ଆଲିଆଙ୍କ ଜନ୍ମଦିନରେ ଶୁଭେଚ୍ଛା ବାର୍ତ୍ତାଟିଏ ବି ଦେଲେନି ରଣବୀର, କାରଣ ଖୋଜୁଛନ୍ତି ପ୍ରଶଂସକ

ମୁମ୍ବାଇ: କ୍ୟୁଟ୍‌ ଗାର୍ଲ ଆଲିଆ ଭଟ୍ଟ ଗତ ୧୫ ତାରିଖରେ ୨୭ତମ ଜନ୍ମଦିବସ ପାଳନ କରିଛନ୍ତି। ବଡ଼ ଭଉଣୀ ଶାହୀନ୍‌ ଏବଂ କିଛି ବାନ୍ଧବୀଙ୍କ ସହିତ ସେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ମାତ୍ର ତାଙ୍କ ବୟଫ୍ରେଣ୍ଡ୍‌ କୁହାଯାଉଥିବା ରଣବୀର କପୁର ଏହି ଖାସ୍‌ ଦିନରେ ଅନୁପସ୍ଥିତ ଥିଲେ। ଏଥିରୁ ତାଙ୍କ ପ୍ରଶଂସକମାନେ ସନ୍ଦେହ କରୁଛନ୍ତି ସେମାନଙ୍କ ମଧ୍ୟରେ ତୁ ତୁ ମେ ମେ ଚାଲିଛି। ଆଲିଆ ତାଙ୍କ ଲେଡି ଗ୍ୟାଙ୍ଗ୍‌ ସହ ଜନ୍ମଦିନରେ ୨ଟି କେକ୍‌ କାଟିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। କିଛି ଫିଲ୍ମ କଳାକାରଙ୍କ ସହ ବନ୍ଧୁ, ସହକର୍ମୀ, ତାଙ୍କ ମା’ ଏପରିକି ରଣବୀରଙ୍କ ମା’ନୀତୁ ସିଂହ ମଧ୍ୟ ଆଲିଆଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଥିଲେ। କିନ୍ତୁ ଏଥିରେ ରଣବୀରଙ୍କର କୌଣସି ଶୁଭେଚ୍ଛା ବାର୍ତ୍ତା ନ ଥିଲା।
ଏକ ରିପୋର୍ଟ ଅନୁସାରେ, ଆଲିଆଙ୍କ ଜନ୍ମଦିନ ପରେ ନତାଶା ପୁନାଓ୍ବାଲା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୁରୁଣା ଫଟୋ ଶେୟାର କରିଥିଲେ। ଏଥିରେ ରଣବୀର ଆଲିଆଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଥିଲା। ଫଟୋଟି ନ୍ୟୁୟର୍କରେ ଉଠାଯାଇଥିବା ଜଣାପଡ଼ିଥିଲା।
ଆଲିଆ-ରଣବୀର ଯଦିଓ ଏନେଇ କୌଣସି ମୁହଁ ଖୋଲି ନାହାନ୍ତି ମିଡିଆ କିନ୍ତୁ ସବୁବେଳେ ତାଙ୍କ ଉପରେ ନଜର ରଖିଛି। ଡିସେମ୍ବରରେ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣିବାକୁ ମିଳିଥିଲା। ଏହା ପାଇଁ ଅତିଥିଙ୍କ ତାଲିକା ହୋଇଥିବା ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ଏହି ଦୁଇଜଣଙ୍କ ନୀବରତା ଯୋଗୁ କୌଣସି କଥା ସ୍ପଷ୍ଟ ହୋଇପାରୁନାହିଁ। ଅନ୍ୟପକ୍ଷରେ ଆଲିଆ ଏବଂ ରଣବୀର ଆୟନ ମୁଖାର୍ଜୀଙ୍କ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍‌ରେ ଜେଜେବାପା: ବଡି ଓ ଫିଟ୍‌ନେସ୍ ଦେଖି ତାଟକା ହେଲେ ସୋସିଆଲ ମିଡିଆ ୟୁଜର୍ସ, VIDEO ଦେଖିଲେ ଆପଣ ବି…

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ବେଶ ମଜାଦାର ହୋଇଥିବା ବେଳେ କିଛି ଭିଡିଓ ଦେଖିଲେ ଆଖି ଖୋସି…

ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାବୁଡରେ ପଡିଗଲେ ଆର୍‌ଆଇ, ଆଉ ତା’ପରେ…

ଗୁଣପୁର,୧୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ତହସିଲର ସିରିଝୋଲି ରାଜସ୍ବ ନିରୀକ୍ଷକ ସୁଶାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପଟ୍ଟା ଟ୍ରାନ୍ସଫର କରାଇଦେବା ପାଇଁ ୨୫ ହଜାର…

ଫିଫା ବିଶ୍ୱକପ୍‌: ରାତି ସାଢ଼େ ୩ ଯାଏ ଖୋଲା ରହିବ ହୋଟେଲ, ରେଷ୍ଟୁରାଣ୍ଟ

ବେଙ୍ଗାଲୁରୁ, ୧୫ା୭: ଚଳିତ ଫିଫା ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କର୍ନାଟକ ସରକାର ବେଙ୍ଗାଲୁରୁରେ ଥିବା ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟକୁ ରାତି ୩ଟା ୩୦ ପର୍ଯ୍ୟନ୍ତ ଖୋଲା…

ପ୍ରେମରେ ଉବୁଟୁବୁ ଶେହନାଜ: କହୁ କହୁ କହିଦେଲେ…

ଆଜିକାଲି ପ୍ରେମରେ ଉବୁଟୁବୁ ହେଉଛନ୍ତି ଅଭିନେତ୍ରୀ ଶେହନାଜ ଗିଲ। ସିଦ୍ଧାର୍ଥ ଶୁକ୍ଲାଙ୍କ ଯିବା ପରେ ଶେହନାଜ ଏବେ ଅଭିନେତା ରାଘବ ଜୁୟାଲଙ୍କ ପ୍ରେମରେ ପଡ଼ିଛନ୍ତି। ଏହାକୁ ନେଇ…

ମା’ ବାପାଙ୍କ ସହ ଘରେ ଶୋଇଥିବାବେଳେ କାମୁଡିଲା ସାପ, ଚାଲିଗଲା ସମରତଙ୍କ ଜୀବନ

କୁତ୍ରା ୧୫।୭( ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ କନ୍ଦେଇମୁଣ୍ଡା ପାହାଡ଼ଟୋଲି ଗ୍ରାମରେ ସାପ କାମୁଡ଼ାରେ ଜଣେ ୪ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଥିବାରୁ…

ନୂତନ ପରିଚାଳନା କମିଟି ଗଠନ: ସଭାପତି,ଉପସଭାପତି ଭାବେ ଚୟନ ହେଲେ…

ଗଞ୍ଜାମ,୧୫।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ଷ୍ଟେଶନ ରୋଡ଼ ପାର୍ଶ୍ୱରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ ହୋଇଛି । ବିଦ୍ୟାଳୟ…

ଜୁଲାଇ ୧୬ରେ ରାଜଧାନୀର ବଡ଼ ଇଲାକାରେ କଟିବ ବିଜୁଳି, ଏହି ସବୁ ଏରିଆ ହେବ ପ୍ରଭାବିତ

ନୂଆଦିଲ୍ଲୀ, ୧୫।୭: ରାଜଧାନୀ ଦିଲ୍ଲୀରେ ବିଜୁଳି ମେଣ୍ଟେନାନ୍ସ (ରକ୍ଷଣାବେକ୍ଷଣ) କାର୍ଯ୍ୟ ଯୋଗୁଁ ଅଲଗା ଅଲଗା ଦିନରେ ଭିନ୍ନ ଭିନ୍ନ ଅଞ୍ଚଳରେ ବିଦ୍ୟୁତ ସମ୍ବନ୍ଧୀୟ କାମ କରାଯାଉଛି। ଏହି…

ଅଧିକ ବ୍ୟାଙ୍କ ଆକାଉଣ୍ଟ ରଖୁଛନ୍ତି କି? ସାବଧାନ! ଆପଣଙ୍କ ପକେଟ୍‌ ଉପରେ ପଡ଼ିପାରେ ଭାରି…

ନୂଆଦିଲ୍ଲୀ, ୧୫।୭: ଆଜିର ଡିଜିଟାଲ ଯୁଗରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଅତ୍ୟନ୍ତ ସହଜ ହୋଇଯାଇଛି। ବ୍ୟାଙ୍କକୁ ନଯାଇ ଘରେ ବସି ମୋବାଇଲ୍ ସାହାଯ୍ୟରେ ମିନିଟ୍‌କ ମଧ୍ୟରେ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri