ଫୁଲବାଣୀ ଅଫିସ,୪ା୯-ରାଜ୍ୟ ସରକାର ଲୋକଙ୍କୁ ସୁଶାସନ ଦେବା ପାଇଁ ଏବେ ୫ଟି ଉପରେ ଗୁରୁତ୍ୱ ଦେଉଛନ୍ତି। କିଛି ଦିନ ହେବ ଏହି ମର୍ମରେ କେତେଜଣ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ଅବସରପ୍ରାପ୍ତ କର୍ମଚାରୀ ଯଥା ଯନ୍ତ୍ରୀ ଏବଂ ଅନ୍ୟମାନଙ୍କ ପେନସନ ବନ୍ଦ କରି ଦିଆଯାଇଛି। ଏହା ସତ୍ତ୍ୱେ କନ୍ଧମାଳ ଜିଲା ପ୍ରଶାସନ ଚେତୁନି। ଦୁର୍ନୀତି ପାଇଁ ବାଟ ଖୋଲି ଚାଲିଛି। ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ର ୨ ଯନ୍ତ୍ରୀଙ୍କୁ ବ୍ଲକ ସହକାରୀ ଯନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଅଧିକ ଚର୍ଚ୍ଚାକୁ ଆସୁଥିବା ଯନ୍ତ୍ରୀ ପବିତ୍ରମୋହନ ସାହୁଙ୍କ ମୂଳ ନିଯୁକ୍ତି ହେଉଛି ଜନସେଚନ ବିଭାଗ। ସେ ପ୍ରଥମେ ଜଳସେଚନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଥିଲେ। ପରେ ଡେପୁଟେଶନରେ ପଞ୍ଚାୟତିରାଜ ବିଭାଗ(ପିଆର) ଫିରଙ୍ଗିିଆ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଦାୟିତ୍ୱରେ ଥିଲେ। ସରକାର ନିଷ୍ପତି ନେଲେ ଯେଉଁମାନେ ମୂଳ ସ୍ଥାନରେ ନିଯୁକ୍ତି ପାଇଥିଲେ ସେମାନଙ୍କୁ ପୁଣି ସେଠାକୁ ଯିବାକୁ ପଡିବ। ଫଳରେ ଯନ୍ତ୍ରୀ ପବିତ୍ର ନିଜ ସ୍ଥାନକୁ ଫେରିଲେ। ପୁଣି ସେ ଡେପୁଟେଶନରେ ବାଲିଗୁଡା ଆଇଟିଡିଏକୁ ଆସିବାରେ ସକ୍ଷମ ହେଲେ। ସେଠାରେ କିଛି ଦିନ ରହିବା ପରେ ଫୁଲବାଣୀ ଆଇଟିଡିଏକୁ ଆସିବାକୁ ମନ ବଳାଇଲେ। ଦେହ ଖରାପ ଥିବା ଦର୍ଶାଇ ଜିଲା ପ୍ରଶାସନକୁ ଡେପୁଟେଶନରେ ଫୁଲବାଣୀ ଯିବାକୁ ଦରଖାସ୍ତ କଲେ। ଏହାକୁ ପ୍ରଶାସନ ମାନି ନେଇ ତାଙ୍କୁ ଫୁଲବାଣୀ ଆଇଟିଡିଏ ଆଣିଲା। ହେଲେ ଚିଠିରେ ତାଙ୍କୁ ଫୁଲବାଣୀ ବ୍ଲକ ସହକାରୀ ଯନ୍ତ୍ରୀ ଦାୟିତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଗଲା। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। କାରଣ ଆଇଟିଡିଏରେ ଜେଇ ହୋଇ ବ୍ଲକରେ ସହକାରୀ ଯନ୍ତ୍ରୀ କାର୍ଯ୍ୟ କରିବା କେଉଁ ନ୍ୟାୟରେ ବୋଲି ଚର୍ଚ୍ଚା ହେଉଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯନ୍ତ୍ରୀ ଜଣକ ଫିରଙ୍ଗିିଆ ବ୍ଳକରେ ଥିବା ବେଳେ ବହୁ କାର୍ଯ୍ୟ ନିମ୍ନମାନର ହୋଇଥିଲା। ଏବେ ସେ ଫୁଲବାଣୀ ଆଇଟିଡିଏର ଫିରିଙ୍ଗିଆ ବ୍ଲକ ଦାୟିତ୍ୱରେ ଅଛନ୍ତି। ତେଣୁ ୫-ଟି ସାକାର ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସେହିପରି ବାଲିଗୁଡା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ରୋହିତ ବେହେରା ଜି.ଉଦୟଗିରି ବ୍ଲକ ଦାୟିତ୍ୱରେ ଅଛନ୍ତି। ମାତ୍ର ତାଙ୍କୁ ତୁମୁଡିବନ୍ଧ ବ୍ଲକ ସହକାରୀ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଜି.ଉଦୟଗିରି ଏବଂ ବାଲିଗୁଡାରୁ ତୁମୁଡିବନ୍ଧ ଯିବା ତାଙ୍କ ପକ୍ଷେ ଅଧିକାଂଶ ସମୟରେ ସମ୍ଭବ ହେଉନହିଁ। ଫଳରେ ପଞ୍ଚାୟତ କାର୍ଯ୍ୟ ତଦାରଖ କରି ପାରୁ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ସେ କନିଷ୍ଠ ଯନ୍ତ୍ରୀ ହୋଇଥିବାରୁ ବ୍ଲକରେ ତାଙ୍କୁ ସହକାରୀ ଯନ୍ତ୍ରୀ ଭାବେ ଅନ୍ୟ କନିଷ୍ଠ ଯନ୍ତ୍ରୀମାନେ ଗ୍ରହଣ କରି ପାରୁନାହାନ୍ତି।
Posted inଆମ ଜିଲା ଖବର, କନ୍ଧମାଳ View All
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ
ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଘରୋଇ କଲେଜ ସିଲ୍ କଲା ପ୍ରଶାସନ, ତଦନ୍ତ ଆରମ୍ଭ
ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…
ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…
ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ
ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

