Posted inଖେଳ

ଆଉଟ୍‌ ନ ହେବା ସତ୍ତ୍ୱେ ପ୍ୟାଭିଲିଅନ ଫେରିଲେ ଯୁବି

ନୂଆଦିଲ୍ଲୀ,୨୬।୭- ଯୁବରାଜ ସିଂ (ଯୁବି) ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳିଛନ୍ତି। ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ ଦ୍ୱିତୀୟ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ପଦାର୍ପଣ କରିଛନ୍ତି। ଗୁରୁବାର ବ୍ରାମ୍ପଟନସ୍ଥିତ ସିଏଏ ସେଣ୍ଟରଠାରେ ଭାଙ୍କୋଭର ନାଇଟ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଟରଣ୍ଟୋ ନ୍ୟାଶନାଲ୍ସ ଅଧିନାୟକ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲେ। ୪ର୍ଥ କ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ଯୁବି ୨୭ ବଲର ସମ୍ମୁଖୀନ ହୋଇ ୧୪ ରନ୍‌ କରି ଏକ ବିଚିତ୍ର ଭାବେ ଆଉଟ୍‌ ହୋଇଥିଲେ। ମ୍ୟାଚ୍‌ର ୧୭ତମ ଓଭରରେ ପେସର ରିଜ୍ୱାନ ଚିମାଙ୍କ ବଲ ଯୁବିଙ୍କ ବ୍ୟାଟରେ ବାଜିଥିଲା, ଯାହାକୁ ଉଇକେଟକିପର ଟବିସ ଭିସ ହାତଛଡ଼ା କରିଥିଲେ। ହେଲେ ବଲ୍‌ ତାଙ୍କ ଗ୍ଲୋଭ୍ସରେ ବାଜି ଉଇକେଟରେ ବାଜିଥିଲା। ରିପ୍ଲେରେ ଦେଖିବାକୁ ମିଳିଥିଲା, ଯେ ଷ୍ଟମ୍ପରେ ବଲ ବାଜିବାବେଳୁ ଯୁବି କ୍ରିଜରେ ଥିଲେ। ହେଲେ ଫିଲ୍ଡ ଅମ୍ପାୟର ନିଷ୍ପତ୍ତି ନେବା ପୂର୍ବରୁ ସେ ଚାଲିବା ଆରମ୍ଭ କରିଥିଲେ। ଯୁବି ଆଉଟ ହେବା ଟରଣ୍ଟୋ ଦଳ ଲାଗି ବର ସାବ୍ୟସ୍ତ ହୋଇଥିଲା। ତାଙ୍କ ପରେ କ୍ରିଜକୁ ଆସିଥିବା କିରନ ପୋଲାର୍ଡ ୧୩ ବଲରୁ ୩୦ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏଥିରେ ୩ ଛକା ଓ ଦୁଇ ଚୌକା ସାମିଲ ଥିଲା। ଦକ୍ଷିଣ ଆଫ୍ରିକାର ହେନରିଚ କ୍ଲାସେନଙ୍କ ୨୦ ବଲରୁ ୪୧ ରନ୍‌ର ଇନିଂସ ଯୋଗୁ ଟରୋଣ୍ଟୋ ଦଳ ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୫୯ ରନ୍‌ କରିପାରିଥିଲା। ଜବାବରେ କ୍ରିସ ଗେଲଙ୍କ ଭାଙ୍କୋଭର ନାଇଟ୍ସ ୧୭.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଷ୍ଟାର ଖେଳାଳି ଗେଲ ୧୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ମାତ୍ର ଚାଦ୍ୱିକ ଓ୍ବାଲଟନ ଓ ଦକ୍ଷିଣ ଆଫ୍ରିକାର ରାସି ଭାନ ଡର ଡୁସେନଙ୍କ ଅର୍ଦ୍ଧଶତକ ଯୋଗୁ ଭାଙ୍କୋଭର ସହଜରେ ମ୍ୟାଚ୍‌ ଜିତି ନେଇଥିଲା। ଯୁବିଙ୍କ ନେତୃତ୍ୱାଧୀନ ଦଳ ପରବର୍ତ୍ତୀ ମ୍ୟାଚ୍‌ରେ କେନ ଓ୍ବିଲୟମ୍‌ସନଙ୍କ ଦଳ ଇଡମଣ୍ଟନ ରୟାଲ୍ସକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

ଦିଲ୍ଲୀ ବିପକ୍ଷ ମ୍ୟାଚରେ ପରାଜୟ ପାଇଁ ତିଳକ ବର୍ମା ଦାୟୀ ବୋଲି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଉଠାଇଲେ ବଡ଼ ପ୍ରଶ୍ନ

ଭୁବନେଶ୍ୱର, ୨୭।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସିଜନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନ ଏତେ ଭଲ ନାହିଁ। ୨୮ ଏପ୍ରିଲରେ ଦିଲ୍ଲୀ...

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri