Posted inଖେଳ

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ: ଭାରତୀୟ ସମ୍ଭାବ୍ୟ ଦଳ ଘୋଷିତ

ନୂଆଦିଲ୍ଲୀ, ୫ା୭ (ପି.ଟି.)-ଜୁଲାଇ ୭ରୁ ଅହମ୍ମଦାବାଦର ଏକା ଆରେନାଠାରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟ୍‌ବଲ ଟୁର୍ନାମେଣ୍ଟ ହେବ। ଏଥିଲାଗି ଭାରତୀୟ ଫୁଟ୍‌ବଲ ଟିମ୍‌ କୋଚ୍‌ ଇଗୋର ଷ୍ଟିମାକ୍‌ ଶୁକ୍ରବାର ୨୫ ଜଣିଆ ସମ୍ଭାବ୍ୟ ଫୁଟ୍‌ବଲ ଟିମ୍‌ ଘୋଷଣା କରିଛନ୍ତି। ପ୍ରଥମ ଦିବସରେ ଗତଥରର ଚାମ୍ପିୟନ ଭାରତ ତାଜିକ୍‌ସ୍ତାନକୁ ଭେଟିବ। ଏଥିରେ ଅନ୍ୟ ଦୁଇ ଦଳ ସିରିଆ ଓ ଉତ୍ତର କୋରିଆ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ଦଳ ପ୍ରତ୍ୟେକଙ୍କୁ ଥରେ ଲେଖାଏଁ ଭେଟିବେ। ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ହେବ। ଟୁର୍ନାମେଣ୍ଟ ଲାଗି ମୁମ୍ବାଇରେ ୧୦ ଦିନ ଧରି ପ୍ରସ୍ତୁତି କ୍ୟାମ୍ପ୍‌ ଚାଲିଥିଲା। ଏଥିରେ ସମସ୍ତ ଖେଳାଳି ବାସ୍ତବିକ କଠିନ ପରିଶ୍ରମ କରିଛନ୍ତି। ଆଗାମି ମ୍ୟାଚଗୁଡ଼ିକରେ ଦଳର ପ୍ରଦର୍ଶନକୁ ଆମେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛୁ ବୋଲି ଷ୍ଟିମାକ୍‌ କହିଛନ୍ତି। ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଖେଳାଳି ତାଲିକା ୨୩କୁ ହ୍ରାସ କରାଯିବ। ଇଣ୍ଡିଆନ ଆରୋଜ ଡିଫେଣ୍ଡର ନରେନ୍ଦର ଗେହଲଟଙ୍କ ସହିତ ମନ୍ଦର ରାଓ ଦେଶାଇଙ୍କୁ ଦଳରେ ସ୍ଥାନ ମିଳିଛି। ଗୁଜରାଟରେ ପ୍ରଥମ ଥର ଏକ ସିନିୟର ପୁରୁଷ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ୨୦୧୪ ଫିଫା ବିଶ୍ୱକପ୍‌ ପାଇଁ କ୍ରୋଏସିଆକୁ ଦଳକୁ କୋଚିଂ ଦେଇଥିବା ଷ୍ଟିମାକ୍‌ କହିଛନ୍ତି, ସେପ୍ଟେମ୍ବରରେ ଆରମ୍ଭ ହେବାକୁଥିବା ୨୦୨୨ ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ ପୂର୍ବରୁ ଖେଳାଳିମାନେ କିପରି ଫର୍ମକୁ ଫେରିପାରିବେ ସେଥିଲାଗି ସମସ୍ତ ଯୋଜନା କରାଯାଇଛି। ଜୁନ୍‌ ୨୫ରୁ ଆରମ୍ଭ ହୋଇଥିବା ପ୍ରସ୍ତୁତି କ୍ୟାମ୍ପ ଲାଗି ୩୫ ଜଣ ଖେଳାଳିଙ୍କୁ ଡକାଯାଇଥିଲା। ତନ୍ମଧ୍ୟରୁ ୨୫ଜଣଙ୍କୁ ମନୋନୀତ କରାଯାଇ ଅବଶିଷ୍ଟଙ୍କୁ ରିଲିଜ୍‌ କରିଦିଆଯାଇଥିଲା।
ମନୋନୀତ ଖେଳାଳି: ଗୋଲକିପର- ଗୁରପ୍ରୀତ ସିଂ ସାନ୍ଧୁ, ଅମରିନ୍ଦର ସିଂ ସାନ୍ଧୁ, କମଲଜିତ୍‌ ସିଂ। ଡିଫେଣ୍ଡର- ପ୍ରୀତମ କୋଟାଲ, ରାହୁଲ ଭେକେ, ସନ୍ଦେଶ ଝିଙ୍ଗାନ, ଅଦିଲ ଖାଁ, ଆନାସ ଏଦାଥୋଡିକା, ନରେନ୍ଦର ଗେହଲଟ, ସୁଭାଶିଷ ବୋଷ୍‌, ଜେରି ଲାଲ୍‌ରିନ୍‌ଜୁଆଲା।
ମିଡ୍‌ଫିଲ୍ଡର-ଉଦାନ୍ତ ସିଂ, ବ୍ରେଣ୍ଡନ ଫର୍ନାଣ୍ଡିଜ୍‌, ଅନିରୁଦ୍ଧ ଥାପ୍ପା, ପ୍ରଣୟ ହାଲ୍‌ଦାର, ରାଓଲିନ୍‌ ବର୍ଗେସ, ବିନିତ ରାୟ, ସହଲ ଅବ୍‌ଦୁଲ, ଅମରଜିତି୍‌ ସିଂ, ଲାଲ୍‌ଲିଆନଜୁଆଲା ଚାଙ୍ଗ୍‌ଟେ, ମନ୍ଦର ରାଓ ଦେଶାଇ। ଫରଓ୍ବାର୍ଡ-ଜୋବି ଜଷ୍ଟିନ, ସୁନୀଲ ଛେତ୍ରୀ, ଫାରୁକ୍‌ ଚୌଧାରୀ ଓ ମନଭିର ସିଂ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

ଧୋନୀଙ୍କ ଚୌକା ଦେଖି ଏମିତି ପ୍ରତିକ୍ରିୟା ଦେଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଏମଏସ ଧୋନୀ ବ୍ୟାଟିଂ କରିବାକୁ ବାହାରିଥିଲେ। ଧୋନୀ ପ୍ରଥମ ବଲରେ ଚୌକା ମାରିଥିଲେ। ମାହିଙ୍କ...

‘ୟୁନିଭର୍ସ ବସ’ଙ୍କ ୧୧ ବର୍ଷର ରେକର୍ଡ ଭାଙ୍ଗିଲେ ୱିଲ ଜ୍ୟାକ୍ସ

ବେଙ୍ଗାଲୁରୁ,୨୯।୪:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ ୱିଲ ଜ୍ୟାକ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୪୧ ବଲରେ ୧୦୦ ରନ ସ୍କୋର କରିଥିଲେ। ଏହି ବ୍ୟାଟ୍ସମ୍ୟାନ ତାଙ୍କ ଇନିଂସରେ...

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ: ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ଅକଲାଣ୍ଡ,୨୯।୪: ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟ ପାଇଁ କେନ ୱିଲିୟମ୍ସନଙ୍କୁ ଅଧିନାୟକ କରାଯାଇଛି। ନିକଟରେ ନ୍ୟୁଜିଲାଣ୍ଡ...

ଇତିହାସ ରଚିଲେ ଧୋନୀ: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏମଏସ ଧୋନୀ ବ୍ୟାଟିଂ କରିବାକୁ ବାହାରିଥିଲେ। ଧୋନୀ ଅପରାଜିତ...

ଗୁଜରାଟକୁ ଶକ୍ତ ଧକ୍କା: ଆର୍‌ସିବିର ଦମ୍‌ଦାର ବିଜୟ

ଅହମଦାବାଦ, ୨୮।୪:ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri