ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାଳକର ମୃତ୍ୟୁ

କର୍ଲାମୁଣ୍ଡା, ୪ା୬(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ଆଦର୍ଶ ବିଦ୍ୟାଳୟସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି)ରେ ରହୁଥିବା ଜଣେ ୮ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ୧୦ ଦିନ ତଳେ ତେଲେଙ୍ଗାନାରୁ ଉକ୍ତ ବାଳକ ଜଣକ ତାଙ୍କ ମାତାପିତଙ୍କ ସହ ଆସି ସେଠାରେ ରହୁଥିଲେ। ବୁଧବାର ସନ୍ଧ୍ୟା ୫ଟାରେ ବାଳକ ସମେତ ଅନ୍ୟ ୪ ଅନ୍ତେବାସୀ ଜ୍ୱର ଓ ଝାଡାରେ ଆକ୍ରାନ୍ତ ହୋଇଥିଲେ। ଖବର ପାଇ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା, ତହସିଲଦାର ବାସନ୍ତୀ ସେଠୀ ଓ କର୍ଲାମୁଣ୍ଡା ସିଏଚ୍‌ସିର ମେଡିକାଲ ଟିମ୍‌ ସିଏମ୍‌ସିରେ ପହଞ୍ଚତ୍ଥିଲେ। ସେମାନଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ବାଳକର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ମୃତଦେହ ଅଣାଯାଇ ରେଗଡାଠାରେ ଦାହ କରାଯାଇଥିଲା। ଶବଦାହ ସମୟରେ ବ୍ଲକ ଓ ତହସିଲ ପ୍ରଶାସନର ଅଧିକାରୀଙ୍କ ସହ ସ୍ଥାନୀୟ ପୋଲିସ ଉପସ୍ଥିତ ଥିଲେ। ତେବେ ମୃତକ ଜଣକ ଜୁନାଗଡ ଅଞ୍ଚଳର ହୋଇଥିବା ବେଳେ ମୃତଦେହ ନେବାକୁ ଜୁନାଗଡ ବ୍ଲକ ପ୍ରଶାସନ ମନା କରିବାରୁ ଏଠାରେ ସଂସ୍କାର କରାଯାଇଥିବା ତହସିଲଦାର ସେଠୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟ୍ରେନ୍‌ରେ କଟି ବୃଦ୍ଧଙ୍କ ଜୀବନ ଗଲା

କେସିଙ୍ଗା,୨୭ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମର ପାଳେଶ୍ୱର କୁମାର(୬୫)ଙ୍କ ଟ୍ରେନ୍‌ ଧକ୍କାରେ ବୁଧବାର ମୃତ୍ୟୁ ଘଟିଛି। ପାଳେଶ୍ୱର କୁମାରଙ୍କ ଝିଅ ନାତିର...

ପୂର୍ବତନ ବିଜେଡି ବିଧାୟକ ଭାଜପା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କର୍ଲାମୁଣ୍ଡା,୨୭।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନରେ ଏବେ ନୂଆମୋଡ଼ ନେଇଛି। ନର୍ଲା ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଜେଡି ବିଧାୟକ ଧନେଶ୍ୱର ମାଝୀ ବିଜେଡିର...

ଅବଧି ସରିଲା, ପୋଲ ନିର୍ମାଣ ସରିଲାନି

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ଇନ୍ଦ୍ରାବତୀ ଜଳଭଣ୍ଡାର ଜଳବନ୍ଦୀ ଭାବେ ବାସ କରୁଥିବା ପୋଡାପଦର ଗ୍ରାମପଞ୍ଚାୟତର ୧୬...

୫-ଟି ବିଲ୍‌ କରାଇ ଦେବା ପାଇଁ ନେଉଥିଲେ ଲାଞ୍ଚ, ଧରାପଡ଼ିଲେ ପ୍ରଧାନଶିକ୍ଷକ

ଭବାନୀପାଟଣା,୨୧ା୩(ଉତ୍ତର କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦ୍ରୋଣ ତାଣ୍ଡି। ସ୍କୁଲରେ ହୋଇଥିବା...

ପାରିବାରିକ କଳହର କରୁଣ ପରିଣତି:ସାନଭାଇଙ୍କ ଛୁରାମାଡରେ ବଡ଼ଭାଇ ମୃତ

ଭବାନୀପାଟଣା,୧୭।୩ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଏମ.ରାମପୁର ବ୍ଳକ ଅନ୍ତର୍ଗତ ଦେଢଶୁଲି ପଞ୍ଚାୟତର ଗସକା ପଡାଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାନ ଭାଇ ବିମ୍ବାଧର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri