Posted inଖେଳ

ଇନ୍ଦୋର ଟେଷ୍ଟ: ଭାରତର ଇନିଂସ ବିଜୟ: ୩ ଦିନରେ ଖେଳ ଶେଷ, ଅଗ୍ରଓ୍ବାଲ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌

ଇନ୍ଦୋର,୧୬।୧୧(ପି.ଟି.): ଯୁବ ଓପନର ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ୱିଶତକ ଓ ପରେ ଦ୍ରୁତ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ବାଂଲାଦେଶକୁ ମାତ୍ର ୩ ଦିନ ମଧ୍ୟରେ ଏକ ଇନିଂସ ଓ ୧୩୦ ରନରେ ପରାସ୍ତ କରିଛି। ଏଥି ସହିତ ଭାରତ ୨ ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ୨୪୩ ରନର ଦ୍ୱିଶତକୀୟ ପାଳି ଖେଳିଥିବା ମୟଙ୍କ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। କୋଲକାତାର ଐତିହାସିକ ଇଡେନ ଗାର୍ଡନ୍‌ରେ ଆସନ୍ତା ୨୨ ତାରିଖରୁ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହା ଦିବାରାତ୍ର ଭିତ୍ତିକ ହେବ ଓ ଭାରତ ପ୍ରଥମଥର ପାଇଁ ଡେ ଆଣ୍ଡ ନାଇଟ୍‌ ଟେଷ୍ଟ ଖେଳିବ।
ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ବାଂଲାଦେଶ ବ୍ୟାଟିଂ କରି ପ୍ରଥମ ଇନିଂସରେ ୫୮.୩ ଓଭରରେ ୧୫୦ ଅଲଆଉଟ ହୋଇଥିଲା। ଜବାବରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରି ୧୧୪ ଓଭରରେ ୬ ଉଇକେଟ ହରାଇ ୪୯୩ ରନ କରି ପାଳି ଘୋଷଣା କରିଥିଲା। ଫଳରେ ଭାରତ ପ୍ରଥମ ଇନିଂସରେ ୩୪୩ ରନର ବୃହତ୍‌ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ବାଂଲାଦେଶ ଶନିବାର ତୃତୀୟ ଦିବସରେ ୬୯.୨ ଓଭରରେ ୨୧୩ ରନ କରି ଅଲଆଉଟ ହୋଇଥିଲା। ଫଳରେ ଭାରତ ଏକ ଇନିଂସ ୧୩୦ ରନରେ ବିଜୟୀ ହୋଇଥିଲା। ଏହି ଦମ୍‌ଦାର ବିଜୟ ସହ ଭାରତ ୬୦ ପଏଣ୍ଟ ହାସଲ କରିଛି। ଫଳରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲରେ ଭାରତ ମୋଟ ୩୦୦ ପଏଣ୍ଟ ହାସଲ କରିବା ସହ ତା’ର ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିଛି। ଏଥିସହ ଭାରତ କ୍ରମାଗତ ତୃତୀୟଥର ପାଇଁ ଇନିଂସ ବିଜୟ ହାସଲ କରି ବିରଳ ହ୍ୟାଟ୍ରିକ ଅର୍ଜନ କରିଛି। ଏହପୂର୍ବରୁ ଭାରତ ଗତ ଟେଷ୍ଟ ସିରିଜରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ମଧ୍ୟ ଇନିଂସ ବିଜୟ ହାସଲ କରିଥିଲା।
ଓଭର ନାଇଟ୍‌ ସ୍କୋର ୪୯୩/୬ରେ ହିଁ ଭାରତ ପ୍ରଥମ ଇନିଂସ ଘୋଷଣା କରିଥିଲା। ଫଳରେ ଶନିବାର ତୃତୀୟ ଦିବସ ଆରମ୍ଭରୁ ବାଂଲାଦେଶ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରି ନିୟମିତ ଅନ୍ତରରେ ଉଇକେଟ ହରାଇବା ସହ ଅଲଆଉଟ ହୋଇଥିଲା। ବାଂଲାଦେଶର ଟପ୍‌ ଅର୍ଡର ଓ ଟେଲ ଏଣ୍ଡର ବ୍ୟାଟ୍ସମ୍ୟାନ ଫେଲ ମାରିଥିଲା। ତେବେ ମିଡଲଅର୍ଡର ବ୍ୟାଟ୍ସମ୍ୟାନମାନେ ସାମାନ୍ୟ ସଂଘର୍ଷ କରି ପରାଜୟକୁ ବିଳମ୍ବିତ କରିଥିଲେ। ୩ ଜଣ ଟପ୍‌ଅର୍ଡର ଓ ଟେଲଏଣ୍ଡର ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଦଳ ତରଫରୁ ମୁସ୍‌ଫିକର ରହିମ ସର୍ବାଧିକ ୬୪ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ମେହେଦି ହାସନ ମିରାଜ ୩୮, ଉଇକେଟକିପର ବ୍ୟାଟ୍ସମ୍ୟାନ ଲିଟନ ଦାସ ୩୫, ମହମ୍ମଦ ମିଥୁନ ୧୮ ଓ ମହମୁଦୁଲ୍ଲା ୧୫ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ଏହାପୂର୍ବରୁ ଦୁଇ ଓପନର ଶଦ୍‌ମାନ ଇସ୍‌ଲାମ ୬, ଇମ୍‌ରୁଲ କାଏସ୍‌ ୬, ଅଧିନାୟକ ମୋମିନୁଲ ହକ୍‌ ୭ ରନ କରି ଆଉଟ ହୋଇଥିଲେ। ସେହିପରି ତାଇଜୁଲ ଇସ୍‌ଲାମ ୬ ଓ ଶେଷ ବ୍ୟାଟ୍ସମ୍ୟାନ ଭାବେ ଇବାଦତ ହୋସେନ ୧ ରନ କରି ଆଉଟ ହୋଇଥିବା ବେଳେ ଆବୁ ଜାଏଦ ୪ ରନ କରି ଅପରାଜିତ ରହିଥିଲେ। ମୁସ୍‌ଫିକର ଓ ଲିଟନ ଷଷ୍ଠ ଉଇକେଟରେ ୬୩, ମୁସ୍‌ଫିକର ଓ ମେହିଦି ହାସନ ମିରାଜ ସପ୍ତମ ଉଇକେଟରେ ୫୯ ରନ ସଂଗ୍ରହ କରି ଭାରତର ବିଜୟକୁ ସାମନ୍ୟ ବିଳମ୍ବିତ କରିଥିଲେ।
୩ ଦ୍ରୁତବୋଲର ମହମ୍ମଦ ସାମି, ଉମେଶ ଯାଦବ ଓ ଇଶାନ୍ତ ଶର୍ମା ଯଥାକ୍ରମେ ୪, ୨ ଓ ଗୋଟିଏ ଉଇକେଟ ହାସଲ କରିଥିଲେ। ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୩ଟି ମୂଲ୍ୟବାନ ଉଇକେଟ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ ସାମି ମୋଟ ଉପରେ ୭, ଉମେଶ ୪ ଓ ଇଶାନ୍ତ ଶର୍ମା ୩ ଉଇକେଟ ହାସଲ କରିଛନ୍ତି। ଏହି ମ୍ୟାଚ୍‌ରେ ଭାରତୀୟ ପେସ୍‌ ବୋଲିଂ ସାମ୍‌ନାରେ ବାଂଲଦେଶ ବେଶ୍‌ ଅସହାୟ ମନେ ହେଉଥିଲା।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ପ୍ରଥମ ଇନିଂସ: ୫୮.୩ ଓଭରରେ ୧୫୦ ଅଲଆଉଟ।
ଭାରତ ପ୍ରଥମ ଇନିଂସ: ୧୧୪ ଓଭରରେ ୪୯୩/୬ (ଇନିଂସ ଘୋଷଣା)।
ବାଂଲାଦେଶ ଦ୍ୱିତୀୟ ଇନିଂସ: ୬୯.୨ ଓଭରରେ ୨୧୩ ଅଲଆଉଟ
(ମୁସ୍‌ଫିକର- ୬୪, ମିରାଜ- ୩୮, ଲିଟନ- ୩୫, ସାମି- ୪/୩୧, ଅଶ୍ୱିନ- ୩/୪୨, ଉମେଶ- ୨/୫୧, ଇଶାନ୍ତ-୧/୩୧)।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri