ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାଳକର ମୃତ୍ୟୁ

କର୍ଲାମୁଣ୍ଡା, ୪ା୬(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ଆଦର୍ଶ ବିଦ୍ୟାଳୟସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି)ରେ ରହୁଥିବା ଜଣେ ୮ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ୧୦ ଦିନ ତଳେ ତେଲେଙ୍ଗାନାରୁ ଉକ୍ତ ବାଳକ ଜଣକ ତାଙ୍କ ମାତାପିତଙ୍କ ସହ ଆସି ସେଠାରେ ରହୁଥିଲେ। ବୁଧବାର ସନ୍ଧ୍ୟା ୫ଟାରେ ବାଳକ ସମେତ ଅନ୍ୟ ୪ ଅନ୍ତେବାସୀ ଜ୍ୱର ଓ ଝାଡାରେ ଆକ୍ରାନ୍ତ ହୋଇଥିଲେ। ଖବର ପାଇ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା, ତହସିଲଦାର ବାସନ୍ତୀ ସେଠୀ ଓ କର୍ଲାମୁଣ୍ଡା ସିଏଚ୍‌ସିର ମେଡିକାଲ ଟିମ୍‌ ସିଏମ୍‌ସିରେ ପହଞ୍ଚତ୍ଥିଲେ। ସେମାନଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ବାଳକର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ମୃତଦେହ ଅଣାଯାଇ ରେଗଡାଠାରେ ଦାହ କରାଯାଇଥିଲା। ଶବଦାହ ସମୟରେ ବ୍ଲକ ଓ ତହସିଲ ପ୍ରଶାସନର ଅଧିକାରୀଙ୍କ ସହ ସ୍ଥାନୀୟ ପୋଲିସ ଉପସ୍ଥିତ ଥିଲେ। ତେବେ ମୃତକ ଜଣକ ଜୁନାଗଡ ଅଞ୍ଚଳର ହୋଇଥିବା ବେଳେ ମୃତଦେହ ନେବାକୁ ଜୁନାଗଡ ବ୍ଲକ ପ୍ରଶାସନ ମନା କରିବାରୁ ଏଠାରେ ସଂସ୍କାର କରାଯାଇଥିବା ତହସିଲଦାର ସେଠୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୨୬।୫(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ମଦନପୁର ରାମପୁର…

କଳାହାଣ୍ଡିରୁ ଆସିଲା ଦୁଃଖଦ ଘଟଣା: ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ଜୀବନ ଗଲା

ଭବାନୀପାଟଣା,୨୬।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ.ରାମପୁର ଥାନା ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟା ଗ୍ରାମରୁ ମଙ୍ଗଳବାର ପୂର୍ବାହ୍ନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପାଇଖାନା ଟାଙ୍କିର…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

ଚାଷ ଜମିରୁ ଫେରୁଥିବାବେଳେ କାମୁଡିଲା ସାପ, ମେଡିକାଲ ନେବାବେଳେ ଚାଲିଗଲା ଜୀବନ, ପରିବାର ଅସହାୟ

ଥୁଆମୂଳ ରାମପୁର, ୨୫ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅଧୀନ ସମାପଲା ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ସାପ…

ସାହୁ ସମାଜର ମୁହୁନି ବଂଶର ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟକ୍ରମ

କେସିଙ୍ଗା,୨୫।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସିସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ତୈଲିକ ହଳଦିଆ ସାହୁ ସମାଜର ମୁହୁନି ବଂଶର ଏକତା ପାଇଁ ଏକ…

ଉତକେଲାରୁ ବିଶାଖାପାଟଣା ବିମାନ ସେବା ସମ୍ପ୍ରସାରଣ ଦାବି: ଏମ୍‌ପିଙ୍କୁ ଦାବି ଜଣାଇଲେ

କେସିଙ୍ଗା, ୨୫।୫ (ତୁମେଶ୍ୱର ସାହୁ): ଉତକେଲାରୁ ଭୁବନେଶ୍ୱରକୁ ବିମାନ ଉଡାଣ ପ୍ରଥମେ ସପ୍ତାହକୁ ଦୁଇ ଦିନ ଥିବା ବେଳେ ପରେ ସପ୍ତାହକୁ ଛଅ ଦିନ ହୋଇଥିଲା। ସୋମବାର…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri