ଆଜିର ଅର୍ଥନୀତି/ ସରକାର ଦିଶାହୀନ

କେନ୍ଦ୍ର ସରକାର ୩ ମେ ଯାଏ ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧି କରିଛନ୍ତି। ଏହା ହେବ ବୋଲି ସମସ୍ତେ ଆଶା କରୁଥିଲେ। ତେବେ ଏହା ପୂର୍ବରୁ ଓଡ଼ିଶା ସମେତ ବହୁ ରାଜ୍ୟ ସରକାର ୩୦ ଏପ୍ରିଲ ଯାଏ ଲକ୍‌ଡାଉନକୁ ବଢାଇ ଦେଇଥିଲେ। ବିନା ଯୋଜନା ଏବଂ ବିନା ଦୂରଦୃଷ୍ଟିରେ ସରକାର ଲକ୍‌ଡାଉନକୁ ବଢାଇବା ସବୁଠାରୁ ସୁବିଧାବାଦୀ ଓ ସହଜ ବାଟ ଥିଲା। ବର୍ତ୍ତମାନ ସରକାରଙ୍କ ଅସହାୟତାକୁ ଦେଖିଲେ ଲକ୍‌ଡାଉନ ୩ ମେ ଯାଏ ବଢାଇବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ତେବେ ଲକ୍‌ଡାଉନ ବୃଦ୍ଧିକରିବାଠାରୁ ଏଥିରୁ ମୁକୁଳିବା ତଥା ଲକ୍‌ଡାଉନ ପର ପର୍ଯ୍ୟାୟରେ କେମିତି ସଞ୍ଚାଳନ କରାଯିବ ତାହା ସରକାରଙ୍କ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେବାକୁ ଯାଉଛି। ଅର୍ଥନୀତି ଏବେ ଦୁର୍ଦ୍ଦିନରେ। ମାନୁଫାକ୍ଚରିଂ କ୍ଷେତ୍ର ପୂରା ବନ୍ଦ ହେବା ଉପରେ। ଶ୍ରମିକମାନଙ୍କୁ ଶିଳ୍ପସଂସ୍ଥା ଛାଡ଼ିବା ପାଇଁ ବାଧ୍ୟ କରାଯାଉଛି। ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି। ବେରୋଜଗାରୀ ଶୀର୍ଷରେ ପହଞ୍ଚିଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି( ଆଇଏମ୍‌ ଏଫ୍‌) ଆକଳନ କରିଛି ଯେ, ଭାରତର ମୋଟ୍‌ ଘରୋଇ ଉପତ୍ାଦ( ଜିଡିପି) ହ୍ରାସ ପାଇ ୧.୯ ପ୍ରତିଶତକୁ ଖସି ଆସିବ। ବୈଶ୍ୱିକ ଓ ଆଞ୍ଚଳିକ ଆକଳନ ଆହୁରି ସାଂଘାତିକ।
ଦେଶରେ ମୋଟ୍‌ ଜିଲାର ଅଧାରୁ ଅଧିକ କୋଭିଡ୍‌-୧୯ରେ ସଂକ୍ରମିତ। ଏହି ସବୁ ଜିଲାରୁ କ୍ରମାନ୍ବୟରେ ସରକାର ଲକ୍‌ଡାଉନ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହେବେ। ଦେଶରେ କରୋନା ପିଜିଟିଭ କେସ୍‌ ୧୨,୩୮୦ ପାର କରିଯାଇଛି । ମୃତ୍ୟୁହାର ୪୧୪କୁ ଛୁଇଁଛି। ଲକ୍‌ଡାଉନ ବଢୁ କିମ୍ବା ନ ବଢୁ, ସରକାର ନିଶ୍ଚିତ ଭାବେ ଦୁଇଟି ଚ୍ୟାଲେଞ୍ଜର ସାମ୍‌ନା କରିବାକୁ ଯାଉଛନ୍ତି। ପ୍ରଥମତଃ ବହୁଳ ଭାବେ କୋଭିଡ୍‌-୧୯ ପରୀକ୍ଷା କରାଯିବାର ଆବଶ୍ୟକତା ରହିଛି। କ୍ୱାରାଣ୍ଟାଇନ ସଂଖ୍ୟା କମ୍‌ କରିବା ଓ ଲକ୍‌ଡାଉନରୁ ମୁକୁଳିବା ପାଇଁ ଏହା ଏକମାତ୍ର ବିକଳ୍ପ। ଦ୍ୱିତୀୟଟି ଅଧିକ ଜଟିଳ । ଭାରତ କୋଭିଡ-୧୯ ଯୁଦ୍ଧ ଜିତିଛି କି ନାହିଁ ତାହା ପର୍ଯ୍ୟାୟକ୍ରମେ ଲକ୍‌ଡାଉନ ହଟାଇବା ଦ୍ୱାରା ପ୍ରମାଣିତ ହେବ। ଏଥିରେ କିଛି ବିଚ୍ୟୁତି ହେଲେ ଏବେ ସୁଦ୍ଧା ଆମେ ଯାହା କିଛି ହାସଲ କରିଛୁ ତାହା ହାତଛଡା ହୋଇଯିବ। ଏଣୁ ଏଥିରୁ ମୁକୁଳିବାର ରଣନୀତି କରୋନା ଭାଇରସ ସଂକ୍ରମଣର ଆଞ୍ଚଳିକ ବିଶ୍ଳେଷଣ ଅଧାରରେ କରାଯାଉଥିବା ଅନେକ ଯୋଜନା ତଥା ଅର୍ଥନୀତିକୁ ଚାଲୁ କରିବା ଲାଗି ଏକ ସ୍ବତନ୍ତ୍ର କ୍ଷେତ୍ରୀୟ ଦୃଷ୍ଟିକୋଣ ଉପରେ ହେବା ଉଚିତ। ସରକାର ଏକ ବାସ୍ତବବାଦୀ ଦୃୃଷ୍ଟିକୋଣ ଗ୍ରହଣ କରିବା ଉଚିତ ଏବଂ କେବଳ କମ୍‌ ଲୋକ ଆବଶ୍ୟକ କରୁଥିବା ଶିଳ୍ପସଂସ୍ଥାଗୁଡିକୁ ଖୋଲିଦେବା ଦରକାର। ବିମାନ ଚଳାଚଳ, ହେଟେଲ, ମଲ୍‌ ଓ ପର୍ଯ୍ୟଟନ ସେବାଗୁଡିକରେ ପ୍ରତ୍ୟକ୍ଷ ଭାବେ ଲୋକଙ୍କ ଆବଶ୍ୟକତା ରହିଥିବାରୁ ଏହାକୁ ବେଶିଦିନ ଅପେକ୍ଷା କରିବାକୁ ପଡିବ।
ରାଜ୍ୟ ସରାକର ଆଂଶିକ ଭାବେ ଲକ୍‌ଡାଉନ ନିୟମରେ କୋହଳ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା କୃଷି ଓ ଏହା ସହ ସମ୍ବନ୍ଧିତ କାର୍ଯ୍ୟ କରିବାକୁ ଅନୁମତି ଦେଇଛି। ଔଦ୍ୟୋଗିକ କାର୍ଯ୍ୟକଳାପ ଓ ଇ-କମର୍ସ କାରବାର ଉପରେ ଥିବା କଟକଣାକୁ ଏହା ମଧ୍ୟ ସମାୟିକଭାବେ ହଟାଇ ଦେଇଛି। କେନ୍ଦ୍ରରେ ଡିପାର୍ଟମେଣ୍ଟ ଫର୍‌ ପ୍ରମୋଶନ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ ଆଣ୍ଡ୍‌ ଇଣ୍ଟରନାଲ ଟ୍ରେଡ( ଡିପିଆଇଆଇଟି) କେଉଁ କ୍ଷେତ୍ରଗୁଡିକ ଆଂଶିକ ଖୋଲା ରହିବ ତା’ର ଏକ ରୂପରେଖ ପ୍ରସ୍ତୁତ କରିଛି। ଅଟୋମୋବାଇଲ୍ସ, ଇଲେକଟ୍ରୋନିକ୍ସ ଏବଂ ଟେକ୍ସଟାଇଲ୍ସ କ୍ଷେତ୍ରରେ ଥିବା ବଡ ୟୁନିଟ୍‌ଗୁଡିକ କମ୍‌ ଲୋକରେ ଚାଲୁ କରିବାକୁ ଅନୁମତି ଦିଆଯାଇପାରେ ବୋଲି ଏହା ପ୍ରକାଶ କରିଛି।
ତେବେ ଏଗୁଡିକ ଭିିନ୍ନ ଦୃଷ୍ଟିକୋଣ। ସରକାର ଅର୍ଥନୀତିକୁ ସୁଧାରିବା ପାଇଁ ଏକ ପ୍ରତିବଦ୍ଧତାମୂଳକ ଯୋଜନା କରିବା ଉଚିତ। ଏହା ଅନେକ ଦିନରୁ ଆଶା କରାଯାଉଛି। ଆସନ୍ତା ମାସ ଯାଏ ଲକ୍‌ଡାଉନ ବୃଦ୍ଧି କରାଯାଇଥିବାବେଳେ ସରକାର ଲୋକମାନଙ୍କୁ ଏବଂ ଦୁର୍ଦ୍ଦିନରେ ଗତି କରୁଥିବା ଶିଳ୍ପସଂସ୍ଥାଗୁଡ଼ିକ କିଭଳି ସହଯୋଗ କରିବାକୁ ଚାହୁଁଛନ୍ତି ସେ ସମ୍ପର୍କରେ ଆମେ ସ୍ପଷ୍ଟ ଚିତ୍ର ପାଇବାକୁ ଅପେକ୍ଷା କରିଛୁ। ଆମେ ଏକ ଇକୋନୋମିକ ଓ୍ବାର୍କିଂ ଗ୍ରୁପ ସମ୍ପର୍କରେ ଶୁଣୁଥିଲୁ ଯାହା କୋଭିଡ୍‌-୧୯ ସଂକ୍ରମଣ ବିରୋଧରେ ଲଢେଇ କରିବାକୁ ଆବଶ୍ୟକତା ଅନୁସାରେ ଏକ ପ୍ୟାକେଜ୍‌ ନେଇ ଆସିବାର ଅନୁମାନ କରାଯାଉଥିତ୍ଲା। କିନ୍ତୁ ଏହାର ଫଳ ମିଳିବାକୁ ବାକି ଅଛି । ଏହି ଅତ୍ୟନ୍ତ ସଙ୍କଟମୟ ତଥା ନୈରାଶ୍ୟଜନକ ସମୟରେ ଅତିକମ୍‌ରେ ସରକାର ନିଶ୍ଚିତତା ପଦକ୍ଷେପ ଗ୍ରହଣ କରିବା ଅଶା କରାଯାଏ। ବିଳମ୍ବ ହେଲେ ଏହା ପରିସ୍ଥିତିକୁ ଆହୁରି ଖରାପ କରିଦେବ ଏବଂ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇବ।


Enter your email to get our daily news in your inbox.

All Right Reserved By Dharitri.Com

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri