Posted inଖେଳ

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ: ଭାରତୀୟ ସମ୍ଭାବ୍ୟ ଦଳ ଘୋଷିତ

ନୂଆଦିଲ୍ଲୀ, ୫ା୭ (ପି.ଟି.)-ଜୁଲାଇ ୭ରୁ ଅହମ୍ମଦାବାଦର ଏକା ଆରେନାଠାରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟ୍‌ବଲ ଟୁର୍ନାମେଣ୍ଟ ହେବ। ଏଥିଲାଗି ଭାରତୀୟ ଫୁଟ୍‌ବଲ ଟିମ୍‌ କୋଚ୍‌ ଇଗୋର ଷ୍ଟିମାକ୍‌ ଶୁକ୍ରବାର ୨୫ ଜଣିଆ ସମ୍ଭାବ୍ୟ ଫୁଟ୍‌ବଲ ଟିମ୍‌ ଘୋଷଣା କରିଛନ୍ତି। ପ୍ରଥମ ଦିବସରେ ଗତଥରର ଚାମ୍ପିୟନ ଭାରତ ତାଜିକ୍‌ସ୍ତାନକୁ ଭେଟିବ। ଏଥିରେ ଅନ୍ୟ ଦୁଇ ଦଳ ସିରିଆ ଓ ଉତ୍ତର କୋରିଆ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ଦଳ ପ୍ରତ୍ୟେକଙ୍କୁ ଥରେ ଲେଖାଏଁ ଭେଟିବେ। ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ହେବ। ଟୁର୍ନାମେଣ୍ଟ ଲାଗି ମୁମ୍ବାଇରେ ୧୦ ଦିନ ଧରି ପ୍ରସ୍ତୁତି କ୍ୟାମ୍ପ୍‌ ଚାଲିଥିଲା। ଏଥିରେ ସମସ୍ତ ଖେଳାଳି ବାସ୍ତବିକ କଠିନ ପରିଶ୍ରମ କରିଛନ୍ତି। ଆଗାମି ମ୍ୟାଚଗୁଡ଼ିକରେ ଦଳର ପ୍ରଦର୍ଶନକୁ ଆମେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛୁ ବୋଲି ଷ୍ଟିମାକ୍‌ କହିଛନ୍ତି। ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଖେଳାଳି ତାଲିକା ୨୩କୁ ହ୍ରାସ କରାଯିବ। ଇଣ୍ଡିଆନ ଆରୋଜ ଡିଫେଣ୍ଡର ନରେନ୍ଦର ଗେହଲଟଙ୍କ ସହିତ ମନ୍ଦର ରାଓ ଦେଶାଇଙ୍କୁ ଦଳରେ ସ୍ଥାନ ମିଳିଛି। ଗୁଜରାଟରେ ପ୍ରଥମ ଥର ଏକ ସିନିୟର ପୁରୁଷ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ୨୦୧୪ ଫିଫା ବିଶ୍ୱକପ୍‌ ପାଇଁ କ୍ରୋଏସିଆକୁ ଦଳକୁ କୋଚିଂ ଦେଇଥିବା ଷ୍ଟିମାକ୍‌ କହିଛନ୍ତି, ସେପ୍ଟେମ୍ବରରେ ଆରମ୍ଭ ହେବାକୁଥିବା ୨୦୨୨ ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ ପୂର୍ବରୁ ଖେଳାଳିମାନେ କିପରି ଫର୍ମକୁ ଫେରିପାରିବେ ସେଥିଲାଗି ସମସ୍ତ ଯୋଜନା କରାଯାଇଛି। ଜୁନ୍‌ ୨୫ରୁ ଆରମ୍ଭ ହୋଇଥିବା ପ୍ରସ୍ତୁତି କ୍ୟାମ୍ପ ଲାଗି ୩୫ ଜଣ ଖେଳାଳିଙ୍କୁ ଡକାଯାଇଥିଲା। ତନ୍ମଧ୍ୟରୁ ୨୫ଜଣଙ୍କୁ ମନୋନୀତ କରାଯାଇ ଅବଶିଷ୍ଟଙ୍କୁ ରିଲିଜ୍‌ କରିଦିଆଯାଇଥିଲା।
ମନୋନୀତ ଖେଳାଳି: ଗୋଲକିପର- ଗୁରପ୍ରୀତ ସିଂ ସାନ୍ଧୁ, ଅମରିନ୍ଦର ସିଂ ସାନ୍ଧୁ, କମଲଜିତ୍‌ ସିଂ। ଡିଫେଣ୍ଡର- ପ୍ରୀତମ କୋଟାଲ, ରାହୁଲ ଭେକେ, ସନ୍ଦେଶ ଝିଙ୍ଗାନ, ଅଦିଲ ଖାଁ, ଆନାସ ଏଦାଥୋଡିକା, ନରେନ୍ଦର ଗେହଲଟ, ସୁଭାଶିଷ ବୋଷ୍‌, ଜେରି ଲାଲ୍‌ରିନ୍‌ଜୁଆଲା।
ମିଡ୍‌ଫିଲ୍ଡର-ଉଦାନ୍ତ ସିଂ, ବ୍ରେଣ୍ଡନ ଫର୍ନାଣ୍ଡିଜ୍‌, ଅନିରୁଦ୍ଧ ଥାପ୍ପା, ପ୍ରଣୟ ହାଲ୍‌ଦାର, ରାଓଲିନ୍‌ ବର୍ଗେସ, ବିନିତ ରାୟ, ସହଲ ଅବ୍‌ଦୁଲ, ଅମରଜିତି୍‌ ସିଂ, ଲାଲ୍‌ଲିଆନଜୁଆଲା ଚାଙ୍ଗ୍‌ଟେ, ମନ୍ଦର ରାଓ ଦେଶାଇ। ଫରଓ୍ବାର୍ଡ-ଜୋବି ଜଷ୍ଟିନ, ସୁନୀଲ ଛେତ୍ରୀ, ଫାରୁକ୍‌ ଚୌଧାରୀ ଓ ମନଭିର ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri