‘ଆହାର’ କେନ୍ଦ୍ରରେ ଖାଇଲେ ଏମ୍‌ପି, ବିଧାୟକ: ଖାଦ୍ୟ ପ୍ରସ୍ତୁତିକୁ ପ୍ରଶଂସା, ଅବ୍ୟବସ୍ଥାକୁ ଗାଳି

ବ୍ରହ୍ମପୁର ଅଫିସ୍‌,୧୬|୧୦-ବ୍ରହ୍ମପୁର ନୂଆବସ୍‌ଷ୍ଟାଣ୍ଡରେ ଥିବା ‘ଆହାର’ କେନ୍ଦ୍ରକୁ ମଙ୍ଗଳବାର ପରିଦର୍ଶନରେ ଯାଇଥିଲେ ଏମ୍‌ପି ଚନ୍ଦ୍ରଶେଖର ସାହୁ ଏବଂ ବିଧାୟକ ବିକ୍ରମ ପଣ୍ଡା। ପୂର୍ବାହ୍ନରେ କେନ୍ଦ୍ରରେ ପହଞ୍ଚିବା ପରେ ଖାଦ୍ୟ ଖାଉଥିବା ଲୋକମାନଙ୍କ ସହ ଆଲୋଚନା କରିଥିଲେ। ଖାଦ୍ୟର ମାନ ପରଖିବା ପାଇଁ ନିଜେ ଖାଇ ସନ୍ତୁଷ୍ଟ ହୋଇଥିଲେ । ମାନ ଠିକ୍‌ ଅଛି ବୋଲି ପ୍ରଶଂସା କରିଥିଲେ । ହେଲେ କେନ୍ଦ୍ରରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଆବର୍ଜନ ଜଳ ନିଷ୍କାସନ ନ ହୋଇ କେନ୍ଦ୍ରରେ ଭାସିବା, ସଫା ସୁତରା ନ ଥିବା ଏବଂ ପିଇବା ପାଇଁ ପାଣି ନ ଥିଲା । ଏହାକୁ ନେଇ ଉଭୟ ନେତା ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ରହ୍ମପୁର ମହାନଗର ନିଗମର ଯନ୍ତ୍ରୀଙ୍କୁ ଡାକି ତାଗିଦ୍‌ କରିବା ସହ ତୁରନ୍ତ କେନ୍ଦ୍ରର ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଗ୍ରାମାଞ୍ଚଳରୁ ବିଭିନ୍ନ କାମ ପାଇଁ ବ୍ରହ୍ମପୁର ଆସୁଥିବା ଏବଂ ସହରର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ମୋଟ ୬ ଆହାର କେନ୍ଦ୍ର ସହରରେ ରହିଛି। ସେଥିରୁ ନୂଆବସ୍‌ଷ୍ଟାଣ୍ଡ କେନ୍ଦ୍ର ଅନ୍ୟତମ। ଏଠାରେ ଦୈନିକ ୫ଶହ ଲୋକଙ୍କ ପାଇଁ ଖାଦ୍ୟ ପରଶା ଯାଉଛି । ‘ମାନ୍ନା ଟ୍ରଷ୍ଟ’ ପକ୍ଷରୁ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ତେବେ ଏହି କେନ୍ଦ୍ରରେ ନାନା ଅବ୍ୟବସ୍ଥା ନେଇ ପୂର୍ବରୁ ବହୁଥର ଅଭିଯୋଗ ହୋଇଛି । ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶେଷରେ ମଙ୍ଗଳବାର ଉଭୟ ଏମ୍‌ପି ସାହୁ ଏବଂ ବିଧାୟକ ପଣ୍ଡା ‘ଆହାର’ କେନ୍ଦ୍ରରେ ପହଞ୍ଚିଥିଲେ। ସେହି ସମୟରେ ଖାଦ୍ୟ ପରଶା ଯାଉଥିଲା । ଲମ୍ବା ଧାଡ଼ି ଲାଗିଥିଲା। କେନ୍ଦ୍ରର ଆବର୍ଜନା ପାଣି ନିଷ୍କାସନ ହୋଇପାରୁନି। ଏଣୁ କେନ୍ଦ୍ରରେ ହିଁ ଆବର୍ଜନା ପାଣି ଭାସି ପୂତିଗନ୍ଧମୟ ପରିସ୍ଥିତି ସୃଷ୍ଟି କରୁଛି । ଲୋକମାନେ ମଇଳା ପାଣିରେ ଠିଆ ହୋଇ ଖାଉଛନ୍ତି। ବିଶୁଦ୍ଧ ପାନୀୟ ଜଳ ପାଇଁ ଫିଲଟର୍‌ ଲାଗିଛି, କିନ୍ତୁ ଦୀର୍ଘ ଦିନ ହେଲା ଅଚଳ ହୋଇପଡ଼ିଛି। ଲୋକମାନେ ଟ୍ୟାବ୍‌ରୁ ପାଣି ପିଉଛନ୍ତି। ଓଭର୍‌ହେଡ୍‌ ପାଣି ଟାଙ୍କିରେ ଢ଼ାଙ୍କୁଣୀ ପକାଯାଉନି। ତା’ ଭିତରେ ନାନା ଆବର୍ଜନା ପଡ଼ିଥିବା ବେଳେ ସେଇ ପାଣିକୁ ହିଁ ଲୋକମାନେ ପିଉଛନ୍ତି। ଭୂତଳ ଜଳ ସଂରକ୍ଷଣ (ସମ୍ପ)ରେ ମଧ୍ୟ ଢ଼ାଙ୍କୁଣୀ ଠିକ୍‌ ଭାବେ ପଡ଼ୁନି। ବସ୍‌ଷ୍ଟାଣ୍ଡକୁ ଆସୁଥିବା ଲୋକମାନେ ସମ୍ପ ଉପରେ ପରିଶ୍ରା କରୁଛନ୍ତି। ଖାଦ୍ୟ ପରଶିବା ବେଳେ କର୍ମଚାରୀମାନେ ଅତ୍ୟନ୍ତ ବେପରୁଆ ଭାବେ ଗ୍ଲୋବ୍‌ସ ବଦଳରେ ହାତ ବ୍ୟବହାର କରୁଛନ୍ତି। ଯେଉଁଠି ଖାଦ୍ୟ ବଣ୍ଟନ କରାଯାଉଛି, ସେଠାରେ ହିଁ ବାସନ କୁସନ ସଫା କରାଯାଉଛି। ମହିଳା ଏବଂ ପୁରୁଷଙ୍କ ପାଇଁ ପୃଥକ୍‌ କାଉଣ୍ଟର୍‌ ରହିଛି। ହେଲେ କର୍ମଚାରୀ ଅଭାବ ଯୋଗୁ ମାତ୍ର ଗୋଟିଏ କାଉଣ୍ଟରରେ ଉଭୟ ପୁରୁଷ ଏବଂ ମହିଳାଙ୍କୁ ଖାଦ୍ୟ ଦିଆଯାଉଛି। ଏହା ଯୋଗୁ ଲମ୍ବା ଧାଡ଼ି ଲାଗି ରହୁଛି। ଖାଦ୍ୟ ସଂଗ୍ରହ କରିବା ପାଇଁ ଲୋକମାନେ ଅନେକ ସମୟ ପର୍ଯ୍ୟନ୍ତ ଧାଡ଼ିରେ ଠିଆ ହେଉଛନ୍ତି। ଖାଦ୍ୟର ମାନ ଏବଂ ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ଉଭୟ ଜନପ୍ରତିନିଧି ସେଠାରେ ଖାଦ୍ୟ ଖାଉଥିବା ଲୋକଙ୍କ ସହ ଆଲୋଚନା କରିଥିଲେ। ଡାଲମା କମ୍‌ ମିଳୁଥିବା ଏବଂ ଖାଦ୍ୟର ମାନ ଠିକ୍‌ ନ ଥିବା କେତେକ ଲୋକ ଅଭିଯୋଗ କରିଥିଲେ। ମାନ ପରଖିବା ପାଇଁ ଏମ୍‌ପି ସାହୁ ଏବଂ ବିଧାୟକ ପଣ୍ଡା ନିଜେ ଖାଇଥିଲେ । ବିଏମ୍‌ସିର ଯନ୍ତ୍ରୀଙ୍କୁ ଡାକିଥିଲେ। କନିଷ୍ଠ ଯନ୍ତ୍ରୀ ସୁଚିସ୍ମିତା ପୁହାଣ ଏବଂ ଅତିରିକ୍ତ ନିର୍ବାହୀ ଅଧିକାରୀ ସୀମାଞ୍ଚଳ ଷଡ଼ଙ୍ଗୀ କେନ୍ଦ୍ରରେ ପହଞ୍ଚିଥିଲେ । ଅବ୍ୟବସ୍ଥା ସମ୍ପର୍କରେ ଉଭୟଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଆସନ୍ତା ୧୫ଦିନ ମଧ୍ୟରେ ଏହାକୁ ସୁଧାରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏମ୍‌ପି ସାହୁ ଏବଂ ବିଧାୟକ ପଣ୍ଡା କହିଥିଲେ, ଆହାର ଯୋଜନା ଫଳରେ ଅନେକ ଗରିବ ଲୋକ ଉପକୃତ ହୋଇପାରୁଛନ୍ତି । ଖାଦ୍ୟର ମାନ ଭଲ ଅଛି । ହେଲେ କେନ୍ଦ୍ରରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି । ସୁଧାରିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି ବୋଲି ପ୍ରକାଶ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

‘ଇରାନ ସହିତ ଚୁକ୍ତି ଶେଷ’: ଶାନ୍ତି ଚୁକ୍ତିର ସମାପ୍ତି ଘୋଷଣା କଲେ ଟ୍ରମ୍ପ, ଏବେ ହେବ କଡା ଟକ୍କର!

ଓ୍ବାଶିଂଟନ,୮।୭: ତୁର୍କୀର ରାଜଧାନୀ ଅଙ୍କାରାରେ ଅନୁଷ୍ଠିତ ନାଟୋ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଥିଲେ। ଗଣମାଧ୍ୟମ ସହିତ…

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

ମା’ ପାଇଁ ଗଛଟିଏ: ଚାରାରୋପଣ ପାଇଁ ଆଗ୍ରହ ଦେଖାଦେଉଛନ୍ତି ଛାତ୍ରୀଛାତ୍ର

ଦାରିଙ୍ଗବାଡି,୮।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୭୭ତମ ବନ ମହୋତ୍ସବ ତଥା ମା’ଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri