ଆବାସ ଯୋଜନା ବାଟବନା:ଭଂଗା ଘରେ ବିତୁଛେ ମା’ପୁଓର ଅସାହା ଜୀବନ୍‌

ଗାଇସିଲେଟ, ୧୧ା୬(ଡି.ଏନ୍‌.ଏ): ବରଗଡ଼ ଜିଲା ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ପଁଚେତ୍‌ ବଇଦପାଲି ଗଁାର ବିଧବା ମହିଲା ସତ୍ୟଭାମା ସାହୁ। ଆଏଜ୍‌କେ ୫ ବଛର ତଲେ ଆପ୍‌ନେ ନରହରି ସାହୁ ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ସତ୍ୟଭାମା ନିସାହା ହେଇ ନିଜର ନାବାଲକ ପୁଓର ସଂଗେ ଗୁଟେ ଭଂଗା ଦଦ୍‌ରା ଘରେ ରହିଆସୁଛନ୍‌।
ସୂଚନା ଅନ୍‌ସାରେ ବଇଦପାଲି ଗଁାର ସ୍ବର୍ଗତ ନରହରି ସାହୁ ଝନେ ନିହାତି ଗରିବ୍‌ ଲୋକ୍‌, ଜମିବାଡ଼ି ବଲି କିଛି ନାଇଁ। ପରିବାର କହେଲେ ମାଏକିନା ସତ୍ୟଭାମା ଆର ପୁଓ ସଞ୍ଜିବ(୯)। ନରହରି ବାହାର ରାଏଜ୍‌କେ ଦାଦନ ଖଟିଯାଇ ପରିବାର ଚଲଉଥିଲେ। ସେଥ୍‌ରୁ ଦୁଇପଏସା ଅଗଲେଇ ଗଁାରେ ୪ ଡିସିମିଲ ଡିହ ଘିନି ଝାଟି ମାଟିର କୁରିଆଟେ ତିଆରିଥିଲେ। ହେଲେ ଆଏଜ୍‌କେ ୫ ବଛର ତଲେ କେହେନ୍‌ସି କାରନ୍‌ରୁ ନରକରିକଁର ମୁରତୁ ହେଇଗଲା। ଏନ୍‌ତାଥି ମାଏକିନା ସତ୍ୟଭାମା ଆର ନାବାଲକ ପୁଓ ସଞ୍ଜିବ ଅସାହା ହେଇଗଲେ। ପରିବାରଟା ନିହାତି ଗରିବ୍‌ ହେଇଥିଲା ବେଲେ ସତ୍ୟଭାମା ଏହେଦେ ପରହର କାମବୁତା କରି ପୁଓର ପେଟ ପାଲୁଛନ୍‌। ସେ ପଁଚେତ୍‌ରୁ ମାସିକ ୫ଶହ ଟଁକା ବିଧବା ଭତା ଆର ୧୦ କେ.ଜି. ଚାଉଲ ପାଉଛନ୍‌ ସତ୍‌, ହେଲେ ସେଟା ଦୁଇ ମା’ପୁଓକୁ ନିଅଁଟ୍‌ ହେଉଛେ। ଏନ୍‌ତା ନିଅଁଟିଆ ପରିସ୍ଥିତିରେ ସେ ତାକର ଝାଟି ମାଟିର ଘରଟା ମରାମତି କରି ନାଇଁ ପାରବାର। ଯେନ୍‌ଥିରଲାଗି ଘରର କେତେ ପାଟି, ଚନ୍‌ଖା ଭାଂଗି ଯାଇଥିଲାବେଲେ ଆରକେତେ ଲେଦ୍‌ନେଇ ଯାଇଛେ। କଁାଥି ଦୁରବଲ ହେଇ କେତେ ଜାଗାରେ ଧସି ଗଲାନ, ଘରର ଛାଉନିର ବଡ଼ଭାଗି ଖପର ଭାଂଗିଯାଇଛେ। ଏନ୍‌ତାଥି ସେମାନେ ଛାଉନିରେ ଗୁଟେ ତାରପଲିନ ଢ଼ାପି ଘରେ ରହୁଛନ୍‌୍‌, ହେଲେ ଘରଟା କେତେବେଲେ ମାଡ଼ି ବସବା କିଛି କହି ନାଇଁହୁଏ। ମା’ପୁଓ ଉପେ ଶୂଇନ୍‌ ହେଇ ନିଜର ଜୀବନ୍‌କେ ପାଏନ୍‌ ଛଡ଼େଇ ସେ ଭଂଗା ଘରେ ରହୁଛନ୍‌। ଏନ୍‌ତାଥି ସତ୍ୟଭାମା ଉପେ ଶୂଇନ୍‌ ହେଇ ଗଣମାଧ୍ୟମ ଜରିଆରେ ଥାନୀୟ ପରଶାସନକେ ସରକାରୀ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri