ଆଜିର ଅର୍ଥନୀତି/ ଲୁଚାଛପା କାହିଁକି

ରାଜ୍ୟରେ କୋଭିଡ୍‌-୧୯ ପଜିଟିଭ୍‌ କେସ୍‌ ଭୟାନକ ଭାବେ ବୃଦ୍ଧିପାଉଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ରାଜକୋଷ ଖୋଲି ଦେଇଛନ୍ତି। ଆକି ପର୍ଯ୍ୟନ୍ତ ସରକାର ଅନ୍ୟ ରାଜ୍ୟ ତୁଳନାରେ ଆମ କାର୍ଯ୍ୟ ମୋଟାମୋଟି ସନ୍ତୋଷଜନକ ବୋଲି କହୁଛନ୍ତି। ସରକାର ନିଜେ କୋଭିଡ୍‌ ସଫଳତାର କିଛି ସ୍ତମ୍ଭ ହାସଲ କରିଛନ୍ତି ବୋଲି ପ୍ରକାଶ କରୁଛନ୍ତି। ହେଲେ ଏଥିରେ କିଛି ଅସୁବିଧା ଥିବା ପରି ମନେହୁଏ। ଉଦାହରଣ, ଏହି ମହାମାରୀର ମୁକାବିଲା ପାଇଁ ଦେଶରେ ସବୁଠୁ ଭଲ ସ୍ବାସ୍ଥ୍ୟ ଭିତ୍ତିଭୂମି ଗଢିଛନ୍ତି ବୋଲି ସରକାର କହୁଛନ୍ତି। ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟରେ ଏକାବେଳକେ ସଂଖ୍ୟାଧିକ ହସ୍ପିଟାଲ ଓ ବେଡ୍‌ ସୃଷ୍ଟି କରିବାର ପଦ୍ଧତି ଯେଉଁଭଳି ଭାବେ କରାଗଲା ତାହା ଠିକ୍‌ ଲାଗୁନି। ଅନ୍ୟପକ୍ଷରେ ସରକାର ଯେଭଳି ପ୍ରୋଗ୍ରାମ ଲାଗୁ କରି ତାହାକୁ କାର୍ଯ୍ୟକାରୀ କଲେ ସେଥିରେ ଟ୍ରାନ୍ସପରେନ୍ସି ନାହିଁ ବୋଲି ସମାଲୋଚନାର ସ୍ବର ଉଠିଛି। ସଞ୍ଚାଳନ କରାଯାଇଥିବା ଅଧିକାଂଶ କୋଭିଡ୍‌-୧୯ ହସ୍ପିଟାଲରେ ପୁରୁଣା ଜାଗାରେ ନୂଆ କରି ସୁବିଧା ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଇଛି । ଏବେ କମ୍‌ ନୂତନ ଭିତ୍ତିଭୂମି ସୃଷ୍ଟି କରାଯାଇଛି। ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ କୋଭିଡ୍‌-୧୯ ଭିତ୍ତିଭୂମିର ବିକାଶକୁ ଦୃଷ୍ଟିରେ ରଖି ସରକାର ବେସରକାରୀ ହସ୍ପିଟାଲମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସେମାନଙ୍କ ସହ ଚୁକ୍ତି କରି ଶହ ଶହ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେଇଛନ୍ତି। ସେମାନେ କେଉଁ କେଉଁ ସୁବିଧା ଯୋଗାଇଦେବେ ଓ ସେଥିପାଇଁ କି ସର୍ତ୍ତ ରଖାଯାଇଥିଲା ତାହା କେହି ଜାଣିନାହାନ୍ତି। ଏହାର ମାଲିକ ବି କିଏ ହେବ ତାହା ମଧ୍ୟ ସ୍ପଷ୍ଟ ନୁହେଁ। ମହାମାରୀର ଭୟ ଦୂର ହୋଇଗଲା ପରେ ତାହାକୁ କିଭଳି ବ୍ୟବହାର କରାଯିବ ଓ ଲୋକମାନେ ଚିକିତ୍ସା ପାଇଁ କେତେ ଦେୟ ଦେବେ? ସରକାରୀ ସୁବିଧା ଉପଲବ୍ଧ ହେଉଥିବା ଏସ୍‌ସିବି ଓ କ୍ୟାପିଟାଲ ହସ୍ପିଟାଲ ଭଳି ତାହା ସବୁ ଗଣାଯିବ କି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଲୋଡା।
ସରକାରୀ ତଥ୍ୟରୁ ଜଣାପଡିଛି ଯେ, ଏହି ସବୁ କୋଭିଡ୍‌-୧୯ ହସ୍ପିଟାଲକୁ କିମ୍‌ସ, ସମ୍‌, ଅଶ୍ୱିନୀ ହସ୍ପିଟାଲ ଆଦି ପରିଚାଳନା କରିବେ। କେବଳ ଏତିକି ନୁହେଁ କୋଭିଡ୍‌ ହସ୍ପିଟାଲ ପାଇଁ ଟାଙ୍ଗୀ ଓ ଅନ୍ୟ କେତେକ ସ୍ଥାନରେ ଘରୋଇ ଜାଗା ଭଡାରେ ନେଇଛନ୍ତି। କିନ୍ତୁ ଏହି ହସ୍ପିଟାଲଗୁଡିକୁ ଚଲାଇବା ପାଇଁ ଘରୋଇ ସଂସ୍ଥା ସହ କରାଯାଇଥିବା ଚୁକ୍ତିରେ ସମୟ ଓ ସର୍ତ୍ତ କ’ଣ ରଖାଯାଇଛି ତାହା ସମ୍ପର୍କରେ କେହି ବି ଜାଣିନାହାନ୍ତି। ଏହା କ’ଣ ସରକାରୀ ପାଣ୍ଠିର ସର୍ବୋତ୍କୃଷ୍ଟ ଉପଯୋଗ କି? ଟିକସଦାତାଙ୍କ ବିପୁଳ ଟଙ୍କାକୁ ଏ ସବୁ ବେସରକାରୀ ହସ୍ପିଟାଲ ବ୍ୟତୀତ ସାର୍ବଜନୀନ ସ୍ବାସ୍ଥ୍ୟସେବା ଉପଲବ୍ଧ ହେଉଥିବା ଏସ୍‌ସିବି ତଥା ଅନ୍ୟ ସରକାରୀ ହସ୍ପିଟାଲରେ ଉପଯୋଗ କରାଯାଇଥିଲେ ଭଲ ହୋଇ ନ ଥାନ୍ତା କି ? ସରକାର ଯେଭଁ ଭଳି ଭାବେ ବହୁ ହସ୍ପିଟାଲରେ ତରବରିଆ ଭାବେ ଶୀଘ୍ର କୋଭିଡ୍‌ ବେଡ୍‌ର ଆୟୋଜନ କଲେ,ସରକାରୀ ପାଣ୍ଠି ଯେଉଁଭଳି ଭାବେ ଓ ଯେତିକି ଶୀଘ୍ର ବିନିଯୋଗ କରାଯାଇଛି ତାହା ସନ୍ଦେହ ସୃଷ୍ଟି କରଛି। ଏହାବାଦ୍‌ ସରକାର ଏବେ ରାଜ୍ୟ ବାହାରେ ଅଟକି ରହିଥିବା ୫ ଲକ୍ଷ ଲୋକଙ୍କୁ ଆଣିବାକୁ ବ୍ୟବସ୍ଥା କରି ବହୁତ ବଡ ବୋଝ ନିଜ ଉପରକୁ ଆଣିଛନ୍ତି। ଏମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ୭ ହଜାରରୁ ଊର୍ଦ୍ଧ୍ୱ କେନ୍ଦ୍ରରେ କ୍ୱାରାଣ୍ଟାଇନରେ ରଖିତ୍ବାର ବ୍ୟବସ୍ଥା କରିବା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହାକୁ କ’ଣ ପାଇଁ ଏତେ ଶୀଘ୍ର କରାଯାଉଛି? ରାଜ୍ୟ ବାହାରେ ବି ଏମାନଙ୍କ ପାଇଁ ୧୪ ଦିନିଆ କ୍ୱାରାଣ୍ଟାଇନରେ ରହିବାର ସୁବିଧା କରାଯିବାପରେ ସେମାନଙ୍କୁ ଅଣାଯାଇ ପାରିଥାନ୍ତା। ଏହା ରାଜ୍ୟର ୪,୫ କୋଟି ଲୋକଙ୍କୁ ବିପଦକୁ ଠେଲି ଦେଇଛି। ପଞ୍ଚାୟତ ସ୍ତରରେ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରାଯାଇଛି। ବ୍ୟକ୍ତଗତ ପାଇଁ ତଥା ସାମୂହିକ କ୍ଷେତ୍ରରେ ଖର୍ଚ୍ଚ କରିବା ଲାଗି ପାଣ୍ଠି ନିଶ୍ଚିତ କରାଯାଇଛି। ମୁଣ୍ଡ ପିଛି କେତେ ଖର୍ଚ୍ଚ କରାଯିବା ତାର ଗାଇଡ ଲାଇନ ବି କରାଯାଇଛି। ସରପଞ୍ଚଙ୍କ ହାତକୁ ଯାଉଥିବା ଏହି ପାଣ୍ଠିର ବିନିଯୋଗ ଉପରେ କିଏ ତଦାରଖ କରିବେ। ସେମାନଙ୍କ ଅଞ୍ଚଳକୁ ଅଧିକ ଲୋକଙ୍କ ସୁଅ ଛୁଟିବା ଯୋଗୁ ସରପଞ୍ଚମାନଙ୍କ ହାତପାଣ୍ଠି ବୃଦ୍ଧିପାଇବା ଦ୍ୱାରା ସେମାନେ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଜଣାପଡୁଛି। ଏହାର କାରଣ ହେଉଛି, ସେମାନେ ଭଲ ଭାବେ ଜାଣନ୍ତି ଯେ ,ସେମାନଙ୍କ ସାର୍ଟିଫିକେଟ ସେମାନେ ହିଁ ଦେବେ। ସେମାନେ ବିଲ କରି ତାହାକୁ ଅନୁମୋଦନ କରିପାରିବେ। ରାଜ୍ୟ ଶିଳ୍ପ ସଚିବ କହିଛନ୍ତି ଯେ, ମାହାମାରୀ ଭଳି ସ୍ଥିତି ଉପୁଜିଲେ ତାହାକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ପାଣ୍ଠିର ବିନିଯୋଗ କରିବାରେ କୌଣସି ସୀମା ରହେନି। ଏହା ଭଲ ଚିନ୍ତାଧାରା। କରୋନା ଭାଇରସ୍‌ ଭଳି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ପାଣ୍ଠି ବିନିଯୋଗ କରିବାରେ କୌଣସି ଦ୍ୱିଧା ରହିବା ଉଚିତ ନୁହେଁ। ତେବେ ସରକାର ଯେଭଳି ଲୁଚାଛପା, ତରବରିଆ ଭାବେ କାର୍ଯ୍ୟ କଲେ ତାହା ସନ୍ଦେହଜନକ। ଲୁଚାଛପାର କ’ଣ ଆବଶ୍ୟକ ଅଛି?


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri