ଆଜିର ଅର୍ଥନୀତି/ବଜେଟ ତ୍ରୁଟି

ନିକଟରେ ବଜେଟ ଉପସ୍ଥାପନ ପରେ ପରେ ବିଏସ୍‌ଇ ସେନ୍‌ସେକ୍ସ ତଳକୁ ଖସିଥିବା ବେଳେ ଗୁରୁବାର ଓଲଟିଯାଇ ୨୬୬ ପଏଣ୍ଟ ବୃଦ୍ଧିପାଇଛି। ୟୁଏସ୍‌ ଫେଡ୍‌ ରେଟ୍‌ ହ୍ରାସ କରିବାର ସଙ୍କେତ ଦେବା ପରେ ଏହି ବୃଦ୍ଧି ଘଟିଛି। ଗୁରୁବାରକୁ ଛାଡ଼ିଦେଲେ ଜୁଲାଇ ୫ ତାରିଖରେ କେନ୍ଦ୍ର ବଜେଟ ଉପସ୍ଥାପନ ପରଠାରୁ ବୁଧବାର ପର୍ଯ୍ୟନ୍ତ ବିତ୍ତ ବଜାର ୨ ପ୍ରତିଶତ ହ୍ରାସ ପାଇଥିଲା। ଜୁନ୍‌ ୪ ତାରିଖରେ ସର୍ବକାଳୀନ ଉଚ୍ଚ ସ୍ତରରୁ ଏହା ୪ ପ୍ରତିଶତ ତଳେ ରହିଥିଲା। ଶୁକ୍ରବାର ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ ପରେ ଏହା ବିରୋଧରେ ବିତ୍ତ ବଜାରରେ ମଧ୍ୟମ ପ୍ରତିକୂଳ ପ୍ରତିକ୍ରିୟା ପରିପ୍ରେକ୍ଷୀରେ ଉଭୟ ସେନ୍‌ସେକ୍ସ ଓ ନିଫ୍‌ଟି ଚଳିତ ସପ୍ତାହ ପ୍ରାରମ୍ଭରେ ଗତ ଦୁଇବର୍ଷ ଭିତରେ ସବୁଠୁ ବଡ଼ ପତନର ସମ୍ମୁଖୀନ ହୋଇଥିଲା। ବଜେଟ ପରେ ପ୍ରଥମ ବାଣିଜି୍ୟକ ଦିବସରେ ସେନ୍‌ସେକ୍ସ ୭୯୩ ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍‌ଟି ୨୫୦ ପଏଣ୍ଟ ତଳକୁ ଖସିଥିଲା ଏବଂ ତା’ପରେ ପତନର ଧାରା ଜାରି ରହିଥିଲା। ବୁଧବାର ସେନ୍‌ସେକ୍ସ ଆଉ ୧୭୪ ପଏଣ୍ଟ ହ୍ରାସ ପାଇଥିଲା। ବିତ୍ତ ବଜାରରେ ଏକ ଭୟର ବାତାବରଣ ଖେଳିଯାଇଥିଲା। ନିବେଶକମାନେ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିନେଉଥିବା ବେଳେ ବିଦେଶୀ ନିବେଶକ ମଧ୍ୟ ଲାଭ ବାନ୍ଧୁଥିଲେ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟରେ ଘୋଷଣା କରିଥିବା କେତେକ ନିଷ୍ପତ୍ତି ବଜାର ମନୋଭାବକୁ ଭୟସଂକୁଳ କରିବାରୁ ସେନ୍‌ସେକ୍ସ ହ୍ରାସ ପାଇଥିଲା। କ୍ରେତାଙ୍କ ମନୋଭାବ ପ୍ରତି ଦୃଷ୍ଟି ନ ଦେଇ ଚଳିତବର୍ଷ ବଜେଟରେ କେତେକ ଆମଦାନି ଉପରେ ଶୁଳ୍କ ବୃଦ୍ଧି କରାଯାଇଥିଲା। ବିଦେଶୀ ବଜାରରେ ସେମାନଙ୍କ ଦ୍ରବ୍ୟଗୁଡ଼ିକର ସୁରକ୍ଷା ପାଇଁ ଅନୁରୂପ ପଦକ୍ଷେପ ନେବାର ସମ୍ଭାବନା ସୃଷ୍ଟି ହୋଇଛି। ଭାରତ ତା’ର ଘରୋଇ ଶିଳ୍ପଗୁଡ଼ିକୁ ସୁରକ୍ଷା ଦେବାର ଉତ୍ତମ ଇତିହାସ ନାହିଁ। ଶିଳ୍ପଗୁଡ଼ିକର ସୁରକ୍ଷା ପାଇଁ ଶୁଳ୍କ ବୃଦ୍ଧି କଲେ ଦ୍ରବ୍ୟଗୁଡ଼ିକର ଦାମ୍‌ ବୃଦ୍ଧି ପାଇବ ଏବଂ ସେଗୁଡ଼ିକ ପ୍ରତିଯୋଗିତାକ୍ଷମ ହୋଇପାରିବ ନାହିଁ। ଘରୋଇ ବଜାରରେ ପ୍ରତିଯୋଗିତା ଅଭାବରୁ ଏକଚାଟିଆ କାରବାର ଦେଖାଦେବ ଏବଂ ଫଳତଃ ଦାମ୍‌ ମଧ୍ୟ ବୃଦ୍ଧି ପାଇବ। ବର୍ତ୍ତମାନର ବିଶ୍ୱ ଯୋଗାଣ ଶୃଙ୍ଖଳରେ ସୁରକ୍ଷାବାଦ ଏକ ଅତୀତର ବିଷୟ। ତାହା ଏବେ ଆଉ ଚଳୁନାହିଁ। ଅନ୍ତର୍ଜାତୀୟ ବଜାର ଦେଶ-ବିଦେଶର ସୀମା ଦେଇ ଦ୍ରବ୍ୟ ଓ ସେବାଗୁଡ଼ିକର ସ୍ବଚ୍ଛନ୍ଦ ଯାତାୟାତ ଆଶା କରୁଛି, ଯେଉଁଥିପାଇଁ ଏକ ସ୍ଥିର ବାଣିଜ୍ୟ ନୀତିର ଆବଶ୍ୟକତା ରହିଛି। ଶୁଳ୍କ ବୃଦ୍ଧି ହେତୁ ଦାମ୍‌ ବୃଦ୍ଧି ପାଇଲେ ବିଶ୍ୱ ବଜାରରେ ଭାରତର ଅଂଶକୁ ବର୍ତ୍ତମାନର ୨ ପ୍ରତିଶତରୁ ବୃଦ୍ଧି କରିବା ଲାଗି ସରକାରଙ୍କ ଲକ୍ଷ୍ୟ ବ୍ୟାହତ ହେବ।
ଟିକସ ବୋଝ ବୃଦ୍ଧିକରିବା ପରି ଅର୍ଥମନ୍ତ୍ରୀଙ୍କ କେତେକ ପ୍ରସ୍ତାବ ନିବେଶକମାନଙ୍କୁ ନିରତ୍ସାହିତ କରିଛି। ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ବିଦେଶୀ ନିବେଶକଙ୍କ ଉପରେ ଦୀର୍ଘକାଳୀନ ପୁଞ୍ଜିଲାଭ ଟିକସ ବୃଦ୍ଧିକରିବା ଏବଂ କମ୍ପାନୀଗୁଡ଼ିକ ଦ୍ୱାରା ଶେୟାରଗୁଡ଼ିକର ପୁନଃକ୍ରୟ ଉପରେ ୨୦ ପ୍ରତିଶତ ଟିକସ ଲଦିବା। ଅତି ଧନୀଙ୍କ ଉପରେ ସରକାର ଯେଉଁ ସର୍‌ଚାର୍ଜ ଲାଗୁ କରିଛନ୍ତି, ତାହା ମଧ୍ୟ ବଜାର ଉପରେ ପ୍ରଭାବ ପକାଇଛି। ଅତି ଧନୀଙ୍କ ଉପରେ ଲଗାଯାଇଥିବା ଟିକସ ସରକାରଙ୍କ ରାଜକୋଷ ବୃଦ୍ଧି କରିବାରେ ଖୁବ୍‌ ବେଶି ସାହାଯ୍ୟ କରି ନ ପାରେ। ଏହାଦ୍ୱାରା ସେମାନେ ଅନ୍ୟ ଦେଶକୁ ଚାଲିଯିବାର ମଧ୍ୟ ସମ୍ଭାବନା ରହିଛି। କେତେକ ତାଲିକାକୃତ କମ୍ପାନୀର ସର୍ବନିମ୍ନ ପବ୍ଲିକ୍‌ ଶେୟାର୍‌ହୋଲ୍‌ଡିଂ ପରିମାଣ ୨୫ ପ୍ରତିଶତରୁ ୩୫ ପ୍ରତିଶତକୁ ବୃଦ୍ଧି କରିବା ଲାଗି ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ନିବେଶକମାନେ ପସନ୍ଦ କରୁନାହାନ୍ତି। ଦେଶର ଘରୋଇ ନିବେଶକଙ୍କ ଲାଗି ବଜେଟରେ କୌଣସି ପ୍ରୋତ୍ସାହନ ନାହିଁ, ଯେଉଁମାନେ ନିଯୁକ୍ତି ସୃଷ୍ଟିର ପ୍ରମୁଖ ଉତ୍ସ। କେବଳ କିଛି ମନଭୁଲାଣିଆ କଥା କହିବା ବ୍ୟତୀତ ବଜେଟରେ ଅର୍ଥମନ୍ତ୍ରୀ କୌଣସି ଢାଞ୍ଚାଗତ ସଂସ୍କାର ବିଷୟରେ କହିନାହାନ୍ତି।
ଆଗାମୀ ମାସଗୁଡ଼ିକରେ ବଜାରର କୁଟିଳ ଗତି ସରକାରଙ୍କ ସଂସ୍କାର ଉପରେ ଅନେକାଂଶରେ ନିର୍ଭର କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ନୀତିର ସରଳତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ବିଶ୍ୱ ଲିକ୍ୱିଡିଟିକୁ ଟାଇଟ୍‌ କରିଦେଲେ ତାହା ବିଦେଶୀ ପାଣ୍ଠିର ଅନ୍ତଃପ୍ରବେଶକୁ ପ୍ରଭାବିତ କରିବ। ଗୁରୁବାର ୟୁଏସ୍‌ ଫେଡ୍‌ର ସୂଚନା ଏକ ସୁଧହାର ହ୍ରାସର ଆଶା ଉଜ୍ଜୀବିତ କରିଛି। ଏହା ବିଶ୍ୱ ବଜାରକୁ ସାହାଯ୍ୟ କରିପାରେ କାରଣ ବିଦେଶୀ ସଂସ୍ଥା (ଏଫ୍‌ଆଇ)ଗୁଡ଼ିକ ଉଦୀୟମାନ ବଜାରଗୁଡ଼ିକରେ ପୁଞ୍ଜିନିବେଶ ବଳବତ୍ତର ରଖିବେ। ସରକାର କୃତ୍ରିମଭାବରେ ବଜାରକୁ ସମର୍ଥନ କରିବାର ଇଚ୍ଛାରୁ ନିବୃତ୍ତ ରହିବା ଦରକାର। ବଜାର ତଳକୁ ଖସୁଥିବା ଦେଖି ସରକାର ତା’ର ସ୍ବାଭାବିକ ପ୍ରତିକ୍ରିୟାରେ ରାଷ୍ଟ୍ରାୟତ୍ତ ଇନ୍‌ସ୍ୟୁରାନ୍ସ ସଂସ୍ଥା ଓ ବ୍ୟାଙ୍କଗୁଡ଼ିକୁ ଇକ୍ୱିଟି କିଣି ସୂଚକାଙ୍କ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ସରକାର ଏପରି କରିବା ଉଚିତ ନୁହେଁ। ବରଂ ଇକ୍ୱିଟିଗୁଡ଼ିକର ମୁକ୍ତ କାରବାରକୁ ସରକାର ଅନୁମତି ଦେବା ଉଚିତ। ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକୁ ଇକ୍ୱିଟି କିଣିବାକୁ ବାଧ୍ୟ କରି ବଜାର ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କଲେ ସରକାର ଭୟଭୀତ ହୋଇପଡ଼ିଛନ୍ତି ବୋଲି ସୂଚନା ମିଳିବ ଏବଂ ନିବେଶକମାନେ ଆହୁରି ଭୀତତ୍ରସ୍ତ ହୋଇପଡ଼ିବେ। ତା’ ନ କରି ସରକାର ବରଂ ଦୀର୍ଘକାଳୀନ ସଂସ୍କାର ବ୍ୟବସ୍ଥା ପ୍ରଚଳନ କରନ୍ତୁ। ଆମଦାନି ବା ବହିଃଶୁଳ୍କ ବୃଦ୍ଧି କରିବା କୌଣସି ମତେ ଅର୍ଥନୀତି ପାଇଁ ଲାଭଦାୟକ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri