‘ଆହାର’ କେନ୍ଦ୍ରରେ ଖାଇଲେ ଏମ୍‌ପି, ବିଧାୟକ: ଖାଦ୍ୟ ପ୍ରସ୍ତୁତିକୁ ପ୍ରଶଂସା, ଅବ୍ୟବସ୍ଥାକୁ ଗାଳି

ବ୍ରହ୍ମପୁର ଅଫିସ୍‌,୧୬|୧୦-ବ୍ରହ୍ମପୁର ନୂଆବସ୍‌ଷ୍ଟାଣ୍ଡରେ ଥିବା ‘ଆହାର’ କେନ୍ଦ୍ରକୁ ମଙ୍ଗଳବାର ପରିଦର୍ଶନରେ ଯାଇଥିଲେ ଏମ୍‌ପି ଚନ୍ଦ୍ରଶେଖର ସାହୁ ଏବଂ ବିଧାୟକ ବିକ୍ରମ ପଣ୍ଡା। ପୂର୍ବାହ୍ନରେ କେନ୍ଦ୍ରରେ ପହଞ୍ଚିବା ପରେ ଖାଦ୍ୟ ଖାଉଥିବା ଲୋକମାନଙ୍କ ସହ ଆଲୋଚନା କରିଥିଲେ। ଖାଦ୍ୟର ମାନ ପରଖିବା ପାଇଁ ନିଜେ ଖାଇ ସନ୍ତୁଷ୍ଟ ହୋଇଥିଲେ । ମାନ ଠିକ୍‌ ଅଛି ବୋଲି ପ୍ରଶଂସା କରିଥିଲେ । ହେଲେ କେନ୍ଦ୍ରରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଆବର୍ଜନ ଜଳ ନିଷ୍କାସନ ନ ହୋଇ କେନ୍ଦ୍ରରେ ଭାସିବା, ସଫା ସୁତରା ନ ଥିବା ଏବଂ ପିଇବା ପାଇଁ ପାଣି ନ ଥିଲା । ଏହାକୁ ନେଇ ଉଭୟ ନେତା ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ରହ୍ମପୁର ମହାନଗର ନିଗମର ଯନ୍ତ୍ରୀଙ୍କୁ ଡାକି ତାଗିଦ୍‌ କରିବା ସହ ତୁରନ୍ତ କେନ୍ଦ୍ରର ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଗ୍ରାମାଞ୍ଚଳରୁ ବିଭିନ୍ନ କାମ ପାଇଁ ବ୍ରହ୍ମପୁର ଆସୁଥିବା ଏବଂ ସହରର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ମୋଟ ୬ ଆହାର କେନ୍ଦ୍ର ସହରରେ ରହିଛି। ସେଥିରୁ ନୂଆବସ୍‌ଷ୍ଟାଣ୍ଡ କେନ୍ଦ୍ର ଅନ୍ୟତମ। ଏଠାରେ ଦୈନିକ ୫ଶହ ଲୋକଙ୍କ ପାଇଁ ଖାଦ୍ୟ ପରଶା ଯାଉଛି । ‘ମାନ୍ନା ଟ୍ରଷ୍ଟ’ ପକ୍ଷରୁ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ତେବେ ଏହି କେନ୍ଦ୍ରରେ ନାନା ଅବ୍ୟବସ୍ଥା ନେଇ ପୂର୍ବରୁ ବହୁଥର ଅଭିଯୋଗ ହୋଇଛି । ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶେଷରେ ମଙ୍ଗଳବାର ଉଭୟ ଏମ୍‌ପି ସାହୁ ଏବଂ ବିଧାୟକ ପଣ୍ଡା ‘ଆହାର’ କେନ୍ଦ୍ରରେ ପହଞ୍ଚିଥିଲେ। ସେହି ସମୟରେ ଖାଦ୍ୟ ପରଶା ଯାଉଥିଲା । ଲମ୍ବା ଧାଡ଼ି ଲାଗିଥିଲା। କେନ୍ଦ୍ରର ଆବର୍ଜନା ପାଣି ନିଷ୍କାସନ ହୋଇପାରୁନି। ଏଣୁ କେନ୍ଦ୍ରରେ ହିଁ ଆବର୍ଜନା ପାଣି ଭାସି ପୂତିଗନ୍ଧମୟ ପରିସ୍ଥିତି ସୃଷ୍ଟି କରୁଛି । ଲୋକମାନେ ମଇଳା ପାଣିରେ ଠିଆ ହୋଇ ଖାଉଛନ୍ତି। ବିଶୁଦ୍ଧ ପାନୀୟ ଜଳ ପାଇଁ ଫିଲଟର୍‌ ଲାଗିଛି, କିନ୍ତୁ ଦୀର୍ଘ ଦିନ ହେଲା ଅଚଳ ହୋଇପଡ଼ିଛି। ଲୋକମାନେ ଟ୍ୟାବ୍‌ରୁ ପାଣି ପିଉଛନ୍ତି। ଓଭର୍‌ହେଡ୍‌ ପାଣି ଟାଙ୍କିରେ ଢ଼ାଙ୍କୁଣୀ ପକାଯାଉନି। ତା’ ଭିତରେ ନାନା ଆବର୍ଜନା ପଡ଼ିଥିବା ବେଳେ ସେଇ ପାଣିକୁ ହିଁ ଲୋକମାନେ ପିଉଛନ୍ତି। ଭୂତଳ ଜଳ ସଂରକ୍ଷଣ (ସମ୍ପ)ରେ ମଧ୍ୟ ଢ଼ାଙ୍କୁଣୀ ଠିକ୍‌ ଭାବେ ପଡ଼ୁନି। ବସ୍‌ଷ୍ଟାଣ୍ଡକୁ ଆସୁଥିବା ଲୋକମାନେ ସମ୍ପ ଉପରେ ପରିଶ୍ରା କରୁଛନ୍ତି। ଖାଦ୍ୟ ପରଶିବା ବେଳେ କର୍ମଚାରୀମାନେ ଅତ୍ୟନ୍ତ ବେପରୁଆ ଭାବେ ଗ୍ଲୋବ୍‌ସ ବଦଳରେ ହାତ ବ୍ୟବହାର କରୁଛନ୍ତି। ଯେଉଁଠି ଖାଦ୍ୟ ବଣ୍ଟନ କରାଯାଉଛି, ସେଠାରେ ହିଁ ବାସନ କୁସନ ସଫା କରାଯାଉଛି। ମହିଳା ଏବଂ ପୁରୁଷଙ୍କ ପାଇଁ ପୃଥକ୍‌ କାଉଣ୍ଟର୍‌ ରହିଛି। ହେଲେ କର୍ମଚାରୀ ଅଭାବ ଯୋଗୁ ମାତ୍ର ଗୋଟିଏ କାଉଣ୍ଟରରେ ଉଭୟ ପୁରୁଷ ଏବଂ ମହିଳାଙ୍କୁ ଖାଦ୍ୟ ଦିଆଯାଉଛି। ଏହା ଯୋଗୁ ଲମ୍ବା ଧାଡ଼ି ଲାଗି ରହୁଛି। ଖାଦ୍ୟ ସଂଗ୍ରହ କରିବା ପାଇଁ ଲୋକମାନେ ଅନେକ ସମୟ ପର୍ଯ୍ୟନ୍ତ ଧାଡ଼ିରେ ଠିଆ ହେଉଛନ୍ତି। ଖାଦ୍ୟର ମାନ ଏବଂ ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ଉଭୟ ଜନପ୍ରତିନିଧି ସେଠାରେ ଖାଦ୍ୟ ଖାଉଥିବା ଲୋକଙ୍କ ସହ ଆଲୋଚନା କରିଥିଲେ। ଡାଲମା କମ୍‌ ମିଳୁଥିବା ଏବଂ ଖାଦ୍ୟର ମାନ ଠିକ୍‌ ନ ଥିବା କେତେକ ଲୋକ ଅଭିଯୋଗ କରିଥିଲେ। ମାନ ପରଖିବା ପାଇଁ ଏମ୍‌ପି ସାହୁ ଏବଂ ବିଧାୟକ ପଣ୍ଡା ନିଜେ ଖାଇଥିଲେ । ବିଏମ୍‌ସିର ଯନ୍ତ୍ରୀଙ୍କୁ ଡାକିଥିଲେ। କନିଷ୍ଠ ଯନ୍ତ୍ରୀ ସୁଚିସ୍ମିତା ପୁହାଣ ଏବଂ ଅତିରିକ୍ତ ନିର୍ବାହୀ ଅଧିକାରୀ ସୀମାଞ୍ଚଳ ଷଡ଼ଙ୍ଗୀ କେନ୍ଦ୍ରରେ ପହଞ୍ଚିଥିଲେ । ଅବ୍ୟବସ୍ଥା ସମ୍ପର୍କରେ ଉଭୟଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଆସନ୍ତା ୧୫ଦିନ ମଧ୍ୟରେ ଏହାକୁ ସୁଧାରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏମ୍‌ପି ସାହୁ ଏବଂ ବିଧାୟକ ପଣ୍ଡା କହିଥିଲେ, ଆହାର ଯୋଜନା ଫଳରେ ଅନେକ ଗରିବ ଲୋକ ଉପକୃତ ହୋଇପାରୁଛନ୍ତି । ଖାଦ୍ୟର ମାନ ଭଲ ଅଛି । ହେଲେ କେନ୍ଦ୍ରରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି । ସୁଧାରିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି ବୋଲି ପ୍ରକାଶ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri