Posted inଖେଳ

ଆଉଟ୍‌ ନ ହେବା ସତ୍ତ୍ୱେ ପ୍ୟାଭିଲିଅନ ଫେରିଲେ ଯୁବି

ନୂଆଦିଲ୍ଲୀ,୨୬।୭- ଯୁବରାଜ ସିଂ (ଯୁବି) ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳିଛନ୍ତି। ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ ଦ୍ୱିତୀୟ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ପଦାର୍ପଣ କରିଛନ୍ତି। ଗୁରୁବାର ବ୍ରାମ୍ପଟନସ୍ଥିତ ସିଏଏ ସେଣ୍ଟରଠାରେ ଭାଙ୍କୋଭର ନାଇଟ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଟରଣ୍ଟୋ ନ୍ୟାଶନାଲ୍ସ ଅଧିନାୟକ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲେ। ୪ର୍ଥ କ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ଯୁବି ୨୭ ବଲର ସମ୍ମୁଖୀନ ହୋଇ ୧୪ ରନ୍‌ କରି ଏକ ବିଚିତ୍ର ଭାବେ ଆଉଟ୍‌ ହୋଇଥିଲେ। ମ୍ୟାଚ୍‌ର ୧୭ତମ ଓଭରରେ ପେସର ରିଜ୍ୱାନ ଚିମାଙ୍କ ବଲ ଯୁବିଙ୍କ ବ୍ୟାଟରେ ବାଜିଥିଲା, ଯାହାକୁ ଉଇକେଟକିପର ଟବିସ ଭିସ ହାତଛଡ଼ା କରିଥିଲେ। ହେଲେ ବଲ୍‌ ତାଙ୍କ ଗ୍ଲୋଭ୍ସରେ ବାଜି ଉଇକେଟରେ ବାଜିଥିଲା। ରିପ୍ଲେରେ ଦେଖିବାକୁ ମିଳିଥିଲା, ଯେ ଷ୍ଟମ୍ପରେ ବଲ ବାଜିବାବେଳୁ ଯୁବି କ୍ରିଜରେ ଥିଲେ। ହେଲେ ଫିଲ୍ଡ ଅମ୍ପାୟର ନିଷ୍ପତ୍ତି ନେବା ପୂର୍ବରୁ ସେ ଚାଲିବା ଆରମ୍ଭ କରିଥିଲେ। ଯୁବି ଆଉଟ ହେବା ଟରଣ୍ଟୋ ଦଳ ଲାଗି ବର ସାବ୍ୟସ୍ତ ହୋଇଥିଲା। ତାଙ୍କ ପରେ କ୍ରିଜକୁ ଆସିଥିବା କିରନ ପୋଲାର୍ଡ ୧୩ ବଲରୁ ୩୦ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏଥିରେ ୩ ଛକା ଓ ଦୁଇ ଚୌକା ସାମିଲ ଥିଲା। ଦକ୍ଷିଣ ଆଫ୍ରିକାର ହେନରିଚ କ୍ଲାସେନଙ୍କ ୨୦ ବଲରୁ ୪୧ ରନ୍‌ର ଇନିଂସ ଯୋଗୁ ଟରୋଣ୍ଟୋ ଦଳ ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୫୯ ରନ୍‌ କରିପାରିଥିଲା। ଜବାବରେ କ୍ରିସ ଗେଲଙ୍କ ଭାଙ୍କୋଭର ନାଇଟ୍ସ ୧୭.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଷ୍ଟାର ଖେଳାଳି ଗେଲ ୧୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ମାତ୍ର ଚାଦ୍ୱିକ ଓ୍ବାଲଟନ ଓ ଦକ୍ଷିଣ ଆଫ୍ରିକାର ରାସି ଭାନ ଡର ଡୁସେନଙ୍କ ଅର୍ଦ୍ଧଶତକ ଯୋଗୁ ଭାଙ୍କୋଭର ସହଜରେ ମ୍ୟାଚ୍‌ ଜିତି ନେଇଥିଲା। ଯୁବିଙ୍କ ନେତୃତ୍ୱାଧୀନ ଦଳ ପରବର୍ତ୍ତୀ ମ୍ୟାଚ୍‌ରେ କେନ ଓ୍ବିଲୟମ୍‌ସନଙ୍କ ଦଳ ଇଡମଣ୍ଟନ ରୟାଲ୍ସକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପେଲିସର ‘ଅପରେଶନ ଅନ୍ୱେଷଣ–୩’: ନିଖୋଜ ବ୍ୟକ୍ତିମାନଙ୍କୁ ବିଭିନ୍ନ ରାଜ୍ୟରୁ ….

ଛତ୍ରପୁର୨୫।୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ପେଲିସ ଜିଲାରେ ‘ଅପରେଶନ ଅନ୍ୱେଷଣ–୧’ ଓ ‘ଅପରେଶନ ଅନ୍ୱେଷଣ–୨’ର ବିପୁଳ ସଫଳତା ପରେ ଚଳିତ ମାସ ୧୮ ତାରିଖରୁ ୨୨ ତାରିଖ…

ହୃଦ୍‌ଘାତରେ ପ୍ରାଣ ହରାଇଲେ ବରିଷ୍ଠ ଶିକ୍ଷକ

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର ଶିରିପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଶିକ୍ଷକ ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ପରଲୋକରେ…

କିଏ ହେବେ ପରବର୍ତ୍ତି ଶିକ୍ଷା ମନ୍ତ୍ରୀ? ସଞ୍ଜୟ ରାଉତ କଲେଣି ବଡ଼ ଦାବି

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ, ଉଦ୍ଧବ ଗୋଷ୍ଠୀର ବରିଷ୍ଠ ନେତା ସଞ୍ଜୟ ରାଉତ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମ୍ପର୍କରେ ଏକ…

ଖାଲି ଧର୍ମେନ୍ଦ୍ରଙ୍କ ଇସ୍ତଫା ଚଳିବ ନାହିଁ, ଆମର ଆଉ ୨ ଦାବି ଏବେ ବି ବାକି ଥିବା କହି CJP…

ନୂଆଦିଲ୍ଲୀ,୨୫ା୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ମୁଖ୍ୟ ଅଭିଜିତ୍‌ ଦୀପ୍‌କେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗଣତନ୍ତ୍ରରେ…

କ୍ୟାଟ୍ରିନାଙ୍କୁ ମିଳିଲା ବଡ଼ ଅଫର୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ’ ଆଜିକାଲି ଚର୍ଚ୍ଚାରେ ରହିଛି। କିଛି ମାସ ପୂର୍ବରୁ ଦୀପିକା ପାଦୁକୋନ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ତୃପ୍ତି ଡିମରି…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ଅଭିଜିତ ଦିପ୍‌କେ, ସିଧା କହିଦେଲେ ଏମିତି…ଜାତୀୟ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୫।୭:ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଯୁବପିଢ଼ିଙ୍କ ଆକାଂକ୍ଷାକୁ ସମ୍ମାନ ଦେଇ…

ଦିଲ୍ଲୀ ଛାତ୍ର୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଗଣଧାରଣା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି…

ବଲାଙ୍ଗୀର,୨୫ା୭(ସୁନିଲ କୁମାର ମହାନ୍ତି): ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମର୍ଥନରେ ଶନିବାର…

ଜୁଆଆଡ୍ଡାରେ ଚଢ଼ାଉ: ୫ ଜଣଙ୍କୁ ଗିରଫ କଲା ପୋଲିସ, ସୁଯୋଗ ନେଇ ଅନ୍ୟମାନେ…

ଦିଗପହଣ୍ଡି୨୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଟିମ୍‌ ପୋଡ଼ାମାରି ଗ୍ରାମ ନିକଟ ଏକ କୁକୁଡ଼ାଫାର୍ମରେ ଚାଲିଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri