ଉଚ୍ଚ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଭୟ

ବ୍ରହ୍ମପୁର ଅଫିସ,୨୭ା୫- ଗୁଜରାଟର ସୁରଟସ୍ଥିତ ଏକ କୋଚିଂ ସେଣ୍ଟରରେ ଶୁକ୍ରବାର ନିଆଁ ଲାଗିଯାଇଥିଲା। ଏଥିରେ ପୋଡ଼ି ହୋଇ ଓ ନିଆଁରୁ ବର୍ତ୍ତିବା ପାଇଁ ତୃତୀୟ ଓ ଚତୁର୍ଥ ମହଲାରୁ ଡ଼େଇଁ ୨୨ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଉଥିଲେ ମଧ୍ୟ ତାହାକୁ ଠିକ ଭାବେ ପାଳନ କରାଯାଉନାହିଁ। ଏଣୁ ଏପରି ଦୁର୍ଘଟଣା ଘଟୁଛି। ବ୍ରହ୍ମପୁର ସହରରେ ଦିନକୁ ଦିନ ବହୁ ମହଲା ବିଶିଷ୍ଟ ଅଟ୍ଟାଳିକା ବୃଦ୍ଧି ପାଉଛି। ସହରବାସୀ ଖୁବ୍‌ ସହଜରେ ଓ ସୁବିଧାରେ କେମିତି ସବୁ କିଛି ହାତ ପାହାନ୍ତରେ ମିଳିଯିବ ସେ ଚିନ୍ତାରେ ରହୁଛନ୍ତି। ଲୋକଙ୍କ ଏହି ଚାହିଦା ମେଣ୍ଟାଇବା ପାଇଁ ବ୍ରହ୍ମପୁର ସହରରେ ଉଚ୍ଚ ଅଟ୍ଟାଳିକାରେ ବିଭିନ୍ନ ଶପିଂ ମଲ, ଘରୋଇ ଶିକ୍ଷାନୁଷ୍ଠାନ ଖୋଲି ଚାଲିଛି।
ସେହିପରି ସହରରେ ଆପାର୍ଟମେଣ୍ଟ କଲଚର ମଧ୍ୟ ଜୋର ଧରିଛି। ଲୋକେ ଜାଗା କିଣି ଆଉ ଘର ତିଆରି କରିବା ଝାମେଲାରେ ନ ପଡ଼ି ଆପାର୍ଟମେଣ୍ଟ କ୍ରୟ କରିବାକୁ ପସନ୍ଦ କରୁଛନ୍ତି। ଶପିଂ ମଲ, ଆପାର୍ଟମେଣ୍ଟରେ ଲୋକଙ୍କ ସୁବିଧା ପ୍ରତି ଦୃଷ୍ଟି ଦିଆଯାଉଥିବା ବେଳେ ସୁରକ୍ଷା ଦିଗ ପ୍ରତି ଅବହେଳା କରାଯାଉଛି। ଯାହାକି ଗତ କିଛି ମାସ ତଳେ ଅଗ୍ନିଶମ ବିଭାଗର ଚଢ଼ାଉ ବେଳେ ସ୍ପଷ୍ଟ ହୋଇଛି।
ବ୍ରହ୍ମପୁର ସହରରେ ଗୋଟିଏ ବି ବ୍ୟବସାୟିକ ପ୍ରତିଷ୍ଠାନ କିମ୍ବା ଆପାର୍ଟମେଣ୍ଟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ମହଜୁଦ ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କେହି ବି ଅଗ୍ନି ନିରାପତ୍ତା ନିୟମକୁ ମାନୁ ନାହାନ୍ତି। ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ଇଲାକାରେ ଶପିଂମଲ, ହୋଟେଲଗୁଡ଼ିକ ଖୋଲିଛି।
କେତେକ ମଲରେ ପାର୍କିଂ ସ୍ଥାନ ନ ଥିବାରୁ ବିଗତ ଦିନରେ ତାହାକୁ ସିଲ କରି ଦିଆଯାଇଥିଲା। କିନ୍ତୁ ପରେ ସେହି ମଲଗୁଡ଼ିକରେ ପୁଣି ଚାଲିଛି। କୌଣସି ବି ବ୍ୟବସାୟିକ ପ୍ରତିଷ୍ଠାନ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନେଇନାହାନ୍ତି। ଏ ନେଇ ବହୁବାର ଅଭିଯୋଗ ହୋଇଥିଲା। ସେପଟେ ଫାୟାର ସେଫ୍ଟିି ରୁଲ ଏବଂ ନ୍ୟାଶନାଲ ବିଲ୍ଡିଂ ରୁଲ ମଧ୍ୟ ଉଲ୍ଲଂଘନ ନେଇ ଅଭିଯୋଗ ହୋଇଥିଲା। ଏଭଳି ପ୍ରତିଷ୍ଠାନରେ ଯଦି ଅଗ୍ନିକାଣ୍ଡ ଘଟିବ, ତେବେ ବହୁ ଧନଜୀବନ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି। ୨୦୧୭ରେ ପ୍ରଣୟନ ହୋଇଥିବା ଫାୟାର ସେଫ୍ଟିି ରୁଲ ଅନୁସାରେ ବ୍ରହ୍ମପୁରରେ ପ୍ରାୟ ୫୦୦ ପ୍ରତିଷ୍ଠାନକୁ ପର୍ଯ୍ୟାୟକ୍ରମେ ନୋଟିସ ଜାରି ହୋଇଥିଲା। ସେଥିମଧ୍ୟରୁ ୧୨ଟି ଶପିଂମଲ, ୮ଟି ହୋଟେଲ ଓ ୭ଟି ଆପାର୍ଟମେଣ୍ଟକୁ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ ଭାବେ ଚିହ୍ନଟ କରାଯାଇଥିଲା। ପ୍ରତି ୨ ମାସରେ ଉକ୍ତ ପ୍ରତିଷ୍ଠାନ ଗୁଡ଼ିକ ଯାଞ୍ଚ କରାଯିବ।
ଏହା ପରେ ଏହି ପ୍ରତିଷ୍ଠାନରେ ଯଦି କୌଣସି ତ୍ରୁଟି ପରିଲକ୍ଷିତ ହେବ ତାହା ସିଲ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସେ ସମୟରେ କୁହାଯାଇଥିଲା। ସେହିପରି ଆପାର୍ଟମେଣ୍ଟ ଗୁଡ଼ିକରେ ମଧ୍ୟ ଆବଶ୍ୟକ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ସେଥିପ୍ରତି ଆଉ ଗୁରୁତ୍ୱ ଦିଆଗଲାନି। ସୁରଟ ଘଟଣା ପରେ ସହରରେ ଅଗ୍ନିଶମ ବିଭାଗ ଓ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ବହୁତଳ ପ୍ରାସାଦର ମାଲିକଙ୍କୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ହାସଲ କରିବାକୁ ବିଏମ୍‌ସ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ ଜାରି ହୋଇଛି।
୩ ମାସ ମଧ୍ୟରେ ଅଗ୍ନିନିରାପତ୍ତା ପ୍ରମାଣପତ୍ର ସଂଗ୍ରହ ନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି କୁହାଯାଇଛି।
ଏନେଇ ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର କୁହନ୍ତି, ବ୍ରହ୍ମପୁର ସହରରେ ଥିବା ଶପିଂମଲ, ବହୁ ମହଲା ବିଣିଷ୍ଟ ଅଟ୍ଟାଳିକା ଓ ହୋଟେଲ ଗୁଡ଼ିକୁ ନୋଟିସ ଜାରି ହୋଇଛି। ଖୁବଶୀଘ୍ର ସେଠାରେ ଚଢ଼ାଉ କରି ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ମୂଳଭିତ୍ତି: ରାଜଯୋଗୀ ଡଃ ଶକ୍ତିରାଜ

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଉପସେବା କେନ୍ଦ୍ର ଆନୁକୁଲ୍ୟରେ ୩ ଦିନ ବ୍ୟାପି ଚାଲିଥିବା ‘ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ’ ପ୍ରସଙ୍ଗ ଭିତ୍ତିକ…

କୂଳ ଲଂଙ୍ଘିବା ଓ ବେଳାଭୂମି ଅବକ୍ଷୟ ପ୍ରସଙ୍ଗ, ସମୀକ୍ଷା କରି ଅଞ୍ଚଳବlସୀଙ୍କ ସହ ବିଧାୟକଙ୍କ ଆଲୋଚନା

ଗଞ୍ଜାମ,୫ା୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି ଦ୍ରୁତ…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଗଲା ପାଣି, ଖୋଲିଲା ୨ ଗେଟ୍‌

ଦିଗପହଣ୍ଡି,୫ା୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ…

କୂଳ ଲଙ୍ଘୁଛି ସମୁଦ୍ର: ଉଭୟ ଉପକୂଳ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳକ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଦିନ…

ତାରାତାରିଣୀ କଲେଜର ହେବ ଆଧୁନିକୀକରଣ, ଅଞ୍ଚଳରେ ଖୁସିର ଲହରୀ

ପୁରୁଷୋତ୍ତମପୁର,୫ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ପାଇଁ ଚଳିତ ବର୍ଷ ଏକ ଐତିହାସିକ ବର୍ଷ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠିତ ରୁଷା/ପିଏମ-ଉଷା ପ୍ରକଳ୍ପରେ…

ପ୍ରକାଶ ପାଇଲା ଭୋଟର ତାଲିକା: ୨୭ ଲକ୍ଷ ୯୨ ହଜାର ୧୫୮ ଜଣ ସାମିଲ, ବାଦ୍‌ ପଡ଼ିଲେ…

ଛତ୍ରପୁର,୫ା୭(ଦିଲ୍ଲୀପ ସାମଲ): ଭାରତର ଗଣତାନ୍ତ୍ରିକ ପର୍ବ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ନିର୍ଭୁଲ ଏବଂ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri