା ପଞ୍ଚାୟତ ଗୁଡିପଦର ଗ୍ରାମ ନିକଟ ଏକ କେନାଲ ପାଖରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି। ଖବର…

ଭାରତ ଉପରେ ମାଡ଼ିଆସୁଛି ବଡ଼ ସଙ୍କଟ: ହର୍ମୁଜ ପ୍ରଣାଳୀ ବନ୍ଦ ପରେ ଏବେ ବଢିବ…

ନୂଆଦିଲ୍ଲୀ,୧୧।୬: ପଶ୍ଚିମ ଏସିଆରେ ଉତ୍ତେଜନା ଏବଂ ସଙ୍କଟ ବିଶ୍ୱବ୍ୟାପୀ ଅସ୍ଥିରତା ସୃଷ୍ଟି କରିଛ ଭାରତ ଏହି ପରିସ୍ଥିତିରୁ ମୁକ୍ତ ନୁହେଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା, ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଫାଇଲ ଗାଏବ

ଭୁବନେଶ୍ୱର,୧୧।୬ (ପ୍ରସନଜିତ୍‌ ସାହୁ): କନ୍ଧମାଳ ଜଲେଶପେଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଘଟଣାକୁ ନେଇ ଏ. ଏସ୍‌. ନାଇଡୁ କମିଶନ ତଦନ୍ତ କରି ସରକାରଙ୍କୁ ରିପୋର୍ଟ…

ମମତାଙ୍କୁ ଆଉ ଏକ ବଡ଼ ଝଟ୍‌କା: TMCରୁ ଆଉ ଜଣେ ଏମ୍‌ପିଙ୍କ ଇସ୍ତଫା; ଜାଣନ୍ତୁ ଏବେ ଦିଦିଙ୍କ ସହ କେତେ ରହିଲେ ଏମ୍‌ପି-ବିଧାୟକ

କୋଲକାତା,୧୧।୫: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (TMC) ମଧ୍ୟରେ ସବୁ କିଛି ଠିକ୍‌ ଚାଲିନାହିଁ ଏବଂ ଦଳରେ ଦଳବଦଳର ସ୍ଥିତି ସୃଷ୍ଟି ହୋଇଛି। ଦଳର ରାଜ୍ୟ…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବ୍ଲକ ମୁଖ୍ୟ ଉନ୍ନୟନ ଅଧିକାରୀ

ଲାଞ୍ଜିଗଡ଼,୧୧ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ-ଜନମନ ଗୃହ ପ୍ରକଳ୍ପର ଅଗ୍ରଗତି ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri