ଆଜିର ଅର୍ଥନୀତି/ତୈଳ ଦର ହ୍ରାସରୁ ଫାଇଦା ନାହିଁ

ଚଳିତ ସପ୍ତାହ ପ୍ରାରମ୍ଭରେ ଆମେରିକାରେ ଅଶୋଧିତ ତେଲ ଦର ରସାତଳଗାମୀ ହୋଇଛି। ଇତିହାସରେ ପ୍ରଥମ ଥର ପାଇଁ ବ୍ୟାରେଲ ପ୍ରତି ଦର ଶୂନ ଡଲାର୍‌ରୁ ତଳକୁ ଖସିଆସିଛି। ଅଶୋଧିତ ତେଲ ଦରରେ ଏଭଳି ହ୍ରାସ ପୂର୍ବରୁ କେବେ ବି ଘଟି ନ ଥିଲା। ଏଥିରୁ ବୁଝାପଡଛି ଯେ, ମେ’ରେ ଷ୍ଟୋରେଜ କ୍ଷମତା ଶେଷ ହେଉଥିତ୍ବାବେଳେ ଉପତ୍ାଦନକାରୀ କମ୍ପାନୀଗୁଡିକ ଉପତ୍ାଦନ ଜାରି ରଖିଛନ୍ତି। ବଳକା ତେଲରୁ ସେମାନଙ୍କ ନିକଟରୁ ଖସାଇବା ଲାଗି ଚାହଁୁଥିବାବେଳେ ଏବେ ଚାହିଦା ଖସିଥିବାରୁ କେହି ତେଲ ନେଉନାହାନ୍ତି। ଫଳରେ କ୍ରେତାଙ୍କୁ ଅର୍ଥ ଯାଚିବା ଭଳି ସ୍ଥିତି ଦେଖାଯାଇଛି। ତୈଳ କାରବାରରେ ଥିବା ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଏହା କରାଯାଇଥାଇପାରେ। ମଙ୍ଗଳବାର ତେଲ କାରବାରରେ ଥିବା ଚୁକ୍ତି ଶେଷ ହୋଇଯାଇପାରେ ଏବଂ ବ୍ୟବସାୟୀମାନେ ତେଲ ନେବାକୁ ଅମଙ୍ଗ ହୋଇପାରନ୍ତି। ତେବେ ଏହାର ବହୁ ପୂର୍ବରୁ ସ୍ଥିତି ବଦଳିଗଲା। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ତେଲ ଦର ଶୂନ ଡଲାରରୁ ତଳକୁ ଖସିବାର ନୈରାଶ୍ୟଜନକ ଅବସ୍ଥା ବିଶ୍ୱରେ ଉପୁଜିଲା। ଏହି ମାସ ଆରମ୍ଭରେ ଅର୍ଗାନାଇଜେଶନ ଅଫ୍‌ ଦି ପେଟ୍ରୋଲିୟମ ଏକ୍ସପୋର୍ଟିଂ କଣ୍ଟ୍ରିଜ (ଓପିଇସି)ର ସଦସ୍ୟ ରାଷ୍ଟ୍ରମାନଙ୍କ ଦ୍ୱାରା ବିଶ୍ୱସ୍ତରରେ ତୈଳ ଉପତ୍ାଦନକୁ ୧୦ ପ୍ରତିଶତ ହ୍ରାସ କରିବା ନେଇ ସହମତି ପ୍ରକାଶ ପାଇଥିଲା। ଫଳରେ ଏହି ନିଷ୍ପତ୍ତି ପ୍ରଭାବଶୂନ୍ୟ ହୋଇଯାଇଛି। ଲକ୍‌ଡାଉନ ଯୋଗୁ ସବୁ ଠପ୍‌ ହୋଇଯାଇଛି। ବିଶ୍ୱରେ ଅଶୋଧିତ ତେଲ ଦର ପୂରା କମିଯାଇଛି। କିନ୍ତୁ ତୈଳ କୂପଗୁଡିକରେ ତେଲ ଭର୍ତ୍ତି ହୋଇ ରହିଛି। ଏବେ ନୂଆ ଅଶୋଧିତ ତେଲ ରଖିବାକୁ ହେଲେ ଅଧିକ ଟ୍ୟାଙ୍କର ଆଣିବାକୁ ପଡିବ। ଉପ୍‌ତ୍ାଦନକାରୀମାନେ ଏବେ ଗଚ୍ଛିତ ଥିବା ତୈଳ ଉପରେ ଅଧିକ ଟ୍ୟାକ୍ସ ଦେବା କିମ୍ବା ଷ୍ଟୋର ଉପରେ ଅଧିକ ବ୍ୟୟ କରିବାକୁ ନ ଚାହଁିବା କାରଣରୁ ସେମାନଙ୍କ ପାଖରେ ଥିବା ବର୍ତ୍ତମାନ ଗଚ୍ଛିତ ଷ୍ଟକ୍‌କୁ ଶେଷ କରିବାକୁ ଚାହଁୁଛନ୍ତି।
କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ସାରା ବିଶ୍ୱରେ ଆର୍ଥିକ କାର୍ଯ୍ୟକଳାପ କମିବା ଯୋଗୁ ତେଲ ଚାହିଦା ଖସିଛି। ଫଳରେ ବ୍ରେଣ୍ଟ ଅଶୋଧିତ ତେଲ ଦର ହ୍ରାସ ପାଇ ବ୍ୟାରେଲ ପିଛା ୨୦ ଡଲାରରେ ପହଞ୍ଚିଛି । ଯେହେତୁ ଭାରତରେ ତୈଳ ଚାହିଦାର ୮୫ ପ୍ରତିଶତ ଆମଦାନୀରୁ ପୂରଣ ହେଉଛି କ୍ରୁଡ୍‌ ଦର କମିବା ଦେଶ ପାଇଁ ଲାଭ ବୋଲି କୁହାଯାଇପାରେ । କିନ୍ତୁ ଭାରତୀୟ ଅର୍ଥବ୍ୟବସ୍ଥା ମହାମାରୀ ପୂର୍ବରୁ ମାନ୍ଦା ପରିସ୍ଥିତି ଦେଇ ଗତିକରଥିବା ଯୋଗୁ ତୈଲ ଦର ହ୍ରାସରୁ ଏବେ ଲାଭ ପାଇବା ସମ୍ଭବ ନୁହେଁ। ଦେଶ ଭିତରେ ଏବେ ତେଲର ଚାହିଦା ୬୦ ପ୍ରତିଶତ କମିଯାଇଛି। ତେବେ ୨୦୧୮-୧୯ରୁ ପେଟ୍ରୋଲିୟମ ସାମଗ୍ରୀର ଚାହିଦା କମିବା ଆରମ୍ଭ ହୋଇଯାଇଥିଲା। କିନ୍ତୁ ଏବର ଲକ୍‌ଡାଉନ ଯୋଗୁ ଓଦ୍ୟୋଗିିକ କାର୍ଯ୍ୟକଳାପ ସାରା ଦେଶରେ ଏକ ପ୍ରକାର ବନ୍ଦ ହୋଇଥିବାରୁ ଏହି ହ୍ରାସ ହାର ଏବେ ବଢିଯିବ। ଏପ୍ରିଲରେ ପେଟ୍ରୋଲ ଓ ଡିଜେଲର ଚାହିଦା ୬୦ ପ୍ରତିଶତକୁ ଖସିଆସିଛି। ବିଶ୍ୱ ମୁଦ୍ରା ପାଣ୍ଠି( ଆଇଏମ୍‌ଏଫ୍‌) ଆକଳନ ମୁତାବକ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ବିକାଶ ହାର ୧.୯ ପ୍ରତିଶତ ବୃଦ୍ଧି ହେବ ଏବଂ ସେହି ସମୟରେ ତୈଳ ଚାହିଦାର ପୂର୍ବ ସ୍ଥିତିକୁ ଧୀରେ ଧୀରେ ଫେରିବ।
ଶସ୍ତା ଅଶୋଧିତ ତେଲର ପ୍ରଭାବ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରାଜସ୍ବ ଉପରେ ପଡିବ। ଏଭଳି ହ୍ରାସ ଯୋଗୁ ଭାରତର ଆମଦାନୀ ବିଲ୍‌ ବି କମିବ। ଅପରପକ୍ଷରେ ଭାରତ ବିଦେଶକୁ ପଠାଉଥିବା ପେଟ୍ରୋଲିୟମ ସାମଗ୍ରୀ ଉପରେ ମଧ୍ୟ ଅଧିତ୍କ ଫାଇଦା ପାଇବନି। ସମାନ ହାରରେ ପେଟ୍ରୋଲିୟମ ଉପତ୍ାଦର ରପ୍ତାନି ପ୍ରଭାବିତ ହେବ। ଏଣୁ ଏବକାର ପରିସ୍ଥିତିରେ ଭାରତ ବିଶେଷ ଲାଭ ପାଇବ ବୋଲି ଆଶା କରିପାରିବା ନାହିଁ। ଦେଶରେ ତୈଳ ଚାହିଦା ହ୍ରାସ ହେବା ଯୋଗୁ ପେଟ୍ରୋଲିୟମ ଉପତ୍ାଦଗୁଡିକ ଉପରେ କେନ୍ଦ୍ର ଲଗାଉଥିବା ଉପତ୍ାଦ ଟିକସ ରାଜସ୍ବ ସଂଗ୍ରହରେ ବାଧା ଉପୁଜିବ। ପେଟ୍ରୋଲିୟମ ଉପତ୍ାଦଗୁଡିକର ମୂଲ୍ୟ ସହ ବିକ୍ରିକର ଓ ଭାଟ୍‌ର ସମ୍ପର୍କ ରହିଥିବାରୁ ରାଜ୍ୟଗୁଡିକ ଏହା ଆଦାୟ କରିବାରେ ଅସୁବିଧାରେ ପଡିବେ ଓ ରାଜସ୍ବରେ ଘାଟା ହେବ। ଏଣୁ ଅଶୋଧିତ ତୈଳ ଦର କମିବା କେନ୍ଦ୍ର ଓ ରାଜ୍ୟମାନଙ୍କ ପାଇଁ ଲାଭଜନକ ହେବନାହିଁ। ଅଶୋଧିତ ତୈଳ ଦର ହ୍ରାସରୁ ସାଧାରଣତଃ ଅଏଲ ରିଫାଇନେରିଗୁଡିକ ଲାଭ ପାଇଥାନ୍ତିି। ସେମାନଙ୍କୁୁ ଏଥିରୁ ବେଶି ଲାଭ ନ ଦେବା ଲାଗି ସରକାର ଉପତ୍ାଦ ଶୁଳ୍କ ବୃଦ୍ଧି କରିପାରନ୍ତିି। ମାର୍ଚ୍ଚରେ ସରକାର ଏହା କରିଛନ୍ତି। ଏବେ ଅର୍ଥବ୍ୟବସ୍ଥା ଜଟିଳ ସ୍ଥିତି ଦେଇ ଗତି କରୁଥିବାରୁ ସରକାର ପେଟ୍ରୋଲିୟମ ଉପତ୍ାଦଗୁଡିକ ଉପରେ ଉପତ୍ାଦ ଶୁଳ୍କ ବୃଦ୍ଧି କରିବା ଅନୁମାନ କରାଯାଉଛି। କରୋନା ଭାଇରସ୍‌ର ପ୍ରଭାବ ଏବେ ଅଧିତ୍କ ଥିବାରୁ ବିଶ୍ୱରେ ଅଶୋଧିତ ତେଲ ଦରରେ ଆଗାମୀ କିଛି ଦିନ ଧରି ନିମ୍ନରେ ରହିବ, କିନ୍ତୁ ଏହା ଭାରତ ପାଇଁ ଖୁସି ଆଣିବ ନାହିଁ। ଏବେକାର ପରିସ୍ଥିତି ସରକାରଙ୍କ ପାଇଁ ନୂଆ ଆହ୍ବାନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri