Posted inଜାତୀୟ

ଇଭିଏମ୍‌ରେ ଜନାଦେଶ, ୨୩କୁ ଅପେକ୍ଷା

ନୂଆଦିଲ୍ଲୀ,୨୦।୫(ପି.ଟି.): ପଶ୍ଚିମବଙ୍ଗ ଏବଂ ପଞ୍ଜାବର କେତେକ ସ୍ଥାନରେ ହିଂସାକାଣ୍ଡକୁ ବାଦ୍‌ ଦେଲେ ରବିବାର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିସହିତ ସପ୍ତଦଶ ଲୋକ ସଭା ନିମନ୍ତେ ମୋଟ ୫୪୨ ଆସନରେ ନିର୍ବାଚନ ସରିଛି। ବିପୁଳ ଅର୍ଥ ଜବତ ହେବା ଫଳରେ ତାମିଲନାଡୁର ଭେଲୋର ଆସନରେ ମତଦାନ ବାତିଲ କରାଯାଇଥିଲା। ନିର୍ବାଚନ ସରିବା ସହ ଜନାଦେଶ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। ଏବେ ସମସ୍ତଙ୍କର ଅପେକ୍ଷା ୨୩ ତାରିଖକୁ। ସେଦିନ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବା ଆଶା କରାଯାଉଛି।
ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ପ୍ରକ୍ରିୟା କୁହାଯାଉଥିବା ଭାରତର ସାଧାରଣ ନିର୍ବାଚନରେ ପାଖାପାଖି ୯୦ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଥିବାବେଳେ ଏପ୍ରିଲ ୧୧ରୁ ୭ ପର୍ଯ୍ୟାୟରେ ମତଦାନ କରାଯାଇଥିଲା। ଏଥିସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ ଓ ସିକ୍କିମ୍‌ ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ମାର୍ଚ୍ଚ ୧୦ରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା। ଆଇନଶୃଙ୍ଖଳା ଦୃଷ୍ଟିରୁ ବିହାର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ୭ଟି ପର୍ଯ୍ୟାୟରେ ମତଦାନ ହୋଇଥିବାବେଳେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଆସନରେ ତିନି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା। ଭେଲୋରରେ ଅତ୍ୟଧିକ ଟଙ୍କା ଜବତ କାରଣରୁ ନିର୍ବାଚନ ବାତିଲ ହୋଇଥିବାବେଳେ ତ୍ରିପୁରା ପୂର୍ବ ଆସନରେ ମତଦାନ ଏପ୍ରିଲ ୧୮ରେ ହେବାକୁ ଥିବାବେଳେ ଆଇନଶୃଙ୍ଖଳା କାରଣରୁ ଏହାକୁ ଏପ୍ରିଲ ୨୩କୁ ଘୁଞ୍ଚାଇ ଦିଆଯାଇଥିଲା।
ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ସାମ୍ବିଧାନିକ ଅନୁଷ୍ଠାନଗୁଡିକର କ୍ଷମତା ସଙ୍କୁଚିତ ହୋଇଥିବା ଟିଏମ୍‌ସି ସମେତ ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ନିର୍ବାଚନ କମିଶନ ନରେନ୍ଦ୍ର ମୋଦି ସରକାରଙ୍କ ଇଙ୍ଗିତରେ କାର୍ଯ୍ୟ କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା। ବେରୋଜଗାରୀ, କୃଷି ଓ ଗ୍ରାମାଞ୍ଚଳ ସମସ୍ୟା, ମୁଦ୍ରାସ୍ଫୀତି, ଜିଡିପି ଅଭିବୃଦ୍ଧି ହ୍ରାସ ଆଦିକୁ କଂଗ୍ରେସ ପ୍ରସଙ୍ଗ କରିଥିଲା। ଅନ୍ୟପକ୍ଷରେ ଏଥର ନିର୍ବାଚନରେ ଜାତୀୟ ସୁରକ୍ଷା ଓ ଆତଙ୍କବାଦକୁ ପ୍ରସଙ୍ଗ କରିଥିଲା ଶାସକ ଦଳ ଭାଜପା। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ, ପାକିସ୍ତାନର ବାଲାକୋଟରେ ବାୟୁସେନାର ଏୟାର ଷ୍ଟ୍ରାଇକ୍‌କୁ ପୁଞ୍ଜି କରି ଭାଜପା ଭୋଟ ସାଉଁଟିବାକୁ ଉଦ୍ୟମ କରିଥିଲା। ଦେଶର ସେନାବାହିନୀକୁ ବ୍ୟବହାର କରି ପ୍ରଧାନମନ୍ତ୍ରୀ ମୋଦି ଫାଇଦା ଉଠାଇବାକୁ ଉଦ୍ୟମ କରୁଥିବାରୁ ବିଭିନ୍ନ ଦଳ ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ନିର୍ବାଚନ ପ୍ରଚାର ବେଳେ କେତେଜଣ ନେତାଙ୍କ ବିବାଦୀୟ ମନ୍ତବ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନ ବିଭିନ୍ନ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ରବିବାର ପଶ୍ଚିମବଙ୍ଗର କେତେକ ସ୍ଥାନରେ ବୋମାମାଡ଼ ସାଙ୍ଗକୁ ଗଣ୍ଡଗୋଳ ହୋଇଥିବା ଖବର ମିଳିଛି। ସେହିପରି ପଞ୍ଜାବର କେତେକ ସ୍ଥାନରେ ମଧ୍ୟ ସଂଘର୍ଷ ଘଟିଛି। ଏହି ପର୍ଯ୍ୟାୟରେ ୫୯ଟି ଆସନରେ ମତଦାନ ହୋଇଥିବାବେଳେ ମତଦାନ ହାର ୬୪ ପ୍ରତିଶତ ରହିଛି। କେତେକ ବୁଥ୍‌ରେ ଇଭିଏମ୍‌ରେ ସମସ୍ୟା ଦେଖାଦେଇଥିବାବେଳେ ଅନ୍ୟ କେତେକ ବୁଥ୍‌ରେ ଲୋକେ ଭୋଟବର୍ଜନ କରିଛନ୍ତି। ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ୯୧୮ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବାବେଳେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଏବଂ ଉତ୍ତରପ୍ରଦେଶ ଭାଜପା ସଭାପତି ମହେନ୍ଦ୍ର ନାଥ ପାଣ୍ଡେ, କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର, ରବିଶଙ୍କର ପ୍ରସାଦ, ଏସ୍‌ଏଡି ମୁଖ୍ୟ ସୁଖବୀର ସିଂ ବାଦଲ, କେନ୍ଦ୍ରମନ୍ତ୍ରୀ ହର୍‌ସିମ୍‌ରତ୍‌ କୌର୍‌ ବାଦଲ, ହରଦୀପ ସିଂ ପୁରୀ, କିରଣ ଖେର, ପଓ୍ବନ କୁମାର ବଂଶଲ, ସନ୍ନି ଦେଓଲ, ଭଗଓ୍ବନ୍ତ ସିଂ ମାନ୍‌, ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ୍‌ ବାନାର୍ଜୀ ଏବଂ ସୁଦୀପ ବନ୍ଦୋପାଧ୍ୟାୟ। ଅନ୍ତିମ ପର୍ଯ୍ୟାୟରେ ପଞ୍ଜାବ ଓ ଉତ୍ତରପ୍ରଦେଶର ୧୩ଟି ଲେଖାଏ ଆସନ, ପଶ୍ଚିମବଙ୍ଗର ୯, ମଧ୍ୟପ୍ରଦେଶ ଓ ବିହାରର ୮ଟି ଲେଖାଏ ଆସନ, ହିମାଚଳପ୍ରଦେଶର ୪, ଝାଡଖଣ୍ଡର ୩ ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ମତଦାନ ଶେଷ ହୋଇଛି। ଅପରାହ୍ନ ୫ଟା ସୁଦ୍ଧା ଉତ୍ତରପ୍ରଦେଶରେ ୪୮.୯୦ ପ୍ରତିଶତ ମତଦାନ ହୋଇଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀରେ ୪୬.୫୩% ଭୋଟଗ୍ରହଣ ହୋଇଛି। ୫ଟା ସୁଦ୍ଧା ପଶ୍ଚିମବଙ୍ଗରେ ୬୭.୧୪ ପ୍ରତିଶତ ମତଦାନ ହୋଇଛି। ଉକ୍ତ ରାଜ୍ୟର କେତେକ ସ୍ଥାନରେ ଭୋଟବେଳେ ହିଂସାକାଣ୍ଡ ଘଟିଛି। ମଧ୍ୟାହ୍ନ ସମୟରେ ଉତ୍ତର କୋଲକାତାର ଗିରିଶ ପାର୍କ ନିକଟରେ ବୋମା ଫିଙ୍ଗାଯାଇଥିବା ଭାଜପା ପ୍ରାର୍ଥୀ ରାହୁଲ ସିହ୍ନା ଅଭିଯୋଗ କରିଛନ୍ତି। ପୋଲିସ ଏହାକୁ ଅସ୍ବୀକାର କରି ବାଣ ଫୁଟିଥିବା କହିଛି। ଦକ୍ଷିଣ କୋଲକାତାର ଏକ ବୁଥ୍‌ ଭିତରକୁ ଟିଏମ୍‌ସି ପ୍ରାର୍ଥୀ ମାଲା ରାୟଙ୍କୁ ଛଡାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। କେନ୍ଦ୍ରୀୟ ସୁରକ୍ଷା ବଳର ଯବାନମାନେ ବୁଥ୍‌ ନିକଟରେ ଭୋଟରଙ୍କୁ ପ୍ରଭାବିତ କରୁଥିବା ଟିଏମ୍‌ସି କର୍ମୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ କୋଲକାତା ଓ ଏହାର ଆଖପାଖ ଅଞ୍ଚଳରେ ଗଣ୍ଡଗୋଳ ହୋଇଥିଲା। ସେହିପରି ଡାଇମଣ୍ଡ ହାର୍ବର ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ନୀଳାଞ୍ଜନ ରାୟଙ୍କ କାରକୁ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିଛନ୍ତି। ଯାଦବପୁରର ଭାଜପା ପ୍ରାର୍ଥୀ ଅନୁପମ ହାଜ୍‌ରାଙ୍କ କାରକୁ କିଛି ଅଜଣା ଲୋକ ଆକ୍ରମଣ କରିଛନ୍ତି। ଏହାକୁ ବାଦ୍‌ ଦେଲେ ଅନ୍ୟତ୍ର ମତଦାନ ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି। ପଶ୍ଚିମବଙ୍ଗ ଓ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟରେ ଇଭିଏମ୍‌ ସମସ୍ୟାକୁ ନେଇ ମତଦାନ ବିଳମ୍ବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?