Posted inଖେଳ

‘ଆଇପିଏଲକୁ ନେଇ ମୋ ପାଖରେ ଉତ୍ତର ନାହିଁ’

ନୂଆଦିଲ୍ଲୀ, ୨୫।୩ (ପି.ଟି.)- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣକୁ ନେଇ ମୋ ପାଖରେ କୌଣସି ଉତ୍ତର ନାହିଁ। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି ମଙ୍ଗଳବାର ଏକ ସାକ୍ଷାତ୍‌କାର ଅବସରରେ ଏହା କହିଛନ୍ତି। ପୂର୍ବରୁ କରୋନା ଭାରଇସ୍‌କୁ ନଜରରେ ରଖି ବିସିସିଆଇ ଆଇପିଏଲ୍‌-୧୩କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଏହା ପ୍ରଥମେ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାର ଥିଲା। ଏହି ମାରାତ୍ମକ ଭାଇରସ ଲାଗି ଭାରତ ସରକାର ରାଜନୈତିକ ଓ ନିଯୁକ୍ତି ସମ୍ବନ୍ଧୀୟକୁ ଛାଡ଼ି ବାକି ସମସ୍ତ ଭିଜା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଫଳରେ ବିଦେଶୀ ଖେଳାଳି ଆଇପିଏଲ୍‌ରେ ଅଶଂଗ୍ରହଣ କରିବା ନେଇ ରାସ୍ତା ବନ୍ଦ ହୋଇଯାଇଥିଲା।
ସମୟରେ ମୁଁ କିଛି କହିପାରିବି ନାହିଁ। ପୂର୍ବରୁ ଆଇପିଏଲ୍‌ ସ୍ଥଗିତ ଦିନ ଯେଉଁଠି ଥିଲୁ, ଆମେ ଆଜି ମଧ୍ୟ ସେହି ସ୍ଥାନରେ ରହିଛୁ। ଗତ ୧୦ ଦିନ ହେବ କୌଣସି ପରିବର୍ତ୍ତନ ହୋଇନାହିଁ। ତେଣୁ ମୋ ପାଖରେ ଏହାର ଉତ୍ତର ନାହିଁ’ ବୋଲି ଗାଙ୍ଗୁଲି ଏକ ସାକ୍ଷାତ୍‌ରେ କହିଛନ୍ତି। ବିଶ୍ୱବ୍ୟାପୀ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ଭାରତୀୟ କ୍ରିକେଟ୍‌ ଦଳର ଏହି ପୂର୍ବତନ ଅଧିନାୟକ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ୩/୪ ମାସ ଲାଗି କୌଣସି ଯୋଜନା ମଧ୍ୟ ପ୍ରସ୍ତୁତ କରିହେବ ନାହିଁ। ସେହିଭଳି ବୀମାରାଶି ମିଳିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। କାହିଁକି ନା ଏହା ସରକାରଙ୍କ ଦ୍ୱାରା ଲକ୍‌ଡାଉନ୍‌ ହୋଇଛି। ସରକାରଙ୍କ ଦ୍ୱାରା ହୋଇଥିବା ଲକ୍‌ଡାଉନରେ ବୀମା ରାଶି କଭର୍‌ ହୋଇଥାଏ କି ନାହିଁ ତାହା ନିଶ୍ଚିତ ନୁହେଁ ବୋଲି ଗାଙ୍ଗୁଲି ଏହି ଅବସରରେ କହିଛନ୍ତି। ବିଶ୍ୱର ସବୁଠାରୁ ବିତ୍ତଶାଳୀ କ୍ରିକେଟ୍‌ ବୋର୍ଡ ବିସିସିଆଇ ବର୍ତ୍ତମାନ ସୁଦ୍ଧା କରୋନା ଭାରଇସ୍‌ ସହ ମୁକାବିଲା କରିବା ପାଇଁ କୌଣସି ସହାୟତା ଘୋଷଣା କରିନାହିଁ। ‘ ଜୟ (ଜୟ ଶାହା, ବିସିସିଆଇ ସମ୍ପାଦକ)ଙ୍କ ସହ କୌଣସି ଆଲୋଚନା କରିନାହିଁ। ଦେଖାଯାଉ, ଆମେ ସ୍ଥିତିର ଆକଳନ ଏବଂ ନିର୍ଦ୍ଦେଶର ଅନୁପାଳନ କରିବୁ। ଦେଖିବୁ କ’ଣ ହୋଇପାରୁଛି’ ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ଯଦି ରାଜ୍ୟ ସରକାର ଚାହିଁବେ ତାହାଲେ ଇଡେନ ଗାଡେନ୍ସ ଇନ୍‌ଡୋର ସୁବିଧା ସୁଯୋଗ ଏବଂ ଖେଳାଳିଙ୍କ ହଷ୍ଟେଲକୁ ସାମୟିକ ମେଡିକାଲ ପାଇଁ ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

ହାର୍ଦ୍ଦିକ ପାଣ୍ଡ୍ୟା CSK ଆସିବା ପରେ ଅଧିନାୟକଙ୍କ ସବୁଠାରୁ ବଡ଼ ସମସ୍ୟାର ହେବ ସମାଧାନ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧।୮: ନିଲାମ ହେଉ କିମ୍ବା ଟ୍ରେଡ ମାଧ୍ୟମରେ, ଚେନ୍ନାଇ ସୁପର କିଙ୍ଗ୍ସ (CSK )ଏକ ସୁଲଭ ମୂଲ୍ୟରେ ଅସାଧାରଣ ପ୍ରତିଭା ସଂଗ୍ରହ କରିବାରେ କେବେ ପଛରେ ପଡ଼ିନାହିଁ।…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ଦୁଃଖଦ ଖବର: ଦଳରେ ସ୍ଥାନ ନପାଇବାରୁ ୧୭ ବର୍ଷୀୟ କ୍ରିକେଟର କଲେ ଆତ୍ମହତ୍ୟା

ମୁମ୍ବାଇ,୩୧।୭: ମହାରାଷ୍ଟ୍ରର ନାଗପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ରିଜିଓନାଲ କ୍ରିକେଟ ଆସୋସିଏଶନରେ ମନୋନୀତ ନହେବାରୁ ଜଣେ ୧୭ ବର୍ଷୀୟା ଝିଅ(କ୍ରିକେଟର) ନିରାଶ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri