ଆଇସିସି ବିଶ୍ୱକପ୍‌: ବାଂଲାଦେଶ ପାଇଁ କର ବା ମର ସ୍ଥିତି

ସାଉଥାମ୍ପ୍‌ଟନ,୨୪।୬(ପି.ଟି.)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ବିଶ୍ୱକପ୍‌ର ୩୧ତମ ମ୍ୟାଚ୍‌ରେ ସୋମବାର ବାଂଲାଦେଶ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ। ସ୍ଥାନୀୟ ରୋଜ୍‌ ବାଉଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ତା’ର ସେମିଫାଇନାଲ ଆଶା ଉଜ୍ଜୀବିତ ରଖିବାକୁ ହେଲେ ବଜୟୀ ହେବା ଜରୁରୀ ହୋଇପଡିଛି। ଫଳରେ ବାଲାଦେଶ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ଗତ ଶୁକ୍ରବାର ଇଂଲଣ୍ଡ ଶ୍ରୀଲଙ୍କାଠାରୁ ପରାସ୍ତ ହେବା ଫଳରେ ବାଂଲାଦେଶ ପାଇଁ ଆଶା ସଞ୍ଚାର ହୋଇଥିଲା। ମଶ୍ରାଫି ମୋର୍ତ୍ତାଜାଙ୍କ ନେତୃତ୍ୱରେ ବାଂଲାଦେଶ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ଓ ୩ଟି ପରାଜୟ ସହ ୫ ପଏଣ୍ଟ ହାସଲ କରି ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଅନ୍ୟପଟେ ଆଫଗାନିସ୍ତାନ ୬ଟି ମ୍ୟାଚ୍‌ ଖେଳି ସବୁଥିରେ ପରାସ୍ତ ହୋଇ ଖାତା ଖୋଲି ନ ପାରି ତାଲିକାର ସର୍ବନିମ୍ନ ଦଶମ ସ୍ଥାନରେ ରହିଛି।
୩୨୨ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରି ବାଂଲାଦେଶ ଓ୍ବେଷ୍ଟଇଣ୍ଡିଜକୁ ୪୧. ୩ ଓଭରରେ ପରାସ୍ତ କରିଥିଲା। ପୁଣି ପରେ ଅନ୍ୟ ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଧାର୍ଯ୍ୟ କରିଥିବା ୩୮୨ ରନ୍‌ ଟାର୍ଗେଟର ପିଛାକରି ବାଂଲାଦେଶ ୮ ଉଇକେଟ ହରାଇ ୩୩୩ ରନ୍‌ରେ ସୀମିତ ରହି ଲଢୁଆ ଖେଳ ପ୍ରଦର୍ଶନ କରିଥିଲା। ବାଂଲାଦେଶ ଏପର୍ଯ୍ୟନ୍ତ ଦମ୍‌ଦାର ବ୍ୟାଟିଂର ନମୁନା ପ୍ରଦର୍ଶନ କରିଛି। ଅଲ୍‌ରାଉଣ୍ଡର ସାକିବ ଅଲ ହାସନଙ୍କ ବ୍ୟାଟିଂ କ୍ରମରେ ଉନ୍ନତି ଆସିବା ଫଳପ୍ରଦ ହୋଇଛି। ଟୁର୍ନାମେଣ୍ଟର ଟପ୍‌ ସ୍କୋରର ଡେଭିଡ ଓ୍ବାର୍ନରଙ୍କଠାରୁ ସାକିବ ମାତ୍ର ୨୨ ରନ୍‌ ପଛରେ ରହିଛନ୍ତି। ବାଂଲାଦେଶର ବ୍ୟାଟିଂ ଜବରଦସ୍ତ ହୋଇଥିଲେ ମଧ୍ୟ ବୋଲିଂ ଦୁର୍ବଳତା ପଦାରେ ପଡିଛି। ଗତ ୩ଟି ମ୍ୟାଚ୍‌ରେ ବାଂଲାଦେଶ ୩୨୦ରୁ ଊର୍ଦ୍ଧ୍ୱ ରନ୍‌ ବ୍ୟୟ କରିଛି। ତେଣୁ ବିଜୟ ହାସଲ କରିବାକୁ ହେଲେ ବାଂଲାଦେଶକୁ ବୋଲିଂରେ ଉନ୍ନତି ଆଣିବାକୁ ହେବ।
ଅପର ପକ୍ଷରେ ଏପର୍ଯ୍ୟନ୍ତ ବିଜୟ ସ୍ବାଦ ଚାଖି ନ ଥିବା ଆଫଗାନିସ୍ତାନ ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ରହିଛି। ଶନିବାର ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ଆଫଗାନିସ୍ତାନ ବିଜୟ ସମ୍ଭାବନା ସୃଷ୍ଟି କରିଛି। ଏହି ମ୍ୟାଚ୍‌ରୁ ଆଫଗାନିସ୍ତାନ ପ୍ରେରଣା ପାଇଥିବ। ଭାରତଠାରୁ ଆଫଗାନିସ୍ତାନ ମାତ୍ର ୧୧ ରନ୍‌ରେ ପରାସ୍ତ ହୋଇଥିଲା। ତେବେ ଏହି ମ୍ୟାଚ୍‌ରୁ ଆଫଗାନିସ୍ତାନର ଆତ୍ମବିଶ୍ୱାସରେ ବୃଦ୍ଧି ପାଇଥିବ। ଜବରଦସ୍ତ ବୋଲିଂ କରି ଆଫଗାନିସ୍ତାନ ଭାରତକୁ ୨୨୪/୮ରେ ସୀମିତ ରଖିଥିଲା। ଅଧିନାୟକ ଗୁଲବଦିନ ନାଇବଙ୍କ ନେତୃତ୍ୱରେ ଆଫଗାନିସ୍ତାନ ସ୍ପିନରମାନେ ପୁଣିଥରେ ଯାଦୁ ଦେଖାଇବେ ଓ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌ଙ୍କୁ ସମସ୍ୟାରେ ପକାଇବେ ବୋଲି ଆଶା କରାଯାଉଛି।
ଏହି ମ୍ୟାଚ୍‌ରେ ପାଗ ବେଶ୍‌ ଉଷ୍ଣ ରହିବ ବୋଲି ଆଶା କରାଯାଉଛି। ପିଚ୍‌ ଶୁଖିଲା ଥିବାରୁ ବଲ୍‌ ଭଲ ସ୍ପିନ୍‌ କରିବ। ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ବ୍ୟାଟିଂରେ ସୁଧାର ଆଣିବାକୁ ହେବ। ଦୀର୍ଘସମୟ କ୍ରିଜ୍‌ରେ ରହିବା ଉପରେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଧ୍ୟାନ ଦେବାକୁ ହେବ। ଇଂଲଣ୍ଡ ବିପକ୍ଷରେ ଆଫଗାନିସ୍ତାନ ଟୁର୍ନାମେଣ୍ଟରେ ପ୍ରଥମଥର ପାଇଁ ପୂରା ୫୦ ଓଭର ଖେଳିଥିଲା। ଟୁର୍ନାମେଣ୍ଟର ପ୍ରଥମାର୍ଦ୍ଧରେ ଭଲ ଖେଳି ନ ଥିଲୁ। ତେବେ ପରେ ଆମେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛୁ। ଦଳର ପ୍ରଦର୍ଶନରେ ବେଶ୍‌ ଖୁସି ବୋଲି ଅଧିନାୟକ ଗୁଲବଦିନ କହିଛନ୍ତି। ଟୁର୍ନାମେଣ୍ଟରେ ହାଇ ର଼୍ୟାଙ୍କିଙ୍ଗ୍‌ ଦଳଗୁଡ଼ିକ ବିପକ୍ଷରେ ଆମେ ଲଢ଼େଇ କରିଛୁ। ଭାରତ ବିପକ୍ଷ ପରାଜୟରୁ ଆମେ ବହୁତ କିଛି ଶିକ୍ଷା କରିଛୁ। ବାଂଲାଦେଶ ବିପକ୍ଷରେ ବିଜୟୀ ହେବାକୁ ପ୍ରୟାସ କରିବୁ ବୋଲି ସେ କହିଛନ୍ତି।
ଆଫଗାନିସ୍ତାନ ଦଳ: ଗୁଲବଦିନ ନାଇବ (ଅଧିନାୟକ), ଅଫ୍‌ତାବ ଆଲାମ, ହଜରତୁଲ୍ଲା ଜାଜାଇ, ଅସଘର ଆଫଗାନ, ରସିଦ ଖାଁ, ମହମ୍ମଦ ନବୀ, ମୁଜିବ ଉର ରହମାନ, ଦଲତ ଜଡ୍ରାନ, ନାଜିବୁଲ୍ଲା ଜଡ୍ରାନ, ହମିଦ ହାସନ, ହସ୍‌ମାତୁଲ୍ଲା ଶାହିଦୀ, ସମିଉଲ୍ଲା ସେନଓ୍ବାରି, ରହମତ ଶାହ, ନୁର ଅଲି ଜଡ୍ରାନ ଓ ଇକ୍ରମ ଅଲିଖିଲ।
ବାଂଲାଦେଶ ଦଳ: ମଶ୍ରାଫି ମୋର୍ତ୍ତାଜା (ଅଧନାୟକ), ସାକିବ ଅଲ ହାସନ, ସୌମ୍ୟ ସରକାର, ତାମିମ୍‌ ଇକ୍‌ବାଲ, ମହମ୍ମଦ ସୈଫୁଦ୍ଦିନ, ମୁସ୍ତାଫିଜୁର ରହମାନ, ରୁବେଶ ହୋସେନ, ସବିତ ରହମାନ, ଆବୁ ଜାଏଦ, ଲିଟନ ଦାସ, ମହମ୍ମୁଦୁଲ୍ଲା, ମେହିଦି ହାସନ ମିରାଜ ଓ ମହମ୍ମଦ ମିଥୁନ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ଶକ୍ତ ଧକ୍କା: ଆର୍‌ସିବିର ଦମ୍‌ଦାର ବିଜୟ

ଅହମଦାବାଦ, ୨୮।୪:ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର...

ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

ନୂଆଦିଲ୍ଲୀ,୨୮।୪: ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଚୟନ କେବେ ବି ହୋଇପାରେ। ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଏହି ଆଇସିସି ଟୁର୍ନାମେଣ୍ଟ...

ଟି-୨୦ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବୋଲର୍‌ ଭାବେ ହାସଲ କଲେ ବଡ଼ କାରନାମା

ଇସଲାମାବାଦ୍‌,୨୮।୪:ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ପାକିସ୍ତାନ ପେସ୍‌ ଶାହିନ ଆଫ୍ରିଦି ଏକ ଚମତ୍କାର ରେକର୍ଡ ସୃଷ୍ଟି କରି ଟି -୨୦ କ୍ରିକେଟ ରେ ଇତିହାସ...

ପରିବାର ସହ ପ୍ରଥମ ଆଇପିଏଲ ଫିଫ୍ଟିର ଉତ୍ସବ ପାଳିଲେ ଧ୍ରୁବ, ଭିଡିଓକୁ ମିଳୁଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୨୮।୪: ଶନିବାର ଆଇପିଏଲ ୨୦୨୪ର ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୱିକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଆଇପିଏଲ କ୍ୟାରିୟରର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ୪୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇକୁ ୧୦...

ଭାରତକୁ ଓ୍ବାର୍ଲଡ କପ ଜିତାଇ ଥିବା ଏବେ ପାକିସ୍ତାନର କୋଚ, ପିସିବି ଦେଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ପୂର୍ବରୁ ପାକିସ୍ତାନ ଦଳ ତା’ର କୋଚ ବଦଳାଇଛି । ହ୍ବାଇଟ ବଲ ଫର୍ମାଟ (ଓ୍ବାନଡେ ଏବଂ ଟି ୨୦) ରେ...

ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଏପର୍ଯ୍ୟନ୍ତ ସମସ୍ତ ଦଳ ପାଇଁ ରାସ୍ତା ଖୋଲା

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଦଳର ଚିତ୍ର ସ୍ପଷ୍ଟ ହୋଇନାହିଁ। ୧୬ ପଏଣ୍ଟ ସହ ଏକ ନମ୍ବରରେ ଥିବା...

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri