ଆର୍‌ପିଏଫ୍‌ର ଅପରେଶନ ‘ଇଷ୍ଟ୍‌କୋଷ୍ଟ ରେଲ୍‌ଓ୍ବେ ଥଣ୍ଡର’: ବେଆଇନ ଟିକେଟ ବିକ୍ରି, ୬ ଗିରଫ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଭୁବନେଶ୍ୱର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ପକ୍ଷରୁ ଆରମ୍ଭ ହୋଇଛି ଅପରେଶନ ‘ଇଷ୍ଟ୍‌କୋଷ୍ଟ ରେଲ୍‌ଓ୍ବେ ଥଣ୍ଡର’। ଶନିବାର ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଭାବେ ଟିକେଟ ବିକ୍ରି କରୁଥିବା ୬ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସିଆର୍‌ପି ଛକସ୍ଥିତ ପ୍ରିୟଦର୍ଶିନୀ ମାର୍କେଟସ୍ଥିତ କମ୍ୟୁନିକେଶନ କେୟାର ଦୋକାନ ମାଲିକ ଭୀମସେନ ମଲ୍ଲିକ, ଏସ୍‌.ଜେ. ଇନଫୋଟେକ୍‌ର ଶ୍ରୀବତ୍ସ ବାରିକ, ରୁଚିକା ମାର୍କେଟର ସୁନିତା ଟୁର୍‌ ଆଣ୍ଡ୍‌ ଟ୍ରାଭେଲ୍ସର ରାଜେଶ କୁମାର ପାତ୍ର, ଫରେଷ୍ଟ ପାର୍କସ୍ଥିତ ସାରଥି ଟୁର୍‌ ଆଣ୍ଡ ଟ୍ରାଭେଲ୍ସର ଶିବ ପ୍ରସାଦ ବିଶ୍ୱାଳ, ଜୟଦେବ ବିହାରସ୍ଥିତ ସମର କମ୍ୟୁନିକେଶନର ସମରେନ୍ଦ୍ର ସ୍ବାଇଁ ଓ ଜାଗମରାସ୍ଥିତ ଏକ୍ସେଲ ସିଷ୍ଟମର ଅଶୋକ କୁମାର ରାଉତ। ଏମାନେ ନିଜ ବ୍ୟକ୍ତିଗତ ଆଇଆର୍‌ସିଟିସି ଆଇଡିରେ ଟିକେଟ କରି ଚଢ଼ା ଦରରେ ବିକ୍ରି କରୁଥିଲେ। ଟିକେଟ ବିକ୍ରି ପାଇଁ ଆଇଆର୍‌ସିଟିସିଠାରୁ ସ୍ବୀକୃତି ପାଇବା ପରେ ଏଜେଣ୍ଟମାନେ ଟିକେଟ ବିକ୍ରି କରିବାର ନିୟମ ରହିଛି। କିନ୍ତୁ ଗିରଫ ଅଭିଯୁକ୍ତମାନେ ବିନା ସ୍ବୀକୃତିରେ ବ୍ୟକ୍ତିଗତ ଆଇଡି ତଥା ଜାଲ୍‌ ଆଇଡି ଖୋଲି ଏହି ବେଆଇନ କାରବାର କରୁଥିଲେ। ଲୋକଙ୍କଠାରୁ ଟିକେଟ ପିଛା ଧାର୍ଯ୍ୟ ମୂଲ୍ୟଠାରୁ ୫୦ରୁ ୨୦୦ଟଙ୍କା ପର୍ଯନ୍ତ ଅଧିକ ନେଉଥିଲେ। ଦୀର୍ଘବର୍ଷ ଧରି ଇ-ଟିକେଟିଂ ଜରିଆରେ ଲୋକଙ୍କୁ ଏପରି ଠକି ଆସୁଥିବା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ଚଢ଼ାଉ କରାଯାଇଥିଲା ବୋଲି ଆର୍‌ପିଏଫ୍‌ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଚଢ଼ାଉ ହୋଇଥିବା ୬ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟରୁ ୨ଟି ଟ୍ରାଭେଲ୍ସ, ୪ ଡିଟିପି ଏବଂ ଜେରକ୍ସ ଦୋକାନ ରହିଛି। ଅଭିଯୁକ୍ତଙ୍କଠାରୁ ୫ ସିପିୟୁ, ଗୋଟିଏ ଲାପ୍‌ଟପ, ୩ ମୋବାଇଲ ଫୋନ୍‌, ୫ ନୂଆ ଟିକେଟ ଓ ୯ ପୁରୁଣା ଟିକେଟ ଜବତ କରାଯାଇଛି। ଦଫା ୧୪୩ ଅନୁଯାୟୀ ମାମଲା ନଂ. ୨୦୧୫-୨୦୨୦/୨୦୧୯ରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ରବିବାର କୋର୍ଟ ଚାଲାଣ କରାଯିବ ବୋଲି ଆର୍‌ପିଏଫ୍‌ ପକ୍ଷରୁ ସୂଚନା ମିଳିଛି। ଏହି ଚଢ଼ାଉରେ ଭୁବନେଶ୍ୱର ଆର୍‌ପିଏଫ୍‌ ଥାନାଧିକାରୀ କାଳୁ ସେଠୀ, ଆର୍‌ପିଏଫ କ୍ରାଇମବ୍ରାଞ୍ଚ ଆଇଆଇସି ବାଇଧର ସିଂ, ଡିଭିଜନାଲ କ୍ରାଇମବ୍ରାଞ୍ଚ ଆଇଆଇସି ଶ୍ରୀନିବାସ ପଟ୍ଟନାୟକ ଓ ଏସ୍‌ଟିଏଫ ମୁଖ୍ୟ ରନ୍ମୟ କୁମାର ପାତ୍ର ନେତୃତ୍ୱ ନେଇଥିଲେ। ଭୁବନେଶ୍ୱର ଆର୍‌ପିଏଫ ଥାନାଧିକାରୀ ସେଠୀ ଯାତ୍ରୀମାନଙ୍କୁ ଅଣସ୍ବୀକୃତିପ୍ରାପ୍ତ ଏଜେଣ୍ଟଙ୍କଠାରୁ ଟିକେଟ ନ କିଣିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ ଉପସ୍ଥାପନ ପୂର୍ବରୁ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ: ସୁବର୍ଣ୍ଣ ଯୁଗ ଆଡ଼କୁ…

ଭୁବନେଶ୍ୱର,୨୦।୨: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର, ପୁଣି ବଢ଼ିଲା ଡ୍ରପ୍‌ ଆଉଟ୍‌, ୧୨.୮%ରୁ ବଢ଼ି…

ଭୁବନେଶ୍ୱର,୨୦ା୨: ଡ୍ରପ୍‌ ଆଉଟକୁ ନେଇ ବିଧାନସଭାରୁ ଆସିଛି ସାଂଘାତିକ ଚିତ୍ର। ପୁଣି ବଢ଼ିଛି ଡ୍ରପ୍‌ ଆଉଟ୍‌। ଏହା ୧୨.୮%ରୁ ବଢ଼ି ୧୫%ରେ ପହଞ୍ଚିଛି। ୨୦୨୪-୨୫ ଶିକ୍ଷାବର୍ଷରେ ୯ମ…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

ଆପଣଙ୍କ e-KYC ଅପଡେଟ୍ ଅଛି ତ? ଖୁବଶୀଘ୍ର ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି

ଭୁବନେଶ୍ୱର,୨୦ା୨: ଖୁବଶୀଘ୍ର ଆସିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ଏନେଇ ଓଡ଼ିଶା ସରକାର ଆଗୁଆ ସୂଚନା ଦେଇ ସାରିଛନ୍ତି। ଯଦି ଆପଣ ଜଣେ ଆବେଦନକାରୀ, ତେବେ ଟଙ୍କା…

ଶଟର ପକାଇ ଜଗି ରହୁଛନ୍ତି ବାଉନ୍‌ସର, ଭିତରେ ବାର୍‌ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା

ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍‌ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର।…

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri