ଇଚ୍ଛା ଥିଲେ ଏଡ଼ାଇ ହେବ

ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତା’ର ନିର୍ଦ୍ଦିଷ୍ଟ ଉଚ୍ଚତାଠାରୁ କମ୍‌ରେ ଓହଳି ରହିବା ଏକ ଚିରାଚରିତ ଘଟଣା। ୨୦୧୮ ଅକ୍ଟୋବର ୨୭ରେ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗ ଗ୍ରାମ ନିକଟରେ ବିଦ୍ୟୁତ୍‌ ଆଘାତରେ ଏକାଥରକେ ୭ ହାତୀଙ୍କ ମୃତ୍ୟୁ ଘଟିବା ସେତେବେଳେ ଆଲୋଡ଼ନ ସୃଷ୍ଟି କରିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଭୂମିଠାରୁ ମାତ୍ର ୫ ଫୁଟ୍‌ ଉଚ୍ଚତାରେ ଓହଳିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏହି ହାତୀଙ୍କ ମୃତ୍ୟୁ ଘଟିଥିଲା। ସମ୍ପୃକ୍ତ ଅଞ୍ଚଳ ଦାୟିତ୍ୱରେ ଥିବା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) କର୍ତ୍ତୃପକ୍ଷ କହିଥିଲେ ଯେ, ଯେଉଁ ଅଞ୍ଚଳରେ ବିଦ୍ୟୁତ୍‌ ତାର ଓହଳି ପଡ଼ିଥିଲା ସେ ବିଷୟରେ ବନ ବିଭାଗ ପୂର୍ବରୁ ଜଣାଇ ନ ଥିଲା। ଅନ୍ୟପକ୍ଷରେ ବନ ବିଭାଗ ଦାବି କରିଥିଲା ଯେ, ଏହି ଓହଳିଥିବା ବିଦ୍ୟୁତ୍‌ ତାର ସମ୍ପର୍କରେ ପୂର୍ବରୁ ସେସୁକୁ ଚେତାଇ ଦିଆଯାଇଥିଲା। ଏଭଳି ଦୋଷ ଲଦାଲଦି ଘଟଣା ହାତୀ ମୃତ୍ୟୁକୁ ବଳି ଯାଇଥିଲା। ଏବେ ୯ ଫେବୃୟାରୀ ୨୦୨୦ରେ ଗଞ୍ଜାମ ଜିଲା ବ୍ରହ୍ମପୁରର ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଢରାଜପୁରରେ ଏକ ଯାତ୍ରୀବାହୀ ବସ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ପରେ ୧୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୨ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ନିର୍ବନ୍ଧ ପାଇଁ ବସ୍‌ଟି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହା ପରେ ପରିବହନ ମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସମ୍ପୃକ୍ତ ରାସ୍ତାରେ ବଡ଼ ବସ୍‌ ଯିବା ଉଚିତ ନ ଥିଲା ବୋଲି ପ୍ରଶ୍ନ ଉଠିଲାଣି। ଏଭଳିସ୍ଥଳେ ଘଟଣା କେଉଁ ରୂପ ଧାରଣ କରିବ ପରେ ଜଣାପଡ଼ିବ। ତେବେ ସମ୍ମୁଖରେ ୧୧ କେଭି ତାର ଓହଳିଥିବା ବସ୍‌ ଡ୍ରାଇଭର ଦେଖି ନ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଅନ୍ୟପକ୍ଷରେ ୯ ଫେବୃୟାରୀରେ ବାଲେଶ୍ୱର ଜିଲା ବାଲିଆପାଳ ଡଗରା ରାସ୍ତାର ଗଦାଧରଗିରି ସ୍କୁଲ ନିକଟରେ ଓହଳିପଡ଼ିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଏକ ବସ୍‌ ଆସିବା କ୍ଷଣି ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ତାହାକୁ ପଛକୁ ଆଣିବାରୁ ୭୦ ପର୍ଯ୍ୟଟକ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି। ୧୧ କେଭି ଭଳି ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ତାର କେଉଁ ଅଞ୍ଚଳରେ କିଭଳି ଭାବେ ରହିଛି ଏହି ଦୁଇଟି ଘଟଣାରୁ ବୁଝାପଡ଼ିଯାଉଛି।
ଏହାବ୍ୟତୀତ ଦେଖାଯାଉଛି ଭିତ୍ତିଭୂମି ଉନ୍ନୟନ ଦାୟିତ୍ୱରେ ରହୁଥିବା ସଂସ୍ଥା ବା ବ୍ୟକ୍ତିଙ୍କ ଖାମଖିଆଲ କାର୍ଯ୍ୟ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ବିଦ୍ୟୁତ୍‌ କଥା ଦେଖିଲେ, ଏହା ଖୁଣ୍ଟରୁ ଖୁଣ୍ଟକୁ ଟଣାଯାଇଥିବାରୁ ଏହାକୁ ବାରମ୍ବାର ଯାଞ୍ଚ କରାଯିବା କଥା। ଯେତେବେଳେ ଏହା ଭୂମି ଉପରେ ଛିଣ୍ଡିପଡ଼େ ବା ନିର୍ଦ୍ଦିଷ୍ଟ ଉଚ୍ଚତା ତଳକୁ ଓହଳିପଡ଼େ, ସେତେବେଳେ ତାହା ବିପଦପୂର୍ଣ୍ଣ ହୋଇଯାଏ। ସେଭଳି ସ୍ଥଳେ ସଚେତନ ନ ଥିବା ବ୍ୟକ୍ତି ଦୁର୍ଘଟଣାର ସମ୍ମୁଖୀନ ହୋଇଥାଆନ୍ତି। ଏହା ପରେ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ଅନୁକମ୍ପା ଦିଆଯାଏ ଓ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିଥାଆନ୍ତି। ଏହା ହୋଇଗଲାଣି ଚିରାଚରିତ ପ୍ରକ୍ରିୟା। କିନ୍ତୁ ଯେଉଁମାନଙ୍କ ପାଇଁ ଏତେବଡ଼ ଦୁର୍ଘଟଣା ଘଟେ ସେମାନଙ୍କୁ ଧରିବା ସହଜ ହୋଇ ନ ଥାଏ। ଜନସାଧାରଣଙ୍କ ଆଡ଼ୁ ବ୍ୟବସ୍ଥା ଉପରେ ଚାପ ପ୍ରୟୋଗ ହେଲେ ତତ୍‌କ୍ଷଣାତ୍‌ କେତେକ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କିମ୍ବା ବହିଷ୍କାର କରାଯିବାର ନଜିର ରହିଛି। ପୁଣି ସରକାରୀ ବ୍ୟବସ୍ଥାରେ ତଦନ୍ତ ମାସ ମାସ କିମ୍ବା ବର୍ଷ ବର୍ଷ ମଧ୍ୟ ଗଡ଼ିଚାଲିଥାଏ। ଦାୟିତ୍ୱରେ ଅବହେଳା କରିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପୂର୍ବରୁ ଆହୁରି ଅନେକ ଘଟଣା ଘଟି ଯାଉଥିବାରୁ ଜନସାଧାରଣ ପଛ କଥା ଭୁଲି ଯାଇଥାଆନ୍ତି। ଏବେ ବିଦ୍ୟୁତ ବିଭାଗ ବକେୟା ବିଲ୍‌ ନେଇ ଯେଭଳି ତତ୍ପରତା ଦେଖାଉଛନ୍ତି, ସେହି ଅନୁଯାୟୀ ସୁରକ୍ଷାକୁ ଗୁରୁତ୍ୱ ଦେଲେ ପରିସ୍ଥିତିରେ ଅନେକ ପରିବର୍ତ୍ତନ ଆସିପାରନ୍ତା।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ବହୁଦିନ ଧରି ବିଦ୍ୟୁତ୍‌ ତାର ବିପଜ୍ଜନକ ଅବସ୍ଥାରେ ଓହଳି ରହୁଥିବା ସମସ୍ତେ ଦେଖିଥାଆନ୍ତି। ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ବିଦ୍ୟୁତ୍‌ କର୍ମଚାରୀ ଓ ଅଧିକାରୀମାନେ ସେଥିପ୍ରତି ନଜର ଦେଇ ନ ଥାନ୍ତି। ଅଧିକାଂଶ ସ୍ଥାନରେ ଅତି ପୁରୁଣା ଯନ୍ତ୍ରାଂଶ ବ୍ୟବହୃତ ହେଉଛି। ମାଟି ତଳେ କେବୁଲ ମାଧ୍ୟମରେ ବିଦ୍ୟୁତ୍‌ ତାର ବିଛାଇବା ବ୍ୟବସ୍ଥା ସୃଷ୍ଟି ହୋଇପାରୁ ନାହିଁ। କେବଳ ବଡ଼ ଦୁର୍ଘଟଣା ଘଟିଯିବା ପରେ ଉଚ୍ଚ କର୍ତ୍ତୃପକ୍ଷ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯିବ ଓ କର୍ମଚାରୀଙ୍କୁ ଅଧିକ ସଚେତନ କରାଯିବ ବୋଲି କହି ଗଳ୍ପ ସମାପ୍ତ କରିଦିଅନ୍ତି। ମାତ୍ର ବାସ୍ତବତାକୁ ଲୋକେ ପୁଣି ସମ୍ମୁଖୀନ ହୋଇ ଚାଲିିଥାଆନ୍ତି। ଏହାର ପ୍ରତିକାର କୌଣସି ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କଲେ ମିଳିବ ନାହିଁ। ସମସ୍ୟାର ସମାଧାନ ପାଇଁ ଇଚ୍ଛୁକ କର୍ତ୍ତୃପକ୍ଷ ଲୋକଙ୍କଠାରୁ ବାସ୍ତବ ପରିସ୍ଥିତି ଜାଣିବାର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ଆଗକୁ ଦୁର୍ଘଟଣା ଘଟିବ ବୋଲି ଜାଣି ସ୍ଥାନୀୟ ବାସିନ୍ଦା ସମ୍ପୃକ୍ତ ବିଭାଗୀୟ କର୍ମଚାରୀଙ୍କୁ ଜଣାଇଥିବାର ଅନେକ ନଜିର ରହିଛି। କିନ୍ତୁ ସେମାନେ ଗାଲୁଆମି କରି ନିଷ୍କ୍ରିୟ ରହିଯାଆନ୍ତି। ଫଳରେ ଦୁର୍ଘଟଣା ଘଟିଥାଏ। ଯଦି ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗକୁ ତତ୍‌କ୍ଷଣାତ୍‌ ଗୁରୁତ୍ୱ ଦିଆଯାଆନ୍ତା, ସମ୍ଭବତଃ ଅଧିକାଂଶ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

ବିନା ଉପହାରରେ ସମ୍ପର୍କ

ସାମାଜିକ ସମ୍ପର୍କର ଅସ୍ତିତ୍ୱ ବ୍ୟକ୍ତିକୈନ୍ଦ୍ରିକ ଯାହା ବ୍ୟକ୍ତି ନିର୍ଦ୍ଧାରଣ କରେ। ସମାଜ ଦ୍ୱାରା ମଣିଷର ସ୍ବଭାବ ତଥା ବ୍ୟକ୍ତିତ୍ୱ ମାପ କରାଯାଏ। ବ୍ୟକ୍ତିର ପ୍ରକୃତି, ଚରିତ୍ର ତଥା…

ଏଇ ଭାରତରେ

ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବତୀଯୁବକ ଚାକିରି ପଛରେ ଦୌଡ଼ୁଥିବାବେଳେ ଉତ୍ତର ପ୍ରଦେଶର ଅନଶୁଲ ମିଶ୍ରା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିବା ପରେ ଚାଷକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।…

ଜୀବନ ଗୀତାରେ ସତ

ଗୀତା ଧର୍ମ, କର୍ମ ଓ ବାସ୍ତବତାର ପ୍ରକୃତି ଉପରେ ଗଭୀର ଶିକ୍ଷା ପ୍ରଦାନ କରି ନିଃସ୍ବାର୍ଥପର କାର୍ଯ୍ୟ ଓ ଭକ୍ତିକୁ ଗୁରୁତ୍ୱ ଦେଇଥାଏ, ଯାହା ସଙ୍କଳ୍ପକୁ ଅନୁସନ୍ଧାନ…

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

ଶିଶୁ ସାହିତ୍ୟରେ ବିଜ୍ଞାନ

ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ଆମ ଜୀବନଶୈଳୀକୁ ପ୍ରଭାବିତ କରେ। ବିଜ୍ଞାନର ପ୍ରୟୋଗ ସଭ୍ୟତା, ସାମାଜିକ ଚଳଣି ଓ ସଂସ୍କୃତିକୁ ପରିବର୍ତ୍ତନ କରେ। ଜୀବନ ସହିତ ସାହିତ୍ୟର…

ବୁଦ୍ଧଙ୍କ ଜୀବନ କଥାରେ ଭିନ୍ନତା

ରାମାୟଣର ପାରମ୍ପରିକ କଥାକୁ ନେଇ ଅନେକ ସଂସ୍କରଣ ଅଛି। ହେଲେ ସେଥିମଧ୍ୟରେ ସଂସ୍କୃତ ରାମାୟଣକୁ ମୂଳ ରାମାୟଣ ବୋଲି ସ୍ବୀକାର କରାଯାଏ। ଏହିସବୁ ସଂସ୍କରଣର ବିଭିନ୍ନ କାହାଣୀ…

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri