ଆଚାରରେ ଫୁଟୁ ଗାନ୍ଧୀ ବିଚାର

ମୋହନ ଭାଗବତ
ସନାତନ କାଳରୁ ପ୍ରଚଳିତ ଭାରତର ଇତିହାସ ଗାଥାର ଏକ ପର୍ବ ଭାରତର ଆଧୁନିକ ଇତିହାସ ତଥା ସ୍ବାଧୀନ ଭାରତର ଉତ୍ଥାନର କାହାଣୀ। ସେଥିରେ ଯେଉଁ ମହାପୁରୁଷମାନଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି, ତନ୍ମଧ୍ୟରେ ପ୍ରାତଃସ୍ମରଣୀୟ ମହାତ୍ମାଗାନ୍ଧୀଙ୍କ ନାମ ପ୍ରମୁଖ। ଭାରତ ହେଉଛି ଏକ ଆଧ୍ୟାମତ୍ିକ ଦେଶ ଏବଂ ଆଧ୍ୟାମତ୍ିକତା ଆଧାରରେ ହିଁ ଏହାର ଉତ୍ଥାନ ସମ୍ଭବ। ଏହାକୁ ଆଧାର କରି ଭାରତୀୟ ରାଜନୀତିର ଆଧ୍ୟାମତ୍ିକ ମୂଳଦୁଆ ସ୍ଥାପନ କରିବାର ଚେଷ୍ଟା ମହାମତ୍ା ଗାନ୍ଧୀ ହିଁ କରିଥିଲେ।
ଗାନ୍ଧିଜୀଙ୍କ ଚେଷ୍ଟା କେବଳ କ୍ଷମତା ରାଜନୀତିରେ ସୀମିତ ନ ଥିଲା। ସମାଜ ତଥା ଏହାର ନେତୃବର୍ଗଙ୍କ ସାତ୍ତ୍ୱିକ ଆଚରଣ ଉପରେ ଗାନ୍ଧିଜୀ ପ୍ରଧାନ୍ୟ ଦେଇଥିଲେ। ମହତ୍ତ୍ୱାକାଂକ୍ଷା ତଥା ସ୍ବାର୍ଥପ୍ରେରିତ ଅହଂକାର ଏବଂ ବିକାରକୁ ଆଧାର କରି ଚାଲିଥିବା ବିଶ୍ୱ ରାଜନୀତିକୁ ସେ ଅଗ୍ରାହ୍ୟ କରିଥିଲେ। ତାଙ୍କର ସ୍ବପ୍ନ ଥିଲା- ଭାରତୀୟ ଜନଜୀବନ ସତ୍ୟ, ଅହିଂସା, ସ୍ବାବଲମ୍ବନ ଓ ମାନବକଲ୍ୟାଣର ପ୍ରକୃତ ସ୍ବାଧୀନତା ଉପରେ ଆଧାରିତ ହେଉ; ଦେଶ ଓ ମାନବିକତା ନିମନ୍ତେ ଉତ୍ସର୍ଗୀକୃତ ହେଉ। ଗାନ୍ଧିଜୀଙ୍କ ଏହି ଚିନ୍ତାଧାରା ତାଙ୍କ ନିଜ ଜୀବନରେ ସାକାର ହୋଇଥିଲା।
୧୯୨୨ ମସିହାରେ ଗାନ୍ଧିଜୀ ଗିରଫ ହେବାପରେ ନାଗପୁର ନଗର କଂଗ୍ରେସ ଦ୍ୱାରା ଏକ ଜନସଭା ଆୟୋଜିତ ହୋଇଥିଲା। ଏଥିରେ ବକ୍ତା ଭାବରେ ଯୋଗଦେଇ ଡକ୍ଟର ହେଡଗେୱାର ଗାନ୍ଧିଜୀଙ୍କୁ ‘ପୁଣ୍ୟ ପୁରୁଷ’ ଭାବେ ସମ୍ବୋଧନ କରି କହିଥିଲେ ଯେ, ଗାନ୍ଧିଜୀଙ୍କ କଥା ଓ କାମରେ କୌଣସି ପାର୍ଥକ୍ୟ ନାହିଁ। ସେ ନିଜ ଧୈର୍ଯ୍ୟ ଓ ବିଚାର ନିମନ୍ତେ ସର୍ବସ୍ବ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଥିଲେ। ହେଡଗେୱାର କହିଥିଲେ ଯେ, କେବଳ ଗାନ୍ଧିଜୀଙ୍କ ଗୁଣଗାନ କଲେ ତାଙ୍କ କାର୍ଯ୍ୟ ଆଗକୁ ବଢି ପାରିବ ନାହିଁ। ଗାନ୍ଧିଜୀଙ୍କ ଏହିସବୁ ଗୁଣକୁ ଆମେ ଜୀବନରେ ଅନୁସରଣ କରିବା ଦରକାର।
ଗାନ୍ଧିଜୀ ଭଲ ଭାବରେ ଜାଣିଥିଲେ ପରାଧୀନ ମାନସିକତା ଅତ୍ୟନ୍ତ କ୍ଷତିକାରକ। ଏହାର ଉଦାହରଣ ଦେଇ ‘ହିନ୍ଦ୍‌ ସ୍ବରାଜ’ରେ ସେ ଲେଖିଛନ୍ତି ଯେ, ଏହି ମାନସିକତାରୁ ମୁକ୍ତି ପାଇବା ପାଇଁ ଶୁଦ୍ଧ, ସ୍ବଦେଶୀ ଦୃଷ୍ଟିସମ୍ପନ୍ନ ଭାରତର ବିକାଶ ତଥା ଆଚରଣ ଆବଶ୍ୟକ। ସେ ସମୟରେ ସଂସାରକୁ ଚକିତ କରୁଥିବା ଭୌତିକତାବାଦୀ ପାଶ୍ଚାତ୍ୟ ଦର୍ଶନ ଶିକ୍ଷାକୁ ବିକୃତ କରି ସମସ୍ତଙ୍କୁ ଆର୍ଥତ୍କ ଦୃଷ୍ଟିରୁ ନିର୍ଭରଶୀଳ କରିବାର ଚେଷ୍ଟାରେ ଆଗେଇ ଚାଲୁଥିଲା। ଏପରି ସମୟରେ ଗାନ୍ଧିଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରଚେଷ୍ଟା ନିଜସ୍ବ ଜୀବନ ଆଧାରରେ ସମାଜକୁ ନୂତନ ବିଚାର ଦେବାର ଏକ ସଫଳ ପ୍ରୟୋଗ ଥିଲା। ହେଲେ ପରାଧୀନତାର ମାନସିକତାରେ ଗ୍ରସ୍ତ ଲୋକେ କିଛି ନ ବୁଝି ନ ବିଚାରି ପାଶ୍ଚାତ୍ୟ ବିଚାରକୁ ପ୍ରାମାଣିକତାର ସହ ସ୍ବୀକାର କରିନେଇ ନିଜର ପୂର୍ବ ପୁରୁଷ, ପୂର୍ବ ଗୌରବ ଏବଂ ପୂର୍ବ ସଂସ୍କାରକୁ ହୀନ ତଥା ହେୟ ମନେ କରି ଅନ୍ଧାନୁକରଣ ଏବଂ ଚାଟୁକାରିତାରେ ମଜ୍ଜି ଯାଇଥିଲେ। ଏହାର ସୁଦୁରବିସ୍ତାରୀ ପ୍ରଭାବ ଆଜି ମଧ୍ୟ ଭାରତୀୟ ଚାଲିଚଳନ ଉପରେ ସ୍ପଷ୍ଟ ଦେଖାଯାଉଛି।
ଅନ୍ୟ ଦେଶମାନଙ୍କର ସମକାଳୀନ ମହାପୁରଷମାନେ ମଧ୍ୟ ଗାନ୍ଧିଜୀଙ୍କ ଚିନ୍ତାଧାରାକୁ କିଛି ମାତ୍ରାରେ ଗ୍ରହଣ କରି ନିଜ ଦେଶର ବିଚାରକୁ ମାର୍ଜିତ କରିଛନ୍ତି। ମହାନ ବୈଜ୍ଞାନିକ ଆଇନ୍‌ଷ୍ଟାଇନ ମହାମତ୍ା ଗାନ୍ଧୀଙ୍କ ମୃତ୍ୟୁ ପରେ କହିଥିଲେ ଯେ, ଆଗାମୀ ପିଢି ପାଇଁ ହୁଏତ ଏହା ବିଶ୍ୱାସ କରିବା ମଧ୍ୟ କଠିନ ହୋଇପାରେ ଯେ, ଗାନ୍ଧିଜୀଙ୍କ ଭଳି ଜଣେ ବ୍ୟକ୍ତି ଏହି ଭୂମିରେ ଜୀବନ ଧାରଣକରି ଚାଲି ଯାଇଛନ୍ତି। ଗାନ୍ଧିଜୀ ତାଙ୍କର ନିଜସ୍ବ ଜୀବନଶୈଳୀ ଏବଂ ପବିତ୍ର ଆଚରଣ ଦ୍ୱାରା ଆମ ସମ୍ମୁଖରେ ଏହିଭଳି ଉଦାହରଣମାନ ପ୍ରସ୍ତୁତ କରି ଯାଇଛନ୍ତି।
ଗାନ୍ଧିଜୀ ୧୯୩୬ ମସିହାରେ ୱାର୍ଦ୍ଧା ନିକଟରେ ଚାଲିଥିବା ସଂଘ ଶିବରକୁ ଆସିଥିଲେ। ତା’ ପରଦିନ ଡକ୍ଟର ହେଡଗେୱାର ଗାନ୍ଧିଜୀଙ୍କୁ ତାଙ୍କ ରହିବା ସ୍ଥାନରେ ସାକ୍ଷାତ କରିଥିଲେ। ଗାନ୍ଧିଜୀଙ୍କ ସହିତ ତାଙ୍କର ସୁଦୀର୍ଘ ଚର୍ଚ୍ଚା ଏବଂ ପ୍ରଶ୍ନୋତ୍ତର ବର୍ତ୍ତମାନ ପ୍ରକାଶିତ ହୋଇ ସାରିଛି। ବିଭାଜନର ରକ୍ତରଞ୍ଜିତ ସମୟରେ ଦିଲ୍ଲୀରେ ତାଙ୍କ ନିବାସ ସ୍ଥାନ ନିକଟରେ ଚାଲୁଥିବା ଶାଖାକୁ ମଧ୍ୟ ଗାନ୍ଧିଜୀ ଯାଇଥିଲେ। ସଂଘ ଶାଖାରେ ଉପସ୍ଥିତ ରହି ସେ ଯେଉଁ ମାର୍ଗଦର୍ଶନ ଦେଇଥିଲେ, ତାହା ୨୭ ଜୁନ ୧୯୪୭ର ‘ହରିଜନ’ ପତ୍ରିକାରେ ପ୍ରକାଶିତ ହୋଇଥିଲା। ସଂଘର ସ୍ବୟଂସେବକମାନଙ୍କ ଅନୁଶାସନ ଏବଂ ସେମାନଙ୍କଠାରେ ଜାତିପ୍ରଥା ଜନିତ ଭେଦଭାବର ସଂପୂର୍ଣ୍ଣ ଅଭାବ ଦେଖି ଗାନ୍ଧିଜୀ ପ୍ରସନ୍ନତା ବ୍ୟକ୍ତ କରିଥିଲେ। ଭାରତର ପୁନର୍ଗଠନର ସ୍ବପ୍ନ ଦେଖୁଥବା ଏବଂ ସାମାଜିକ ସମତାକୁ ସଂପୂର୍ଣ୍ଣ ସମର୍ଥନ ଭିତ୍ତିରେ ନିଜ ଆଚରଣ ଦ୍ୱାରା ଉଦାହରଣ ପ୍ରସ୍ତୁତ କରିଥିବା ଗାନ୍ଧିଜୀ ସମସ୍ତଙ୍କ ନିମନ୍ତେ ଆଦର୍ଶ ପୁରଷ ଅଟନ୍ତି। ଆମେ ସମସ୍ତେ ପୂଜ୍ୟ ଗାନ୍ଧିଜୀଙ୍କୁ ଭଲଭାବେ ବୁଝିବା ଏବଂ ତାଙ୍କ ଆଦର୍ଶକୁ ନିଜ ଜୀବନରେ ପାଳନ କରିବା ଆବଶ୍ୟକ।
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରତ୍ୟେକ ପ୍ରଭାତୀ ଶାଖାରେ ଏକ ସ୍ତୋତ୍ର ଦ୍ୱାରା ନିଜ ଦେଶର ମହାପୁରୁଷମାନଙ୍କୁ ସ୍ମରଣ କରିବା ପରମ୍ପରା ସଂଘ ସ୍ଥାପିତ ହେବା ଦିନଠାରୁ ପ୍ରଚଳିତ ହୋଇ ଆସୁଛି। ଏହାକୁ ଏକାତ୍ମତା ସ୍ତୋତ୍ର କୁହାଯାଏ। ୧୯୬୩ ମସିହାରେ ଏହାର ପୁନଃରଚନା କରାଯାଇଥିଲା ଏବଂ ଏଥିରେ କିଛି ନୂତନ ନାମ ଯୋଡା ଯାଇଥିଲା, ଯେଉଁଥିରେ ଗାନ୍ଧିଜୀଙ୍କ ନାମ ସାମିଲ କରାଯାଇଥିଲା। ସେତେବେଳକୁ ତାଙ୍କର ଦେହାନ୍ତ ହୋଇ ସାରିଥିଲା। ସଂଘର ସ୍ବୟଂସେବକମାନେ ପ୍ରତିଦିନ ପ୍ରାତଃକାଳରେ ଏହି ଏକାତ୍ମତା ସ୍ତୋତ୍ର ମାଧ୍ୟମରେ ଗାନ୍ଧିଜୀଙ୍କ ନାମ ଉଚ୍ଚାରଣ କରି ତାଙ୍କର ଉପରୋକ୍ତ ଗୁଣଯୁକ୍ତ ଜୀବନକୁ ସ୍ମରଣ କରିଥାନ୍ତି।
ଗାନ୍ଧିଜୀଙ୍କ ଜନ୍ମର ୧୫୦ତମ ବର୍ଷରେ ତାଙ୍କୁ ସ୍ମରଣ କରି ଆମେ ସମସ୍ତେ ସଂକଳ୍ପ ନେବା ଯେ, ତାଙ୍କ ଭଳି ପବିତ୍ର ତ୍ୟାଗମୟ ଏବଂ ସ୍ବଚ୍ଛ ତଥା ସ୍ବାବଲମ୍ବୀ ଜୀବନ ଦୃଷ୍ଟିର ଅନୁସରଣ କରି ଆମେ ସମସ୍ତେ ଭାରତକୁ ବିଶ୍ୱଗୁରୁ ରୂପେ ସ୍ଥାପିତ କରିବା ନିମନ୍ତେ ନିଜ ନିଜ ଜୀବନକୁ ସମର୍ପଣ ଓ ତ୍ୟାଗର ଭାବରେ ସମୃଦ୍ଧ କରିବା।
ସରସଂଘଚାଳକ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri