ଆଜିର ଅର୍ଥନୀତି/ସୁଧ ଆହୁରି କମାଅ

ଚଳିତ ମାସ ପ୍ରାରମ୍ଭରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବେଞ୍ଚମାର୍କ ସୁଧହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଲେ। ଆଶା କରାଯାଉଥିଲା, ଜିଡିପି ନମ୍ବର ହ୍ରାସ ପାଇଥିବାରୁ ବ୍ୟାଙ୍କ ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିବ। କିନ୍ତୁ ତାହା ହେଲା ନାହିଁ। ପରେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏକ ସମୀକ୍ଷା ବୈଠକରେ ଗଣମାଧ୍ୟମକୁ କହିଛନ୍ତି ଯେ, ଗତ ଫେବୃୟାରୀରୁ ଅଦ୍ୟାବଧି ବ୍ୟାଙ୍କ ମୋଟ ୧୩୫ ବେସିସ୍‌ ପଏଣ୍ଟ ହ୍ରାସ କରିସାରିଲାଣି। ଅଥଚ ବ୍ୟାଙ୍କଗୁଡ଼ିକ ଖାଉଟିମାନଙ୍କୁ ଋଣସୁଧରେ ମାତ୍ର ୪୦ ବେସିସ୍‌ ପଏଣ୍ଟ ବା ମୋଟ ହ୍ରାସର ୩୦ ପ୍ରତିଶତ ହ୍ରାସ କରିଛନ୍ତି। ବର୍ତ୍ତମାନ ରେପୋ ରେଟ୍‌ ୫.୫ ପ୍ରତିଶତ ରହିଛି, ଯାହା ୯ ବର୍ଷ ଭିତରେ ସବୁଠାରୁ କମ୍‌। ତେଣୁ କେନ୍ଦ୍ରୀୟ ବ୍ୟାଙ୍କ ପରବର୍ତ୍ତୀ ହ୍ରାସ କରିବା ପୂର୍ବରୁ ବ୍ୟାଙ୍କଗୁଡ଼ିକ ଋଣ ସୁଧହାର ହ୍ରାସ କରିବା ପାଇଁ ଅପେକ୍ଷା କରିବ। ଏହି ସମୀକ୍ଷା ବୈଠକ ପରେ ପରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଋଣ ସୁଧହାରରେ ୧୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଏହା ଅତି ସାମାନ୍ୟ ହେଲେ ମଧ୍ୟ ବୃହତ୍ତମ ବାଣିଜି୍ୟକ ବ୍ୟାଙ୍କର ଏହି ପଦକ୍ଷେପ ଦେଶର ବ୍ୟାଙ୍କିଂ ପରିବେଶରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛି। ଏହା ପରେ ପରେ ୟୁକୋ ବ୍ୟାଙ୍କ ମଧ୍ୟ ଅନୁରୂପଭାବେ ସୁଧହାର ହ୍ରାସ କରିଛି। ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟ ବାର୍ଷିକ ଏମ୍‌ସିଏଲ୍‌ଆର୍‌ ଭିତ୍ତିକ ସୁଧହାର ବିଭିନ୍ନ ବର୍ଗର ଋଣୀମାନଙ୍କ ଲାଗି ୨୦ ବେସିସ୍‌ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରିଛି। ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କଗୁଡ଼ିକ ସେମାନଙ୍କର ମାର୍ଜିନାଲ କଷ୍ଟ ଅଫ୍‌ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌) ହ୍ରାସ କରିବା ସହ ବାର୍ଷିକ ଏମ୍‌ସିଏଲ୍‌ଆର୍‌ ଭିତ୍ତିକ ଋଣ ସୁଧହାର ବିଭିନ୍ନ ବର୍ଗର ଋଣୀମାନଙ୍କ ଲାଗି ୨୦ ବେସିସ୍‌ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରିବା ଲାଗି ଆଗେଇ ଆସିଛନ୍ତି। ବ୍ୟାଙ୍କ ଅଫ୍‌ ବରୋଦା ଆଜିଠାରୁ ବାର୍ଷିକ ଏମ୍‌ସିଏଲ୍‌ଆର୍‌ ୦.୦୫ ପ୍ରତିଶତ ପଏଣ୍ଟରୁ ୮.୨୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି। ଏହା ସମସ୍ତ ଏମ୍‌ସିଏଲ୍‌ଆର୍‌ ସଂଯୁକ୍ତ ଋଣକୁ ଅନୁରୂପ ପରିମାଣରେ ଶସ୍ତା କରିବ ବୋଲି ଆଶା କରାଯାଉଛି। ମଙ୍ଗଳବାର ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମସ୍ତ ପ୍ରକାର ଋଣ ଉପରେ ୫ରୁ ୧୦ ପଏଣ୍ଟ ସୁଧହାର ହ୍ରାସ କରିଛି। ଏହା ପରେ ଏହି ବ୍ୟାଙ୍କ ସମସ୍ତ ବର୍ଗର ଋଣୀଙ୍କ ପାଇଁ ଏମ୍‌ସିଏଲ୍‌ଆର୍‌ ୫ରୁ ୧୦ ବେସିସ୍‌ ପଏଣ୍ଟ ହ୍ରାସ କରିଥିବା ଘୋଷଣା କରିଛି। ଘରୋଇ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସମସ୍ତ ବର୍ଗର ଋଣୀଙ୍କ ପାଇଁ ଏମ୍‌ସିଏଲ୍‌ଆର୍‌ ୧୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଏହି ବ୍ୟାଙ୍କ ୬ ମାସିଆ ଏମ୍‌ସିଏଲ୍‌ଆର୍‌ ୧୦ ବେସିସ୍‌ ପଏଣ୍ଟରୁ ୮ ପ୍ରତିଶତ ଏବଂ ବର୍ଷିକିଆ ହାର ୧୫ ବେସିସ୍‌ ପଏଣ୍ଟରୁ ୮.୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିବା ପରେ ଏପର୍ଯ୍ୟନ୍ତ ଛଅଟି ବ୍ୟାଙ୍କ ସେମାନଙ୍କ ଋଣ ସୁଧହାର ହ୍ରାସ କରିସାରିଲେଣି।
ଉଲ୍ଲେଖନୀୟ ଯେ, ଆର୍‌ବିଆଇ ବିଭିନ୍ନ ପର୍ଯ୍ୟାୟରେ ମୋଟ ୧୩୫ ବେସିସ୍‌ ପଏଣ୍ଟ ରେପୋ ରେଟ୍‌ ହ୍ରାସ କରିବା ସହ ବ୍ୟାଙ୍କଗୁଡ଼ିକୁ ଅନୁରୂପ ପଦକ୍ଷେପ ନେବାକୁ ବା ଗ୍ରାହକମାନଙ୍କୁ ସୁଧହାର ହ୍ରାସର ଲାଭ ଦେବା ପାଇଁ ତାଗିଦ କରି ଆସୁଥିଲେ ମଧ୍ୟ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କ ଋଣ ସୁଧହାର ହ୍ରାସ କରିବା ଦିଗରେ ପ୍ରାୟତଃ କୌଣସି ପଦକ୍ଷେପ ନେଉ ନ ଥିଲେ। ଦାସ ପିଏସ୍‌ବି ମୁଖ୍ୟଙ୍କୁ ନିୟମିତ ସମୟାନ୍ତରରେ ସାକ୍ଷାତ୍‌ କରି ଋଣ ସୁଧହାର ହ୍ରାସ କରିବା ପାଇଁ କହି ଆସୁଥିଲେ, ଯାହାଫଳରେ ଲୋକମାନେ ଅଧିକ ଋଣ ନେଇ ଖର୍ଚ୍ଚ କରିପାରିବେ ଏବଂ ଜିଡିପି ଅଭିବୃଦ୍ଧିରେ ଉନ୍ନତି ଆସିପାରିବ। କିନ୍ତୁ ବ୍ୟାଙ୍କଗୁଡ଼ିକ କିଛି କରୁ ନ ଥିଲେ। ଏଥର ଲୋକମାନେ ଆଶା କରିବା ସତ୍ତ୍ୱେ ଆର୍‌ବିଆଇ ରେପୋ ରେଟ୍‌ ହ୍ରାସ କଲା ନାହିଁ, ଅଥଚ ବ୍ୟାଙ୍କଗୁଡ଼ିକ ଅପ୍ରତ୍ୟାଶିତ ଭାବେ ଋଣ ସୁଧହାର ହ୍ରାସ କଲେ। ଗୃହଋଣ ସମେତ ଅଧିକାଂଶ ଖୁଚୁରା ଋଣ ହେଉଛି ବାର୍ଷିକ ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡ୍‌ସ ଭିତ୍ତିକ ସୁଧହାର ବର୍ଗର।
ତେବେ ବ୍ୟାଙ୍କଗୁଡ଼ିକର ବ୍ୟବହାରରେ ଏହି ପରିବର୍ତ୍ତନ ଆସିବାର କାରଣ କ’ଣ? ସେମାନେ ଅନୁଭବ କଲେ ଯେ ସେମାନେ ରେପୋ ରେଟ୍‌ ହ୍ରାସର ଲାଭ ଖାଉଟିମାନଙ୍କୁ ଦେବାରେ କୁଣ୍ଠା ପ୍ରକାଶ କରୁଥିବାରୁ ଆର୍‌ବିଆଇ ଏଥର ସୁଧହାର ହ୍ରାସ କଲା ନାହିଁ। ରେପୋ ରେଟ୍‌ ଅପରିବର୍ତ୍ତିତ ରହିଲେ ତା’ଦ୍ୱାରା ଗ୍ରାହକମାନଙ୍କ ଅପେକ୍ଷା ବ୍ୟାଙ୍କଗୁଡ଼ିକ ହିଁ ଅଧିକ ପ୍ରଭାବିତ ହେବେ। ପିଆଜ ପରି କେତେକ କୃଷି ସାମଗ୍ରୀ ବ୍ୟତୀତ ଅନ୍ୟ ସାମଗ୍ରୀଗୁଡ଼ିକ କ୍ଷେତ୍ରରେ ଯୋଗାଣ ନୁହେଁ, ବରଂ ଚାହିଦାରେ ହ୍ରାସ ଯୋଗୁ ବର୍ତ୍ତମାନ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି। ଲୋକଙ୍କ ପାଖରେ ଅଧିକ ଟଙ୍କା ନ ରହିଲେ ସେମାନେ ଖର୍ଚ୍ଚ କରନ୍ତି ନାହିଁ। ସୁଧହାର କମିଲେ ଲୋକମାନେ ଋଣ କରି ଅଧିକ ଖର୍ଚ୍ଚ କରିବାକୁ ଉତ୍ସାହିତ ହୁଅନ୍ତି। ବିଳମ୍ବରେ ହେଲେ ବି ବ୍ୟାଙ୍କଗୁଡ଼ିକ ଠିକ୍‌ ପଦକ୍ଷେପ ନେଇଛନ୍ତି। ଆମେ ଏହାକୁ ସ୍ବାଗତ କରୁଛୁ। କିନ୍ତୁ ସେତିକି ଯଥେଷ୍ଟ ନୁହେଁ। ୧୦ରୁ ୨୦ ବେସିସ୍‌ ପଏଣ୍ଟ ସୁଧହାର ହ୍ରାସ ଅତି ସାମାନ୍ୟ ଓ ବହୁ ବିଳମ୍ବରେ କରାଯାଇଛି। ବ୍ୟାଙ୍କଗୁଡ଼ିକ ଏଭଳି ଶିଶୁ ପଦକ୍ଷେପରୁ ଆଉ ଟିକେ ଆଗକୁ ଯାଇ ଅନ୍ତତଃ ୫୦ ବେସିସ୍‌ ପଏଣ୍ଟ ସୁଧହାର ହ୍ରାସ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri