Posted inଖେଳ

ଇନ୍ଦୋର ଟେଷ୍ଟ: ଭାରତର ଇନିଂସ ବିଜୟ: ୩ ଦିନରେ ଖେଳ ଶେଷ, ଅଗ୍ରଓ୍ବାଲ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌

ଇନ୍ଦୋର,୧୬।୧୧(ପି.ଟି.): ଯୁବ ଓପନର ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ୱିଶତକ ଓ ପରେ ଦ୍ରୁତ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ବାଂଲାଦେଶକୁ ମାତ୍ର ୩ ଦିନ ମଧ୍ୟରେ ଏକ ଇନିଂସ ଓ ୧୩୦ ରନରେ ପରାସ୍ତ କରିଛି। ଏଥି ସହିତ ଭାରତ ୨ ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ୨୪୩ ରନର ଦ୍ୱିଶତକୀୟ ପାଳି ଖେଳିଥିବା ମୟଙ୍କ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। କୋଲକାତାର ଐତିହାସିକ ଇଡେନ ଗାର୍ଡନ୍‌ରେ ଆସନ୍ତା ୨୨ ତାରିଖରୁ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହା ଦିବାରାତ୍ର ଭିତ୍ତିକ ହେବ ଓ ଭାରତ ପ୍ରଥମଥର ପାଇଁ ଡେ ଆଣ୍ଡ ନାଇଟ୍‌ ଟେଷ୍ଟ ଖେଳିବ।
ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ବାଂଲାଦେଶ ବ୍ୟାଟିଂ କରି ପ୍ରଥମ ଇନିଂସରେ ୫୮.୩ ଓଭରରେ ୧୫୦ ଅଲଆଉଟ ହୋଇଥିଲା। ଜବାବରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରି ୧୧୪ ଓଭରରେ ୬ ଉଇକେଟ ହରାଇ ୪୯୩ ରନ କରି ପାଳି ଘୋଷଣା କରିଥିଲା। ଫଳରେ ଭାରତ ପ୍ରଥମ ଇନିଂସରେ ୩୪୩ ରନର ବୃହତ୍‌ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ବାଂଲାଦେଶ ଶନିବାର ତୃତୀୟ ଦିବସରେ ୬୯.୨ ଓଭରରେ ୨୧୩ ରନ କରି ଅଲଆଉଟ ହୋଇଥିଲା। ଫଳରେ ଭାରତ ଏକ ଇନିଂସ ୧୩୦ ରନରେ ବିଜୟୀ ହୋଇଥିଲା। ଏହି ଦମ୍‌ଦାର ବିଜୟ ସହ ଭାରତ ୬୦ ପଏଣ୍ଟ ହାସଲ କରିଛି। ଫଳରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲରେ ଭାରତ ମୋଟ ୩୦୦ ପଏଣ୍ଟ ହାସଲ କରିବା ସହ ତା’ର ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିଛି। ଏଥିସହ ଭାରତ କ୍ରମାଗତ ତୃତୀୟଥର ପାଇଁ ଇନିଂସ ବିଜୟ ହାସଲ କରି ବିରଳ ହ୍ୟାଟ୍ରିକ ଅର୍ଜନ କରିଛି। ଏହପୂର୍ବରୁ ଭାରତ ଗତ ଟେଷ୍ଟ ସିରିଜରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ମଧ୍ୟ ଇନିଂସ ବିଜୟ ହାସଲ କରିଥିଲା।
ଓଭର ନାଇଟ୍‌ ସ୍କୋର ୪୯୩/୬ରେ ହିଁ ଭାରତ ପ୍ରଥମ ଇନିଂସ ଘୋଷଣା କରିଥିଲା। ଫଳରେ ଶନିବାର ତୃତୀୟ ଦିବସ ଆରମ୍ଭରୁ ବାଂଲାଦେଶ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରି ନିୟମିତ ଅନ୍ତରରେ ଉଇକେଟ ହରାଇବା ସହ ଅଲଆଉଟ ହୋଇଥିଲା। ବାଂଲାଦେଶର ଟପ୍‌ ଅର୍ଡର ଓ ଟେଲ ଏଣ୍ଡର ବ୍ୟାଟ୍ସମ୍ୟାନ ଫେଲ ମାରିଥିଲା। ତେବେ ମିଡଲଅର୍ଡର ବ୍ୟାଟ୍ସମ୍ୟାନମାନେ ସାମାନ୍ୟ ସଂଘର୍ଷ କରି ପରାଜୟକୁ ବିଳମ୍ବିତ କରିଥିଲେ। ୩ ଜଣ ଟପ୍‌ଅର୍ଡର ଓ ଟେଲଏଣ୍ଡର ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଦଳ ତରଫରୁ ମୁସ୍‌ଫିକର ରହିମ ସର୍ବାଧିକ ୬୪ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ମେହେଦି ହାସନ ମିରାଜ ୩୮, ଉଇକେଟକିପର ବ୍ୟାଟ୍ସମ୍ୟାନ ଲିଟନ ଦାସ ୩୫, ମହମ୍ମଦ ମିଥୁନ ୧୮ ଓ ମହମୁଦୁଲ୍ଲା ୧୫ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ଏହାପୂର୍ବରୁ ଦୁଇ ଓପନର ଶଦ୍‌ମାନ ଇସ୍‌ଲାମ ୬, ଇମ୍‌ରୁଲ କାଏସ୍‌ ୬, ଅଧିନାୟକ ମୋମିନୁଲ ହକ୍‌ ୭ ରନ କରି ଆଉଟ ହୋଇଥିଲେ। ସେହିପରି ତାଇଜୁଲ ଇସ୍‌ଲାମ ୬ ଓ ଶେଷ ବ୍ୟାଟ୍ସମ୍ୟାନ ଭାବେ ଇବାଦତ ହୋସେନ ୧ ରନ କରି ଆଉଟ ହୋଇଥିବା ବେଳେ ଆବୁ ଜାଏଦ ୪ ରନ କରି ଅପରାଜିତ ରହିଥିଲେ। ମୁସ୍‌ଫିକର ଓ ଲିଟନ ଷଷ୍ଠ ଉଇକେଟରେ ୬୩, ମୁସ୍‌ଫିକର ଓ ମେହିଦି ହାସନ ମିରାଜ ସପ୍ତମ ଉଇକେଟରେ ୫୯ ରନ ସଂଗ୍ରହ କରି ଭାରତର ବିଜୟକୁ ସାମନ୍ୟ ବିଳମ୍ବିତ କରିଥିଲେ।
୩ ଦ୍ରୁତବୋଲର ମହମ୍ମଦ ସାମି, ଉମେଶ ଯାଦବ ଓ ଇଶାନ୍ତ ଶର୍ମା ଯଥାକ୍ରମେ ୪, ୨ ଓ ଗୋଟିଏ ଉଇକେଟ ହାସଲ କରିଥିଲେ। ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୩ଟି ମୂଲ୍ୟବାନ ଉଇକେଟ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ ସାମି ମୋଟ ଉପରେ ୭, ଉମେଶ ୪ ଓ ଇଶାନ୍ତ ଶର୍ମା ୩ ଉଇକେଟ ହାସଲ କରିଛନ୍ତି। ଏହି ମ୍ୟାଚ୍‌ରେ ଭାରତୀୟ ପେସ୍‌ ବୋଲିଂ ସାମ୍‌ନାରେ ବାଂଲଦେଶ ବେଶ୍‌ ଅସହାୟ ମନେ ହେଉଥିଲା।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ପ୍ରଥମ ଇନିଂସ: ୫୮.୩ ଓଭରରେ ୧୫୦ ଅଲଆଉଟ।
ଭାରତ ପ୍ରଥମ ଇନିଂସ: ୧୧୪ ଓଭରରେ ୪୯୩/୬ (ଇନିଂସ ଘୋଷଣା)।
ବାଂଲାଦେଶ ଦ୍ୱିତୀୟ ଇନିଂସ: ୬୯.୨ ଓଭରରେ ୨୧୩ ଅଲଆଉଟ
(ମୁସ୍‌ଫିକର- ୬୪, ମିରାଜ- ୩୮, ଲିଟନ- ୩୫, ସାମି- ୪/୩୧, ଅଶ୍ୱିନ- ୩/୪୨, ଉମେଶ- ୨/୫୧, ଇଶାନ୍ତ-୧/୩୧)।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?