ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ଯାଯାବର ଜୀବନଜୀବିକାର ମାଧ୍ୟମ ହୋଇଛି ମହୁ, ଝୁଣା ସଂଗ୍ରହ

ଗଣିଆ,୨୮ା୫(ସନ୍ତୋଷ କୁମାର ପ୍ରଧାନ)- ଇତିହାସ କହେ ଆଦିମ ଯୁଗରେ ମଣିଷ ଯାଯାବର ଜୀବନଯାପନ ବିତାଉଥିଲା। ଖାଦ୍ୟ ଅନ୍ବେଷଣ ପାଇଁ ଗୋଟିଏ ଯାଗାରୁ ଅନ୍ୟ ଯାଗାକୁ ଘୂରିବୁଲୁଥିଲା। କାଳକ୍ରମେ ଆଦିମାନବର ବୌଦ୍ଧିକ ଜ୍ଞାନର ବିକାଶ ଘଟିଛି। ମଣିଷ ଅତ୍ୟାଧୁନିକ ବିଜ୍ଞାନ ଯୁଗରେ ପଦାର୍ପଣ କରିସାରିଛି। ବିଜ୍ଞାନର ଅଗ୍ରଗତି ଯୋଗୁ ମଣିଷ ଆଧୁନିକ ସମାଜରେ ପାଦ ଥାପିଥିଲେ ମଧ୍ୟ ଅଦ୍ୟାବଧି କେତେକ ନିର୍ଦ୍ଦିଷ୍ଟ ଆଦିବାସୀ ସମ୍ପ୍ରଦାୟର ଲୋକ ଜୀବିକା ପାଇଁ ଯାଯାବର ଜୀବନ ବିତାଉଛନ୍ତି। ନୟାଗଡ଼ ଜିଲା ଗଣିଆ ବ୍ଲକର ଛାମୁଣ୍ଡିଆ ଅଞ୍ଚଳରେ ଗତ କିଛିଦିନ ଧରି ଏହିଭଳି ଭାବେ ଜୀବନ ବିତାଉଥିବା ୪ ଆଦିବାସୀ (ଶବର) ପରିବାରକୁ ଦେଖିବାକୁ ମିଳିଛି। ଆଖପାଖ ଜଙ୍ଗଲରୁ ମହୁ ଓ ଝୁଣା ସଂଗ୍ରହ କରିବା ସେମାନଙ୍କର ମୁଖ୍ୟ ଜୀବିକା ହୋଇଛି। ଏଥିପାଇଁ ସେମାନେ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜଙ୍ଗଲରେ ବୁଲିଥାନ୍ତି। ଯାହା ମହୁ ଓ ଝୁଣା ସଂଗ୍ରହ କରନ୍ତି ତାହାକୁ ସନ୍ଧ୍ୟାରେ ନିକଟସ୍ଥ ଗାଁ ଓ ବଜାରରେ ବିକ୍ରି କରିଥାନ୍ତି। ବାସ୍ତବରେ ମହୁ ଓ ଝୁଣାର ବଜାର ଦର ସମ୍ପର୍କରେ ଜାଣି ନ ପାରି କମ୍‌ ମୂଲ୍ୟରେ ବିକ୍ରି କରିଥାନ୍ତି। ତେବେ ଯେଉଁଦିନ ମହୁ, ଝୁଣା ମିଳିଥାଏ ସେହିଦିନ ପରିବାର ସୁରୁଖୁରୁରେ ଚଳିଥାଏ। ଯେଉଁଦିନ କିଛି ମିଳି ନ ଥାଏ ସେଦିନ ଚୁଲି ଜଳି ନ ଥାଏ। ଗୋଟିଏ ସ୍ଥାନରେ ମହୁ ଓ ଝୁଣା ସଂଗ୍ରହ କାର୍ଯ୍ୟ ଶେଷ ହେଲେ ସେମାନେ ଅନ୍ୟସ୍ଥାନକୁ ଚାଲିଯାଇଥାନ୍ତି। ଏହି ସମ୍ପ୍ରଦାୟ ଲୋକଙ୍କ ସାମାଜିକ ଚଳଣି ଅନ୍ୟ ଆଦିବାସୀଙ୍କଠାରୁ ସମ୍ପୂର୍ଣ୍ଣ ନିଆରା ା ନିଜକୁ ବିଶ୍ୱାବସୁ ସମ୍ପ୍ରଦାୟର ଶବର ବୋଲି କହୁଥିବା ଏହି ପରିବାର ସଦସ୍ୟ ଅନ୍ୟ କୌଣସି ସମ୍ପ୍ରଦାୟର ଲୋକଙ୍କଠାରୁ ରନ୍ଧାଖାଦ୍ୟ ସାମଗ୍ରୀ ଦୂରର କଥା ପାଣି ମଧ୍ୟ ଗ୍ରହଣ କରି ନ ଥାନ୍ତି। ସେହିପରି ଖରା, ବର୍ଷା ଓ ଶୀତ ହେଲେ ମଧ୍ୟ କାହା ଘର ବାରଣ୍ଡାକୁ ନ ଯାଇ ଗାଁଠାରୁ ଦୂରରେ ଥିବା ଗଛମୂଳେ ଜୀବନ ଅତିବାହିତ କରିଥାନ୍ତି। କେବଳ ବର୍ଷା ସମୟରେ ଖଜୁରି ପାତି ଓ ଗଛ ଡାଳରେ ଅସ୍ଥାୟୀ କୁଡିଆ କରି ସମୟ ବିତାଇଥାନ୍ତି। ସରକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ଏମାନେ ସମ୍ପୂର୍ଣ୍ଣ ଅଜ୍ଞ। ସ୍ଥାୟୀ ଠିକଣା ନ ଥିବାରୁ ଘରବାରି ପଟ୍ଟା, ଇନ୍ଦିରାଆବାସ, ରାଶନକାର୍ଡ, ଭତ୍ତା ପରି ସରକାରୀ ସୁବିଧା ଏମାନଙ୍କ ପାଇଁ ସାତସପନ ପାଲଟିଛି ା ଏପରି କି ଭୋଟର ପରିଚୟ ପତ୍ର, ଆଧାର କାର୍ଡ କ’ଣ ଓ ଏହା କି କାମରେ ଲାଗୁଛି ତାହା ଜାଣି ନ ଥିବା କୁହନ୍ତି। ଦେଶର କୋଣ ଅନୁକୋଣରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି। ୬ରୁ ୧୪ ବର୍ଷର ଶିଶୁମାନଙ୍କୁ ବାଧ୍ୟତାମୂଳକ ଶିକ୍ଷାଦାନ ପାଇଁ ସରକାର ଶିକ୍ଷାଅଧିକାର ଆଇନ ଆଣିଥିଲେ ମଧ୍ୟ ଏହି ଶବର ସମ୍ପ୍ରଦାୟର କୋମଳମତି ଶିଶୁମାନେ ବହିବସ୍ତାନୀ ପରିବର୍ତ୍ତେ କାନ୍ଧରେ ସଂଗୃହୀତ ମହୁ ଓ ଝୁଣା ବ୍ୟାଗ ଧରି ମା’ବାପାଙ୍କ ସହିତ ଗାଁ ଗାଁ ବୁଲି ବିକ୍ରି କରୁଥିବା ଦେଖିବାକୁ ମିଳୁଛି ା ରୋଗ ବ୍ୟାଧିରେ ପଡିଲେ ଡାକ୍ତରୀ ଓଷଧ ବଦଳରେ ଜଙ୍ଗଲର ଚେରମୂଳିକୁ ଔଷଧ ରୂପେ ବ୍ୟବହାର କରିଥାନ୍ତି। ଶବର ସମ୍ପ୍ରଦାୟର ଏହି ଲୋକମାନେ ବର୍ଷବ୍ୟାପୀ ନୟାଗଡ଼ ଜିଲାର ଗଣିଆ ଓ ଦଶପଲ୍ଲା, ବୌଦ୍ଧ ଜିଲାର କୁଶଙ୍ଗ ଓ ହରଭଙ୍ଗା, କନ୍ଧମାଳର ଖଜୁରିପଡା, ଚକାପାଦ ଓ ବାଲିଗୁଡା ଏବଂ କଟକ ଜିଲାର ନରସିଂହପୁର ଜଙ୍ଗଲ ଅଞ୍ଚଳରେ ବୁଲି ବୁଲି ଜୀବନ ଜିବୀକା ନିର୍ବାହ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri