Posted inଜାତୀୟ

ଆର୍ଥିକ ସଙ୍କଟ: ଶ୍ୱେତପତ୍ର ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ,୨୮ା୮(ପି.ଟି./ଆଇଏଏନ୍‌ଏସ୍‌):ବିମଲ ଜଲାନ କମିଟିର ସୂୁପାରିସକ୍ରମେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଲାଭାଂଶ ଓ ବଳକା ପୁଞ୍ଜି ବାବଦରେ କେନ୍ଦ୍ର ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା ଦେବା ନେଇ ବିବାଦ ଉଠିଛି। ଗୁଳିମାଡ଼ର କ୍ଷତରେ ଚୋରି କରାଯାଇଥିବା ବ୍ୟାଣ୍ଡ-ଏଡ୍‌ ଲଗାଇ ଚିକିତ୍ସା କରାଗଲେ ସେଥିରେ ଉପଶମ ହେବ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ଦେଶର ସାମ୍ପ୍ରତିକ ଅର୍ଥନୈତିକ ସଙ୍କଟକୁ ନେଇ କେନ୍ଦ୍ର ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ମଙ୍ଗଳବାର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।
ଆର୍‌ବିଆଇ ପକ୍ଷରୁ ଏହି ରେକର୍ଡ ପରିମାଣର ଅର୍ଥ ହସ୍ତାନ୍ତରଣ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏହାର ସମାଧାନ ପାଇଁ ବାଟ ପାଉନାହାନ୍ତି। ଏଥିପାଇଁ ସେମାନେ କେନ୍ଦ୍ରୀୟ ବ୍ୟାଙ୍କରୁ ଟଙ୍କା ଚୋରି କରୁଛନ୍ତି। ଏହା ଗୁଳିମାଡ଼ରେ ଆହତ ହୋଇଥିବା ବ୍ୟକ୍ତିଙ୍କ କ୍ଷତରେ ବ୍ୟାଣ୍ଡ-ଏଡ୍‌ ଲଗାଇବା ସହ ସମାନ। ଆର୍‌ବିଆଇକୁ ଲୁଟ୍‌ କରାଯାଉଛି ବୋଲି ରାହୁଲ ଟୁଇଟ୍‌ କରିଛନ୍ତି। ସେହିପରି ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦଳର ବରିଷ୍ଠ ନେତା ଆନନ୍ଦ ଶର୍ମା କହିଛନ୍ତି, ଭାରତ ଜଟିଳ ଅର୍ଥନୈତିକ ସଙ୍କଟ ଦେଇ ଗତିକରୁଛି। ବିକାଶର ସମସ୍ତ ସୂଚକାଙ୍କ ନିମ୍ନସ୍ତରରେ ରହିଥିବାବେଳେ ମୋଟ ଘରୋଇ ଉତ୍ପାଦ (ଜିଡିପି) କ୍ରମାଗତ ଭାବେ ତଳକୁ ଖସିବାରେ ଲାଗିଛି। ୨୦୧୮-୧୯ ଆର୍ଥିକବର୍ଷର ଶେଷ ଚତୁଃମାସରେ ଜିଡିପି ୫.୮% ବୃଦ୍ଧି ପାଇଥିଲା। କିନ୍ତୁ ଚଳିତ ଆର୍ଥିକବର୍ଷର ପ୍ରଥମ ଚତୁଃମାସରେ ଏହାକୁ ୫.୬% କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଗତ ୭ ବର୍ଷରେ ଏହା ସର୍ବନିମ୍ନ ବୋଲି ଆସନ୍ତା ୩୦ ତାରିଖରେ ସ୍ପଷ୍ଟ ହୋଇଯିବ। ରାଜ୍ୟ ସଭାରେ ବିରୋଧୀ ଦଳ ଉପନେତା ଥିବା ଆନନ୍ଦ ଶର୍ମା ଆହୁରି କହିଛନ୍ତି, ଶିଳ୍ପ ଉତ୍ପାଦନର ସୂଚକାଙ୍କ ୨% ରହିଥିବାବେଳେ ମାନୁଫାକ୍‌ଚରିଂ ୧.୨% ରହିଛି। ଭାରତୀୟ ଟଙ୍କା ତା’ର ମୂଲ୍ୟର ୪% ହରାଇଛି ଏବଂ ଏହା ବର୍ତ୍ତମାନ ଏସିଆର ସବୁଠୁ ଦୁର୍ବଳ ମୁଦ୍ରା ଭାବେ ପରିଗଣିତ ହେଉଛି। ବେକାରି ହାର ୮.୨% ରହିଛି ବୋଲି କୁହାଯାଉଥିବାବେଳେ ବାସ୍ତବରେ ଏହା ୨୦%ରୁ ଅଧିକ। ଏହି ବିଷୟରେ ଯେକୌଣସି ଅର୍ଥନୀତିଜ୍ଞ ଯାଞ୍ଚ କରିପାରିବେ। ଅଟୋମୋବାଇଲ୍‌ ସେକ୍ଟର ସମେତ ଅନ୍ୟ ଶିଳ୍ପଗୁଡ଼ିକ ବିପଦ ଭିତରକୁ ଟାଣିହୋଇଗଲେଣି। ଏପରି କି ଲୋକେ ମଧ୍ୟ ଋଣ ପାଉନାହାନ୍ତି। ଏଥିଯୋଗୁ ଚାହିଦା ମଧ୍ୟ କମିବାରେ ଲାଗିଛି। ପୂର୍ବରୁ ବିମଲ ଜଲାନ କମିଟି ୧.୭ ଲକ୍ଷ କୋଟି ଟଙ୍କା ୪ରୁ ୫ଟି କିସ୍ତିରେ କେନ୍ଦ୍ର ସରକାରଙ୍କୁ ଦେବା ପାଇଁ ସୁପାରିସ କରିଥିବାବେଳେ ଏତେ ପରିମାଣର ଅର୍ଥକୁ ଗୋଟିଏ କିସ୍ତିରେ ଦେବା ପାଇଁ କିପରି ନିଷ୍ପତ୍ତି ନିଆଯାଇଛି ବୋଲି ଆନନ୍ଦ ପ୍ରଶ୍ନ କରିଛନ୍ତି। ଏହାସହ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସପ୍ତାହେ ମଧ୍ୟରେ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ସୀତାରାମନ୍‌ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରି ଏହାର ଜବାବ ରଖିଛନ୍ତି। ଜିଏସ୍‌ଟି ବୈଠକ ଅବସରରେ ପୁଣେରେ ସୀତାରାମନ୍‌ କହିଛନ୍ତି, ଏପରି ଅଭିଯୋଗକୁ ସେ ଖାତିର କରନ୍ତି ନାହିଁ। ରାହୁଲ ଆର୍‌ବିଆଇ ସମ୍ପର୍କରେ ଅଭିଯୋଗ ଆଣିବା ପୂର୍ବରୁ ତାଙ୍କ ସରକାର ଅମଳର ଅର୍ଥମନ୍ତ୍ରୀମାନଙ୍କ ପରାମର୍ଶ ନେବା ଉଚିତ ଥିଲା। କେନ୍ଦ୍ରୀୟ ବ୍ୟାଙ୍କର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇବା ଚିନ୍ତାର ବିଷୟ। ପ୍ରକାଶ ଯେ, ଅର୍ଥନୈତିକ ପୁଞ୍ଜି ଢାଞ୍ଚା ସମୀକ୍ଷା କରିବା ପାଇଁ ରିଜର୍ଭ ବ୍ୟାଙ୍କ ଗତ ଡିସେମ୍ବରରେ ଏହାର ପୂର୍ବତନ ଗଭର୍ନର ବିମଲ ଜଲାନଙ୍କ ଅଧ୍ୟକ୍ଷତାରେ ଏକ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲା। ଆର୍‌ବିଆଇର ସେଣ୍ଟ୍ରାଲ ବୋର୍ଡକୁ ସୋମବାର ଉକ୍ତ କମିଟି ପ୍ରଦାନ କରିଥିବା ରିପୋର୍ଟରେ ଅନେକ ସୁପାରିସ କରାଯାଇଛି। ଲାଭାଂଶ ଓ ବଳକା ପୁଞ୍ଜି ବାବଦରେ କେନ୍ଦ୍ର ସରକାରଙ୍କୁ ୧,୭୬,୦୫୧ କୋଟି ଟଙ୍କା ପ୍ରଦାନ କରିବା ପାଇଁ ମଧ୍ୟ ଏଥିରେ ପ୍ରସ୍ତାବ ରହିଛି। ବିଗତ ଏକ ଦଶନ୍ଧି ମଧ୍ୟରେ ଆର୍‌ବିଆଇ ଏବେ ଦ୍ୱିତୀୟ ଥର ପାଇଁ ୫୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିଛି, ଯାହାକୁ ନେଇ ରାଜନୀତି ସରଗରମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri