ଆଜିର ଅର୍ଥନୀତି/ଟୋକନ୍‌ର ସ୍ଥାନୀୟକରଣ କର

ଧାନ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ଭାବେ ଜଣାଶୁଣା। ଅର୍ଥାତ୍‌ ଏଠାରେ ଯେତିକି ଧାନ ଅମଳ ହୁଏ, ତାହା ରାଜ୍ୟବାସୀ ବର୍ଷକ ଖାଇବା ପରେ ବି ଆହୁରି ବଳେ। ଯେବେଠାରୁ ଏହାକୁ ବିକେନ୍ଦ୍ରୀକୃତ ଖାଦ୍ୟଶସ୍ୟ ସଂଗ୍ରହ (ଡିଏସ୍‌ପି)ର ରାଜ୍ୟ ଭାବେ ଘୋଷଣା କରାଗଲା, ସେବେଠାରୁ ଅର୍ଥାତ୍‌ ୨୦୦୦ ଦଶକ ମଧ୍ୟଭାଗରୁ ଓଡ଼ିଶା ସିଧାସଳଖ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିଆସୁଛି। ଓଡ଼ିଶା ରାଜ୍ୟ ଯୋଗାଣ ନିଗମ (ଓଏସ୍‌ସିଏସ୍‌ସି) ଧାନ ସଂଗ୍ରହର ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିଆସୁଛି। ୨୦୦୪-୦୫ରେ ୫ରୁ ୬ ଲକ୍ଷ ଟନ୍‌ ସଂଗ୍ରହ ହେଉଥିବା ବେଳେ ଏବେ ସଂଗ୍ରହ ଲକ୍ଷ୍ୟ ପ୍ରାୟ ୬୫ ଲକ୍ଷ ଟନ୍‌କୁ ବୃଦ୍ଧି ପାଇଛି। ସେଥି ମଧ୍ୟରୁ କାର୍ଯ୍ୟତଃ ପ୍ରାୟ ୪୦ ଲକ୍ଷ ଟନ୍‌ ଧାନ ସଂଗ୍ରହ ହେଉଛି। ଧାନ ଚାଷ ଓଡ଼ିଶାର ପ୍ରାୟ ତିନିଚତୁର୍ଥାଂଶ ଲୋକଙ୍କର ମୁଖ୍ୟ ଜୀବିକା ହୋଇଥିବା ବେଳେ ଅଧିକାଂଶଙ୍କର ଧାନ ବିକ୍ରି ହେଉଛି ଆୟର ମୁଖ୍ୟ ଉତ୍ସ। ତେଣୁ ରାଜ୍ୟର ସାମଗ୍ରିକ ଅର୍ଥନୀତି ଉପରେ ଧାନ ସଂଗ୍ରହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ପ୍ରତିବର୍ଷ ଧାନ ସଂଗ୍ରହରେ କିଛି ନା କିଛି ସମସ୍ୟା ଦେଖାଦେଇ ଆସୁଛି। ଏବେ କେନ୍ଦ୍ରୀକୃତ ଟୋକନ୍‌ ବ୍ୟବସ୍ଥାକୁ ନେଇ ପଶ୍ଚିମ ଓଡ଼ିଶାର ଚାଷୀ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି ବ୍ୟବସ୍ଥା ଅନୁସାରେ ଧାନ ସଂଗ୍ରହର ୧୫ ଦିନ ପୂର୍ବରୁ ଚାଷୀଙ୍କୁ ଟୋକନ୍‌ ଦିଆଯିବ। ଚାଷୀଙ୍କ ପଞ୍ଜୀକୃତ ମୋବାଇଲ ଫୋନ୍‌ ଜରିଆରେ ତାଙ୍କୁ ଧାନ ସଂଗ୍ରହର ତାରିଖ ଓ ଧାନ ବିକ୍ରିର ପରିମାଣ ବିଷୟରେ ସୂଚନା ଦିଆଯିବ। ଚାଷୀ ଯେଉଁ ଅଞ୍ଚଳର ହୋଇଥାନ୍ତୁ ନା କାହିଁକି ଭୁବନେଶ୍ୱରର କେନ୍ଦ୍ରୀକୃତ ବ୍ୟବସ୍ଥାରେ ତାଙ୍କୁ ନାମ ପଞ୍ଜୀକରଣ କରିବାକୁ ହେବ।
ଏଭଳି ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ। ଏବେ ଦେଖାଯାଉଛି ଯେଉଁ ଚାଷୀ ଧାନଭର୍ତ୍ତି ଟ୍ରାକ୍ଟର ନେଇ ମଣ୍ଡିକୁ ଯାଉଛନ୍ତି, ତାଙ୍କୁ ଦିନ ଦିନ ଧରି ଅପେକ୍ଷା କରିବାକୁ କୁହାଯାଉଛି, କାରଣ ତାଙ୍କ ପାଖରେ ଟୋକନ୍‌ ନାହିଁ କିମ୍ବା ଟୋକନ୍‌ କେତେବେଳେ ମିଳିବ ଏ ବିଷୟରେ ତାଙ୍କର କିଛି ଧାରଣା ନାହିଁ। ପୁଣି ନିଜେ ଧାନ ଅମଳ କରି ନ ଥିବା ଚାଷୀଙ୍କୁ ଟୋକନ୍‌ ଦିଆଯାଇଥିବା ଦେଖାଯାଉଛି। ଧାନ ମଣ୍ଡିରେ ଦୀର୍ଘ ସମୟ ଅପେକ୍ଷା କରିବା ଦ୍ୱାରା ଚାଷୀମାନଙ୍କର ଶ୍ରମ ଦିବସ ନଷ୍ଟ ହେବା ସହ ସେମାନଙ୍କୁ ଗାଡ଼ିଭଡ଼ା ବାବଦ ଅଧିକ ବ୍ୟୟ କରିବାକୁ ପଡ଼ୁଛି। ତେଣୁ ସେମାନେ ଏ ଟୋକନ୍‌ ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରୁଛନ୍ତି। ସବୁଠୁ ଅଧିକ ଧାନ ଅମଳ କରୁଥିବା ପଶ୍ଚିମ ଓଡ଼ିଶାର ଚାଷୀମାନେ ଏ ନିୟମ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବୁଧବାର ସମ୍ବଲପୁରରେ ସ୍ଥାନୀୟ ବିଧାୟକଙ୍କ ଘର ଆଗରେ ଧାନବସ୍ତା କୁଢ଼ାଇ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଧ୍ୟ ଅନୁରୂପ ବିକ୍ଷୋଭ ପ୍ରଦର୍ଶନ କରି କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ଗୁରୁବାର ସେମାନଙ୍କ ଆନ୍ଦୋଳନ ଅଧିକ ତେଜିଉଠିଛି। ଏହି ଟୋକନ୍‌ ବ୍ୟବସ୍ଥାରେ ଯେଉଁ ଅବ୍ୟବସ୍ଥା ଦେଖାଦେଇଛି ତାହାକୁ ନେଇ ବିରୋଧୀ ଦଳ ମଧ୍ୟ ସରକାରଙ୍କୁ ଘେରିଛନ୍ତି। ଚଳିତବର୍ଷ ପ୍ରଥମ ଥର ପାଇଁ ଯେଉଁ କେନ୍ଦ୍ରୀକୃତ ଟୋକନ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି, ତା’ର ସମୀକ୍ଷା କରାଯିବା ଉଚିତ କାରଣ ତାହା ଉଦ୍ଦେଶ୍ୟ ପୂରଣରେ ବିଫଳ ହୋଇଛି। ପୂର୍ବରୁ ପ୍ରକ୍ରିୟା ବିକେନ୍ଦ୍ରୀକୃତ ଭାବେ ଚାଲିଥିଲା। ପ୍ରାଥମିକ କୃଷି ସମବାୟ ସମିତି ଓ ମଣ୍ଡିଗୁଡ଼ିକୁ ଟୋକନ୍‌ ପ୍ରଦାନର ଅଧିକାର ଦିଆଯାଇଥିଲା। ପୂର୍ବରୁ ପ୍ୟାକ୍ସଗୁଡ଼ିକ ସ୍ଥାନୀୟ ସଂସ୍ଥା ହୋଇଥିବାରୁ ଲୋକମାନେ ଯେତେବେଳେ ଚାହିଁଲେ ସୁବିଧାରେ ଟୋକନ୍‌ ସଂଗ୍ରହ କରିପାରୁଥିଲେ। ବର୍ତ୍ତମାନ ଏ ନୂତନ ବ୍ୟବସ୍ଥା ମୂଳରୁ ତ୍ରୁଟିଯୁକ୍ତ କାରଣ ଭୁବନେଶ୍ୱରରେ ବସିଥିବା ଲୋକ କେମିତି ଜାଣିବ ବରଗଡ଼ ଜିଲାର ଗୋଟିଏ ଗାଁର ଚାଷୀ କେତେବେଳେ ଧାନ ଅମଳ କରିବ ଓ କେତେବେଳେ ବିକିବାକୁ ଆସିବ। ପୁନଶ୍ଚ ଧାନ ଅମଳ ପରିମାଣ ଓ ଗୁଣବତ୍ତା ରାଜ୍ୟର ବିଭିନ୍ନ ସ୍ଥାନରେ ଅଲଗା ଅଲଗା। ତେଣୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିଷ୍ପତ୍ତି ନେବାର କ୍ଷମତା ଦିଆଯିବା ଏବେ ଜରୁରୀ ହୋଇପଡ଼ିଛି। କେନ୍ଦ୍ରୀକୃତ ବ୍ୟବସ୍ଥା ସମଗ୍ର ପ୍ରକ୍ରିୟାକୁ ମନ୍ଥର କରିତୋଳୁଛି। ଟୋକନ୍‌ ପାଇଁ ଅପେକ୍ଷା କରି କରି କୃଷକଙ୍କୁ ଧାନଗାଡ଼ି ଧରି ଏ ଶୀତକାକରରେ ମଣ୍ଡିରେ ଦିନ ସାରା ଓ ରାତି ତମାମ ଅପେକ୍ଷା କରିବାକୁ ପଡ଼ୁଛି। ଯେତେଶୀଘ୍ର ସମ୍ଭବ ମଣ୍ଡିରେ ଧାନ ବିକି ଘରକୁ ଫେରିବାକୁ ଚାହୁଁଥିବା କୃଷକମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ବିରକ୍ତ ହୋଇପଡ଼ିବା ସ୍ବାଭାବିକ। ଏଭଳି ବିଳମ୍ବିତ ପ୍ରକ୍ରିୟାରେ ସେମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ଛତିଶଗଡ଼ରେ ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ (କୁଇଣ୍ଟାଲ ପିଛା ୨୫୦୦ ଟଙ୍କା)ରେ ଧାନ ବିକ୍ରି ହେଉଥିବାରୁ ଏବଂ ସେଠାରେ ନଭେମ୍ବର ୧୫ରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିବାରୁ ବେପାରୀମାନେ ପଶ୍ଚିମ ଓଡ଼ିଶାରୁ ଶସ୍ତାରେ ଧାନ କିଣି ସେଠାରେ ଅଧିକ ଦାମ୍‌ରେ ବିକ୍ରି କରି ବେଶ୍‌ ଅଧିକ ଲାଭ କରିବାକୁ ପ୍ରଲୋଭିତ ହେଉଥିବା ଦେଖାଯାଉଛି। ମଙ୍ଗଳବାର ଛତିଶଗଡ଼ ସରକାର ଓଡ଼ିଶା ସୀମାନ୍ତ ମହାସମୁନ୍ଦ ଜିଲାରୁ ୪,୧୩୩ କୁଇଣ୍ଟାଲ ଧାନ ଜବତ କରିଥିବା ଜଣାପଡ଼ିଛି। ପଡ଼ୋଶୀ ରାଜ୍ୟରେ ଅଧିକ ଏମ୍‌ଏସ୍‌ପି ମିଳୁଥିବାରୁ ତାହା ସବୁବେଳେ ବେପାରୀ ଓ ଦଲାଲମାନଙ୍କୁ ଆକୃଷ୍ଟ କରିଥାଏ ଓଡ଼ିଶାରୁ ଶସ୍ତାରେ ଧାନ କିଣି ଛତିଶଗଡ଼ରେ ବିକ୍ରି କରିବାକୁ। ଏବେ ଉକ୍ତ କେନ୍ଦ୍ରୀକୃତ ଟୋକନ୍‌ ବ୍ୟବସ୍ଥା ବେପାରୀ ଓ ଦଲାଲମାନଙ୍କୁ ଏପରି କରିବାକୁ ଉତ୍ସାହିତ କରିବା ସହ ଓଡ଼ିଶାର ଚାଷୀମାନଙ୍କୁ ଅଭାବୀ ବିକ୍ରି ପାଇଁ ବାଧ୍ୟ କରୁଛି। ତେଣୁ ବର୍ତ୍ତମାନ ରାଜ୍ୟ ସରକାର ରାଜ୍ୟରେ ଚାଷୀଙ୍କ ଅଭାବୀ ବିକ୍ରି ବନ୍ଦ କରିବା ପାଇଁ ଉକ୍ତ କେନ୍ଦ୍ରୀକୃତ ଟୋକନ୍‌ ବ୍ୟବସ୍ଥା ବନ୍ଦ କରି ତାହାର ସ୍ଥାନୀୟକରଣ କରିବା ଜରୁରୀ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri