Posted inଖେଳ

ଇଣ୍ଡିଆନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ଚାଇନା ଖେଳାଳିଙ୍କ ସ୍ବାସ୍ଥ୍ୟ ରିପୋର୍ଟ ମାଗିଲେ ସରକାର

ନୂଆଦିଲ୍ଲୀ,୨୯ା୨(ପି.ଟି.): ଆସନ୍ତା ମାସରେ ଇଣ୍ଡିଆନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ରାଜଧାନୀ ନୂଆଦିଲ୍ଲୀରେ ଖେଳାଯିବ। ଏଥିରେ ଭାଗ ନେବାକୁ ଥିବା ଚାଇନା ଖେଳାଳିଙ୍କ ସ୍ବାସ୍ଥ୍ୟାବସ୍ଥାର ସ୍ପଷ୍ଟ ଚିତ୍ର ଜଣାଇବା ଲାଗି ଆୟୋଜକ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବାଇ)କୁ କହିଛନ୍ତି। ଟୋକିଓ ଅଲିମ୍ପିକ୍ସ କ୍ୱାଲିଫିକେଶନ ପାଇଁ ଏହି ସୁପର ୫୦୦ ଟୁର୍ନାମେଣ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ। ଟୁର୍ନାମେଣ୍ଟରେ ଖେଳିବା ଲାଗି ଭାରତ ଆସିବା ପୂର୍ବରୁ ଚାଇନା ଖେଳାଳିଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଟିକିନିଖି ବିବରଣୀ ଜାଣିବାକୁ ଚାହିଁଛି କେନ୍ଦ୍ର ବହିର୍ବ୍ୟାପାର ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ପକ୍ଷରୁ ବାଇକୁ କେତେକ ପ୍ରଶ୍ନର ଉତ୍ତର ଦେବା ଲାଗି କୁହାଯାଇଛି। ଯଥା ଚାଇନା ଖେଳାଳି/ଅଫିସିଆଲ ସେମାନଙ୍କ ଦେଶର କେଉଁ ଅଞ୍ଚଳରୁ ଆସିଛନ୍ତି। କେତେଜଣ ଖେଳାଳି/ଅଫିସିଆଲଙ୍କ ମେଡିକାଲ ଚେକ୍‌ଅପ୍‌ ହୋଇଛି ଏବଂ ସେମାନଙ୍କୁ ମେଡିକାଲ ସାର୍ଟିଫିକେଟ ଇସ୍ୟୁ ହୋଇଛି କି ନା ? ଅନ୍ୟ ଦେଶଗୁଡ଼ିକରୁ କେତେଜଣ ଖେଳାଳି/ଅଫିସିଆଲ ଆସୁଛନ୍ତି ଇତ୍ୟାଦି…। ଏହି ପ୍ରଶ୍ନାବଳୀକୁ ଚାଇନିଜ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ନିକଟକୁ ପଠାଇ ଦିଆଯାଇଛିି ଏବଂ ଆମେ ଉତ୍ତର ଅପେକ୍ଷାରେ ରହିଛୁ ବୋଲି ବାଇ ସମ୍ପାଦକ ଅଜୟ ସିଂଘାଣିଆ ପ୍ରକାଶ କରିଛନ୍ତି। ଉତ୍ତର ଆସିବା ପରେ ଆମେ ଏହାକୁ ମନ୍ତ୍ରଣାଳୟ ନିକଟକୁ ପଠାଇଦେବା ସହ ଭିଜା ପ୍ରକ୍ରିୟା ଆରମ୍ଭ କରିଦେବୁ ବୋଲି ସେ କହିଛନ୍ତି। ସ୍ଥାନୀୟ ଇନ୍ଦିରାଗାନ୍ଧୀ ଓପନ ଷ୍ଟାଡିୟମରେ ମାର୍ଚ୍ଚ ୨୪ରୁ ୨୯ ଇଣ୍ଡିଆନ ଓପନ ବ୍ୟାଡ୍‌ମିଣ୍ଟନ ଖେଳାଯିବ। ଏଥିରେ ବିଶ୍ୱର ନମ୍ବର ଓ୍ବାନ ଚେନ୍‌ ୟୁଫେଇ, ବିଶ୍ୱର ୮ ନମ୍ବର ହି ବିଙ୍ଗ୍‌ ଜାଓ ଏବଂ ପୂର୍ବତନ ଅଲ ଇଂଲଣ୍ଡ ଚାମ୍ପିୟନ ଶି ୟୁ କ୍ୱିଙ୍କ ସମେତ ବହୁ ଚାଇନିଜ ଖେଳାଳି ଭାଗନେବେ ବୋଲି ଆଶା କରାଯାଉଛି। ପ୍ରତିଯୋଗିତାରେ ଚାଇନାର ଅଂଶଗ୍ରହଣକୁ ନେଇ ବାଇ କିନ୍ତୁ ଆଶାବାଦୀ। କାରଣ ଚାଇନିଜ ବ୍ୟାଡ୍‌ମିଣ୍ଟନ ଖେଳାଳିମାନେ ଚଳିତ ମାସ ପ୍ରାରମ୍ଭରେ ୟୁରୋପରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଫେରିଛନ୍ତି। ଚାଇନାର ଉହାନ ସହର ମାରାତ୍ମକ କରୋନା ଭାଇରସର ଉତ୍ପତ୍ତି ସ୍ଥଳ ହୋଇଥିବାବେଳେ ଏହି ମାରାତ୍ମକ ଭାଇରସ୍‌ରେ ପ୍ରାୟ ୩୦୦୦ ଲୋକ ପ୍ରାଣ ହରାଇ ସାରିଥିବାବେଳେ ବିଶ୍ୱବ୍ୟାପୀ ପାଖାପାଖି ୮୦,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ବିପତ୍ତି ପାଇଁ ଚାଇନା ଓ ହଂକଂ ଯାତ୍ରାରେ ଭାରତ କଟକଣା ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

ବିଜେଡିକୁ ନେଇ ବଡ଼ କଥା କହିଲେ ପ୍ରଭାତ ବିଶ୍ୱାଳ: କୁରୁବଂଶ ଭଳି…

ଭୁବନେଶ୍ୱର, ୧୩।୭: ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ପୁଣି ଥରେ ବୟାନବାଜି ଜୋର ଧରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ‘ବିଶ୍ୱାସଘାତକ’ ବୋଲି କହିଥିବା ପ୍ରସଙ୍ଗରେ…

ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୪।୭: ରାଜ୍ୟ ସରକାର ଏକ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟର ସବୁ ଔଷଧ ଦୋକାନ ଆଗରେ ରେଟ୍‌ ଚାର୍ଟ ଲାଗିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏପରିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri