ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହକୁ ମୁଲତବୀ ରଖାଯାଇଥିଲା। ଦ୍ୱିତୀୟ ଦିନ ଅର୍ଥାତ୍‌ ଗତ ୧୮ରେ ଗୃହକାର୍ଯ୍ୟ ମୋଟ୍‌ ୭ ମିନିଟ୍‌ ପାଇଁ ଚାଲିଲା। ୩ୟ ଦିନ ଅର୍ଥାତ୍‌ ଗୁରୁବାର ପ୍ରଥମାର୍ଦ୍ଧରେ ମଧ୍ୟ ବିରୋଧୀଙ୍କ ହୋହଲ୍ଲା ଯୋଗୁ ଗୃହକାର୍ଯ୍ୟ ଅଧିକ ସମୟ ଚାଲିପାରି ନ ଥିଲା। ୧୦ଟା ୩୦ରୁ ୫ ମିନିଟ୍‌ ଗୃହ କାର୍ଯ୍ୟ ଚାଲିବା ପରେ ପ୍ରଥମେ ୧୧ଟା ୩୦ ଯାଏଁ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ରୁ ପୁଣିଥରେ ଆରମ୍ଭ ହୋଇ ୬ ମିନିଟ୍‌ ଚାଲିବା ପରେ ୪ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନ ୪ଟାରେ ଗୃହକାର୍ଯ୍ୟ ଆରମ୍ଭହେବା ମାତ୍ରେ ବିରୋଧୀ ଦଳ ଏବଂ କଂଗ୍ରେସ ସଦସ୍ୟମାନେ ଚାଷୀ ପ୍ରସଙ୍ଗ ଉଠାଇ ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିବା ଆରମ୍ଭ କରିଦେଲେ। ଗୃହ ମଧ୍ୟଭାଗରେ ପହଞ୍ଚି ଉଭୟ ଦଳର ସଦସ୍ୟମାନେ ଚାଷୀମାରଣ ସରକାର ହାଏ ହାଏ, କାହିଁ ଗଲା ଠନ୍‌ ଠନ୍‌ ଦେଖାଇ ଦେଲ ଲଣ୍ଠନ, ମଣ୍ଡି ଥିଲେ ଟୋକନ ନାହିଁ, ଟୋକନ ଥିଲେ ମଣ୍ଡିରେ ଜାଗା ନାହିଁ, କଟ୍‌ନି ଛଟ୍‌ନି ବନ୍ଦକର ଆଦି ନାରାବାଜି ଦେଉଥିଲେ। ସବୁ ସଦସ୍ୟଙ୍କୁ ନିଜ ଜାଗାକୁ ଯିବା ପାଇଁ ଏହି ସମୟରେ ବାଚସ୍ପତି ବାରମ୍ବାର ନିର୍ଦ୍ଦେଶ ଦେଉଥାଆନ୍ତି। ହେଲେ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ନିର୍ଦ୍ଦେଶ ଶୁଣିବା ପରିବର୍ତ୍ତେ ପ୍ରତିବାଦ ଚଲାଇଥାଆନ୍ତି। କିଛି ସମୟ ପରେ ବାଚସ୍ପତି ଶାସକ ଦଳର ସଦସ୍ୟମାନଙ୍କୁ ରାଜ୍ୟପାଳଙ୍କ ଅଭିଭାଷଣ ନେଇ ଗୃହରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାରେ ଭାଗନେବା ପାଇଁ କହିଥିଲେ। ପ୍ରଥମେ ଭାଜପା ସଦସ୍ୟ ଟଙ୍କଧର ତ୍ରିପାଠୀ ଧନ୍ୟବାଦ ପ୍ରସ୍ତାବ ଉପରେ ନିଜର ମତ ରଖିଥିଲେ। ଏହାପରେ ଭାଜପା ସଦସ୍ୟ ଅଶ୍ୱିନୀ କୁମାର ଷଡଙ୍ଗୀ, ଇରାଶିଷ ଆଚାର୍ଯ୍ୟ, ଦୁର୍ଗାପ୍ରସନ୍ନ ନାୟକ ଆଲୋଚନାରେ ଭାଗନେଲେ। ଅପରାହ୍ନ ୫ଟା୬ ମିନିଟ୍‌ ସମୟରେ ପ୍ରଥମେ କଂଗ୍ରେସ ଏବଂ ତାଙ୍କ ପଛେପଛେ ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରି ଚାଲିଗଲେ। ବିରୋଧୀ ସଦସ୍ୟମାନେ ଚାଲିଯିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଚାଲିଥିବା ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ନିଜର ଭାଷଣ ରଖିଥିଲେ। ଶେଷରେ ବିନା ବିରୋଧୀରେ ଗୃହରେ ଧନ୍ୟବାଦ ପ୍ରସ୍ତାବକୁ ପାରିତ କରାଇଦିଆଗଲା। ହେଲେ ୩ ଦିନ ହେଲା ବିଧାନସଭାରେ ଯାହାସବୁ ଚାଲିଛି ତାକୁ ନେଇ ଏବେ ନାନା ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଲାଇବା ପାଇଁ କାହିଁକି ୩ ଦିନ ଭିତରେ ଥରୁଟିଏ ସର୍ବଦଳୀୟ ବୈଠକ ଡକାଯାଉ ନାହିଁ, ତାକୁ ନେଇ ବିଧାନସଭା ସଚିବାଳୟ ଭିତରେ ସବୁକିଛି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଭାବେ ଆଲୋଚନା ହେଉଛି।
ଏଠାରେ ସୂଚାଇ ଦିଆଯାଇପାରେ, ବିଧାନସଭାର କାର୍ଯ୍ୟ ପରାମର୍ଶଦାତା କମିଟି(ବିଜ୍‌ନେସ୍‌ ଆଡଭାଇଜରି କମିଟି) ରହିଛି। ଗୃହ କାର୍ଯ୍ୟ କିପରି ହେବ ସେନେଇ କାର୍ଯ୍ୟ ପରାମର୍ଶଦାତା କମିଟି ନିଷ୍ପତ୍ତି ନେଇଥାଏ। ଗୃହରେ କିଛି ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହେଲେ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇ ଆଲୋଚନାକରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥାଆନ୍ତି। ସୂଚନାଯୋଗ୍ୟ, ବିଧାନସଭାକୁ ଶାନ୍ତିଶୃଙ୍ଖଳାରେ ଚଲାଇବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅଧିବେଶନ ଆରମ୍ଭ ହେବାର ଦିନକ ପୂର୍ବରୁ ଅର୍ଥାତ୍‌ ଗତ ୧୬ ତାରିଖରେ ସର୍ବଦଳୀୟ ବୈଠକରେ ସବୁକିଛି ଆଲୋଚନା ହୋଇଥିଲା। ଏହାସତ୍ତ୍ୱେ ବିରୋଧୀ ଯଦି ଗୃହ ଚଲାଇ ଦେଉନାହାନ୍ତି ତେବେ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇ ସେମାନଙ୍କ ସାଙ୍ଗରେ ଆଲୋଚନା କରିପାରିଥାଆନ୍ତେ। ହେଲେ ଏ ଦିଗରେ ପଦକ୍ଷେପ ନିଆଯାଉ ନ ଥିବା କାରଣରୁ ରାଜନୈତିକ ମହଲରେ ଭିନ୍ନ ଏକ ଆଲୋଚନା ଆରମ୍ଭ ହୋଇଛି।
ରାଜନୈତିକ ମହଲରୁ ଯାହା ଶୁଣିବାକୁ ମିଳୁଛି, ବିରୋଧୀ ଦଳର କେତେଜଣ ସଦସ୍ୟ ଗୃହରେ ଆଲୋଚନା ନ କଲେ ଏହା ଶାସକ ଦଳକୁ ସୁହାଇବ ବୋଲି ତାଙ୍କ ଦଳର ମୁଖିଆଙ୍କ ନିକଟରେ ବାରମ୍ବାର ମତ ରଖିଲେଣି। ହେଲେ ବିରୋଧୀ ଦଳର ମୁଖିଆ ଆଲୋଚନାରେ ଭାଗନେବା ପାଇଁ କୁଆଡ଼େ ସିଧା ସିଧା ମନା କରିଦେଇଛନ୍ତି। ସେହି କ୍ରମରେ ବିଜେଡି ଗୃହ ଚଲାଇ ନ ଦେବା ପାଇଁ ନିଷ୍ପତ୍ତିକରି ଚାଷୀ ପ୍ରସଙ୍ଗରେ ବିରୋଧ ଜାରି ରଖିଛି। କଂଗ୍ରେସ ମଧ୍ୟ ଗୃହରେ ଚାଷୀ ପ୍ରସଙ୍ଗ ଉଠାଇ ବିରୋଧ କରୁଛି। ଏହାଦ୍ୱାରା ସାଧାରଣ ଲୋକଙ୍କୁ ଜଣାଇବାକୁ ଚେଷ୍ଟା କରାଯାଉଛି ବିଜେଡି ଏବଂ ଭାଜପା ଭିତରେ ଯେଉଁ ଭିତିରି ସମ୍ପର୍କ ରହିଛି ବୋଲି ଚର୍ଚ୍ଚା ହେଉଛି ତାହା ମିଥ୍ୟା। ଭାଜପା ମଧ୍ୟ ଏହି ଯୋଜନାକୁ ସଫଳ କରିବା ପାଇଁ ସମର୍ଥନ କରିଛି। ଗୃହରେ ଯେହେତୁ ବିଜେଡି ଏବଂ କଂଗ୍ରେସ ଏକାଠି ପ୍ରତିବାଦ କରୁଛନ୍ତି ଦୁଇ ଦଳ ଏକ ବୋଲି ଶାସକ ଦଳ କହିବା ଆରମ୍ଭ କରିଦେଇଛି। ଏଭଳି ସୁଚିନ୍ତିତ ରାଜନୀତି ଆଗାମୀ ରାଜ୍ୟ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଉଥିବା କୁହାଯାଉଛି।
ରାଜ୍ୟରେ ୪ ରାଜ୍ୟ ସଭା ଆସନରେ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ସେଥିରୁ ଭାଜପାକୁ ୩ଟି ରାଜ୍ୟ ସଭା ଆସନ କିପରି ଭଲରେ ଯାଇପାରିବ ଏସବୁ ତାକୁ ଲକ୍ଷ୍ୟରେ ରଖି କରାଯାଉଛି। ଯେତେବେଳେ ରାଜ୍ୟ ସଭା ନିର୍ବାଚନ ଆସିବ ବିଜେଡି ନିଜ ଦମ୍‌ରେ ଜିତିବାକୁ ଥିବା ଜଣେ ପ୍ରାର୍ଥୀଙ୍କୁ ସମସ୍ତ ୪୮ ଜଣ ସଦସ୍ୟଙ୍କ ପ୍ରଥମ ପସନ୍ଦ ଭୋଟ ଦେଇଦେବ। ୪ର୍ଥ ଆସନ ପାଇଁ କୌଣସି ଦଳ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ବିଜେଡି ଯଦି ନୀରବ ରହିଯିବ ତେବେ ଭାଜପା ତା’ର ଦ୍ୱିତୀୟ ପସନ୍ଦ ଭୋଟ୍‌ ବଳରେ ୪ର୍ଥ ଆସନ ଦଖଲ କରିଦେଇପାରିବ। ତେଣୁ ଏହାକୁ ସଫଳ କରିବାକୁ ଯାଇ କୁଆଡେ ଗୃହରେ ବିଜେଡି ଜୋର୍‌ଦାର ଭାବେ ଭାଜପାକୁ ବିରୋଧକରିବା ଜାରି ରଖିଛି। ରାଜ୍ୟ ସଭାରେ ବିଜେଡି ୪ର୍ଥ ଆସନ ଲାଗି ଯଥେଷ୍ଟ ସଂଖ୍ୟା ନ ଥିବା କଥା କହି ସମଦୂରତା ନୀତିରେ ଚୁପ୍‌ ରହିଯିବ ବୋଲି ଘୋଷଣା କରିବ। କଂଗ୍ରେସ ଯଦି ସମର୍ଥନ ମାଗିବାକୁ ଆସେ ତେବେ ଭାଜପା ବିଧାନସଭାରେ ଯେଉଁ ଦୁଇ ଦଳ ଏକ ବୋଲି ଅଭିଯୋଗ କରୁଛି ତାହା ସତ ପ୍ରମାଣିତ ହୋଇଯିବ କହି ସମର୍ଥନ ଦେବାକୁ ବିଜେଡି ମନା କରିବ। ସଂଖ୍ୟା ଦୃଷ୍ଟିରୁ କଂଗ୍ରେସକୁ ସମର୍ଥନ ନ କଲେ ହିଁ ଭାଜପା ସୁରୁଖୁରୁରେ ୪ର୍ଥ ଆସନ ନେଇଯିବ। ଏହାକୁ ସଫଳ କରାଇବାକୁ ଯାଇ ଗୃହ ଚଲାଇ ନ ଦେବାକୁ ବିଜେଡିର ନିଷ୍ପତ୍ତି ଏବଂ ସର୍ବଦଳୀୟ ବୈଠକ ଡାକି ସମାଧାନ କରିବା ଚେଷ୍ଟାରୁ ବିରତି ରହିବାକୁ ଚେଷ୍ଟା କରାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?