ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରୁ ୧୫ କର୍ମଚାରୀ ବହିଷ୍କୃତ

କଟକ ଅଫିସ,୨୫ା୧୧: କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରୁ ୧୫ କର୍ମଚାରୀଙ୍କୁ ମଙ୍ଗଳବାର ବହିଷ୍କୃତ କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିଠିନଂ.୪୪୫୮/୨୩ା୧୧ା୨୦ରେ ବିନା ଅନୁମୋଦନରେ କାମ କରୁଥିବା ୧୫ କର୍ମଚାରୀଙ୍କୁ ବହିଷ୍କାର କରାଯାଉ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ତଦନୁଯାୟୀ ଅନୁଷ୍ଠାନର ଫାର୍ମାସିଷ୍ଟ, କିରାଣି, ଟାଇପିଷ୍ଟ, ଝାଡୁଦାର ଓ ପିଅନ ଆଦି ପଦବୀରେ ଥିବା ୧୫ ଜଣଙ୍କୁ ନୋଟିସ ଦେଇ ମଙ୍ଗଳବାରଠାରୁ ବହିଷ୍କାର କରାଯାଇଛି। ଏହି କର୍ମଚାରୀମାନେ ୨୦ ବର୍ଷରୁ ଅଧିକ ସମୟ ହେବ ଏଠାରେ କାମ କରୁଥିଲେ।
ବହିଷ୍କୃତ କେତେଜଣ କର୍ମଚାରୀ କହିଛନ୍ତି, ୧୯୯୮ରେ ଆଚାର୍ଯ୍ୟ ହରିହରରେ ପାଲିଏଟିଭ ଏବଂ ଯନ୍ତ୍ରଣା ପରିଚାଳନା ନିମନ୍ତେ ସ୍ବତନ୍ତ୍ର ଭାବେ ଏକ ପ୍ରକଳ୍ପ ପାଇଁ ଏମାନଙ୍କୁ ରଖାଯାଇଥିଲା ା ସେତେବେଳେ ପାଲିଏଟିଭ ଓ ପେନ୍‌ ମ୍ୟାନେଜମଣ୍ଟ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲଠାରୁ ଏକ ଭିନ୍ନ ଅଂଶ ଭାବେ କାର୍ଯ୍ୟ କରୁଥିଲା। ୨୦୦୦ରେ ୟୁଜର୍ସ ଫି’ରୁ ଏମାନଙ୍କୁ ଦରମା ଦିଆଯାଉଥିଲା। ୨୦୧୦ରେ ତତ୍କାଳୀନ ନିର୍ଦ୍ଦେଶକ ଡା. ଶୁକଦେବ ସ୍ବାଇଁ ଏମାନଙ୍କୁ ରେଗୁଲାର କରାଇବା ପ୍ରତିଶ୍ରୁତି ଦେବା ସହ କେତେଜଣ କର୍ମଚାରୀଙ୍କ ବିଭାଗ ପରିବର୍ତ୍ତନ କରିଥିଲେ ା ୨୦୧୪ରେ ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡଙ୍ଗୀ ଦାୟିତ୍ୱ ନେବାପରେ ୨୦୧୫ରେ ପାଲିଏଟିଭ ଓ ପେନ୍‌ ମ୍ୟାନେଜମଣ୍ଟକୁ ଆଚାର୍ଯ୍ୟ ହରିହର ସହ ସାମିଲ କରିଥିଲେ ା ସେବେଠାରୁ ଏମାନେ ଠିକା କର୍ମଚାରୀର ମାନ୍ୟତା ପାଇ କାମକରି ଆସୁଥିଲେ। ୨୦୧୮ରେ ବିଭିନ୍ନ ପଦବୀରେ ଥିବା ଲୋକଙ୍କୁ ନିୟମିତ କରିବାକୁ ହାଇକୋର୍ଟରେ ମଧ୍ୟ ଆବେଦନ କରାଯାଇଛି ବୋଲି କହିଛନ୍ତି। ସେମାନେ ଆହୁରି କହିଛନ୍ତି, ଆମେ କରୋନା ରୋଗୀଙ୍କ ସେବା କରି ଆକ୍ରାନ୍ତ ହୋଇଥିଲୁ। ଆମମାନଙ୍କ ମଧ୍ୟରୁ କେତେଜଣ ଗୁରୁତର ହୋଇ ଆଇସିୟୁରେ ରହି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛୁ ା ଏବେ ସରକାର ଏହି କରୋନା ସମୟରେ ଚାକିରିରୁ ବହିଷ୍କାର କରୁଛନ୍ତି। ଏମିତି କି ଆମମାନଙ୍କ ମଧ୍ୟରୁ କେତେଜଣ ଅବସର ନେବାର ବୟସ ପାଖାପାଖି ହୋଇ ସାରିଛି। ତେଣୁ ଏହି ସମୟରେ ଚାକିରି ହରାଇବା ଆମକୁ ବ୍ୟଥିତ କରିଛି ା
ଏ ସମ୍ପର୍କରେ ଅନୁଷ୍ଠାନର ନିର୍ଦ୍ଦେଶକ ଓ ପ୍ରଶାସନିକ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକା ନିଖୋଜ: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ଅପହରଣକାରୀ…

କଟକ,୩୧ା୮(ପ୍ରଭୁକଲ୍ୟାଣ ପାଲ): କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଊଦ୍ଧର୍‌ବ…

ଯୌତୁକ ପାଇଁ ବିଷ ଦେଇ ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ସମେତ ୧୦ ଜଣଙ୍କ ନାମରେ ମାମଲା

ଅମରପାଲି,୩୧।୮( ପୀତାମ୍ବର ସାହୁ): ଯୌତୁକ ଦାବିକୁ କେନ୍ଦ୍ର କରି ଜଣେ ବିବାହିତା ମହିଳାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଏହି…

ବିପର୍ଯ୍ୟୟ ପରେ ଚାଇନା ଉପରେ ନେପାଳର ବଡ଼ ଅଭିଯୋଗ

କାଠମାଣ୍ଡୁ,୩୧।୮: ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଏବେ ବି 3,000 ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ୟା ସମ୍ପର୍କିତ ତଥ୍ୟ…

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ସାଧାରଣ ଜନତା ବଞ୍ଚିତ

ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉନି କମ୍ପାନୀ, ଆନ୍ଦୋଳନ ପାଇଁ ସଜବାଜ ଯୁବ ଗୋଷ୍ଠୀ

ଗଞ୍ଜାମ,୩୧।୮,(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ…

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri