ଶଟର ପକାଇ ଜଗି ରହୁଛନ୍ତି ବାଉନ୍‌ସର, ଭିତରେ ବାର୍‌ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା

ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍‌ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର। ଆଗରେ ବାଉନ୍‌ସର ଶଟର ପକାଇ ଜଗି ରହୁଥିବାବେଳେ ଭିତରେ ଜମୁଛି ରଙ୍ଗିନ ରାତି। ଯୁବତୀଙ୍କ ନୃତ୍ୟରେ ମତୁଆଲା ହେଉଛନ୍ତି ଗ୍ରାହକ। ବାର୍‌ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା। ବୁଧବାର ବାପୁଜୀନଗରସ୍ଥିତ ନୋ ଲିମିଟି ବାର୍‌ରେ ଚଢ଼ାଉବେଳେ ଅବକାରୀ ବିଭାଗର ଅଧିକାରୀମାନେ ଏସବୁ ଦେଖି ତାଜୁବ୍‌ ହୋଇଯାଇଥିଲେ। ନିକଟରେ ଖାରବେଳନଗର ଥାନାଞ୍ଚଳରେ ଥିବା ମ୍ୟାଡ୍‌ ମୁଲ୍‌ କ୍ଲବ୍‌ ବାରରେ ଚଢ଼ାଉ ବେଳେ ଅବକାରୀ ଅଧିକାରୀ ଓ ତାଙ୍କ ଟିମ୍‌ ଉପରେ ଆକ୍ରମଣ ହୋଇଥିଲା। ବାର୍‌ ମ୍ୟାନେଜରଙ୍କୁ ଗିରଫ ସହ ବାର୍‌ ସିଲ୍‌ କରାଯାଇଥିଲା। ହେଲେ ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ତେବେ ନୋ ଲିମିଟ୍‌ ବାର୍‌ ଘଟଣାରେ ମଧ୍ୟ ଅବକାରୀ ବିଭାଗର କାର୍ଯ୍ୟଧାରା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅବକାରୀ ଅଧିକାରୀ ଓ କର୍ମଚାରୀ ଉକ୍ତ ବାରରେ ଚଢାଉ ପରେ ସେପରି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଓଲଟା ନୃତ୍ୟରତ ଯୁବତୀଙ୍କୁ ଗାଡ଼ିରେ ଆଣି ତାଙ୍କ ଘରେ ଛାଡ଼ିବା ପରେ କେବଳ ବାର୍‌କୁ ସିଲ୍‌ କରି ନିଜ ଦାୟିତ୍ୱ ସାରିଛି। ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଏଭଳି ଘଟଣା ଏମିତି ଚାଲିଥିବ ବୋଲି ସାଧାରଣରେ ଆଲୋଚନା ହେଉଛି। ହେଲେ ଅବକାରୀ ବିଭାଗ କହିଛି, ଏଣିକି ବାର୍‌ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘଟଣାର ଯାଞ୍ଚ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବାର୍‌ରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯିବ। ସିସିଟିଭିରୁ ଯଦି ଘଟଣାର ସତ୍ୟାସତ ସାମ୍ନାକୁ ଆସେ ତା’ହେଲେ ଉକ୍ତ ବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ କହିଛନ୍ତି।
ରାଜଧାନୀରେ ଥିବା ଏକାଧିକ ବାର୍‌ ମାଲିକ ବାଉନ୍‌ସର ମୁତୟନ କରୁଛନ୍ତି। ବାର୍‌ରେ ବାଉନ୍‌ସର ଓ ଡ୍ୟାନ୍ସର ରଖିବା ଏବଂ ଟଙ୍କା ଉଡାଇବା ଉପରେ ଅବକାରୀ ବିଭାଗ କଟକଣା କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ବାର୍‌ ମ୍ୟାନେଜର ଓ ମାଲିକ ଗ୍ରାହକଙ୍କଠାରୁ ମୋଟା ଅଙ୍କର ଟଙ୍କା ଲୁଟିବା ପାଇଁ ଯୁବତୀଙ୍କୁ ଆଣି ନଚାଉଛନ୍ତି। ଯୁବତୀମାନେ ଗ୍ରାହକଙ୍କୁ ମଦ ଢାଳି ଦେବା ସହ ଡ୍ୟାନ୍ସ କରି ମନୋରଞ୍ଜନ କରୁଛନ୍ତି। ଗ୍ରାହକ ମତୁଆଲା ହୋଇ ଟଙ୍କା ଉଡାଇବା ସହ ନକଲି ଓ ଏକ୍ସପାଏରି ମଦ ପିଇ ରୋଗ କିଣୁଛି। ଭିତରେ କେହି ମୋବାଇଲ ଧରି ଫଟୋ ଉଠାଇଲେ କିମ୍ବା ଟଙ୍କା ଶୋଷଣ ନେଇ ପ୍ରତିବାଦ କଲେ ବାଉନ୍‌ସରମାନେ ମୋବାଇଲ ଛଡାଇ ନେବା ସହ ମାଡ଼ ମାରୁଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri